Posts tagged Naveen Patnaik

ରାଜାଙ୍କ ଚ୍ୟାଲେଞ୍ଜ, ପାଣ୍ଡିଆନଙ୍କୁ ବାନ୍ଧ

  • BJD ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ BJP ସରକାରକୁ ଚ୍ୟାଲେଞ୍ଜ
  • ତାମିଲ ନେଇ ଗଲା ତାମିଲ ନେଇଗଲା, ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଲା ।
  • ପ୍ରଧାନମନ୍ତ୍ରୀ ଆସି କହିଥିଲେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି !
  • ତେବେ କାହିଁକି ବାନ୍ଧୁନ?
  • CBI ତଦନ୍ତ କୁଆଡେ ଗଲା?
  • ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ କି ଆମ ସରକାର ରାଜନୈତିକ ସୁରକ୍ଷା ଦିଆଯାଉନି। ତେବେ ଏଇଠି କଣ ହେଉଛି?
  • ରାଜା ସ୍ୱାଇଁଙ୍କ ଟାର୍ଗେଟରେ କେବଳ BJP ସରକାର ନୁହଁନ୍ତି, ନିଜ ଦଳ BJD ମଧ୍ୟ
  • BJD ସଭାପତି ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଭି.କେ.ପାଣ୍ଡିଆନଙ୍କୁ ବାନ୍ଧିବା ପାଇଁ BJP ସରକାରଙ୍କୁ ଉସୁକାଉଛନ୍ତି ରାଜା ସ୍ୱାଇଁ
  • ଭୈରବ ପାଣ୍ଡିଆନ ହେଉଛନ୍ତି, ତାମିଲିନାଡୁର ମୂଳବାସୀନ୍ଦା,
  • 2024 ନିର୍ବାଚନ ପ୍ରଚାର ସମୟରେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିଲା BJP
  • ସେତେବେଳେ ବନ୍ଦ ରହିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି, ପାଣ୍ଡିଆନ ନିଜ ରାଜ୍ୟ ତାମିଲନାଡୁକୁ ନେଇ ଯାଇଛନ୍ତି ବୋଲି BJP ପକ୍ଷରୁ ଅଭିଯୋଗ ହେଉଥିଲା।
  • BJP ସରକାର ସେହି ତାମିଲି ବ୍ୟକ୍ତିଙ୍କୁ ଏବେ ପର୍ଯ୍ୟନ୍ତ କାହିଁକି ଗିରଫ କରୁନାହିଁ  ବେଲି ରାଜା ସ୍ୱାଇଁ ବିଧାନସଭାରେ ପ୍ରଶ୍ନ କରିଛନ୍ତି

BJD ହାତରୁ ଖସି ଯିବେକି ରାଜ୍ୟସଭା ସାଂସଦ ଦେବାଶିଷ

BJDକୁ ଶକ୍ତ ଝଟକା ! ସିନିୟର ସିଟିଜେନ୍ ସେଲର ଉପସଭାପତି ପଦରୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫାପତ୍ର  ପଠାଇଛନ୍ତି । ଦେବାଶିଷ ପୋଷ୍ଟରୁ ଇସ୍ତଫା ଦେଲା ପରେ BJD ଉପରେ ପ୍ରଭାବ ପଡ଼ିବା ନେଇ ଚର୍ଚ୍ଚା ହେଉଛି ।

