Posts tagged Naveen Patnaik

ନବୀନଙ୍କ ପୁରୁଣା ରାଗ, ବିଜୟଙ୍କ ପରି ଅରବିନ୍ଦ ବିଦା

ବିଜୟ ମହାପାତ୍ରଙ୍କୁ ପାର୍ଟିରୁ ଆଉଟ କଲା ଭଳି ତାଙ୍କ ପୁଅ ଅରବିନ୍ଦଙ୍କୁ ବି ଦେଖାଇଛନ୍ତି ଦଳ ବାହାରର ରାସ୍ତା ଦେଖାଇଛନ୍ତି ନବୀନ ପଟ୍ଟନାୟକ। 2000 ମସିହାରେ ଦଳର ଦାୟିତ୍ୱ ନେଇଥିବା ବିଜୟ ମହାପାତ୍ରଙ୍କ ଟିକେଟ କାଟିବା ସହ ତାଙ୍କୁ ବିଜେଡିରୁ ବିଦା କରିଥିଲେ ନବୀନ ପଟ୍ଟନାୟକଯାହାର ସାମାନ୍ୟ ସୂଚନା ବି ବିଜୟଙ୍କ ପାଖରେ ନଥିଲା। ଠିକ୍ ସେମିତି ତାଙ୍କ ପୁଅ ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ପାର୍ଟି ସସପେଣ୍ଡ କରିଛି। ଯାହାର କୌଣସି ପୂର୍ବ ସୂଚନା ନଥିବା କହିଛନ୍ତି ଅରବିନ୍ଦ। 2024 ନିର୍ବାଚନ ପୂର୍ବରୁ ଶଙ୍ଖ ଫୁଙ୍କିବା ସହ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ଅରବିନ୍ଦ।ବିଜୟଙ୍କ ପୁଅଙ୍କୁ ୱେଲକମ୍ କରିଥିଲେ ନବୀନ ପାଣ୍ଡିଆନ ବବିଦାସ। ଜଣେ ୟଙ୍ଗ ଏନର୍ଜେଟିକ ଲିଡର ଭାବରେ ଆସମ୍ବେଲିର ତାଙ୍କର ପ୍ରେଜେଣ୍ଟେସନ୍ ମଧ୍ୟ ଖୁବ୍ ଉନ୍ନତ। ବିରୋଧୀଙ୍କୁ ଘେରିବାରେ ମାହିର ଅରବିନ୍ଦ। ବିଧାନସଭାର ଗତ ଶୀତ ଅଧିବେଶନରେ ଅରବିନ୍ଦ ଥିଲେ ବିଜେଡିର ସର୍ବଶ୍ରେଷ୍ଠ ବକ୍ତା। ତେବେ ପ୍ରଶ୍ନ ଉଠୁଛି ସବୁ ପରେ ବି ଏମିତି ଜଣେ ନେତାଙ୍କୁ କାହିଁକି ଦଳ ବାହାରର ରାସ୍ତା ଦେଖାଇଲେ ନବୀନ।

ପାଣ୍ଡିଆନଙ୍କୁ ନେତା ନ ମାନିବା ପଡ଼ିଲା କି ମହଙ୍ଗା? ନା ବିଜେଡି ସରକାର ସମୟରେ ଦୁର୍ନୀତୀରେ ଲିପ୍ତ ଥିବା  ବ୍ୟକ୍ତି ମାନଙ୍କୁ ବାନ୍ଧିବାର ଆହ୍ୱାନ୍ ଦେଇ ଭୁଲ୍ କରିଦେଲେ ଅରବିନ୍ଦ! ଅରବିନ୍ଦଙ୍କ ସହ ସସପେଣ୍ଡ ହୋଇଥିବା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ହୁଏତ ମୁଖ୍ୟମନ୍ତ୍ରୀ  ମୋହନ ମାଝୀଙ୍କୁ ପ୍ରଶଂସା କରି ନବୀନଙ୍କ ଟାର୍ଗେଟ୍ ହୋଇଥାଇ ପାରନ୍ତି, କିନ୍ତୁ ଅରବତନ୍ଦ ମହାପାତ୍ର ସେମିତି ତ କିଛି  କରି ନାହାନ୍ତି। ଏମିତି କି ବିଜେଡିର ଅସନ୍ତୁଷ୍ଟ ନେତାଙ୍କ ମେଳିରେ କେବେ ବି ଯୋଗ ଦେଇ ନାହାନ୍ତି। ବବିଦାସ ଓ ପାଣ୍ଡିଆନଙ୍କ ଗୁମର ବଖାଣି ନବୀନ ପଟ୍ଟନାୟକଙ୍କୁ ଖୋଲା ଚ୍ୟାଲେଞ୍ଜ କରୁଥିବା ବରିଷ୍ଠ ବିଧାୟକ ବଦ୍ରୀ ପାତ୍ରଙ୍କ ବିରୁଦ୍ଧରେ  କୌଣସି ଆକ୍ସନ୍ ନାହିଁ, ଏପରିକିଚ ବିଜେଡି ବିଧେୟକ ଦଳ ବୈଠକକୁ ଆସୁ ନଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ନୋ ଆକ୍ସନ୍। କିନ୍ତୁ ଅରବିନ୍ଦ ବହାପାତ୍ର ଦଳରୁ ନିଲମ୍ବିତ। ବିଜୟ ମହାପାତ୍ରଙ୍କ ଉପରେ ରାଗ ଶୁଝାଇବାକୁ ଯାଇ ପୁଅ ଅରବିନ୍ଦଙ୍କୁ ବିଦା କରିଛନ୍ତି କି?

ମହଙ୍ଗା ପଡ଼ିପାରେ ରାଜ୍ୟସଭା ଇଲେକ୍ସନ୍, ଅରବିନ୍ଦଙ୍କୁ ବିଦା କରିବାରେ ମାଷ୍ଟରମାଇଣ୍ଡ ଅତନୁ ସବ୍ୟସଚୀ
  ଅନ୍ୟପଟେ ବିଜେଡିର ବିଧାୟକ ସଂଖ୍ୟା ଏବେ 48କୁ ଖସିଆସିଛି2026 ଏପ୍ରିଲରେ ରାଜ୍ୟସଭା ନିର୍ବାଚନ ଥିଲାବେଳେ ଜାଣି ଜାଣି 2 ଟା ଭୋଟ୍ ହରେଇଛି ବିଜେଡି। ଏସବୁ ଘଟଣା ପରେ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ଭୋଟ ହୁଏତ ବିଜେଡି ବିରୁଦ୍ଧରେ ଯାଇପାରେ। ରାଜ୍ରସଭା ପ୍ରାର୍ଥୀ ଚୟନ ସନ୍ତୋଷଜନକ ନ ହେଲେ  ବିଜେଡିର 48 ବିଧାୟକ ଯେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ତାହା କହି ହେଉ ନାହିଁ। ହୁଏତ ଗୋଟାଏ ରାଜ୍ୟସଭା ମେମ୍ବର ପଠେଇବାକୁ ଅକ୍ଷମ ହୋଇପାରେ ବିଜେଡି। ବୋଧହୁଏ ବିଜୟ ମହାପାତ୍ରଙ୍କ ସହ ନବୀନଙ୍କ ତିକ୍ତତା କାରଣରୁ ଅରବିନ୍ଦଙ୍କୁ ନବୀନ ବିଦା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି, କିନ୍ତୁ ଦଳବିରୋଧୀ ଓ ବିଶ୍ୱାସଘାତକର ଟ୍ୟାଗ୍ ଲଗାଇ ଅରବିନ୍ଦଙ୍କୁ ନିଲମ୍ବନ କରାଗଲା ବୋଲି ଅତନୁ ସବ୍ୟସଚୀ ନାୟକ ସୂଚନା ଦେଇଛନ୍ତିତେବେ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିମାନେ ଜାଣନ୍ତି ଅତନୁଙ୍କ ରେକର୍ଡ। ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ସହ ମିଶି ନବୀନଙ୍କୁ ଗାଦୀଚ୍ୟୁତ କରିବାର ମାଷ୍ଟର ମାଇଣ୍ଡ ଥିଲେ ଅତନୁ। ଆଉ ପ୍ଲାନ୍ ସଫଳ ନ ହେବାରୁ ପଲଟୁରାମ ଅତନୁ ପ୍ୟାରୀଙ୍କୁ ଧୋକାଦେଇ ନବୀନଙ୍କ ଶରଣାପନ୍ନ ହୋଇଥିଲେ। କୁହାଯାଉଛି ମହାକାଳପଡ଼ାରେ 33,526 ଭୋଟ ବ୍ୟବଧାନରେ ପରାଜିତ ହେବା ପରେ ପାଟକୁରା ଧାଇଁଛନ୍ତି ଅତନୁ ସବ୍ୟସଚୀ। ସେଥିପାଇଁ ଅରବିନ୍ଦଙ୍କୁ ହଟାଇବା ପାଇଁ ଅତନୁ ଓ ପାଣ୍ଡିଆନ୍ ଗେମ୍ ପ୍ଲାନ୍ କରିଛନ୍ତି ବୋଳି କୁହାଯାଉଛି।

