Posts tagged Odisha Assembly

ବିଧାନସଭାରେ ବିଜୁ ଝଡ଼ : ସରକାରଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଦାବି 

ବିଧାନସଭାରେ ବିଜୁ ପଟ୍ଟନାୟକଙ୍କୁ ନେଇ ଝଡ଼। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ବିଧାନସଭା ସରଗରମ। ଉଭୟ ବିଜେଡି କଂଗ୍ରେସ ଓ CPIMର ନେତା ମଧ୍ୟ ବିଧାନସଭାରେ ଏ ପ୍ରସଙ୍ଗକୁ ତୀବ୍ର ବିରୋଧ ବିରୋଧ କରିଛନ୍ତି । ଗୋଟାଏ ପଟେ ବିଜୁ ପଟ୍ଟନାୟକଙ୍କ ଅପମାନ ଓଡ଼ିଶା ସହିବ ନାହିଁ ବୋଲି ବିରୋଧି ମତ ଦେଉଥିଲା ବେଳେ ଅନ୍ୟପଟେ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେଡି କଂଗ୍ରେସ ସହ ମିଶି ରାଜନୀତି କରୁଛି ବୋଲି କହୁଛନ୍ତି । ଓଡ଼ିଶାର ବରପୁତ୍ର ଭାବେ ଦଳ ମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ସମ୍ମାନ କରନ୍ତି । କିନ୍ତୁ ଝାଡ଼ଖଣ୍ଡ ସାଂସଦ ନିଶିକାନ୍ତ ଦୁବେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ସେଥିରେ ସେ ପ୍ରକାଶ କରିଛନ୍ତି କି ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ଆମେରିକା ସରକାର, CIA ଏବଂ ନେହେରୁଙ୍କ ମଧ୍ୟରେ ଏକ ମୁଖ୍ୟ ସୂତ୍ରଧର ଥିଲେ। ଏକଥା ସରକାରୀ ଅଧିକାରୀମାନେ ମଧ୍ୟ ଜାଣିଥିଲେ। ନେହେରୁଙ୍କର ଦୁଇଟି ଚିଠି ସେ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ନିଜ ଅଧିକାରୀମାନଙ୍କୁ, ବିଶେଷ କରି ଆମେରିକାର ରାଷ୍ଟ୍ରଦୂତଙ୍କୁ ନିଜ କାମ କରିବାକୁ କହୁଛନ୍ତି। ବିଜୁ ପଟ୍ଟନାୟକଙ୍କୁ ପ୍ରତିରକ୍ଷା ବ୍ୟାପାର ବିଷୟରେ ଆଲୋଚନା କରିବାର ବଡ଼ ଦାୟିତ୍ୱ ଦେଇଥିବା କଥା ମଧ୍ୟ ସେଥିରେ ଉଲ୍ଲେଖ ଅଛି। ଆଉ ଏ ଯେଉଁ ତଥ୍ୟ ସେ ଦେଇଛନ୍ତି ଇଏ ହେଉଛି ରେକର୍ଡ। Central Intelligence Agency ଘଟଣାକୁ ବହୁତ ଦିନ ବିତିଗଲା ପରେ ତାର ତଥ୍ୟ ସାର୍ବଜନୀନ କରେ ସେ ବଧାରରେ ଏ ତଥ୍ୟ ଉପସ୍ଥାପିତ ହୋଇଥିବା ସେ ଦାବି କରୁଛନ୍ତି । ଦ୍ୱିତୀୟ କଥା ଓଡ଼ିଶାର ଚାରବାଟିଆ ବିମାନବନ୍ଦର, ଯେଉଁଠି ବିଜୁ ପଟ୍ଟନାୟକ ବହୁତ ସକ୍ରିୟ ଥିଲେ, ସେଠି ବିଶାଳ ‘ୟୁ-ଟୁ’ (U2) ସ୍ପାଏ ପ୍ଲେନ୍ ବେସ୍ ତିଆରି କରାଯାଇଥିଲା। ଚାରବାଟିଆକୁ ୟୁ-ଟୁ ବିମାନର ପ୍ରମୁଖ କେନ୍ଦ୍ର କରାଯାଇଥିଲା। ସେହି ବିମାନ ବନ୍ଦରରେ ୧୯୬୩ ରୁ ୧୯୭୯ ପର୍ଯ୍ୟନ୍ତ ଆମେରିକୀୟ ସୈନ୍ୟବାହିନୀ ରହିଥିଲେ ବୋଲି ନିଶିକାନ୍ତ କହିଛନ୍ତି। ଯାହାକୁ ଦୃଢ ବିରୋଧ କରିବା ସହ  ନିଶିକାନ୍ତ ମେଣ୍ଟାଲ ଡକ୍ଟର ଦେଖାନ୍ତୁ ବୋଲି ନବୀନ ପଟ୍ଟନାୟକ ମତ ରଖିଛନ୍ତି ।

