Posts tagged Odisha’s Governor

୨୮ ମାସରେ ୩ ରାଜ୍ୟପାଳ!କାହିଁକି ବଦଳୁଛନ୍ତି ଗଭର୍ଣ୍ଣର?

ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି ବ୍ରଜମୋହନ ରାମ । 28 ମାସରେ ଓଡ଼ିଶା ଦେଖିଲା 3 ରାଜ୍ୟପାଳ । ବାରମ୍ବାର ରାଜ୍ୟପାଳ ବଦଳିକୁ ନେଇ ପଲିଟିକାଲ୍ ସର୍କଲ୍ ସରଗରମ । ଓଡ଼ିଶାରେ ଏବେ ଟ୍ରିପଲ୍ ମୋହନ ରାଜ୍ ଚାଲିବା ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ବ୍ରଜ ମୋହନ ଏବଂ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅକ୍ତିଆରରେ ଏବେ ଓଡ଼ିଶା । ଓଡ଼ିଶାର ଗଭର୍ଣ୍ଣର ହରିବାବୁ କମ୍ଭମପାଟିଙ୍କୁ ରିପ୍ଲେସ୍ କରିଛନ୍ତି ବ୍ରଜମୋହନ ରାମ । CM ସିଟରେ ଆଦିବାସୀ ଚେହେରାଙ୍କୁ ଇଣ୍ଟ୍ରଡ୍ୟୁସ କରିଥିବା ବିଜେପି, ଗଭର୍ଣ୍ଣର ପଦରେ ଦଳିତ ନେତାଙ୍କୁ ବସାଇଛି । ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମ ଝାଡ଼ଖଣ୍ଡର ଅନୁସୂଚିତ ଜାତି ମୋର୍ଚ୍ଚା ଦାୟିତ୍ୱ ତୁଲାଇଛନ୍ତି । 1996ରୁ 2004 ଯାଏଁ ପଲାମୁ ସିଟରୁ 3ଥର ଲୋକସଭାକୁ ପ୍ରତିନିଧିତ୍ୱ କରିଥିବା ବ୍ରଜମୋହନ, ଅନଡିଭାଇଡେଡ୍ ବିହାରରୁ ଲତେହାର ସିଟରୁ ବିଧାୟକ ହୋଇଥିଲେ । ବ୍ରଜମୋହନଙ୍କ ପାରିବା ପଣିଆକୁ ନୁହେଁ ବରଂ ବିଜେପି ସରକାରରେ ଗଭର୍ଣ୍ଣର ପୋଷ୍ଟକୁ ନେଇ ଚର୍ଚ୍ଚା।

ପ୍ରକୃତରେ ଅସୁବିଧା କେଉଁଠି, ରାଜ୍ୟପାଳଙ୍କ ଓଡ଼ିଶାରେ ରହିବାକୁ ଆଗ୍ରହ ନାହିଁ, ନା’ ରଖେଇ ଦେଉନାହାନ୍ତି ବିଜେପି ସରକାର । ହରିବାବୁ ବିଦା ହେବାର ଅସଲ କାରଣ କ’ଣ? ପୂର୍ବରୁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବାର ଦାସ ହଠାତ୍ ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ, ଆଉ ହରିବାବୁ ହଠାତ ବିଦା । ତେବେ ହରିବାବୁ କମ୍ଭମପାଟି ଗଭର୍ଣ୍ଣର ସିଟରୁ ହଟିବା ନେଇ କୌଣସି କନଫ୍ୟୁଜନ୍ ନାହିଁ କାରଣ ତାଙ୍କର 5 ବର୍ଷିଆ କାର୍ଯ୍ୟକାଳ ଶେଷ ହୋଇସାରିଛି ।

  • 2021 ମସିହା ଜୁଲାଇ 19 ତାରିଖରେ ମିଜୋରାମର ରାଜ୍ୟପାଳ ଆସନରେ ବସିଥିଲେ ହରିବାବୁ
  • 2025 ଜାନୁଆରୀ 2 ତାରିଖରେ ମିଜୋରାମ ଛାଡିଥିଲେ ହରିବାବୁ
  • 2025 ମସିହା ଜାନୁଆରୀ 3 ତାରିଖରୁ 2026 ଅକ୍ଟୋବର 12 ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଗଭର୍ଣ୍ଣର ସିଟରେ ବସିଲେ
  • ସମ୍ବିଧାନର ଅନୁଚ୍ଛେଦ 156(3) ଅନୁଯାୟୀ ରାଜ୍ୟପାଳଙ୍କ କାର୍ଯ୍ୟକାଳ ହେଉଛି 5 ବର୍ଷ
  • ସେହି ହିସାବରେ ହରିବାବୁଙ୍କ କାର୍ଯ୍ୟକାଳ 2026 ଜୁଲାଇ 18 ତାରିଖରୁ ଶେଷ ହୋଇଯାଇଛି
  • ମିଜୋରାମରେ 3 ବର୍ଷ 3 ମାସ 14 ଦିନ ଏବଂ ଓଡ଼ିଶାରେ ବର୍ଷେ 9 ମାସ 9 ଦିନକୁ ମିଶାଇ 5 ବର୍ଷ 2 ମାସ 23 ଦିନ କ୍ଷମତାରେ ରହିଛନ୍ତି ହରିବାବୁ
  • ଟର୍ମ କମ୍ପ୍ଲିଟ ହେବା ପରେ ମଧ୍ୟ 2 ମାସ 23 ଦିନ ଏକ୍ସଟ୍ରା ସମୟ ଗଭର୍ଣ୍ଣର ସିଟରେ ବସିଛନ୍ତି
  • ତାଙ୍କର ଟେନ୍ୟୁୟରକୁ ନେଇ କୌଣସି ସନ୍ଦେହ ନାହିଁ, କିନ୍ତୁ କଥା ହେଉଛି ଅନ୍ୟ କୌଣସି ରାଜ୍ୟର ଦାୟିତ୍ୱ ମିଳିନି
    ଓଡ଼ିଶାରୁ ବିଦା ହେବା ପଛରେ ତାଙ୍କର ଏକ୍ସଟ୍ରା ପଲିଟିକାଲ୍ ଇଣ୍ଟରଫେୟାରାନ୍ସ ହିଁ ମେନ୍ କଜ୍ ବୋଲି ଚର୍ଚ୍ଚା ହେଉଛି
  • ହରିବାବୁ ରାଜ୍ୟପାଳ ପଦର ମର୍ଯ୍ୟଦା ହାନୀ କରିଥିବାର ଅଭିଯୋଗ ହେଉଥିଲା
  • ପ୍ରୋଟୋକଲକୁ ଭାଙ୍ଗି ମନ୍ତ୍ରୀ ମାନଙ୍କର ଘରକୁ ଯାଇ ସେ ସାକ୍ଷାତ କରୁଥିଲେ
  • ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଜଳସମ୍ପଦ ବିଭାଗର ସମୀକ୍ଷା ମଧ୍ୟ କରୁଥିଲେ, ଯାହା ପ୍ରୋଟୋକଲ୍ ବାହାରେ
  • ତେବେ ଏହା ପୂର୍ବରୁ ଓଡ଼ିଶାରେ ବିଜେପି ସରକାରକୁ ଆସିବାର 6ମାସ ପରେ ଗଭର୍ଣ୍ଣର ସିଟରୁ ହଟିଥିଲେ ରଘୁବର ଦାସ
  • ରଘୁବର ଦାସ 2024ଡିସେମ୍ବର 24 ତାରିଖରେ ହଠାତ୍ ରାଜ୍ୟପାଳ ପଦରୁ ଦେଇଥିଲେ ଇସ୍ତଫା
  • ଏବେ ଆସିଲେଣି ବ୍ରଜମୋହନ ରାମ
    ତେବେ ବିଜୁ ଜନତା ଦଳର 24 ବର୍ଷ ସରକାର ସମୟରେ ଓଡ଼ିଶାବାସୀ ଦେଖିଥିଲେ 6 ଜଣ ରାଜ୍ୟପାଳ, କିନ୍ତୁ ବିଜେପିର ମାତ୍ର 28 ମାସର ସରକାରରେ ଓଡ଼ିଶା ଦେଖିଲାଣି 3 ରାଜ୍ୟପାଳ ।
    ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା