Posts tagged Odisha Congress

ଜନ ନାୟକ ଜେ.ବି : ଓଡ଼ିଶାର ସବୁ ନେତାଙ୍କ ଠାରୁ ଉର୍ଦ୍ଧ୍ୱରେ

‘‘ଉଚ୍ଚକୂଳରେ ଜନ୍ମ ହେବା ଦୈବର ଅଧିନ, କିନ୍ତୁ ପୁରୁଷକାର ମୋର ଅଧିନ’’ ବେଣୀ ସଂହାରମର ସଂଳାପ ଥିଲାଜୀବନର ମୂଳମନ୍ତ୍ରସାହିତ୍ୟ ଏବଂ ସାମ୍ବାଦିକତାରେ ରୁଚି ରଖିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଅର୍ଥାତ୍ ଜେବି ୧୯୨୭ ଜାନୁୟାରୀ ୩ ରେ ଜନ୍ମଲାଭ କରି ୧୯୭୦ ଦଶକରେ କରିଥିଲେ ରାଜନୈତିକ ଭାଗ୍ୟ ପରୀକ୍ଷା୧୯୭୧ରେ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇ ପାର୍ଲିଆମେଣ୍ଟରେ ପାଦ ଥାପିଥିବା ଜେ.ବି ନିଜର ବିଚକ୍ଷଣତା ବଳରେ ଇନ୍ଦିରା ଗାନ୍ଧିଙ୍କ ଶାସନରେ ୧୯୭୩ରୁ ୭୫  ପ୍ରତିରକ୍ଷା ଉପମନ୍ତ୍ରୀ, ୧୯୭୭ରେ ରାଷ୍ଟ୍ରମନ୍ତ୍ରୀ  ହେବା ସହ ବେସାମରିକ ବିମାନ ଚଳାଚଳ ପର୍ଯ୍ୟଟନ ଓ ଶ୍ରମ ବିଭାଗ କରି ଗୁରୁତ୍ତ୍ୱପୂଣ୍ଣ ବିଭାଗରେ ମନ୍ତ୍ରୀ ହୋଇଛନ୍ତି। ମାତ୍ର ୨୫ ବର୍ଷରେ ସେ ଇଷ୍ଟର୍ଣ୍ଣ ଟାଇମସ୍ ଏବଂ ପ୍ରଜାତନ୍ତ୍ରର ସମ୍ପାଦକ ବି ହୋଇଛନ୍ତି।

ସାହିତ୍ୟ, ରାଜନୀତି ଓ ସାମ୍ବାଦିକତାର ତ୍ରିବେଣୀ ସଙ୍ଗମ ଜେ.ବି
ସାହିତ୍ୟ, ସାମ୍ବାଦିକତା ଏବଂ ରାଜନୀତିର ଧୂରୀଣ ବିନ୍ଧାଣୀ ଜେ.ବି ଓଡ଼ିଶା ରାଜନୀତିରେ ଅନିଶ୍ଚିନ୍ତତା ଏବଂ ଅସ୍ଥିରତାର ସରକାର ପ୍ରଥାରେ ଟାଣିଥିଲେ ପୁର୍ଣ୍ଣଛେଦ। ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ନୀଳମଣୀ ରାଉତରାୟଙ୍କ ଭଳି ନେତା ସ୍ଥିର ସରକାର ଗଢିବାକୁ ହୋଇଥିଲେ ବିଫଳ। ସେ କିନ୍ତୁ ୧୯୮୦ରୁ ୯୦ ଦୁଇ ପାଳି ଏବଂ ୧୯୯୫ରୁ ୯୯ ଯାଏଁ ନିରବଛିନ ମୁଖ୍ୟମନ୍ତ୍ରୀ ହୋଇ ଗଢିଥିଲେ ସ୍ଥିର ସରକାରନବୀନ ପଟ୍ଟନାୟକ ଯଦିଓ ଓଡ଼ିଶାର ସର୍ବାଧିକ ସମୟର ମୁଖ୍ୟମନ୍ତ୍ରୀ ଜେ.ବିଙ୍କ କଣ୍ଟ୍ରୋଲ କିନ୍ତୁ ୩୧୪ ବ୍ଲକରେ ଥିଲା।
ଶିଳ୍ପର ସ୍ଥପତି ଜାନକୀ ବଲ୍ଲଭ ପଟ୍ଟନାୟକ ୧୦୦୦ ଦିନରେ ୧୦୦୦ ଶିଳ୍ପର ଆହ୍ୱାନ ଦେଇ ଏକ ବିପ୍ଳବ ଆରମ୍ଭ କରିଥିଲେତାଙ୍କ ସମୟରେ ୧୯୮୦ରେ ଓମଫେଡ୍ ପ୍ରତିଷ୍ଠା ହେବା ସହ ଅଣ୍ଡା ଉତ୍ପାଦନ ପାଇଁ ମୁଣ୍ଡ ଟେକିଥିଲା ଓପୋଲୋଫେଡ୍ଲୁଲୁ ମହାପାତ୍ରଙ୍କ ପରି ଛାତ୍ରନେତା ସୃଷ୍ଠିରେ ସେ ଥିଲେ ସଫଳ ବିନ୍ଧାଣୀ। ଯାହା ଏବେକା ସରକାରରେ ହୁଏତ ସମ୍ଭବ ନୁହେଁ। ଏମିତିରେ ବି ପୁର୍ବ ସରକାର ସହ ଏ ସରକାର ମଧ୍ୟ ସରକାର କଲେଜ୍ ଇଲେକ୍ସନ୍ ବନ୍ଦ କରି ଛାତ୍ର ନେତା ସୃଷ୍ଠିରେ ବାଧକ ସାଜିଛି ।

ଦାଦନର ବିରୋଧି ଜେବି କେନ୍ଦୁଝରରେ ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରି, ବାଲେଶ୍ୱରରେ ଟାୟାର ଶିଳ୍ପ ଏବଂ ଭଦ୍ରକରେ ଚାର୍ଜକ୍ରୋମ, ନାଲକୋ ପ୍ରତିଷ୍ଠା ସହ  ନୁଆହାଟରେ ଶ୍ରୀ ଜଗନ୍ନାଥ ସୁତାକଳର ସ୍ଥାପନ କରି ଶିଳ୍ପର  ସ୍ଥାପନା କରିଥିଲେ। ବର୍ତ୍ତମାନ ସମୟରେ ଚଳଚ୍ଚିତ୍ର ଶିଲ୍ପ ଆଣ୍ଠେଇ ପଡିଥିବା ବେଳେ ସେ ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକ କଳିଙ୍ଗ ଷ୍ଟୁଡିଓ ସହ ପ୍ରତିଷ୍ଠା କରିଥିଲେ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ସଂସ୍ଥା । କ୍ରୀଡ଼ାର ବିକାଶ ପାଇଁ ଛାତ୍ରାବାସ, ଜବାହର ଲାଲ୍ ଇନଡୋର ଷ୍ଟାଡ଼ିୟମ୍ ଆଦି ତାଙ୍କର ପରିକଳ୍ପନା । ହୋଟେଲକୁ ଶିଳ୍ପର ମାନ୍ୟତା ବି ତାଙ୍କରି ପ୍ରୟାସ।
              ଓଡିଶାର ଚର୍ଚ୍ଚିତ ବ୍ୟକ୍ତିଙ୍କ ଗହଣରେ ଶ୍ରେଷ୍ଠରେ ସେ ରହି ଆସିଛନ୍ତି। ସେ ଏକାଧାରରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଏବଂ ବିରୋଧିଦଳ ନେତା ହୋଇଛନ୍ତି ଯାହା ଓଡିଶାର କୌଣସି ନେତାଙ୍କ ପାଖରେ ନାହିଁ । ବିଜୁ ପଟ୍ଟନାୟକ ଯଦିଓ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ କିନ୍ତୁ ରାଜ୍ୟପାଳ ହୋଇ ନାହାନ୍ତି। ସେହିପରି ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ହୋଇଥିଲେ ସୁଦ୍ଧା ବିରୋଧିଦଳ ନେତା ହୋଇ ପାରି ନାହାନ୍ତି। ନବୀନ ପଟ୍ଟନାୟକ ଯଦିଓ ସର୍ବାଧିକ ସମୟ କ୍ଷମତାରେ ରହି ମୁଖ୍ୟମନ୍ତ୍ରୀ ସହ ବିରୋଧୀ ଦଳ ନେତା ସାଜିଛନ୍ତି ତଥାପି ଜେ.ବିଙ୍କ ଭଳି ଏକାଧିକ କ୍ଷମତାର ଅଧିକାରୀ ହୋଇ ପାରି ନାହାନ୍ତି । ଏ ଦୃଷ୍ଟିରୁ ଦେଖିବାକୁ ଗଲେ ଜାନକୀ ବଲ୍ଲଭ ପଟ୍ଟନାୟକ ସମସ୍ତଙ୍କଠାରୁ ଢେର୍ ଆଗରେ ।

