Posts tagged Odisha Pride

ହ୍ୱିଲ୍ ଚେୟାରରୁ ଜାତୀୟ ରେକର୍ଡ !

ଓଡ଼ିଶାର ସୁନା ଝିଅ। ଦୁଇଗୋଡ଼ ଅଚଳ ହେଲେ ବି ଗଢିଛନ୍ତି ସ୍ୱତନ୍ତ୍ର ପରିଚୟ। ହ୍ୱିଲ ଚେୟାରରେ ରହି ତିଆରି କରିଛନ୍ତି ପରିଚୟର ପାହାଡ଼। ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରିରୀକ ଅସୁସ୍ଥତା। ଗାଁରେ ରହି ପାଇଛନ୍ତି ଜାତୀୟ ସ୍ତରର ସଫଳତା । ଭିନ୍ନକ୍ଷମ ହୋଇଥିବା ସତ୍ତ୍ୱେ ସେ ପାଲଟିଛନ୍ତି ଜଣେ ସଫଳ ସ୍ୱିମର। ଓଡ଼ିଶାର ସୀମାରେ ସୀମିତ ନ ରହି ପାଲଟିଛନ୍ତି ଦେଶର ଗୌରବ ।
ଏଭଳି ଜଣେ ଦିବ୍ୟାଙ୍ଗ ପାରା କ୍ରୀଡାବିତ୍‌ ହେଉଛନ୍ତି ଗଂଜାମ ହିଞ୍ଜିଳିକାଟୁ ଅଞ୍ଚଳର ଗିରିଆ ଗାଁର କବିତା ଦଳାଇବାପା ସ୍ୱରାଜ୍ୟ ଦଳାଇ ଓ ମାଆ ନର୍ମଦାଙ୍କ ସାନ ଝିଅ କବିତା । ଯାହାଙ୍କ ସଙ୍ଘର୍ଷ ଓ ସଫଳତାର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା । ଜନ୍ମର ବର୍ଷେ ପରେ ପୋଲିଓରେ ଆକ୍ରାନ୍ତ ହୋଇ ଚାଲିବାର ସାମର୍ଥ୍ୟ ହରେଇଥିଲେ କବିତା । ଆର୍ଥିକ ଅସୁବିଧା ହେତୁ ଦଶମରେ ଅଟକିଥିଲେ, ଉଚ୍ଚ ଶିକ୍ଷାରେ ବନ୍ଧା ହେଲା ଡୋରି। ସ୍କୁଲସ୍ତରରେ ଜଣେ ଦକ୍ଷ ପାରା ଆଥଲେଟ୍‌ ଭାବେ ତାଙ୍କର ପ୍ରତିଭା ସାମ୍ନାକୁ ଆସିଥିଲାପହଁରା ସହିତ ହ୍ୟାଣ୍ଡ ବଲ୍‌ରେ ମାହିର  ସାଜିଛନ୍ତି କବିତା।

୨୦୧୯ରେ ଭୁବନେଶ୍ୱର ଆସି ଘରୋଇ କପଡା କମ୍ପାନୀରେ କାମ କରିବା ସହ ୨୦୨୩-୨୪ ମସିହାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ କରିଥିଲେ ସନ୍ତରଣ ଓ ହ୍ୟାଣ୍ଡ ବଲ୍‌ର ଅଭ୍ୟାସ । କବିତା ୨୦୦୨୩- ୨୪ରେ ଗ୍ୱାଲିଅରରେ ଅନୁଷ୍ଠିତ ଏକ ଜାତୀୟସ୍ତରୀୟ ପାରା ପ୍ରତିଯୋଗିତାରେ ସ୍ୱିମିଂ ବିଭାଗରେ ୩ଟି ରୌପ୍ୟ ପଦକ ଜିତିଥିଲେ । ଏହାପରେ ୨୦୨୪ରେ ଗୋଆରେ ଆୟୋଜିତ ଜାତୀୟ ପାରା ସ୍ୱିମିଂ ପ୍ରତିଯୋଗିତାରେ ୨ଟି ରୌପ୍ୟ, ଗୋଟିଏ ବ୍ରୋଞ୍ଜ ଓ ଚଳିତବର୍ଷ ହାଇଦ୍ରାବାଦରେ ଆୟୋଜିତ ପାରା କ୍ରୀଡା ପ୍ରତିଯୋଗିତାରେ ସ୍ୱିମିଂ ବର୍ଗରେ ଗୋଟିଏ ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ ଜିତିଛନ୍ତି

ରାଜ୍ୟକୁ ଗୌରବାନ୍ୱିତ କରିଥିବା କବିତାଙ୍କୁ ନା କୌଣସି ପ୍ରୋତ୍ସାହନ ମିଳୁଛି, ନା ମିଳୁଛି ସୁଯୋଗ । ତଥାପି ତାଙ୍କ ଚେଷ୍ଟାରେ କେବେ ବ୍ରେକ୍ ଲାଗିନି । ଇଣ୍ଟରନ୍ୟାସନାଲ ଲେବଲରେ ଖେଳିବାକୁ ଆଗ୍ରହୀ ଅଛନ୍ତି କବିତା ଦଳାଇ । ସରକାରଙ୍କ ତରଫରୁ ତାଙ୍କୁ ପ୍ରୋତ୍ସାହନ ମିଳିଲେ ହୁଏତ ଅଧିକରୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇପାରନ୍ତେ