Posts tagged NaveenPatnaik

ଯିଏ ଭୁଲ ଧରିବେ, ସେ BJDରୁ ବିଦା ହେବେ

  • ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, BJDରୁ ନିଲମ୍ବିତ
  • BJD ବିରୋଧୀ ମନ୍ତବ୍ୟ ପାଇଁ ନିଲମ୍ୱନ
  • କିନ୍ତୁ ନିଲମ୍ବନ ପୂର୍ବରୁ BJDରୁ ଇସ୍ତଫା ଦେଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ
  • ଦଳ ଠିକ୍ ନ ଚାଲିଲେ, BJD ଛାଡ଼ିବେ ବୋଲି ସେପ୍ଟେମ୍ବର 11 ତାରିଖରେ କହିଥିଲେ ପ୍ରଫୁଲ୍ଲ
  • ବିରୋଧୀ ଦଳ ଭାବେ BJD ସଠିକ୍ ଭୂମିକା ନିର୍ବାହ କରୁନଥିବା କହିଥିଲେ ପ୍ରଫୁଲ୍ଲ ମଲ୍ଲିକ
  • ନିଜ ପ୍ରତିକ୍ରିୟାର ପରଦିନ ଅର୍ଥାତ ସେପ୍ଟେମ୍ବର 12 ସକାଳୁ ବ୍ୟକ୍ତିଗତ କାରଣ ଦର୍ଶାଇ, BJDର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଫୁଲ ମଲ୍ଲିକ
  • ତାଙ୍କ ଉପରେ BJD ଆସ୍ଥା ପ୍ରକଟ କରିଥିବାରୁ ଦଳ ପ୍ରତି କୃତଜ୍ଞତା ଜଣାଇ, BJD ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଲେ
PRAFULLA MALLIK RESIGHN
ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା

ଅନ୍ୟପଟେ ବିଜୁ ଜନତା ଦଳରେ ଥିବା ପାଣ୍ଡିଆନ ସମର୍ଥକ, ପ୍ରତାପ ଜେନାଙ୍କ ଦସ୍ତଖତରେ ସେପ୍ଟେମ୍ବର 12ରେ ଜାରି ହେଲା ଏକ ପ୍ରେସ ରିଲିଜ୍BJD ଉପସଭାପତି ପ୍ରତାପ ଜେନାଙ୍କ ଦସ୍ତଖତରେ ଜାରି ହୋଇଥିବା ପ୍ରେସ ରିଲିଜରେ ଦର୍ଶାଗଲା ଯେ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିଲେ ପ୍ରଫୁଲ୍ଲ ମଲ୍ଲିକ

କିନ୍ତୁ ବାସ୍ତବ କଥା ହେଉଛି BJDର ଅଧିକାଂଶ ବରିଷ୍ଠ ନେତାଙ୍କ ସହ ଭୈରବ ପାଣ୍ଡିଆନଙ୍କର ପଟୁ ନାହିଁ। ସେଥିପାଇଁ ପ୍ରଫୁଲ୍ଲ ମଲ୍ଲିକଙ୍କ ପରି ବରିଷ୍ଠ ନେତାଙ୍କୁ କୋଣଠେସା କରିବାକୁ ଚାହୁଁଛନ୍ତି ପାଣ୍ଡିଆନ। ଆଉ ପାଣ୍ଡିଆନଙ୍କର ଢ଼ାଲ ହୋଇଛନ୍ତି ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କ ମୋହରେ ନବୀନ ଏମିତି ବାୟା ଯେ କାମକ୍ଷା ନଗର ଆସନରୁ 4 ଥରର ବିଧାୟକ ହୋଇଥିବା ପ୍ରଫୁଲ ମଲ୍ଲିକଙ୍କୁ ଦଳ ଛାଡିବା ଲାଗି ବାଧ୍ୟ କରାଗଲା।
ସେପଟେ ପାଣ୍ଡିଆନ ନିଜର ହୁକମାତି ଜାହିର କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା ପରେ, ତାଙ୍କୁ ଦଳରୁ ନିଲମ୍ବନ କରାଯିବାର ଭୁଲ ଖବରକୁ ବଜାରକୁ ଛଡା ଯାଉଛି। ଯେମିତି ବିଜୁ ଜନତା ଦଳର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀଙ୍କ କ୍ଷେତ୍ରରେ ନବୀନ ପଟ୍ଟନାୟକ ମିଛ କହିଥିଲେ।