କଂଗ୍ରେସକୁ ହରାଇଲେ କଂଗ୍ରେସ ନେତା

ନୂଆପଡ଼ାରେ କଂଗ୍ରେସର ପରାଜୟ ପରେ ଦଳର ନେତାଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ କେବଳ ଯେ ବିଭୀଷଣ କହି ଆକ୍ଷେପ କରିଛନ୍ତି ତାହା ନୁହେଁ ବରଂ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଛନ୍ତି । ଯାହାକୁ ନେଇ କଂଗ୍ରେସରେ ଚାପା ଉତ୍ତେଜନା ଆରମ୍ଭ ହୋଇଯାଇଛି । ନୂଆପଡ଼ା ବାଇ ଇଲେକ୍ସନର ରେଜଲ୍ଟ ଭକ୍ତଙ୍କୁ ନିରାଶ କରିଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ 1, 23, 869 ଭୋଟ ହାତେଇଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି 40,121 ଭୋଟ୍ । ଯଦିଓ ବିଜେଡିକୁ ପଛରେ ପକାଇ କଂଗ୍ରେସ ଦୁଇ ନମ୍ବରରେ ରହିଛି କିନ୍ତୁ ନୂଆପଡ଼ା ସିଟ୍ ହାତେଇ ପାରିନି। ଯାହାକୁ ନେଇ ଭକ୍ତ ଦାସ କଂଗ୍ରେସ ପାର୍ଟିର କିଛି ନେତାଙ୍କୁ ଇସାରା କରିଛନ୍ତି । କଂଗ୍ରେସ ଟିକେଟରେ ଲଢିଥିବା ଘାସିରାମ ମାଝୀ ବି ଏ କଥା ସ୍ୱୀକାର କରିଛନ୍ତି କି କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରଚାରର ଅଭାବ ସାଙ୍ଗକୁ ଟଙ୍କା ଖର୍ଚ୍ଚ ନ କରିବା କଗ୍ରେସର ଭୋଟ କମାଇଥିଲା । 2024 ନିର୍ବାଚନରେ ସ୍ୱାଧୀନ ଭାବରେ ଲଢି ଘାସିରାମ ମାଝୀ 50 ହଜାରରୁ ଅଧିକ ଭୋଟ ପାଇଥିଲା ବେଳେ ବାଇ ଇଲେକ୍ସନରେ ତାଠାରୁ 10 ହଜାର କମ୍ ଭୋଟ୍ ପାଇଛନ୍ତି ।

