Posts tagged Nityanand Gond

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ହେଡ୍ ମାଷ୍ଟର ଅଭାବ

  • ଓଡ଼ିଶାରେ ଶିକ୍ଷାର ବିକଳ ଚିତ୍ର
  • ୮୦% ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ
  • ଭାରପ୍ରାପ୍ତ ପ୍ରଧାନ ଶିକ୍ଷକରେ ଚାଲିଛି ବିଦ୍ୟାଳୟ
  • ପ୍ରଧାନ ଶିକ୍ଷକ ଦାୟିତ୍ୱ ନେବାକୁ ରାଜି ନୁହନ୍ତି ଶିକ୍ଷକ
  • ବିନା ପ୍ରଧାନ ଶିକ୍ଷକରେ ଚାଲୁଛି, ୧୮, ୨୦୯ ସ୍କୁଲ
    ବିଜେଡି ସରକାର ହେଉ କି, ବିଜେପିର ସରକାର, ଓଡ଼ିଶାର ଶିକ୍ଷାର ବିକଳ ଚିତ୍ରରେ ସୁଧାର ଆସୁନିପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରେ ୪୫୦ ହେଡମାଷ୍ଟର ପୋଷ୍ଟ ପାଙ୍କା ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଜିଲ୍ଲାରେ ୩୦୦ ହେଡମାଷ୍ଟର ପୋଷ୍ଟ ପାଙ୍କା ପଡ଼ିଛି ଓଡ଼ିଶାର ୮୦ ପ୍ରତିଶତରୁ ଅଧିକ ପ୍ରାଥମିକ ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ I ଭାରପ୍ରାପ୍ତ ପ୍ରଧାନ ଶିକ୍ଷକରେ ସ୍କୁଲ ଚାଲିଛିଶିକ୍ଷକଙ୍କୁ ବରିଷ୍ଠତା ଆଧାରରେ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଆଯାଉ ଥିଲାବେଳେ ଅନେକ ସ୍ଥାନରେ ୱାର୍କ ଲୋଡ୍ ପାଇଁ  ଦାୟିତ୍ଵ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି

ସରକାରୀ ତଥ୍ୟ ଅନୁଯାୟୀ, ୨୦୨୫ ମେ ୩୧ ତାରିଖ ସୁଦ୍ଧା ପ୍ରାଥମିକ ବିଦ୍ୟାଳୟରେ ୬୭୮ଟି ବରିଷ୍ଠ ପ୍ରଧାନ ଶିକ୍ଷକ ପୋଷ୍ଟ ଖାଲି ପଡ଼ିଥିବା ବେଳେ ଉଚ୍ଚ ପ୍ରାଥମିକରେ ୧୨, ୫୨୫ଟି, ପ୍ରାଥମିକ ସ୍କୁଲରେ ୫୦୦୬ଟି ପ୍ରଧାନ ଶିକ୍ଷକ ପଦ ଖାଲି ରହିଛି ମୋଟ ୧୮ ହଜାର ୨୦୯ଟି ପ୍ରଧାନଶିକ୍ଷକ ପୋଷ୍ଟ ଖାଲି ପଡ଼ିଛି ଓଡ଼ିଶାରେ ୪୫ ହଜାରରୁ ଅଧିକ ସରକାରୀ ସ୍କୁଲ ରହିଛି । ଏଥିରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଏବଂ ମାଧ୍ୟମିକ ବିଦ୍ୟାଳୟ ଅନ୍ତର୍ଭୁକ୍ତସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଯେଉଁଠି ହାଇସ୍କୁଲ ରହିଛି ସେଠାରେ ଅଧିକାଂଶ ସ୍କୁଲରେ ସ୍ୱତନ୍ତ୍ର ପ୍ରଧାନ ଶିକ୍ଷକ ନିଯୁକ୍ତି ଦିଆଯାଇଛି ଓଡ଼ିଶା ଶିକ୍ଷା ସେବା ରାଙ୍କର ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ଯେଉଁ ସ୍କୁଲ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲ ମିଶି ରହିଛି ସେ ସ୍କୁଲରେ ଜଣେ ପ୍ରଧାନ ଶିକ୍ଷକ ଅଛନ୍ତି। ପ୍ରାଥମିକ, ଭଚ୍ଚ ପ୍ରାଥମିକ ସ୍କୁଲର ସ୍ୱତନ୍ତ୍ର ପ୍ରାଥମିକ ଶିକ୍ଷକ ନାହାନ୍ତି। ପ୍ରାଥମିକ ବିଦ୍ୟାଳୟରେ ସ୍ୱତନ୍ତ୍ର ପ୍ରଧାନଶିକ୍ଷକ ନିଯୁକ୍ତିର ପ୍ରାବଧାନ ନାହିଁ

ଅନ୍ୟପଟେ ଓଟିଇଟି  ପାସ୍ କରି ପାରୁନଥିବାରୁ  ହେଡ୍ ସାର ପୋଷ୍ଟକୁ ପ୍ରମୋସନ୍ ହୋଇପାରୁନାହିଁ । ଅନେକ ସ୍ଥାନରେ ତ ବୁଝାଶୁଝା କରି ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇବାକୁ ରାଜି କରିବାକୁ ପଡ଼ୁଛି । ଅନେକ ସ୍କୁଲରେ ଗଣ ଶିକ୍ଷକ, ଶିକ୍ଷା ସହାୟକଙ୍କୁ ଏ ଗୁରୁ ଦାୟିତ୍ୱ ତୁଲାଇବାକୁ ପଡ଼ୁଛି।

ରାଜଧାନୀରେ ପାଠ ପଢିବାକୁ ରାଜି ନାହାନ୍ତି ପୁଅ

ଭୁବନେଶ୍ୱରରେ ପ୍ରାଥମିକ ଶିକ୍ଷାର ସ୍ଥିତି ଧିରେଧିରେ ସଙ୍କଟାପନ୍ନ ହେଉଛି । ରାଜଧାନୀରେ ଶିକ୍ଷା ବ୍ୟବସ୍ଥା ସୁଦୃଢ ହେବା ପରିବର୍ତ୍ତେ ଦୂର୍ବଳ ହେଉଛି । ଶିକ୍ଷକ ଶିକ୍ଷୟତ୍ରୀଙ୍କଠାରୁ ଆରମ୍ଭ କରି  ଜିଲ୍ଲା ଶିକ୍ଷା ଅଧିକାରୀଙ୍କଉଦ୍ୟମ ସତ୍ତ୍ୱେ ଟାର୍ଗେଟ ହାସଲ ହେଇ ପାରୁନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସାରା ରାଜ୍ୟରେ ଚାଲୁଥିବା ଆସ ସ୍କୁଲ୍‌ ଯିବା ସଫଳ ହୋଇ ପାରୁନାହିଁ । ଏହି ଅଭିଯାନରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ଯେଉଁ ଚିତ୍ର ନଜରକୁ ଆସିଛି, ତାହା ବେଶ୍‌ ଚିନ୍ତାଜନକ। ଭୁବନେଶ୍ୱର ମହାନଗର ନିଗମ(BMC) ଓ ଭୁବନେଶ୍ୱର ବ୍ଲକ୍‌ ଅଞ୍ଚଳରେ ୧୩୦୦ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲ ବାହାରେ ରହିଛନ୍ତି। ଭୁବନେଶ୍ବର ବ୍ଲକ୍‌‌ରେ ୬ରୁ ୧୮ ବର୍ଷ ବୟସ ମଧ୍ୟରେ ପ୍ରାୟ ୪୦୦ ଛାତ୍ରଛାତ୍ରୀ ସ୍କୁଲ୍‌ ବାହାରେ ଅଛନ୍ତି। BMCରେ ଏହାର ସଂଖ୍ୟା ୧୦୦୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଆଦୌ ସ୍କୁଲ୍‌ ଆସି ନଥିବା ପିଲାଙ୍କଠାରୁ ଡ୍ରପ୍‌ ଆଉଟ୍‌ ସଂଖ୍ୟା ଅଧିକ। ପାଠପଢ଼ା ଛାଡ଼ୁଥିବା ଝିଅଙ୍କ ତୁଳନା‌ରେ ପୁଅଙ୍କ ସଂଖ୍ୟା ଢ଼େର୍‌ ଅଧିକା ।

ପାଠ ଛାଡ଼ୁଛନ୍ତି ପୁଅ
ଆସ ସ୍କୁଲ୍‌ ଯିବା ସର୍ଭେ ତଥ୍ୟ ଅନୁସାରେ ଭୁବନେଶ୍ୱର ବ୍ଲକ୍‌ରେ ୧୪୫ ଝିଅ ଓ ୧୮୩ ‌ପୁଅ ପାଠପଢ଼ା ଛାଡ଼ିଛନ୍ତି। ‌ ୩୨ ଝିଅ ଓ ୪୮ପୁଅ ଆଦୌ ସ୍କୁଲ୍‌ ଆସି ନାହାନ୍ତି। ସେହିଭଳି ବିଏମ୍‌ସି ଅଞ୍ଚଳରେ ଥିବା ସ୍କୁଲରୁ ୩୨୫ ଝିଅ ଓ ୪୬୪ ପୁଅ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ସେହିପରି ୨୧୧ ଝିଅ ଓ ୨୭୮ ପୁଅ ସ୍କୁଲରେ ଆଦୌ ନାମ ଲେଖାଇ ନାହାନ୍ତି। ଦିବ୍ୟାଙ୍ଗ ପିଲାଙ୍କ ସଂଖ୍ୟାକୁ ମିଶାଇ ମୋଟ୍‌ ୧୨୭୮ଜଣ ବିଦ୍ୟାଳୟ ବାହାରେ ଅଛନ୍ତି।
ମାଟ୍ରିକ୍‌ ଓ ଯୁକ୍ତ ୨ ପରେ ଅଧିକ ଛାତ୍ରଛାତ୍ରୀ ପାଠପଢ଼ା ଛାଡୁଛନ୍ତି। ଭୁବନେଶ୍ୱର ବ୍ଲକ୍‌ରେ ୧୫ ବର୍ଷ ବୟସରେ ୪୯ ପିଲା ଏବଂ ବିଏମ୍‌ସିରେ ୯୨ ପିଲା ପାଠ ଛାଡ଼ିଛନ୍ତି। ୧୬ବର୍ଷ ବୟସରେ ବ୍ଲକ୍‌ରେ ୭୩ ଜଣ ଓ ବିଏମ୍‌ସିରେ ୧୫୦, ୧୭ ବର୍ଷ ବୟସରେ ବ୍ଲକ୍‌ରେ ୮୬ ଓ ବିଏମ୍‌ସିରେ ୨୪୦ ଏବଂ ୧୮ ବର୍ଷ ବୟସରେ ବ୍ଲକ୍‌ରେ ୩୫ ଓ ବିଏମ୍‌ସିରେ ୧୧୩ ପିଲା ପାଠପଢ଼ା ଛାଡ଼ିଛନ୍ତି। ସହରର ବସ୍ତି ଅଞ୍ଚଳରେ ଥିବା ଅନେକ ଛାତ୍ର ଦାଦନ ଖଟିବା ପାଇଁ ବାହାରକୁ ଚାଲି ଯାଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି ।