Posts tagged Odisha

କନ୍ଧମାଳ ହଳଦୀରେ ସିସା! ହୋଇପାରେ ହାର୍ଟ ଆଟାକ୍

ରୋଷେଇ କ୍ଷେତ୍ରରେ ହଳଦୀର ପ୍ରମୁଖ ବ୍ୟବହାର ହୁଏ । ଏଥିସହିତ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ମଧ୍ୟ ହଳଦୀକୁ ଔଷଧ ଭାବରେ ଆମେ ବ୍ୟବହାର କରୁ । ସ୍କିନ୍ ପ୍ରୋବ୍ଲେମ୍ ଠାରୁ ଆରମ୍ଭ କରି ଗୋରାପଣ ପାଇଁ ମଧ୍ୟ ହଳଦୀର ବ୍ୟବହାର ହୁଏ। ମାତ୍ର ହଳଦୀର ବ୍ୟବହାର ଏବେ ବିପଦ ଆଣିପାରେ। କାରଣ ହଳଦୀରେ ଥିବା ସିସା ଯୋଗୁଁ ହଳଦୀ ଭଲ ପରିବର୍ତ୍ତେ ଖରାପ ପ୍ରଭାବ ପକାଇପାରେ। ଓଡ଼ିଶା ହଳଦୀରେ ସିସା ବା ଲିଡ୍ ଥିବା ସନ୍ଦେହ କରାଯାଉଛି। ବିଶେଷ କରି କନ୍ଧମାଳ, କଟକ ଓ ଗଞ୍ଜାମ ହଳଦୀ  ଉତ୍ପାଦିତ ହଳଦୀରେ ସିସା ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆଶଙ୍କା କରୁଛି। ପରୀକ୍ଷା ପରେ ପ୍ରକୃତ ସତ ସାମ୍ନାକୁ ଆସିବ । ଯଦି WHOର ଆକଳନ ସତ ହୁଏ ତେବେ ହଳଦୀ ବଡ଼ ବିପଦ ଆଣିପାରେ ।

ସିସା ଏକ ଭାରୀ ଧାତୁ ଯାହା ମଣିଷ ପାଇଁ କ୍ଷତିକାରକ। ବିଶେଷ କରି ଛୋଟପିଲାଙ୍କ ସ୍ନାୟୁରୋଗ ସୃଷ୍ଟି କରିବା ସହ ବ୍ରେନ୍ ଡେଭଲପମେଣ୍ଟରେ ବାଧକ ସାଜେ। ତେଣୁ ପିଲାଙ୍କୁ ହଳଦି ଲଗାଇଦେବା କ୍ଷତି ସାଧନ କରିପାରେ । ହଳଦୀ ପାଉଡରରେ ମିଶ୍ରଣ ହେଉଥିବାରୁ ଅନେକ ବ୍ୟକ୍ତି ଖଣ୍ଡ ହଳଦୀ ବ୍ୟବହାର କରୁଛନ୍ତି, ଯେଉଁଥିରେ ଥିବା ସିସା ଶରୀରକୁ କ୍ଷତି ପହଞ୍ଚାଇବ । ଏପରିକି ହାର୍ଟ ଆଟାକରେ ମଧ୍ୟ ଜୀବନ ଯାଇପାରେ । 2021 ମସିହାରେ ସିସା ପାଇଁ 15 ଲକ୍ଷ ଜୀବନ ଯାଇଛିଏହି ସିସା ପାଣି ଓ ମାଟି ମାଧ୍ୟମରେ ହଳଦୀର ପ୍ରବେଶ କରୁଛି ଯାହା ଧୋଇଲେ ମଧ୍ୟ ଯାଉ ନାହିଁ । ଏପରି ପରିସ୍ଥିତିରେ ଓଡ଼ିଶାର ହଳଦୀରେ ସିସା ଥିବା ଆଶଙ୍କାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି। ନମୁନା ପରୀକ୍ଷା ପରେ ଏହାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବମାତ୍ର ଯଦି WHO ର ଆକଳନ ସତ ହୁଏ ତେବେ କନ୍ଧମାଳର ହଳଦୀ ବେଶ୍ ପ୍ରଭାବିତ ହେବ।

