Posts tagged PoliticalTwist

ଯିଏ ଭୁଲ ଧରିବେ, ସେ BJDରୁ ବିଦା ହେବେ

  • ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, BJDରୁ ନିଲମ୍ବିତ
  • BJD ବିରୋଧୀ ମନ୍ତବ୍ୟ ପାଇଁ ନିଲମ୍ୱନ
  • କିନ୍ତୁ ନିଲମ୍ବନ ପୂର୍ବରୁ BJDରୁ ଇସ୍ତଫା ଦେଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ
  • ଦଳ ଠିକ୍ ନ ଚାଲିଲେ, BJD ଛାଡ଼ିବେ ବୋଲି ସେପ୍ଟେମ୍ବର 11 ତାରିଖରେ କହିଥିଲେ ପ୍ରଫୁଲ୍ଲ
  • ବିରୋଧୀ ଦଳ ଭାବେ BJD ସଠିକ୍ ଭୂମିକା ନିର୍ବାହ କରୁନଥିବା କହିଥିଲେ ପ୍ରଫୁଲ୍ଲ ମଲ୍ଲିକ
  • ନିଜ ପ୍ରତିକ୍ରିୟାର ପରଦିନ ଅର୍ଥାତ ସେପ୍ଟେମ୍ବର 12 ସକାଳୁ ବ୍ୟକ୍ତିଗତ କାରଣ ଦର୍ଶାଇ, BJDର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଫୁଲ ମଲ୍ଲିକ
  • ତାଙ୍କ ଉପରେ BJD ଆସ୍ଥା ପ୍ରକଟ କରିଥିବାରୁ ଦଳ ପ୍ରତି କୃତଜ୍ଞତା ଜଣାଇ, BJD ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଲେ
PRAFULLA MALLIK RESIGHN
ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା

ଅନ୍ୟପଟେ ବିଜୁ ଜନତା ଦଳରେ ଥିବା ପାଣ୍ଡିଆନ ସମର୍ଥକ, ପ୍ରତାପ ଜେନାଙ୍କ ଦସ୍ତଖତରେ ସେପ୍ଟେମ୍ବର 12ରେ ଜାରି ହେଲା ଏକ ପ୍ରେସ ରିଲିଜ୍BJD ଉପସଭାପତି ପ୍ରତାପ ଜେନାଙ୍କ ଦସ୍ତଖତରେ ଜାରି ହୋଇଥିବା ପ୍ରେସ ରିଲିଜରେ ଦର୍ଶାଗଲା ଯେ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିଲେ ପ୍ରଫୁଲ୍ଲ ମଲ୍ଲିକ

କିନ୍ତୁ ବାସ୍ତବ କଥା ହେଉଛି BJDର ଅଧିକାଂଶ ବରିଷ୍ଠ ନେତାଙ୍କ ସହ ଭୈରବ ପାଣ୍ଡିଆନଙ୍କର ପଟୁ ନାହିଁ। ସେଥିପାଇଁ ପ୍ରଫୁଲ୍ଲ ମଲ୍ଲିକଙ୍କ ପରି ବରିଷ୍ଠ ନେତାଙ୍କୁ କୋଣଠେସା କରିବାକୁ ଚାହୁଁଛନ୍ତି ପାଣ୍ଡିଆନ। ଆଉ ପାଣ୍ଡିଆନଙ୍କର ଢ଼ାଲ ହୋଇଛନ୍ତି ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କ ମୋହରେ ନବୀନ ଏମିତି ବାୟା ଯେ କାମକ୍ଷା ନଗର ଆସନରୁ 4 ଥରର ବିଧାୟକ ହୋଇଥିବା ପ୍ରଫୁଲ ମଲ୍ଲିକଙ୍କୁ ଦଳ ଛାଡିବା ଲାଗି ବାଧ୍ୟ କରାଗଲା।
ସେପଟେ ପାଣ୍ଡିଆନ ନିଜର ହୁକମାତି ଜାହିର କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା ପରେ, ତାଙ୍କୁ ଦଳରୁ ନିଲମ୍ବନ କରାଯିବାର ଭୁଲ ଖବରକୁ ବଜାରକୁ ଛଡା ଯାଉଛି। ଯେମିତି ବିଜୁ ଜନତା ଦଳର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀଙ୍କ କ୍ଷେତ୍ରରେ ନବୀନ ପଟ୍ଟନାୟକ ମିଛ କହିଥିଲେ।

ଗତ ଏପ୍ରିଲ 9 ତାରିଖରେ ନବୀନ ପଟ୍ଟନାୟକ କହିଲେ ଯେ ପ୍ରଭାତ ତ୍ରିପାଠୀ BJDରେ ନାହାଁନ୍ତି ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରଭାତଙ୍କୁ ନିଲମ୍ବନ କରାଯାଇଛିକିନ୍ତୁ ଚିଟଫଣ୍ଡ ମାମଲା ବିଚାରାଧୀନ ଥିବାରୁ ପ୍ରଭାତ ତ୍ରିପାଠୀଙ୍କ ଉପରୁ 2017ରେ ନିଲମ୍ବନ ଆଦେଶ ଉଠାଇଥିଲେ ନବୀନ । ଏପରିକି 2019ର ଏକ ନିର୍ବାଚନୀ ସଭାରେ ନବୀନ ପଟ୍ଟନାୟକପ୍ରଭାତ ତ୍ରିପାଠୀ ଏକାଠି ଭାଷଣ ଦେଇଥିଲେ କିନ୍ତୁ 2025 ଏପ୍ରିଲରେ ନବୀନଙ୍କ ନୟନ ପିତୁଳା ପାଣ୍ଡିଆନଙ୍କୁ ଭିଲେନ୍ ଆଖ୍ୟା ଦେଇଥିଲେ ପ୍ରଭାତ ତ୍ରିପାଠୀ। ଯେଉଁଥିପାଇଁ ପ୍ରଭାତ ତ୍ରିପାଠୀ ବିଜୁ ଜନତା ଦଳରେ ନାହାଁନ୍ତି ବୋଲି ମିଛ କହିଥିଲେ ନବୀନ ପଟ୍ଟନାୟକ ଆଉ ସେପ୍ଟମ୍ବର 12 ତାରିଖରେ ଇତିହାସର ହେଲା ପୁନରାବୃତ୍ତି । ପୁଣି ପାଣ୍ଡିଆନଙ୍କ ପାଇଁ ପ୍ରତାପ ଜେନା ମିଛ କହିଲେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଥିବା ପ୍ରଫୁଲ୍ଲ ମଲ୍ଲିକଙ୍କୁ BJDରୁ ନିଲମ୍ବନ କରାଯିବା ନାଟକ ରଚାଗଲା।
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