ପ୍ରବଳ ଗରମ ଗୁଳୁଗୁଳି ସମୟରେ ମୁନ୍ଦିଏ ଥଣ୍ଡା ପାଣି ପିଇଦେଲେ ଅମୃତ ପିଇଲା ଭଳି ଲାଗେ। ଆମେ ଦେଶ ଭାରତରେ କାହିଁ କେଉଁ କାଳରୁ ଗରମ ଆସିବା ମାତ୍ରେ ମାଠିଆରେ ପାଣି ବ୍ୟବହାର କରାଯାଏ । ଯୁଆଡ଼େ ଦେଖିବେ ମାଟି ହାଣ୍ଡି କିମ୍ବା ମାଠିଆରେ ଜଳଛତ୍ର ଦିଆଯାଉଥିବ । ଏହା ଯେତେ ଶସ୍ତା ଓ ସାଧାରଣ ନଜର ଆସେ, ସେତିକି ଗୁଣରେ ଭରପୁର। ଏପରିସ୍ଥଳେ ଯଦି ଆପଣ ଗରମ ଦିନରେ ପାଣିକୁ ଥଣ୍ଡା କରିବା ପାଇଁ ଫ୍ରିଜର ବ୍ୟବହାର କରୁଛନ୍ତି, ତେବେ ସେପରି ନକରି ତୁରନ୍ତ ବଜାରରୁ ମାଠିଆ କିଣିବାର ସମୟ ଆସିଯାଇଛି ।

ମାଠିଆ ପାଣି ଶରୀର ପାଇଁ ଖୁବ ହିତକର। ଅର୍ଥାତ ଗରମ ଦିନରେ ଥଣ୍ଡା ପାଣି ପିଇ ଆପଣ ନିଜ ସ୍ୱାସ୍ଥ୍ୟକୁ ସୁଧାରି ପାରିବେ । ରିସର୍ଚ୍ଚ ଗେଟ.ନେଟରେ ପ୍ରକାଶିତ ଏକ ତଥ୍ୟ ଅନୁସାରେ ମାଠିଆ ପାଣି ପିଇଲେ ଅନେକ ଲାଭ ମିଳିଥାଏ ।ଗରମ ଦିନରେ ହଜମରେ କୌଣସି ପ୍ରକାର ଅସୁବିଧା ଅନୁଭବ କରୁଥିଲେ ମାଟି ପାତ୍ରରେ ଥିବା ପାଣି ପିଇଲେ ଆପଣଙ୍କୁ ଲାଭ ନିଶ୍ଚୟ ମିଳିବ । ମାଟିରେ ଥିବା ଆଲକାଲାଇନ, ମିନେରାଲ୍ସ ପାଇଁ ଏପରି ହୋଇଥାଏ ।ବାରମ୍ବାର ରୋଗରେ ପଡ଼ୁଥିବା କାରଣରୁ ପ୍ରତିରୋଧକ ଶକ୍ତି କମିଯାଏ । ପ୍ରତିରୋଧକ ଶକ୍ତି ପାଇଁ ମଧ୍ୟ ମାଠିଆ ପାଣି ଖୁବ ଭଲ । ମାଟିରେ ଥିବା ପୋଷକ ତତ୍ତ୍ୱ ପାଣିରେ ଟକ୍ସିନ କମ କରିବା ସହ ଇମ୍ୟୁନିଟିକୁ ବୁଷ୍ଟ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ଗୁଳୁଗୁଳି ସମୟରେ ଲୁରୁ ବଞ୍ଚିବା ପାଇଁ ମାଠିଆ ପାଣି ପିଇବା ଆବଶ୍ୟକ । ମାଟିରେ ଥିବା ପୋଷକ ତତ୍ୱ ଶରୀରକୁ ଜଳୀୟଅଂଶ ଯୋଗାଇବାରେ ସାହାଯ୍ୟ କରିଥାଏ ।ଫ୍ରିଜ ପାଣି ପିଇଲେ ଥଣ୍ଡା ହେବା ସହ ଗଳାରେ ପୀଡ଼ା ହେବାର ଅନେକ ଆଶଙ୍କା ଥାଏ । ଏଥିରୁ ରକ୍ଷା ପାଇବା ପାଇଁ ମାଠିଆ ପାଣି ପିଇବା କଥା । ମାଟିରେ ଥିବା ଆଲକାଲାଇନ ପାଣିର ପିଏଚ ଲେବଲକୁ ମେଣ୍ଟେନ ରଖିପାରେ,ଯଦ୍ୱାରା ସ୍କିନ ହାଇଡ୍ରେଟ ହୋଇଥାଏ ।ସକାଳୁ ଉଠି ମାଠିଆ ପାଣି ପିଇବା ଦ୍ୱାରା ଦୃଷ୍ଟିଶକ୍ତି ପ୍ରଖର ହେବା ସହ ହାର୍ଟ ସୁସ୍ଥ ରହିଥାଏ। ପେଟଜନିତ ସମସ୍ୟା ଏବଂ ବିଶେଷ ଭାବରେ ଗ୍ୟାଷ୍ଟ୍ରିକ ରୋଗୀଙ୍କ ପାଇଁ ଏହି ପାଣି ବେଶ୍ ଉପକାରୀ। ନିୟମିତ ମାଠିଆ ପାଣି ପିଇବା ଦ୍ୱାରା ଅଜୀର୍ଣ୍ଣ ସମସ୍ୟା ଅନେକାଂଶରେ ଦୂର ହୋଇଥାଏ। ଏହା ମଧ୍ୟ କ୍ଳାନ୍ତିରୁ ଉପଶମ ପ୍ରଦାନ କରେ।