Posts tagged Patakura

ଅତନୁ-ଲେନିନ୍ ମିଛୁଆ: ପାଟକୁରାରେ କାହାକୁ ମୁଖିଆ କରିବେ ନବୀନ

ଯେଉଁ ବିଜେଡି ସୁପ୍ରିମୋଙ୍କ ଗୋଟାଏ ଇଙ୍ଗିତରେ ଦିନେ ଦଳର ବଡ଼ବଡ଼ ମୁଣ୍ଡ ଗଡ଼ୁଥିଲା, ଆଜି ତାଙ୍କର ଅସହାୟ ସ୍ଥିତି ପଦାରେ ପଡ଼ିଛି। ବିଜୁ ଜନତା ଦଳର ଇତିହାସରେ ପ୍ରଥମଥର ନିଜର ନିଷ୍ପତ୍ତିକୁ ଠିକ୍ ବୋଲି ପ୍ରମାଣ କରିବାକୁ ବାଧ୍ୟ ହୋଇଛନ୍ତି ନବୀନ ପଟ୍ଟନାୟକ। ପ୍ରେସ ରିଲିଜ ଦେବାର 6 ଦିନ ପରେ ଗଣମାଧ୍ୟମ ସାମ୍ନାକୁ  ଆସିଛନ୍ତ ନବୀନ। ପାଟକୁରାବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ବିଜେଡିର ବରିଷ୍ଠ ନେତୃବୃନ୍ଦଙ୍କ ସମର୍ଥନ ନ ମିଳିବାରୁ ନବୀନ ନିଜେ ପଦାକୁ ବାହାରିଛନ୍ତି। ମିଡିଆକୁ ପ୍ରତିକ୍ରିୟା ଦେଇ ଅତନୁ ସବ୍ୟସଚୀ ନାୟକ ଓ ବିଜେଡି ମୁଖପାତ୍ର ଲେନୀନ୍ ମହାନ୍ତି ଜଣେଜଣେ ମିଛୁଆ ବୋଲି ପ୍ରମାଣିତ କରି ଦେଇଛନ୍ତି ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିବାସୀଙ୍କୁ ଭେଟୁ ନାହାନ୍ତି କିନ୍ତୁ ବିଧାୟକ ଅରବିନ୍ଦ ମହାପାତ୍ର ପାଟକୁରା ବାସୀଙ୍କ କଥା ବୁଝୁ ନଥିବା ମିଡ଼ିଆ ଆଗରେ କହିଛନ୍ତି।

ବିଧାନସଭା ଯାଉ ନଥିବା ନବୀନ ପଟ୍ଟନାୟକ ନିଜର ସାମନ୍ତ ବାଦୀ ଚିନ୍ତାଧାରାକୁ ମିଡ଼ିଆ ଆଗରେ ରଖିଛନ୍ତି। ପାଟକୁରା କଥା ବୁଝିବାକୁ ସେ ଜଣେ ମୁଖିଆକୁ ପଠେଇବେ ବୋଲି କହିଛନ୍ତି। 24 ବର୍ଷ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କର ଜଣେ ମୁଖିଆ ଉପରେ ଏତେ ଭରସା କାହିଁକି? ଅନ୍ୟପଟେ   ଜାନୁଆରୀ 15 ତାରିଖରେ ଅରବିନ୍ଦ ମହାପାତ୍ରଙ୍କ ବିଜେଡିରୁ ନିଲମ୍ବନ ପରେ  ଅତନୁ ସବସଚୀ ନାୟକ କହିଥିଲେ ଯେ ପାଟକୁରା ବିଧାୟକ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତ । ଅତନୁଙ୍କ ସହ ସ୍ୱର ମିଳାଇଥିଲେ  ବିଜେଡି ମୁଖପାତ୍ର ଲେନୀନ ମହାନ୍ତି ,ପ୍ରମିଳା ମଲ୍ଲିକ, କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ଅମରେଶ ପତ୍ରୀ। ବିଜେଡିର ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ହାରିବା ପଛରେ ଅରବିନ୍ଦଙ୍କର ହାତ ଥିଲା ବୋଲି କହିଥିଲେ ବିଜେଡି ନେତା। ଯୋଉ ଅଭିଯୋଗକୁ ବାଏଁବାଏଁ ଉଡ଼େଇ ଦେଇଛନ୍ତି ନବୀନ ପଟ୍ଟନାୟକ। ଅତନୁ ଓ ଲେଲିନଙ୍କୁ ମିଛୁଆ ପ୍ରମାଣିତ କରିବାକୁ ନବୀନଙ୍କ ବକ୍ତବ୍ୟ ହିଁ ଯଥେଷ୍ଟ।

ଅପର ପକ୍ଷରେ ନବୀନ ପ୍ରଥମ ଥର ପାଇଁ ନିଜର ଡିସିସନକୁ ନେଇ ବିଜୁ ଜନତା ଦଳ ଓ ଲୋକଙ୍କ ମଧ୍ୟରେ ନିନ୍ଦିତ ହୋଇଛନ୍ତି। ବିଜୟ ମହାପାତ୍ରଙ୍କ ଉପରେ ରାଗ ଶୁଝାଇବାକୁ ଯାଇ ପୁଅ ଅରବିନ୍ଦଙ୍କୁ ବିଜେଡିରୁ ନିଲମ୍ବିତ କରିଛନ୍ତି। ସେଥିପାଇଁ ପାଟକୁରା ନିର୍ବାଚନ ମଣ୍ଡଳୀରେ ପ୍ରାୟୋଜିତ ବୈଠକ କରୁଛନ୍ତି । ସେଠିକାର ଲୋକଙ୍କୁ ଭୁବନେଶ୍ୱରକୁ ଡକାଇ ନିଜ ନିଷ୍ପତ୍ତିକୁ ଠିକ୍ ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି ନବୀନ। ଅପରପକ୍ଷରେ ଦଳରୁ ନିଲମ୍ବିତ ହୋଇଥିବା ଅନ୍ୟଜଣେ ବିଧାୟକ ସନାତନ ମହାକୁଡଙ୍କୁ ନେଇ ନବୀନ ପଟ୍ଟନାୟକ ପୁରା ଚୁପ୍ । କ୍ଷମତାରୁ ଗଲାପରେ ସତରେ କେତେ ଅସହାୟ ନବୀନ?