Posts tagged OERC

ଟାଟା ପାୱାରର ମନମାନି ଛଡ଼େଇବ OERC

ଟାଟା ପାଓ୍ୱାର ସଂସ୍ଥାର ମନମାନି ବିରୁଦ୍ଧରେ ଅଭିଯୋଗ ଶୁଣିବ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (OERC)ଟାଟାର ବିଦ୍ୟୁତ୍ ସେବାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥ‌ିବା ବେଳେ ଏହାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି OERC ଏନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି ଟାଟା ପାଓ୍ୱାରର ମନମାନିକୁ ନେଇ ଏକ ମାମଲାର ଶୁଣାଣି ବେଳେ OERCର ପୂର୍ବତନ ସଭ୍ୟ ବିଜୟ ଚନ୍ଦ୍ର ଜେନା ଟାଟାର ବିଦ୍ୟୁତସେବା ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଅଧ୍ୟକ୍ଷ ପ୍ରଦୀପ ଜେନା ମଧ୍ୟ ଅସନ୍ତୋଷ ଝାଡ଼ିଥିଲେ। ବିଦ୍ୟୁତ ସଷ୍ଟେଶନ, ଖୁଣ୍ଟ ଓ ତାର ଉପରେ ଗଛ ମାଡିଯିବାରୁ କିଭଳି ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇଛି ତାର ଅସଲ ଚିତ୍ର ଏଲଇଡି ମାଧ୍ୟମରେ ଦେଖାଯାଇଥିଲା। ବିଦ୍ୟୁତସେବାର ଅବ୍ୟବସ୍ଥାକୁ ନେଇ ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା ପ୍ରବଳ ବର୍ଷିବା ସହିତ ଏହା ଉପରେ ଅଧ‌ିକରୁ ଅଧ‌ିକ ଉପଭୋକ୍ତାଙ୍କ ମତାମତର ଆବଶ୍ୟକତା ଅନୁଭବ କରି ସାଧାରଣ ବିଜ୍ଞପ୍ତି ପ୍ରକାଶ କରାଇଛନ୍ତି । ଓଡ଼ିଶାର ଏକ କୋଟି ଉପଭୋକ୍ତା ଟାଟାର ବିଦ୍ୟୁତସେବା ଉପରେ ମତାମତ ଦେଇପାରିବେ ।

ଆସନ୍ତା 30 ଦିନ ମଧ୍ୟରେ ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତା ମାନେ, ବିଦ୍ୟୁତ୍ ବିତରଣ ସଂସ୍ଥା-ଟାଟା ପାଓ୍ୱାର ସଂପର୍କରେ OERC ନିକଟରେ ଲିଖିତ ଅଭିଯୋଗ ଦାଖଲ କରିପାରିବେ। ନିମ୍ନମାନର ବିଦ୍ୟୁତ୍ ସେବା, ମନଇଚ୍ଛା ବିଦ୍ୟୁତ୍ କାଟ୍, ବଳପୂର୍ବକ ସ୍ମାର୍ଟ ମିଟର ସ୍ଥାପନ, ମିଟର ଚେକିଂ ନାଁରେ ଅତ୍ୟଧିକ ଫାଇନ୍ ଆଦାୟ ଭଳି ଗୁରୁତର ଅଭିଯୋଗ ଟାଟା ପାଓ୍ୱାର ବିରୁଦ୍ଧରେ ରହିଛି । ଅଭିଯୋଗକାରୀ ବି.ସି ଜେନାଙ୍କ ପିଟିସନକୁ ଭିତ୍ତି କରି, ବିଦ୍ୟୁତ୍ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ନେବାକୁ OERCକୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରସ୍ତାବ ପାଇବାରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ନିଜ ପକ୍ଷରୁ ଏଭଳି ବିଜ୍ଞପ୍ତି ପ୍ରକାଶ ବିଦ୍ୟୁତ୍ ଉପଭୋକ୍ତାଙ୍କ ଠାରୁ ଅଭିଯୋଗ ପତ୍ର ଆହ୍ୱାନ କରିଛନ୍ତି । ପୂର୍ବରୁ ଉତ୍କଳ ଚାମ୍ବର୍ସ ଅଫ କମର୍ସ ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନ ମଧ୍ୟ ଟାଟା ପାଓ୍ୱାର ବିରୁଦ୍ଧରେ ସରକାରଙ୍କୁ ଅବଗତ କରାଇଥିଲେ। ଟାଟା ପାୱାରର ମନମାନି ବିରୁଦ୍ଧରେ ଷ୍ଟ୍ରଙ୍ଗ ଆକ୍ସନ ନେବ OERC ।