ଇତିହାସର ସାକ୍ଷୀ ଦବାକୁ ଯାଇ ନିଶିକାନ୍ତ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ବିଜୁ ପଟ୍ଟନାୟକ ୱାଶିଂଟନକୁ ଏକ ଏକକ ଅଭିଯାନରେ (one-man mission) ଯାଇଥିଲେ। ବିଭିନ୍ନ ପ୍ରକାରର ବିଶେଷ ସାମରିକ ସହାୟତା ପାଇଁ ଆମେରିକା ଅଧିକାରୀମାନଙ୍କ ମତାମତ ନେବାକୁ ନେହେରୁ ସମ୍ଭବତଃ ତାଙ୍କୁ କ୍ଷମତା ପ୍ରଦାନ କରିଥିଲେ। ଏ ଦାୟିତ୍ୱ ମଧ୍ୟ ବାସ୍ତବରେ ଅନେକ ସୁରକ୍ଷା ସମ୍ବନ୍ଧୀୟ ପ୍ରଶ୍ନକୁ ନେଇ ଥିଲା ବୋଲି ସେ ମତ ରଖିଛନ୍ତି ।
ବିଜୁ ପଟ୍ଟନାୟକଙ୍କ ମିଶନର ରହସ୍ୟମୟ ଓ ଅନୌପଚାରିକ ସ୍ୱରୂପ, ଏବଂ ଓପନଲି କହିବାର ସ୍ୱଭାବ ଯୋଗୁଁ ପାର୍ଲିଆମେଣ୍ଟରେ ଏହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା, ଯେଉଁଠାରେ ତାଙ୍କୁ ଉତ୍ତରଦାୟୀ କରାଯାଇ ପାରିନଥାନ୍ତା। ଫଳସ୍ୱରୂପ, ପ୍ରତିରକ୍ଷା ମନ୍ତ୍ରଣାଳୟର ଆନୁଷ୍ଠାନିକ ଦାୟିତ୍ୱ ଗ୍ରହଣ କରିବା ପାଇଁ ତାଙ୍କର ଯେଉଁ ଆଶା ଥିଲା, ତାହା ପୂରଣ ହୋଇପାରିଲା ନାହିଁ  ବୋଲି ନିଶିକାନ୍ତଙ୍କ ମତ ।
 ଏ କଥାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ରାଜ୍ୟସଭାର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଓ ବୈଜୟନ୍ତ ପଣ୍ଡା ବିଜୁ ପଟ୍ଟନାୟକଙ୍କୁ ପ୍ରତି ଏ ମନ୍ତବ୍ୟକୁ ନିନ୍ଦା ମଧ୍ୟ କରିଛନ୍ତି ଯଦିଓ ନିଶିକାନ୍ତ ଦୁବେଙ୍କ ନାଁ ନେଇ ନାହାନ୍ତି । ନବୀନ ପଟ୍ଟନାୟକ ନିଶିକାନ୍ତ ଦୁବେଙ୍କୁ କଡ଼ା ସମାଲୋଚନା କରିବା ସହ ସେ ମେଣ୍ଟାଲ ଡକ୍ଟର ଦେଖାନ୍ତୁ ବୋଲି କହିଛନ୍ତି ।
ରାଜନୈତିକ ତୁମ୍ବୀ ତୋଫାନ ଭିତ୍ତିରେ ବିଧାନସଭା ଚାଲି ପାରୁନି । ବିଜେଡି ଅଭିଯୋଗ କରିଛି ଯେ, ଯେଉଁ ଦଳ ଓଡ଼ିଆ ଅସ୍ମିତା କଥା କହି ସତ୍ତାକୁ ଆସିଛି, ସେହି ଦଳର ଜଣେ ସାଂସଦ ଓଡ଼ିଶାର ପ୍ରତୀକଙ୍କୁ ଅପମାନିତ କରିଛନ୍ତି ଏ ପ୍ରସଙ୍ଗରେ ନିନ୍ଦା ପ୍ରସ୍ତାବ ଆଣିବାକୁ ଦାବି ହେଉଛି ।

