Posts tagged NTRO

ଅପରେସନ ସିନ୍ଦୂର, କିଏ ଦେଇଥିଲା ଆତଙ୍କିଙ୍କ ଠିକଣା

ପାକିସ୍ତାନରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ବିରୋଧରେ ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ଆକ୍ରମଣ କରି ପାକିସ୍ତାନ ଏବଂ ପିଓକେରେ 9ଟି ଆତଙ୍କବାଦୀ ଆଡ୍ଡା ନଷ୍ଟ କରିବା ସହ ପ୍ରାୟ ୮୦ ରୁ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ରିପୋର୍ଟ ହୋଇଛି।ପହେଲଗାମ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ । ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କିଙ୍କ ଆଡ୍ଡା ନଷ୍ଟ ହୋଇଛି ।ତେବେ  ଏହାରି ମଧ୍ୟରେ, ଏହା ମଧ୍ୟ ଜଣାପଡିଛି ଯେ, ଭାରତ ଆତଙ୍କବାଦୀଙ୍କ ବିଷୟରେ ଏତେ ସଠିକ୍ ସୂଚନା କିପରି ପାଇଲା।

ଆତଙ୍କି ଆଡ୍ଡାକୁ ଧ୍ୱଂସ କରିବା ପଛରେ National Technical Research Organisation (NTRO)ର ପ୍ରମୁଖ ଭୂମିକା ରହିଛି । ପାକିସ୍ତାନ ଏବଂ PoKରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଟ୍ରାକ୍ କରିଥିଲା NTRO । ଗୁଇନ୍ଦା ସଂସ୍ଥା NTRO ନିଜେ ଭାରତକୁ ଆତଙ୍କବାଦୀଙ୍କ ବିଷୟରେ ନିଶ୍ଚିତ ସୂଚନା ଦେଇଥିଲା। ଭାରତର ଏହି ଆକ୍ରମଣରେ ଶୀର୍ଷ ଆତଙ୍କବାଦୀ କମାଣ୍ଡରମାନେ ନିହତ ହେବାର ସମ୍ଭାବନା ରହିଛି। NTRO ହେଉଛି ଭାରତର ଏକ ବୈଷୟିକ ଗୁଇନ୍ଦା ସଂସ୍ଥା, ଯାହା 2004 ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହାର ବ୍ୟବହାର ଭାରତର ଜାତୀୟ ସୁରକ୍ଷା ପାଇଁ, ବିଶେଷକରି ଆତଙ୍କବାଦ, ସାଇବର ଆକ୍ରମଣ ଏବଂ ସୀମାପାର ବିପଦର ମୁକାବିଲା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଆତଙ୍କବାଦୀଙ୍କୁ ଠାବ କରିବାରେ NTRO ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଉପକରଣ ବ୍ୟବହାରରେ NTRO ଆତଙ୍କି ଠାବରେ ସଫଳ ହୋଇଛି ।