କଂଗ୍ରେସର ଭୋଟ କମିବା ପଛରେ କଂଗ୍ରେସ ନେତାଙ୍କର ହିଁ ହାତ ଥିବା କହିଛନ୍ତି ଭକ୍ତ ଦାସ । ସିଧା ସିଧା ନାଁ ନନେଇ ବିଭୀଷଣ ଶବ୍ଦର ବ୍ୟବହାର କରିଛନ୍ତି ।ଦଳରେ ଥାଇ ଆତ୍ମଘାତୀ କାର୍ଯ୍ୟ କରି କ୍ଷତି ପହଞ୍ଚାଇଥିବା ବିଭୀଷଣମାନଙ୍କୁ କଦାପି ବରଦାସ୍ତ କରା‌ଯିବ ନାହିଁ ବୋଲି ଚେତାବନୀ ବି ଦେଇଛନ୍ତି।  ଏମିତିରେ ବି କଂଗ୍ରସର ଷ୍ଟାର ପ୍ରଚାରକ ତାଲିକାରେ କିଛି ପପୁଲାର ଲିଡରଙ୍କର ନାଁ ନଥିବାରୁ ଭକ୍ତଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଭକ୍ତ ଦାସ ମାଇଲେଜ୍ ନେବାକୁ ଆଉ କାହାକୁ ଆଗକୁ ଛାଡ଼ୁ ନଥିବା କଥା ମଧ୍ୟ କୁହାଗଲା । ସାମ୍ନାକୁ ନ ଆସିଲେ ମଧ୍ୟ ଅନେକ ବରିଷ୍ଠ ନେତା ଏ କଥାରେ ସହମତ ଥିଲେ । ତେଣୁ ହୁଏତ ଭକ୍ତଙ୍କଠୁ ପ୍ରତିଶୋଧ ନେବାକୁ ନୂଆପଡ଼ା କ୍ଷେତ୍ରରେ ସେମାନେ ଆବଶ୍ୟକୀୟ ସାହାଯ୍ୟ କରି ନଥିଲେ ।  କଂଗ୍ରେସରେ ରହି କଂଗ୍ରେସର ବିଜୟ ଚାହୁଁ ନଥିଲେ । ଏମିତି କିଛି  ଟାର୍ଗେଟ କରି ଭକ୍ତଦାସ କଂଗ୍ରେସ ନେତାଙ୍କୁ  ବିଭୀଷଣ ବୋଳି କହିବା ସହିତ ଦୃଢ କାର୍ଯ୍ୟାନୁଷ୍ଟାନର କଥା ମଧ୍ୟ କହିଛନ୍ତି । ତେଣୁ ଭକ୍ତଙ୍କ ନେତୃତ୍ୱରେ  କଂଗ୍ରେସ ହୁଏତ ଏତର ପ୍ରତିକ୍ରିୟାଶୀଳ ହୋଇ ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ।

କଂଗ୍ରେସ ଛାଡି, ଜାତିଆଣ ରାଜନୀତି କରିବେ ବିଜୁଙ୍କ ଅବୁଝା ପୁଅ !

  • ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଶ୍ରୀକାନ୍ତ ଜେନାଙ୍କୁ ଭେଟିବା ନେଇ ଓଡ଼ିଶା ପଲିଟିକ୍ସର ଟେମ୍ପରେଚର ବଢିଛି
  • ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଓଡ଼ିଶା ଆସିବା ଏବଂ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ଭୁବନେଶ୍ୱର ବାସଭବନକୁ ଯିବା, ନିଶ୍ଚିତ ଏକ ହଟ୍ ଟପିକ୍ ।
  • କାରଣ ଅଖିଳେଶ ହେଉଛନ୍ତି ସମାଜବାଦୀ ପାର୍ଟି(SP)ର ସଭାପତି ଓ ଶ୍ରୀକାନ୍ତ ହେଉଛନ୍ତି ପ୍ରଦେଶ କଂଗ୍ରେସର ପଲିଟିକାଲ୍ ଆଫାୟର୍ସ କମିଟିର ସଦସ୍ୟ
  • ଦୁଇ ଜଣଙ୍କ ବୈଠକ ପରେ SPକୁ ଓଡ଼ିଶାରେ ସଙ୍ଗଠିତ କରିବା ପାଇଁ ଅଖିଳେଶଙ୍କ ବିବୃତ୍ତି, ନିଶ୍ଚିତ ପକ୍ଷେ ଆଲୋଚନାର ବିଷୟ ବସ୍ତୁ।
  • ଶ୍ରୀକାନ୍ତ ଜେନା କଣ କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିରେ ମିଶିବେ?

          ଓଡ଼ିଶାରେ SPର ନାହିଁ 1% ଭୋଟ
ଶ୍ରୀକାନ୍ତ ଜେନାଙ୍କୁ ପ୍ରଦେଶ କଂଗ୍ରେସର ପଲିଟିକାଲ୍ ଆଫାୟାର୍ସ କମିଟିରେ ନିଯୁକ୍ତି ମିଳିଛିନିଯୁକ୍ତିର 24 ଘଣ୍ଟା ନ ପୁରୁଣୁ ଶ୍ରୀକାନ୍ତ, SP ମୁଖ୍ୟଙ୍କ ସହ ମିଟିଂକୁ ନେଇ ଅନେକ ସସ୍ପେନ୍ସଶ୍ରୀକାନ୍ତ କ’ଣ SPକୁ ଓଡ଼ିଶାରେ ଲିଡ୍ କରିବେ ? କାରଣ ଦଳ ପରିବର୍ତ୍ତନ କରିବା ଶ୍ରୀକାନ୍ତ ଜେନାଙ୍କ ପାଇଁ କିଛି ନୂଆ କଥା ନୁହେଁ ! 1977ରେ ଜନତା ପାର୍ଟି ଟିକଟେରେ ବରୀ-ଡେରାବିଶରୁ ବିଧାୟକ ଭାବେ କ୍ୟାରିଅର ଆରମ୍ଭ କରିଥିବା ଶ୍ରୀକାନ୍ତ ପରେ ଜନତା ଦଳ, କଂଗ୍ରେସ ଟିକେଟରେ ଲଢି 3 ଥର ବିଧାୟକ ଓ 4 ଥର ସାଂସଦ ହୋଇଛନ୍ତି
 କଥା ଉଠୁଛି ଓଡ଼ିଶାରେ ଆଦୌ ସଙ୍ଗଠନ ନଥିବା SPକୁ ଶ୍ରୀକାନ୍ତ ଜେନା କ’ଣ ନେତୃତ୍ୱ ଦେଇ ପାରିବେ?
2024 ନିର୍ବାଚନର ଫଳାଫଳ କହୁଛି ଲୋକସଭା ନିର୍ବାଚନରେ
SPର ଓଡ଼ିଶାରେ ଭୋଟ୍ ହାର ଥିଲା ମାତ୍ର 0.03 % ଏବଂ ବିଧାନସଭାରେ ଥିଲା ମାତ୍ର 0.07% । ଓଡ଼ିଶାରେ ଜନାଧାର ନଥିବା ସମାଜବାଦୀ ପାର୍ଟିର ସାଇକେଲ ଚିହ୍ନକୁ ଶ୍ରୀକାନ୍ତ କିଭଳି ଭୋଟରଙ୍କ ପାଖରେ ପହଞ୍ଚାଇବ !

ମନ୍ତ୍ରୀ ପଦ ହିଁ ସବୁକିଛି
ଯଦିଓ ଶ୍ରୀକାନ୍ତ ଜେନାଙ୍କ ଅତୀତର ନିର୍ବାଚନ ସଫଳତାର ଚିଠା ଖୁବ୍ ଲମ୍ବା ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରେ ବରୀ-ଡେରାବିଶରୁ ଲଗାତର 3 ଥର ଜିତିଥିଲେ । ସେହିଭଳି କଟକ ଲୋକସଭା ଆସନରୁ 2 ଥର ଏବଂ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଥରେ ଜିତି 4 ଜଣ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ସେ ସ୍ଥାନ ପାଇଛନ୍ତି। ଭି.ପି.ସିଂହଙ୍କ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ଏଚ୍.ଡି.ଦେବଗୌଡାଆଇ.କେ ଗୁଜୁରାଲଙ୍କ କ୍ୟାବିନେଟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ମନ୍ତ୍ରୀର ଦାୟିତ୍ୱ ନିର୍ବାହ କରିଥିଲେ ଶ୍ରୀକାନ୍ତ ଜେନା ଯାହା ଓଡ଼ିଶାର କୌଣସି ନେତା ହାସଲ କରିନାହାନ୍ତି।
ତେବେ 1996ରେ ବିଜୁ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ କରାଇ ନଦେବାର ଶ୍ରୀକାନ୍ତ ଜେନାଙ୍କ ଚକ୍ରାନ୍ତ ଥିଲା ବୋଲି ଚର୍ଚ୍ଚା ହୁଏ ବିଜୁ ବାବୁଙ୍କୁ ଧୋକା ଦେବା ପରେ ଶ୍ରୀକାନ୍ତ ଜେନା ନିନ୍ଦିତ ହେଲେ ଏବଂ ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖାତ ମଧ୍ୟ ହେଲେ । କିନ୍ତୁ 2009 ନିର୍ବାଚନ ପୂର୍ବରୁ ପ୍ୟାରୀ ମହାପାତ୍ରଙ୍କ ସହ ଭିତିରି ବୁଝାମଣା କଲେ ବିଜୁ ବାବୁଙ୍କ ଅବୁଝା ପୁଅ ଶ୍ରୀକାନ୍ତ । ଆଉ BJDର ନୀରବ ସମର୍ଥନରେ ବାଲେଶ୍ୱର ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହେଲେ ଯଦିଓ ଲୋକସଭାକୁ ଏଣ୍ଟ୍ରି ମିଳିଗଲା, କିନ୍ତୁ ଶ୍ରୀକାନ୍ତ ଜେନାଙ୍କ ପ୍ରୋଫାଇଲ୍ ହ୍ରାସ ପାଇଲା।
ଏକଦା ଦେବଗୌଡ଼ା ଓ ଗୁଜରାଲଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଥିବା ଶ୍ରୀକାନ୍ତ ଜେନା, କ୍ଷମତା ଲୋଭରେ ମନମୋହନ ସିଂହଙ୍କ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ପଦର ଶପଥ ନେଲେ। ଆଉ ବିଶୃଙ୍ଖଳିତ ଆଚରଣ ପାଇଁ 2019ରେ କଂଗ୍ରେସ ଦଳରୁ ନିଲମ୍ବିତ ହୋଇଥିଲେ । ତେବେ ଗତ ନିର୍ବାଚନ ପୂର୍ବରୁ 6 ମାର୍ଚ୍ଚ 2024ରେ କଂଗ୍ରେସକୁ ଫେରି ଆସିଥିଲେ ଶ୍ରୀକାନ୍ତ ଜେନା।
ଆଉ 2024 ନିର୍ବାଚନରେ ବାଲେଶ୍ୱର ଭୋଟରଙ୍କ ଦ୍ୱାରା ସେ ପ୍ରତ୍ୟାଖ୍ୟା ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ 3, 26, 858 ଭୋଟ ବ୍ୟବଧାନରେ ପରାଜିତ ହୋଇ ସେ ତୃତୀୟ ସ୍ଥାନରେ ଥିଲେ
               ଖୁସି ହେବେ ଭକ୍ତ
ଏବେ ସାମାଜିକ ନ୍ୟାୟ ପ୍ରଦାନ ନାଁରେ ଅଖିଳେଶଙ୍କ ସହ ବୈଠକ କଲେଣି ଓଡ଼ିଶାରେ ଜାତିଭିତ୍ତିକ ରାଜନୀତିର ଗୁରୁତ୍ୱ ନଥିଲା ବେଳେ ହିନ୍ଦୁଙ୍କୁ ଜାତି ଭିତ୍ତିରେ ବାଣ୍ଟୁଥିବା SPକୁ ବଳ ଦେବାରେ ସକ୍ଷମ ହେବେ କି ଶ୍ରୀକାନ୍ତ ଜେନା ? ତେବେ ବିଚକ୍ଷଣ ଶ୍ରୀକାନ୍ତ କଂଗ୍ରେସ ଛାଡିଲେ, ସର୍ବାଧିକ ଖୁସି ହୋଇପାରନ୍ତି ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସ । କାରଣ ଭକ୍ତ ଦାସ ଜାଣିଛନ୍ତି ଯିଏ ବିଜୁ ପଟ୍ଟନାୟକଙ୍କ ନହେଲା, ସେହି ଶ୍ରୀକାନ୍ତ ଜେନା କଂଗ୍ରେସରେ ରହିଲେ ତାଙ୍କ ବିରୁଦ୍ଧରେ ନିଶ୍ଚିନ୍ତ ଚକ୍ରାନ୍ତ କରିବେ !