ସମୟ ନଥାଇ କଂଗ୍ରେସର ଅନାସ୍ଥା ପ୍ରସ୍ତାବ

  • BJD ପାଇଁ ଭକ୍ତ ଦାସଙ୍କ ଷଡ଼ଯନ୍ତ୍ର
  • କେବଳ ସରକାର ନୁହେଁ, ବରଂ ବିରୋଧି ଦଳକୁ ହରଡ଼ଘଣାରେ ପକାଇବାକୁ ଚାହୁଁଛି କଂଗ୍ରେସ
  • ସମର୍ଥନ ଆଳରେ ବିଜୁ ଜନତା ଦଳ ପ୍ରତି, ସମାଲୋଚନାକୁ ନିମନ୍ତ୍ରଣ
  • BJDକୁ ଅଡୁଆରେ ପକାଇବାକୁ ଭକ୍ତଙ୍କ ଫର୍ମୁଲା ଅନାସ୍ଥା
  • ଅନାସ୍ଥା ପାଇଁ ସମୟ ନଥିଲା ବେଳେ କେବଳ ପଲିଟିକାଲ ଡ୍ରାମା କରୁଛି କଂଗ୍ରେସ
  • ମୌସୁମୀ ଅଧିବେଶନର ପ୍ରଥମ ଦିନ ପରି ଦ୍ୱିତୀୟ ଦିନ ବି ଚାଲି ପାରିଲାନି ବିଧାନସଭା

ଫେବୃଆରୀ 18 ରେ ସରକାର ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣିଛି କଂଗ୍ରେସ । କଂଗ୍ରେସର 14 ବିଧାୟକ ସହ CPM ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ମିଶାଇ 15 ଜଣଙ୍କ ସମର୍ଥନ ରହିଛି । କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ, ତାରା ବାହିନୀପତି ବିଜେଡିର ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କୁ ସାକ୍ଷାତ କରି ସମର୍ଥନ ମଧ୍ୟ ମାଗିଥିଲେ। ମାତ୍ର କଂଗ୍ରେସର ଏ ଫନ୍ଦିରେ ପଡ଼ି ନଥିଲା ବିଜେଡି ।
ତେବେ ଏ ଅନାସ୍ଥା ପ୍ରସ୍ତାବ ଆଜିର ନୁହେଁ । ବହୁ ପୂର୍ବରୁ ଏ ନେଇ ଗ୍ରୀନ୍ ସିଗନାଲ୍ ଦେଇ ସାରିଛନ୍ତି କଂଗ୍ରେସ ପ୍ରଦେଶ କମିଟି ଅଧ୍ୟକ୍ଷ ଭକ୍ତ ଦାସ। ଏମିତି କି ବିଜେଡି ପରି ସଂଖ୍ୟା ଗରିଷ୍ଠତା ଥିଲେ ବିଧାନସଭା ଚଲେଇ ଦିଅନ୍ତେ ନାହିଁ ବୋଲି ଖୋଲା ଧମକ ବି ଦେଇଥିଲେ । ଯାହାର ରେଜଲ୍ଟ ଏ ଅନାସ୍ଥା।

ମାତ୍ର ଏ ଅନାସ୍ଥା କଂଗ୍ରେସକୁ ଲୋକହସା କରାଇଛିସରକାରୀ ଦଳରେ ସ୍ୱାଧିନ ବିଧାୟକଙ୍କୁ ମିଶାଇ 81 ସଦସ୍ୟ ଥିଲା ବେଳେ ମାତ୍ର 15 ସଦସ୍ୟଙ୍କୁ ନେଇ କଂଗ୍ରେସର ଏ ପ୍ରହସନ କେବଳ ସମୟ ବର୍ବାଦର ବାର୍ତ୍ତା ଦେଉଛି । ମାତ୍ର 7 ଦିନର ସଂକ୍ଷିପ୍ତ ଅଧିବେଶନରେ ସଂଖ୍ୟାଗରିଷ୍ଠତା ଥିବା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି କଣ ପ୍ରମାଣ କରିବାକୁ ଚାହୁଁଛି କଂଗ୍ରେସ ? ରବିବାରକୁ ଛାଡ଼ି ବାକିଥିବା  6 ଦିନର କାର୍ଯ୍ୟଦିବସରୁ ଦୁଇ ଦିନ ମୁଲତବିରେ ଗଲାଣି। ଆଉ 4 ଦିନରେ କେଉଁ ନିଷ୍ପତ୍ତି  ଅପେକ୍ଷାରେ ଅଛି କଂଗ୍ରେସ। ଆଲୋଚନା ହେବାର ସମ୍ଭାବନା କ୍ଷୀଣ ଥିଲାବେଳେ କାହିଁକି ଏ ଅନାସ୍ଥା ଗେମ୍ ଖେଳୁଛି । କଣ କେବଳ ଭକ୍ତଦାସ ନିର୍ଦ୍ଦେଶ ଦେଲେ ବୋଲି?
          ଅନ୍ୟ ପାର୍ଶ୍ୱରେ ଦେଖିବାକୁ ଗଲେ ଯଦିଓ କଂଗ୍ରେସ ବିଜେଡିର ସମର୍ଥନ ମାଗୁଛି କିନ୍ତୁ ଯେଉଁ ପ୍ରସ୍ତାବରେ ଆଲୋଚନାର ସମ୍ଭାବନା ନାହିଁ ତାକୁ କାହିଁକି ସମର୍ଥନ କରିବ ବିଜେଡି ? ଯାହାର ପସିବିଲିଟି କମ୍ ତାକୁ ନେଇ କି ପଲିଟିକ୍ସ? ଏମିତି କରି ବିଜୁ ଜନତା ଦଳକୁ ଲୋକଙ୍କ ଆଖିରେ ନୀଚ୍ଚା କରୁନି ତ କଂଗ୍ରେସ? ବିଜେଡି ବିରୋଧି ଦଳର ଭୂମିକା ଠିକରେ କରୁନାହିଁ ବୋଲି ପ୍ରମାଣ କରିବାକୁ ଏ କଂଗ୍ରେସର ଚାଲାକି ନୁହେଁ ତ?

ତେବେ କଥା ହେଉଛି କଂଗ୍ରେସର ଏ ନୋଟିସ ପ୍ରସ୍ତାବ ଆକାରରେ ବିଧାନସଭା  ଗୃହରେ ଆସିପାରିବ କି? ଯଦି ଆସିବ, କେବେ? ଅନାସ୍ଥା ପ୍ରସ୍ତାବ ପାଇଁ ସମୟ କାହିଁ ? ଯଦିବା ବାଚସ୍ପତି କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରନ୍ତି ତେବେ ସେ ପ୍ରକ୍ରିୟା ପାଇଁ 15 ଜଣ ସଭ୍ୟଙ୍କୁ ଉପସ୍ଥିତ ରହି ସମ୍ମତି ଦେବାକୁ ପଡ଼ିବ । ପ୍ରସ୍ତାବ ଗ୍ରହଣ ହେଲା ପରେ ଯାଇ ପରବର୍ତ୍ତୀ ପ୍ରକ୍ରିୟା ଚାଲୁ ରହିବ । ଆଉ ଏମିତିରେ ଗୋଟାଏ ଦିନରେ ଏସବୁ କାମ ,ସମ୍ଭବ ନୁହେଁ । କଂଗ୍ରେସ ମଧ୍ୟ ବାଚସ୍ପତିଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ବାଧ୍ୟ କରିପାରିବ ନାହିଁ । ହାତରେ ଆଉ ମାତ୍ର 4 ଦିନର ସମୟ, ବାକି ଥିବା 5 ଦିନରେ ମଝିରେ ରବିବାର ପଡ଼ୁଥିବାରୁ କଂଗ୍ରେସର କାମ ହେବା ଏତେ ସହଜ ନୁହେଁ  । ଏଥିପାଇଁ ସର୍ଚନିମ୍ନ ୧୦ ଦିନ ସମୟ ଆବଶ୍ୟକ।
                          ପ୍ରସ୍ତାବ ଗୃହରେ ଉପସ୍ଥାପିତ ହେବାପରେ ୧୦ ଦିନ ବାଦ୍ ଆଲୋଚନା ହେବ ଏଥିପାଇଁ ସମୟ ନାହିଁ । ତେବେ ପ୍ରଶ୍ନ ଉଠୁଛି ଏସବୁ କଣ କଂଗ୍ରେସ ନେତାଙ୍କୁ ଅଜଣା? କଂଗ୍ରେସ ଶୀତ ଅଧିବେଶନ ପର୍ଯ୍ୟନ୍ତ ଅପେକ୍ଷା କଲାନାହିଁ କାହିଁକି ? କଂଗ୍ରେସର ଏ ତରବରିଆ ନୀତି ଅପରିପକ୍ୱତାକୁ ଦର୍ଶାଉଛି । ଅନ୍ୟପଟରେ ଏସବୁ ଦେଖି ବିଜେପି ନେତା ବାବୁ ସିଂହ କହିଲେଣି ଜଗତେ କେବଳ ଜନେ ହସିବେ ବାଣ ମାରି ଜୟ ନାରାୟଣ ମିଶ୍ର କହୁଛନ୍ତି ଆମେ ତ ଗୋଲ୍ଡ ପାଇଛୁ, ସିଲଭର ମେଡାଲ ପାଇଁ ବିରୋଧିଙ୍କ ଏ ପ୍ରତିଯୋଗୀତା । ସତରେ ଏ ରାଜନୀତିର ଦୌଡ଼ରେ ଅନାସ୍ଥାକୁ ନେଇ କିଏ କେଉଁ ଆୱାର୍ଡ ପାଇବ ତାହା ସମୟ କହିବ ।