ଗତ ଏପ୍ରିଲ 9 ତାରିଖରେ ନବୀନ ପଟ୍ଟନାୟକ କହିଲେ ଯେ ପ୍ରଭାତ ତ୍ରିପାଠୀ BJDରେ ନାହାଁନ୍ତି ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରଭାତଙ୍କୁ ନିଲମ୍ବନ କରାଯାଇଛିକିନ୍ତୁ ଚିଟଫଣ୍ଡ ମାମଲା ବିଚାରାଧୀନ ଥିବାରୁ ପ୍ରଭାତ ତ୍ରିପାଠୀଙ୍କ ଉପରୁ 2017ରେ ନିଲମ୍ବନ ଆଦେଶ ଉଠାଇଥିଲେ ନବୀନ । ଏପରିକି 2019ର ଏକ ନିର୍ବାଚନୀ ସଭାରେ ନବୀନ ପଟ୍ଟନାୟକପ୍ରଭାତ ତ୍ରିପାଠୀ ଏକାଠି ଭାଷଣ ଦେଇଥିଲେ କିନ୍ତୁ 2025 ଏପ୍ରିଲରେ ନବୀନଙ୍କ ନୟନ ପିତୁଳା ପାଣ୍ଡିଆନଙ୍କୁ ଭିଲେନ୍ ଆଖ୍ୟା ଦେଇଥିଲେ ପ୍ରଭାତ ତ୍ରିପାଠୀ। ଯେଉଁଥିପାଇଁ ପ୍ରଭାତ ତ୍ରିପାଠୀ ବିଜୁ ଜନତା ଦଳରେ ନାହାଁନ୍ତି ବୋଲି ମିଛ କହିଥିଲେ ନବୀନ ପଟ୍ଟନାୟକ ଆଉ ସେପ୍ଟମ୍ବର 12 ତାରିଖରେ ଇତିହାସର ହେଲା ପୁନରାବୃତ୍ତି । ପୁଣି ପାଣ୍ଡିଆନଙ୍କ ପାଇଁ ପ୍ରତାପ ଜେନା ମିଛ କହିଲେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଥିବା ପ୍ରଫୁଲ୍ଲ ମଲ୍ଲିକଙ୍କୁ BJDରୁ ନିଲମ୍ବନ କରାଯିବା ନାଟକ ରଚାଗଲା।
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ

ମୁହଁ ମୋଡ଼ିଲେ ଭୋଟର, ମୁଣ୍ଡରେ ବସାଇଛି ଦଳ

ଓଡ଼ିଶା ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେଲେ, କିନ୍ତୁ ସେମାନଙ୍କୁ ତାଙ୍କ ଦଳ ମୁଣ୍ଡରେ ବସାଇଛି। ଏଭଳି ଚିତ୍ର କେବଳ ବିଜେଡିରେ ନୁହେଁ, ବରଂ ନ୍ୟାସନାଲ ପାର୍ଟି ବିଜେପି ଏବଂ କଂଗ୍ରେସରେ ମଧ୍ୟ । ଆମେ କହୁଛୁ, 3 ଜଣ ହାରୁ ନେତାଙ୍କର କଥାଅପରାଜୟର ଟ୍ୟାଗ୍ ନେଇ ବୁଲୁଥିବା ନବୀନ ପଟ୍ଟନାୟକ, ଏବେବି ବିଜୁ ଜନତା ଦଳର ସଭାପତି । କିନ୍ତୁ 2024 ନିର୍ବାଚନରେ କଣ୍ଟାବାଞ୍ଝିର ଭୋଟର, ନବୀନଙ୍କ ଠାରୁ ମୁହଁ ମୋଡ଼ି ନେଲେ ଆଉ ହାରୁ ହାରୁ ଅଳ୍ପକେ ବର୍ତ୍ତିଗଲେ ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ।
କଣ୍ଟାବାଞ୍ଝି ଆସନରେ ନବୀନଙ୍କ ଠାରୁ 16,344 ଅଧିକ ଭୋଟ ପାଇ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ । ଅନ୍ୟପକ୍ଷରେ ହିଞ୍ଜିଳି ସିଟରେ ମାତ୍ର 4,636 ଖଣ୍ଡ ଭୋଟ ବ୍ୟବଧାନରେ ଜିତିଲେ ନବୀନ ଜିତିବା ଠାରୁ ହାରିବା ଭୋଟର ପରିମାଣ ଥିଲା 4 ଗୁଣା ଅଧିକା। କେବଳ କଣ୍ଟାବାଞ୍ଝି ନୁହେଁ ନବୀନ ପଟ୍ଟନାୟକଙ୍କୁ ଶାସନରୁ ମଧ୍ୟ ଓହ୍ଲାଇ ଦେଲେ ଓଡ଼ିଶାବାସୀ କିନ୍ତୁ ସଭାପତି ପଦ ମୋହରେ ନବୀନ ପଟ୍ଟନାୟକ ଏତେ ବିଭୋର ଯେ  ବିଜୁ ଜନତା ଦଳର ଆଜନ୍ମ ସଭାପତି ହୋଇ ରହିବାକୁ ଚାହୁଁଛନ୍ତି ।

BJPର ଲକିମ୍ୟାନ୍
ଅନ୍ୟପଟେ ଭାରତୀୟ ଜନତା ପାର୍ଟିର ଅବସ୍ଥା ମଧ୍ୟ ଠିକ୍ ସେଇଆ । ଚାନ୍ଦବାଲି ଆସନରୁ ଲଗାତର ପରାଜିତ ହେଉଥିବା ମନମୋହନ ସାମଲ ବିଜେପି ସଭାପତି ଭାବେ ରିପିଟ୍ ହୋଇଛନ୍ତି।  ଯଦିଓ ଓଡ଼ିଶାରେ ବିଜେପି ଏକାକୀ ସରକାର ଗଠନ କରିବାରେ ମନମୋହନଙ୍କର ଗୁରୁତ୍ତ୍ୱପୂର୍ଣ୍ଣ  ଭୂମିକା ରହିଲା, କିନ୍ତୁ ସେ ଭୋଟରଙ୍କ ମନ ଜିଣିବାରେ ବିଫଳ ହେଲେହୁଏତ ମନମୋହନ ଓଡ଼ିଶା ବିଜେପି ପାଇଁ ଲକି ମ୍ୟାନ୍ କିନ୍ତୁ ନିଜ ପାଇଁ ସେ ଏତେଟା ଶୁଭଙ୍କର ନୁହନ୍ତି ।