କୋହ୍ଲାପୁରରେ ପ୍ରତିଷ୍ଠା ହେଉଛି, ହାଇକୋର୍ଟ ସର୍କିଟ ବେଞ୍ଚ

ଚଳିତ ମାସ(ଅଗଷ୍ଟ) ୧୮ରୁ ମହାରାଷ୍ଟ୍ରର କୋହ୍ଲାପୁରରେ ହାଇକୋର୍ଟର ଏକ ସର୍କିଟ ବେଞ୍ଚ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ମହାରାଷ୍ଟ୍ରର ୬ଟି ଜିଲ୍ଲାବାସୀ ଯଥା- କୋହ୍ଲାପୁର, ସତାରା, ସଙ୍ଗଲି, ସୋଲାପୁର, ରତ୍ନଗିରି ଓ ସିନ୍ଧୁଦୁର୍ଗର ଲୋକମାନେ ଉପକୃତ ହେବେ । ପୂର୍ବରୁ ମହାରାଷ୍ଟ୍ରରେ ବମ୍ବେ ସମେତ ନାଗପୁର ଏବଂ ଔରଙ୍ଗାବାଦରେ ହାଇକୋର୍ଟର ଦୁଇଟି ସ୍ଥାୟୀ ବେଞ୍ଚ ରହିଛି। ଅର୍ଥାତ ମହାରାଷ୍ଟ୍ରର ପ୍ରାୟ ୧୩ କୋଟି ୩୯ ଲକ୍ଷ ଲୋକଙ୍କ ପାଇଁ ରାଜ୍ୟର ୩୬ଟି ଜିଲ୍ଲାରେ ହାଇକୋର୍ଟର ୩ଟି ବେଞ୍ଚ କାର୍ଯ୍ୟକାରୀ ହେଉଥିଲା। ଏବେ ଯୋଡି ହେବାକୁ ଯାଉଛି କୋହ୍ଲାପୁର ସର୍କିଟ ବେଞ୍ଚ
                            ଅନ୍ୟପଟେ ଓଡ଼ିଶାର ୩୦ଟି ଜିଲ୍ଲାର ଲୋକସଂଖ୍ୟା ପ୍ରାୟ ୪ କୋଟି ୮୦ ଲକ୍ଷ ହୋଇଥିବା ବେଳେ, ହାଇକୋର୍ଟର ଆଉ ଏକ ବେଞ୍ଚ ପ୍ରତିଷ୍ଠା ହୋଇପାରୁନାହିଁ। ଏପରିକି ଗତ ବର୍ଷ ସେପ୍ଟମ୍ବର ୨ରେ ବିଧାୟକ କଳିକେଶ ସିଂହ ଦେଓମନୋହର ରନଧାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ନାହିଁ। ସୁପ୍ରିମକୋର୍ଟଙ୍କ ଦ୍ୱାହି ଦେଇ ଓଡ଼ିଶା ସରକାର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି ।

ଅବଶ୍ୟ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ସମ୍ବଲପୁର ଆଇନଜୀବୀଙ୍କ ଆନ୍ଦୋଳନ ମାମଲାର ଶୁଣାଣି କରି ୨୦୨୨ ଡିସେମ୍ବରରେ ସୁପ୍ରିମକୋର୍ଟ କହିଥିଲେ ଯେ ଏବେ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ହୋଇଛି। ତେଣୁ ଓଡ଼ିଶାରେ ହାଇକୋର୍ଟର ଏକ ନୂଆ ବେଞ୍ଚ ପ୍ରତିଷ୍ଠା ଦାବି ଅପ୍ରସଙ୍ଗ ହୋଇଯାଇଛି। କିନ୍ତୁ ଭାରତର ପ୍ରଧାନ ବିଚାରପତି ବି.ଆର୍. ଗଭାଇ କୋହ୍ଲାପୁର ସର୍କିଟ ବେଞ୍ଚ ପ୍ରତିଷ୍ଠାକୁ ସମର୍ଥନ କରିଛନ୍ତି । ବିଭିନ୍ନ କେସରେ କୋହ୍ଲାପୁର ଅଞ୍ଚଳର ଲୋକମାନେ ବମ୍ବେ ହାଇକୋର୍ଟକୁ ଯିବା ଫଳରେ ଅସୁବିଧାର ସମ୍ମୁଖୀନ ହେବା ସହ ଖର୍ଚ୍ଚାନ୍ତ ହେଉଛନ୍ତି। କୋହ୍ଲାପୁର ହାଇକୋର୍ଟର ଏକ ଖଣ୍ଡପୀଠ ପ୍ରତିଷ୍ଠା ହେଲେ ଲୋକମାନଙ୍କୁ ମୁମ୍ବାଇ ଯିବାକୁ ପଡିବ ନାହିଁ।
      ଯଦି ବମ୍ବେ ହାଇକୋର୍ଟ ଠାରୁ ପ୍ରାୟ ୩୮୧ କିଲୋମିଟର ଦୂରରେ ଥିବା କ୍ଲୋହାପୁର ସର୍କିଟ ବେଞ୍ଚ ପ୍ରତିଷ୍ଠା ହୋଇପାରିଲା। ତେବେ କଟକ ଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ରହୁଥିବା ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ କାହିଁକି ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା କିପରି ଅପ୍ରାସଙ୍ଗିକ? ମହାରାଷ୍ଟ୍ର ୬ଟି ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଧ୍ୟାନ ଦେଇ ଯଦି କ୍ଲୋହାପୁରରେ ସର୍କିଟ ବେଞ୍ଚ ପ୍ରତିଷ୍ଠା ହେଉଛି ? ତାହେଲେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରାଯିବା ଉଚିତ କି ?
   ଦୋଷ ଲଦିବା ପାଇଁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଦେଇ ଚୁପ୍ ବସି ପଡୁଥିବା ପୂର୍ବର ବିଜେଡି ସରକାରଙ୍କ ବାଟରେ ବର୍ତ୍ତମାନର ବିଜେପି ସରକାର ଯିବେ ? ନା’ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ବାସ୍ତବ ରୂପ ଦେବେ ମୋହନ ମାଝୀଙ୍କ ସରକାର ?
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ

‘ଜଳ ବିବାଦର ସମାଧାନ, ଟ୍ରିବ୍ୟୁନାଲରେ ହୁଏନି’ – ଆଡଭୋକେଟ୍ ଜେନରାଲ୍

  • ଆଜି ପର୍ଯ୍ୟନ୍ତ କୌଣସି ଜଳ ବିବାଦର ସମାଧାନ ଟ୍ରିବ୍ୟୁନାଲରେ ହୋଇନାହିଁ
  • ମହାନଦୀର ଜଳ ବ୍ୟବହାରକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଲାଗିଥିବା ବିବାଦକୁ ନେଇ ଗଠିତ ଟ୍ରିବ୍ୟୁନାଲରେ କିଛି ବି ଅଗ୍ରଗତି ହୋଇନାହିଁ,
  • ଗତ ୬ ବର୍ଷ ମଧ୍ୟରେ, ମାତ୍ର ଜଣିଏ ସାକ୍ଷୀର ତଥ୍ୟ ନିଆଯାଇଛି,
  • ଆଗକୁ ୧୦ ବର୍ଷ ଟ୍ରିବ୍ୟୁନାଲ୍‌ରେ ମାମଲା ଚାଲିଲେ ବି ସମାଧାନ ଆଶା କ୍ଷୀଣ,
    ତେଣୁ ରାଜନୈତିକ ସ୍ତରରେ ଆପୋଷ ବୁଝାମଣାରେ ମହାନଦୀ ଜଳ ବିବାଦର ସମାଧାନ କରିବା ଶ୍ରେୟସ୍କର ବୋଲି ଓଡ଼ିଶାର ଆଡଭୋକେଟ୍ ଜେନରାଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି। 

ମହାନଦୀ ଜଳ ବିବାଦ ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତିକେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇଛିଉଭୟ ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଏନେଇ ଆଲୋଚନା କରିଛନ୍ତି ସୁଫଳ ମିଳିବ ବୋଲି ଆମେ ଆଶାବାଦୀ, ଏକଥା କହିଛନ୍ତି ଆଡଭୋକେଟ୍ ଜେନରାଲ।ଆଜି ଅର୍ଥାତ ଅଗଷ୍ଟ ୨ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ୍ ଆଗରେ ଏଭଳି ପକ୍ଷ ରଖିଛି ଓଡ଼ିଶା। ଆସନ୍ତା ସେପ୍ଟମ୍ବର ୬ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ।

ଅନ୍ୟପଟେ ଆପୋଷ ବୁଝାମଣାରେ ସମାଧାନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଛତିଶଗଡ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏନେଇ ଗତ ୨୫ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଚିଠିରେ ଉତ୍ତରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କହିଛନ୍ତି, ଓଡ଼ିଶାର ପ୍ରସ୍ତାବକୁ ବିଚାର କରାଯିବ

ଛାତ୍ରଛାତ୍ରୀ ପିନ୍ଧିବେ ଗେରୁଆ ରଙ୍ଗର ଆଇ କାର୍ଡ !