ବିଜୁ ଲିଗାସିରେ ଚାଲୁନି BJD
ବିଜୁ ଜନତା ଦଳରେ ଦିନକୁ ଦିନ କନ୍ଦଳ ବଢିବାରେ ଲାଗିଛି । ଅତୀତରେ ଦଳରୁ ଲାଭବାନ୍ ହେଉଥିବା ଅନେକ ନେତା ଦଳ ଛାଡ଼ୁଛନ୍ତି। ଅନେକ ବରିଷ୍ଠ ନେତା ଦଳରେ ପଡ଼ି ରହିଥିଲେ ମଧ୍ୟ ଅନ୍ତରରେ ଅସନ୍ତୋଷ ରହିଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ନିଜର ଇସ୍ତଫା ପତ୍ରରେ ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା କଥା ଉଲ୍ଲେଖ କରିଛନ୍ତି ଦେବାଶିଷ। ଦଳ ଏବେ ବିଜୁ ଲିଗାସିରେ ଚାଲୁନଥିବା ପ୍ରକାଶ କରିବା ସହିତ ବ୍ୟୁରୋକ୍ରାଟଙ୍କ ଦଳରେ ପରିବର୍ତ୍ତନ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଦଳର ପୁନର୍ଗଠନ ବେଳେ ତାଙ୍କୁ ସିନିୟର ସିଟିଜେନ୍ ସେଲର ଉପସଭାପତି ପଦ ଦିଆଯାଇଥିଲା। ହେଲ ଏହି ଉପସଭାପତି ପଦର ରାଙ୍କ କଣ ସେ ଜାଣିପାରୁନଥିବା କହିଛନ୍ତି ।

କୁଆଡ଼େ ଯିବେ ଦେବାଶିଷ?

 ସିନିୟର ସିଟିଜେନ୍ ସେଲର ଉପସଭାପତି ପଦରୁ ଇସ୍ତଫା ପରେ ଦେବାଶିଷ ସାମନ୍ତରାୟ ପାର୍ଟି ଚେଞ୍ଜ କରିବାର ଆଶଙ୍କା ବଢିଛି । ହୁଏତ ଏହା ତାଙ୍କର ପୂର୍ବସୂଚନା ବି ହୋଇଥାଇପାରେ ବୋଲି ଚର୍ଚ୍ଚା ।ନୂଆପଡାରେ ବିଜେଡି ପ୍ରାର୍ଥୀ ଚୟନ ନେଇ ପ୍ରଶ୍ନ ଉଠାଇଥିଲେ ଦେବାଶିଷ। ଏମିତିରେ ବି ବିଜେଡି ଆଉ ଦେବାଶିଷଙ୍କ ଭିତରେ କିଛି ବି ଠିକ୍ ନାହିଁ।  ୨୦୨୪ ନିର୍ବାଚନରେ ଦଳର ପରାଜୟ ପରେ ଦେବାଶିଷ ସାମନ୍ତରାୟ ଦଳର ପରିଚାଳନା ନେଇ ବାରମ୍ବାର ପ୍ରଶ୍ନ ଉଠାଇ ଆସିଛନ୍ତି। ଓ୍ୱାକଫ୍ ବିଲ ପ୍ରସଙ୍ଗରେ ସେ ଭିନ୍ନ ମତ ଦେଇ ଦଳର କନ୍ଦଳକୁ ପଦାରେ ପକାଇଛନ୍ତି । ବିଜେଡି ବିରୁଦ୍ଧରେ କହୁଥିବା  ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ଯୁକ୍ତି ମଧ୍ୟ ବାଢିଛନ୍ତି। କେବଳ ଏତିକି ନୁହେଁ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ ଦେବାଶିଷ । ଏବେ ସେ ପଦରୁ ଇସ୍ତଫା ଦେଳା ପରେ ଅନ୍ୟ ଦଳକୁ ଯାଇପାରନ୍ତି ବୋଲି ଚର୍ଚ୍ଚା।

ବେଇମାନ କିଏ?

ନୂଆପଡ଼ା ବାଇ-ଇଲେକ୍ସନକୁ ଆଉ ମାତ୍ର 3 ଦିନ ବାକି। ବେଇମାନ ଶବ୍ଦ ବର୍ତ୍ତମାନ ପଲିଟିକାଲ ପାର୍ଟିଙ୍କ ପାଇଁ ମୁଖ୍ୟ ମୁଦ୍ଧା ପାଲଟିଛି। ନଭେମ୍ବର 3 ତାରିଖରେ ନୂଆପଡ଼ାରେ ନବୀନ ପଟ୍ଟନାୟକପ୍ରଚାର ସମୟରେ ବେଇମାନ ଶବ୍ଦ ବ୍ୟବହାର କରିଥିଲେ । ତାଙ୍କ ସହ ବେଇମାନୀ ହୋଇଥିବା କହିଥିଲେ ନବୀନ । ଯାହାର କାଉଣ୍ଟର ଆଟାକ୍ କରି ସିଧାସଳଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କିଏ ବେଇମାନ ବୋଲି କହି ତାତ୍ସଲ୍ୟ କରିଛନ୍ତି ।

ବେଇମାନର ସଂଜ୍ଞା କ? ବେଇମାନ କାହାକୁ କୁହାଯାଏ ?  ବୋଲି ପ୍ରଶ୍ନ କରିବା ସହ ବୋଧହୁଏ ନବୀନଙ୍କ ସ୍କ୍ରିପ୍ଟ ରାଇଟର୍ ବେଇମାନର ସଂଜ୍ଞା କ, ତାହା ବୁଝାଇ ନାହାନ୍ତି ବୋଲି ମଞ୍ଚ ଉପରୁ ଟାର୍ଗେଟ କରିଥିଲେ ମୋହନ ମାଝୀ।
ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କ ଆଣି ପ୍ରାର୍ଥୀ କରିଥିଲା ବିଜେଡି କାକଟପୁରରେ ବିଜେପି ତୁଷାରକାନ୍ତି ବେହେରାଙ୍କୁ ଟିକେଟ ଦେଇ ସାରିଥିଲା ପରେ ମନ୍ତ୍ରୀପଦର ଲୋଭ ଦେଖାଇ କିଏ ଚୋରି କରିଥିଲା ବୋଲି ପ୍ରଶ୍ନ କରିଥଇଲେ ମୋହନ ମାଝୀ।  ସେହିପରି କଂଗ୍ରେସର ପୂର୍ବତନ ବିରୋଧୀ ଦଳ ନେତାଙ୍କୁ ଯେତେବେଳେ ବିଜେଡି ନେଇଯାଇଥିଲା, ସେତେବେଳେ କିଏ ବେଇମାନି କରିଥିଲା? ବୋଲି କହିଛନ୍ତି ମୋହନ। ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ କରି ନଳିନୀ ମହାନ୍ତିଙ୍କ ପର୍ଯ୍ୟନ୍ତ କାହାକୁ ସେ ଛାଡ଼ି ନାହାନ୍ତି। ଜଣେ ପରେ ଜଣେ ନେତାଙ୍କୁ ଧକ୍କା ମାରି ଦଳରୁ ବାହାର କରି ଦେଇଥିଲେ ନବୀନ । ତାହେଲେ କିଏ ବେଇମାନ କହି ପ୍ରଶ୍ନ କରିବା ସହିତ ପରୋକ୍ଷରେ ନବୀନଙ୍କୁ ବେଇମାନ କହିଛନ୍ତି ମୋହନ ମାଝୀ।

ତେବେ ବେଇମାକୁ ନେଇ ଏ ଲଢେଇ ନବୀନ-ମୋହନଙ୍କ ଭିତରେ ସୀମିତ ନ ରହି ତୃଣମୁଳ ସ୍ତରରେ ବି ଜାରି ରହିଛି । ଉଭୟ ବିଜେଡି ଓ ବିଜେପିର କର୍ମୀ ନେତା ପରସ୍ପରକୁ ବେଇମାନ କହିବାରେ ଲାଗିଛନ୍ତି। ଜୟ ଢୋଲକିଆ ବିଜେଡି ଛାଡି ବିଜେପିରୁ ଲଢୁଥିବାରୁ ତାଙ୍କୁ ବିଜେଡ଼ି ତରଫରୁ ଟାର୍ଗେଟ କରାଯାଉଥଇଲା ବେଳେ ନବୀନଙ୍କ ପୁରୁଣା ସମ୍ପର୍କର ହିସାବ ଦେଉଛନ୍ତି ବିଜେପି ସମର୍ଥକ ।