ରେକର୍ଡ କହୁଛି ପ୍ରଥମ ଥର ପାଇଁ 2000 ମସିହାରେ ବିଜେପି-ବିଜେଡିର ମେଣ୍ଟ ସରକାର ସମୟରେ ମନମୋହନ ଭାରତୀୟ ଜନତା ପାର୍ଟିର ସଭାପତି ଥିଲେଆଉ 2024ରେ  ନିଜ ଦମରେ ବିଜେପି ଏକାକୀ ସରକାର ଗଠନ କଲାବେଳେ ମନମୋହନ ହିଁ ପାର୍ଟିର ସଭାପତି । କିନ୍ତୁ ଇତିହାସ ରିପିଟ୍ ହେଲା । 2000 ମସିହାରେ ଧାମନଗରରୁ ହାରିଲେ ଆଉ 2024ରେ ଚାନ୍ଦବାଲି ଭୋଟରଙ୍କ ମନ ଜିଣି ପାରିଲେନି 2000 ମସିହାରେ ଧାମନଗର ଆସନରୁ ସ୍ୱାଧିନ ପ୍ରାର୍ଥୀ ମାନସ ରଞ୍ଜନ ମଲ୍ଲିକଙ୍କ ଠାରୁ 1703 ଖଣ୍ଡ ଭୋଟରେ ହାରିଥିଲା ବେଳେ 2024ରେ  ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ଠାରୁ 1916 ଭୋଟ ବ୍ୟବଧାନରେ ହାରିଲେ ମନମୋହନ
ରାହୁଲଙ୍କ ଫେଭରାଇଟ୍ ପରାଜିତ
କଂଗ୍ରେସରେ ବି ସେହି ଏକା ଅବସ୍ଥାଫାୟାର୍ ବ୍ରାଣ୍ଡ ଭକ୍ତ ଚରଣ ଦାସ ଏବେ ଓଡ଼ିଶା କଂଗ୍ରେସ ସଭାପତିସଙ୍ଗଠନ ଚଳାଇବାର ଭରପୁର  କ୍ଷମତା ଭକ୍ତଙ୍କ ପାଖରେ ରହିଛି ମାତ୍ର 27 ବର୍ଷ ବୟସରେ ଭବାନୀ ପାଟଣା ଭଳି ହଟ୍ ସିଟରୁ ବିଧାନସଭାକୁ ଏଣ୍ଟ୍ରି ମାରିଥିଲେବିଜୁ ପଟ୍ଟନାୟକଙ୍କର ବ୍ଲୁ ଆଏଡ ବୟ ମଧ୍ୟ ଥିଲେଉ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କର ଅତି ପ୍ରିୟ ଥିଲେ90 ବେଳକୁ ମାତ୍ର 32 ବର୍ଷ ବୟସରେ ରେଳମନ୍ତ୍ରୀ ହୋଇ ନ୍ୟାସନାଲ୍ ପଲିଟିକ୍ସରେ ନିଜର ଛାପ ଛାଡ଼ିଛନ୍ତିକିନ୍ତୁ ଏବେ ସେ ଜଣେ ହାରୁ ନେତା କାଟାଗୋରୀରେ

ପୁତ୍ର ମୋହରେ ନିଜର ପାରମ୍ପରିକ ସିଟ ଭବାନୀ ପାଟଣାକୁ ଛାଡ଼ି ନର୍ଲାରେ ପ୍ରତିଦ୍ୱନ୍ଦ୍ୱିତା କଲେ । ପୁଅ ସାଗର ଦାସ ସିନା ବିଜୟୀ ହେଲେ, ମାତ୍ର ଭକ୍ତ ଦାସ 2024 ନିର୍ବାଚନରେ ଚିତ୍ ପଟ୍ଟାଙ୍ଗ ମାରିଲେବିଜେଡି କ୍ୟାଣ୍ଡିଡେଟ୍ ମନୋରମା ମହାନ୍ତିଙ୍କ ଠାରୁ 5,205 ଖଣ୍ଡ ଭୋଟ ପଛରେ ରହି ପରାଜିତ ହେଲେ ତଥାପି ରାହୁଲ ଗାନ୍ଧୀଙ୍କୁ ଇମ୍ପ୍ରେସ୍ କରାଇ ନେଲେ ଭକ୍ତ ଦାସ । ହାରିବା ସତ୍ତ୍ୱେ  ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ହୋଇଗଲେ ।
ତେବେ ପରାଜିତ ନବୀନ, ମନମୋହନ ଏବଂ ଭକ୍ତଙ୍କୁ ସେମାନଙ୍କର ଦଳ ସିନା ସମ୍ମାନୀତ କଲାଓଡ଼ିଶାବାସୀ ଗ୍ରହଣ କରୁଛନ୍ତି ତ ? ଏଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ, ଆଗାମୀ ପଞ୍ଚାୟତ ଇଲେକ୍ସନର ଫଳାଫଳ ପର୍ଯ୍ୟନ୍ତ