ସରକାର ବଦଳିବା ପରେ ତେଜୁଛି ରଙ୍ଗ ରାଜନୀତି। ଅଫିସର, ସ୍କୁଲ୍ ବସଠାରୁ ଆରମ୍ଭ କରି ପ୍ରତେକ କ୍ଷେତ୍ରରେ ରଙ୍ଗର ପରିବର୍ତ୍ତନ ହେଉଛି । ପୂର୍ବ ସରକାର ସବୁଥିରେ ପାର୍ଟିର କଲର (ସବୁଜ) ବୋଳିଥିଲା ବେଳେ ବିଜେପି ସରକାର ତାଙ୍କର ପାର୍ଟି କଲର (ଗେରୁଆ) ବୋଳିବାରେ ବ୍ୟସ୍ତ । ସ୍କୁଲ କାନ୍ଥ ପରେ ଏବେ ପଡ଼ିଛି ସ୍କୁଲ ପିଲାଙ୍କ ପାଳି। ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ରରେ ଗେରୁଆ ରଙ୍ଗ ଲାଗିବ।  ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି।

ବଦଳିବ ଆଇ କାର୍ଡ ରଙ୍ଗ
ସରକାର ବଦଳିଲା ପରେ ସ୍କୁଲ ପିଲାଙ୍କ ଆଇ କାର୍ଡର ରଙ୍ଗ ବଦଳିବାକୁ ଯାଉଛି। BJD ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଏଥର  ଛାତ୍ରଛାତ୍ରୀ ଗେରୁଆ ରଙ୍ଗର ଆଇକାର୍ଡ ପିନ୍ଧିବେ । ଯେଉଁଥିରେ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍‌ ନମ୍ବର ଓ ଫୋନ୍‌ ନମ୍ବର ରହିବ । ପ୍ରଧାନଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବ। କେବଳ ଆଇ-କାର୍ଡ ରଙ୍ଗ ବଦଳି ନାହିଁ, ବରଂ ସ୍ଲୋଗାନ୍‌ ମଧ୍ୟ ବଦଳାଇ ଦିଆଯାଇଛି। ବିଜେଡି ସରକାର ସମୟରେ ପିଲାଙ୍କ ୟୁନିଫର୍ମ ଓ ଟୋପିରେ ‘ଆମେ ଗଢ଼ିବୁ-ନୂଆ ଓଡ଼ିଶା’ ସ୍ଲୋଗାନ ଲେଖାଯାଇଥିଲା । ମାତ୍ର ଏଥର ସ୍ଲୋଗାନ୍‌ ପରିବର୍ତ୍ତନ କରାଯାଇ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀଙ୍କ ପିଛା ୫୦୦ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ। ସେଥିରୁ ୨୦୦ ଟଙ୍କାରେ ଗୋଟିଏ ହଳ ଜୋତା ଓ ଦୁଇ ହଳ ମୋଜା, ୧୨୫ ଟଙ୍କାରେ ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କାରେ ଗୋଟିଏ ଟ୍ରାକ୍‌ ପ୍ୟାଣ୍ଟ, ୩୦ ଟଙ୍କାରେ ଗୋଟିଏ ଟୋପି ଓ ୨୦ ଟଙ୍କାରେ ଗୋଟିଏ ପରିଚୟପତ୍ର ଦିଆଯିବ। ପିଲାଙ୍କ ଜୋତା ରଙ୍ଗ କଳା ଓ ମୋଜା ରଙ୍ଗ ଧଳା ରହିବ।

ପଶାପାଲିରେ ପୋଲାଭରମ୍, ମିଟିଂ କରିବେ ପ୍ରଧାନମନ୍ତ୍ରୀ

ପୋଲାଭରମକୁ ନେଇ ଖୁବ୍ ଶୀଘ୍ର ବଡ଼ ଧରଣର ନିଷ୍ପତ୍ତି ଆସିବାକୁ ଯାଉଛି । ପୋଲାଭରମ୍ ବିବାଦ ତୁଟିବା ନେଇ ଗୋଟାଏ ପ୍ରକାରର ଗ୍ରୀନ୍ ସିଗନାଲ ମିଳି ସାରିଛି। ବନ୍ଦ ହୋଇ ପଡ଼ିଥିବା ପୋଲାଭରମ ପ୍ରକଳ୍ପକୁ ନେଇ ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ମିଟିଂ ହେବାକୁ ଯାଉଛି। ଯେଉଁଥିରେ ଓଡ଼ିଶା, ଛଡ଼ିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।

କାହା ଫରରେ ଆସିବ ନିଷ୍ପତ୍ତି?
ଛତିଶଗଡ଼, ଓଡ଼ିଶା ତେଲେଙ୍ଗାନା ଓ ଆନ୍ଧ୍ରକୁ ନେଇ ବସିବ ବୈଠକ । ୪ ରାଜ୍ୟର ହାନିଲାଭ ଉପରେ ନିଆଯିବ ନିଷ୍ପତ୍ତି । ଆନ୍ଧ୍ରରେ ଏବେ NDA ସରକାର ରହିଥିଲା ବେଳେ ବାକି ରାଜ୍ୟରେ ଶାସନ କରୁଛି BJP । ଏ ଦୃଷ୍ଟିରୁ ଆପୋଷ ସମାଧାନ ପାଇଁ ସ୍ଥିତି ପୂରା ଅନୁକୂଳ ରହିଛି । ଏ ଦିଗରେ  କେନ୍ଦ୍ର ଏବଂ ୪  ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ପୋଲାଭରମ୍ ବିବାଦ ବାଟ ଫିଟିବ ବୋଲି ଆଶା କରାଯାଉଛି ତେବେ ଯଦିଓ ଏଥିରେ ଆନ୍ଧ୍ରପ୍ରଦେଶ ଲାଭବାନ ହେବ ଓଡ଼ିଶା କିନ୍ତୁ ବଡ଼ ଧରଣର କ୍ଷତି ସହିବ । ପୋଲାଭରମ୍‌ ପ୍ରକଳ୍ପ ଓଡ଼ିଶାର ମାଲକାନଗିରି ଅଞ୍ଚଳ ପାଇଁ ବିପଦ ଆଣିଦେବ । ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀ ଉପରେ ନିର୍ମିତ ବହୁମୁଖୀ ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ଧ୍ର ସରକାର ଉପଯୁକ୍ତ ପରିବେଶଗତ ଅନୁଧ୍ୟାନ, ଜନଶୁଣାଣି କରିନାହାନ୍ତି। ପୋଲାଭରମ୍‌ ଡ୍ୟାମ୍‌ ନିର୍ମାଣ ଓ ଏହାର ଉଚ୍ଚତା ବୃଦ୍ଧି ଯୋଗୁଁ ସୃଷ୍ଟ ଜଳଭଣ୍ଡାରର ପଛୁଆ ପାଣି ଗୋଦାବରୀର ଉପନଦୀ ଶାବେରୀ ଓ ସିଲେରୁ ଦେଇ ୧୫୦ କିମି ପଛଯାଏ ବୁଡ଼ି ଅଞ୍ଚଳ ସୃଷ୍ଟି କରିବାର ଆଶଙ୍କା ରହିଛି । ପୋଲାଭରମ୍‌ ଡ୍ୟାମ୍‌ ନିର୍ମାଣ ଓ ଏହାର ଉଚ୍ଚତା ବୃଦ୍ଧି ତେଲେଙ୍ଗାନା ଛତିଶଗଡ଼ ପାଇଁ ସମସ୍ୟା ବଢ଼ାଇଛି। ଏହି ବିବାଦ ସମାଧାନ ପାଇଁ ମେ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ  ଆଲୋଚନା କରିବେ।
ଓଡ଼ିଶାର ସ୍ୱାର୍ଥରେ କମ୍ପରମାଇଜ୍ ହେବନି
ପୋଲାଭରମକୁ ନେଇ ଓଡ଼ିଶାର ସ୍ୱାର୍ଥରେ କମ୍ପରମାଇଜ୍ ହେବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସବୁ ଦିଗକୁ ବିଚାର କରି ଓଡ଼ିଶାର ସ୍ୱାର୍ଥକୁ ପ୍ରଭାବିତ କଲାଭଳି ନିଷ୍ପତ୍ତି ନିଆଯିବ ନାହିଁ । ତେବେ ବିଜୁ ଜନତା ଦଳର ସରକାରରେ ଏ ପ୍ରକଳ୍ପକୁ ବିରୋଧ କରାଯାଇଥିଲା ବେଳେ ଏବେ ରାଜ୍ୟରେ ଥିବା ବିଜେପି ସରକାରର ଏ ଦିଗରେ କି ଆଭିମୁଖ୍ୟ ଗ୍ରହଣ କରୁଛି ସେସବୁ ଖୁବ୍ ଶୀଘ୍ର ସ୍ପଷ୍ଟ ହେବ ।