 

୨୦୨୭ ପରେ ନୂଆ ଜିଲ୍ଲା ଘୋଷଣା

ନୂଆ ଜିଲ୍ଲା ନିଷ୍ପତ୍ତିରେ ବିଳମ୍ବ । ପୂର୍ବ ସରକାର ଭଳି ନୂଆ ସରକାର ବି ନୂଆ ଜିଲ୍ଲା ଘୋଷଣାକୁ ନେଇ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଳମ୍ବ କରୁଛନ୍ତି। ଉପନିର୍ବାଚନ ସମୟରେ ପଦମପୁରକୁ ଜିଲ୍ଲା ଘୋଷଣା କରିବାର ପ୍ରତିଶ୍ରୁତି ଦେଇ ନବୀନ ପଟ୍ଟନାୟକ ଠକି ଦେଇଥିଲେ । ନବୀନଙ୍କ ବାପା ବିଜୁ ପଟ୍ଟନାୟକ 13 ରୁ 30 ଜିଲ୍ଲା କରିଥିବା ବେଳେ ନବୀନ କିନ୍ତୁ 24 ବର୍ଷର ଶାସନକାଳ ଭିତରେ ଗୋଟାଏ ବି ଜିଲ୍ଲା ଘୋଷଣା କରିବାକୁ ସମର୍ଥ ହୋଇ ନଥିଲେ । ସେହିପରି  ବିଜେପି ସରକାରକୁ ଆସିବାକୁ ପୂର୍ବରୁ ପ୍ରଚାରରେ ଜିଲ୍ଲା ଘୋଷଣାକୁ ପ୍ରସଙ୍ଗ କରିଥିଲା । ମାତ୍ର ସରକାରକୁ ବର୍ଷେ ପରେ ବିତିଯାଇଥିଲେ ବି ସେ ନେଇ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ । ଉଭୟ ସରକାର ଜିଲ୍ଲା ଗଠନକୁ ନେଇ ଦେଇଥିବା କଥା ରଖିବାରେ ବିଫଳ ହୋଇଛନ୍ତି।

୨୦୨୭ ପରେ ନିଷ୍ପତ୍ତି..
ନୂଆ ଜିଲ୍ଲା, ବ୍ଲକ୍, ତହସିଲ ଏବେ ଘୋଷଣା ହେବନାହିଁ । ୧୬ଟି ଜିଲ୍ଲାକୁ ଭାଙ୍ଗି ୨୮ଟି ନୂଆ ଜିଲ୍ଲା ଗଠନ କରିବାକୁ ଦାବି ହେଉଛି। ବିଜେଡି ଶାସନରେ ଥିବା ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବେ ବୋଲି ଘୋଷଣା କରିଥିଲେ ବି କଥା ରଖି ପାରି ନଥିଲେ। ବିଜେପି ନିର୍ବାଚନ ପୂର୍ବରୁ ଜିଲ୍ଲାକୁ ପ୍ରସଙ୍ଗ କରିଥିଲେ ବି ଏଯାବତ ଏନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଆସନ୍ତା ଦେଢ଼ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ମାର୍ଚ୍ଚ, ୨୦୨୭ ପର୍ଯ୍ୟନ୍ତ ରାଜ୍ୟ ସରକାର ଚାହିଁଲେ ବି ନୂଆ ଜିଲ୍ଲା ଗଠନ ନିଷ୍ପତ୍ତି କାର୍ଯ୍ୟକାରୀ କରିପାରିବେ ନାହିଁ। ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଜିଲ୍ଲା, ତହସିଲ, ସହରାଞ୍ଚଳ, ଗ୍ରାମପଞ୍ଚାୟତ ଆଦିର ପ୍ରଶାସନିକ ସୀମା ଧାର୍ଯ୍ୟ କରିବାକୁ ଦିଆଯାଇଛି। ଏହି ସମୟରେ ରାଜ୍ୟ ସରକାର ଚାହିଁଥିଲେ ନୂଆ ଜିଲ୍ଲା ଗଠନ କରିପାରିଥାନ୍ତେ। କିନ୍ତୁ ଏଯାଏଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।  
       ପୂର୍ବରୁ ୨୮ଟି ଏନ୍‌ଏସି, ୭ଟି ମ୍ୟୁନିସିପାଲିଟି ଏବଂ ଗୋଟିଏ ମହାନଗର ନିଗମ ଘୋଷଣା ହୋଇଛି । ନୂଆ ୱାର୍ଡ, ବ୍ଲକ୍ କିମ୍ବା ତହସିଲ କରିବାକୁ ହେଲେ ତାର ରିପୋର୍ଟ ଓ ନୋଟିଫିକେସନ୍ ଜନଗଣନା ପ୍ରକ୍ରିୟାରେ ସାମିଲ କରିବାକୁ ପଡ଼ିବ । ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା , ୨୦୨୭ଫେବ୍ରୁଆରି ୧ରୁ ଫେବ୍ରୁଆରି ୨୮ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା ସମୟରେ କେଉଁ ଗାଁ, ପଞ୍ଚାୟତ, ବ୍ଲକ୍, ତହସିଲ, ୱାର୍ଡ, ପୌରସଂସ୍ଥା, ଜିଲ୍ଲାରେ କଣ ଅଛି ତାର ଅନୁଧ୍ୟାନ ହେବ । ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ସରକାର ନୂଆ ନିଷ୍ପତ୍ତି ନେବେ । ଏବେ ଆଉ କୌଣସି ନୂଆ ଜିଲ୍ଲା, ତହସିଲ, ବ୍ଲକ୍‌ ଗଠନ ଯୋଜନା ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି

ଢୋଲକିଆଙ୍କ ସ୍ତ୍ରୀଙ୍କ ପ୍ରଚାର : ନବୀନ କରିବେ କାଉଣ୍ଟର

ନୂଆପଡ଼ାକୁ ଓହ୍ଲାଇବେ ନବୀନ ପଟ୍ଟନାୟକ ରାଜୁ ଢୋଲକିଆଙ୍କ ସ୍ତ୍ରୀଙ୍କ ପ୍ରଚାରକୁ କରିବେ କାଉଣ୍ଟର ।ବିଧାନସଭା ଯାଉନଥିବା ନବୀନ ଯିବେ ନୂଆପଡ଼ା ।ଥରେ ନୁହେଁ ଥର ଯିବେ ବିଜେଡି ସୁପ୍ରିମୋ ।ନୂଆପଡ଼ା ଉପନିର୍ବାଚନର ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ଥରେ ନୁହେଁ ଦୁଇ ଦୁଇ ଥର ନୂଆପଡ଼ା ଯିବାର ଅଛି BJD ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ସାଧାରଣ ସଭା ସହ ରୋଡ ସୋ କରିବେ ଆସନ୍ତା ନଭେମ୍ବର 3ରେ ନବୀନଙ୍କ ପ୍ରଥମ ପ୍ରଚାର ସଭା ହେବ କୋମନା ବ୍ଲକରେ । ଆଉ ଦ୍ୱିତୀୟ ଥର ନଭେମ୍ବର 7ରେ ନୂଆପଡ଼ାରେ ଡେରା ପକାଇବେ BJD ସୁପ୍ରିମୋ। ଖରିଆର ରୋଡ ଠାରୁ ନୂଆପଡ଼ା ଯାଏଁ ରୋଡ ସୋ କରିବେ ନବୀନ ପଟ୍ଟନାୟକ ।

ଧାମନଗରକୁ ଯାଇନଥିଲେ
ତେବେ ନୂଆପଡ଼ା  ଉପନିର୍ବାଚନ ପାଇଁ ଦୁଇ ଦିନ ନବୀନଙ୍କ ପ୍ରଚାର ପ୍ରୋଗ୍ରାମକୁ ନେଇ ଆଶ୍ଚର୍ଯ୍ୟ ଲାଗୁଛି। କାରଣ ଧାମନଗର ଉପନିର୍ବାଚନରେ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇ ନଥିଲେ। ଭିଡିଓ କନଫରେନ୍ସିଂରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ୍ ସାରି ଦେଇଥିଲେସେଥିପାଇଁ BJDକୁ ଦବାକୁ ପଡ଼ିଥିଲା ବହୁମୂଲ୍ୟ। BJD ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପଛରେ ପକାଇ ବାଜି ମାରି ନେଇଥିଲେ BJPର ଯୁବନେତା ସୁରଜ ସୂର୍ଯ୍ୟବଂଶୀ। BJDର ବଡ଼ ଲସ ପରେ ବାଧ୍ୟ ହୋଇ ନବୀନ ପଟ୍ଟନାୟକ ପଦମପୁର ଉପନିର୍ବାଚନରେ BJDର ମଙ୍ଗ ଧରିଥିଲେ। ଆଉ ସେଠାରେ ତତ୍କାଳୀନ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ ବର୍ଷାଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ନବୀନ

BJDର ଟେନସନ୍ କଳ୍ପନା
ଆଉ ଏବେ ପଦମପୁରର ପଡ଼ୋଶି ନିର୍ବାଚନ ମଣ୍ଡଳୀ ନୂଆପଡ଼ାରେ ହେଉଛି ଉପନିର୍ବାଚନ। କିନ୍ତୁ ମୁଖ୍ୟମନ୍ତ୍ରୀ ଆସନରେ ଆଉ ନାହାନ୍ତି BJD ସୁପ୍ରିମୋ ଏପରିକି ନୂଆପଡ଼ାର ପୂର୍ବତନ ବିଧାୟକ ରାଜୁ  ଢୋଲକିଆଙ୍କ ପରିବାର ଏବେ BJP ଶିବିରରେ ଏବେ BJD ପାଖରେ ନା ଅଛି ସିମ୍ପାଥୀ କାର୍ଡ ନା ସରକାରରେ ଅଛି ବିଜୁ ଜନତା ଦଳ । ଅନ୍ୟପଟେ ରାଜୁ ଢୋଲକିଆଙ୍କ ସ୍ତ୍ରୀ କଳ୍ପନା ଢୋଲକିଆ, ପୁଅ ଜୟଙ୍କ ପାଇଁ କଲେଣି ମାରାଥନ ପ୍ରଚାର

ଗୋଟାଏ ପଟେ ସରକାରରେ BJP, ତା ସହ ମାଙ୍କ ପ୍ରଚାର ଜୟଙ୍କ ପାଇଁ ସ୍ଥିତି ସହଜ କରୁଛି । ଅନ୍ୟପଟେ ବିଜୁ ଜନତା ଦଳର ବିଧାୟକ, ପୂର୍ବତନ ବିଧାୟକ, ସାଂସଦ ମାନଙ୍କର ଘେରାବନ୍ଦୀ ଧିରେ ଧିରେ ଦୁର୍ବଳ ହେଉଛି । ଏଥିପାଇଁ ନବୀନ ପଟ୍ଟନାୟକ ନିଜେ ପ୍ରଚାରର ମଙ୍ଗ ଧରିବାକୁ ଯାଉଛନ୍ତି । ତେବେ ବିଧାନସଭାରେ ସମ୍ପୂଣ୍ଣ ଅନୁପସ୍ଥିତ ରହୁଥିବା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଓଡ଼ିଶା ପଲିଟିକ୍ସରେ ପ୍ରାସଙ୍ଗିକତାକୁ ହୁଏତ ନୂଆପଡ଼ା ଉପନିର୍ବାଚନ ବଜାୟ ରଖିପାରେ ।
ଏ ଷ୍ଟୋରୀକୁ ଲେଖିଛନ୍ତି- ବିଜୟ କେତନ ବରାଳ