ପ୍ରଶ୍ନ ଉଠୁଛି ଉଭୟ ବାପା ଓ ନିଜ ଉପରେ ନବୀନ ନେଇଥିବା ନିଷ୍ପତ୍ତିର କି ପ୍ରତିଶୋଧ ନେବେ ଅରବିନ୍ଦ ମହାପାତ୍ର। ବିଜୟଙ୍କ ଗୋଟି ଚାଳନା ଓ ଅରବିନ୍ଦଙ୍କ ଲିଡରସିପରେ ପାଟକୁରା ଦେଖିବ କି ଆଗକୁ କିଛି ଭିନ୍ନ ରୂପ। ଅରବିନ୍ଦଙ୍କ ନିଲମ୍ବନ ପରେ ବିଜୁ ଜନତା ଦଳରେ ଶୃଙ୍ଖଳା ଆସିବ ନା ନବୀନଙ୍କ ନେତୃତ୍ୱକୁ ହେବ ଚ୍ୟାଲେଞ୍ଜ?

ରାଜାଙ୍କ ଚ୍ୟାଲେଞ୍ଜ, ପାଣ୍ଡିଆନଙ୍କୁ ବାନ୍ଧ

  • BJD ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ BJP ସରକାରକୁ ଚ୍ୟାଲେଞ୍ଜ
  • ତାମିଲ ନେଇ ଗଲା ତାମିଲ ନେଇଗଲା, ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଲା ।
  • ପ୍ରଧାନମନ୍ତ୍ରୀ ଆସି କହିଥିଲେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି !
  • ତେବେ କାହିଁକି ବାନ୍ଧୁନ?
  • CBI ତଦନ୍ତ କୁଆଡେ ଗଲା?
  • ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ କି ଆମ ସରକାର ରାଜନୈତିକ ସୁରକ୍ଷା ଦିଆଯାଉନି। ତେବେ ଏଇଠି କଣ ହେଉଛି?
  • ରାଜା ସ୍ୱାଇଁଙ୍କ ଟାର୍ଗେଟରେ କେବଳ BJP ସରକାର ନୁହଁନ୍ତି, ନିଜ ଦଳ BJD ମଧ୍ୟ
  • BJD ସଭାପତି ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଭି.କେ.ପାଣ୍ଡିଆନଙ୍କୁ ବାନ୍ଧିବା ପାଇଁ BJP ସରକାରଙ୍କୁ ଉସୁକାଉଛନ୍ତି ରାଜା ସ୍ୱାଇଁ
  • ଭୈରବ ପାଣ୍ଡିଆନ ହେଉଛନ୍ତି, ତାମିଲିନାଡୁର ମୂଳବାସୀନ୍ଦା,
  • 2024 ନିର୍ବାଚନ ପ୍ରଚାର ସମୟରେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିଲା BJP
  • ସେତେବେଳେ ବନ୍ଦ ରହିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି, ପାଣ୍ଡିଆନ ନିଜ ରାଜ୍ୟ ତାମିଲନାଡୁକୁ ନେଇ ଯାଇଛନ୍ତି ବୋଲି BJP ପକ୍ଷରୁ ଅଭିଯୋଗ ହେଉଥିଲା।
  • BJP ସରକାର ସେହି ତାମିଲି ବ୍ୟକ୍ତିଙ୍କୁ ଏବେ ପର୍ଯ୍ୟନ୍ତ କାହିଁକି ଗିରଫ କରୁନାହିଁ  ବେଲି ରାଜା ସ୍ୱାଇଁ ବିଧାନସଭାରେ ପ୍ରଶ୍ନ କରିଛନ୍ତି

BJD ହାତରୁ ଖସି ଯିବେକି ରାଜ୍ୟସଭା ସାଂସଦ ଦେବାଶିଷ

BJDକୁ ଶକ୍ତ ଝଟକା ! ସିନିୟର ସିଟିଜେନ୍ ସେଲର ଉପସଭାପତି ପଦରୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫାପତ୍ର  ପଠାଇଛନ୍ତି । ଦେବାଶିଷ ପୋଷ୍ଟରୁ ଇସ୍ତଫା ଦେଲା ପରେ BJD ଉପରେ ପ୍ରଭାବ ପଡ଼ିବା ନେଇ ଚର୍ଚ୍ଚା ହେଉଛି ।

ବିଜୁ ଲିଗାସିରେ ଚାଲୁନି BJD
ବିଜୁ ଜନତା ଦଳରେ ଦିନକୁ ଦିନ କନ୍ଦଳ ବଢିବାରେ ଲାଗିଛି । ଅତୀତରେ ଦଳରୁ ଲାଭବାନ୍ ହେଉଥିବା ଅନେକ ନେତା ଦଳ ଛାଡ଼ୁଛନ୍ତି। ଅନେକ ବରିଷ୍ଠ ନେତା ଦଳରେ ପଡ଼ି ରହିଥିଲେ ମଧ୍ୟ ଅନ୍ତରରେ ଅସନ୍ତୋଷ ରହିଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ନିଜର ଇସ୍ତଫା ପତ୍ରରେ ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା କଥା ଉଲ୍ଲେଖ କରିଛନ୍ତି ଦେବାଶିଷ। ଦଳ ଏବେ ବିଜୁ ଲିଗାସିରେ ଚାଲୁନଥିବା ପ୍ରକାଶ କରିବା ସହିତ ବ୍ୟୁରୋକ୍ରାଟଙ୍କ ଦଳରେ ପରିବର୍ତ୍ତନ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଦଳର ପୁନର୍ଗଠନ ବେଳେ ତାଙ୍କୁ ସିନିୟର ସିଟିଜେନ୍ ସେଲର ଉପସଭାପତି ପଦ ଦିଆଯାଇଥିଲା। ହେଲ ଏହି ଉପସଭାପତି ପଦର ରାଙ୍କ କଣ ସେ ଜାଣିପାରୁନଥିବା କହିଛନ୍ତି ।

କୁଆଡ଼େ ଯିବେ ଦେବାଶିଷ?

 ସିନିୟର ସିଟିଜେନ୍ ସେଲର ଉପସଭାପତି ପଦରୁ ଇସ୍ତଫା ପରେ ଦେବାଶିଷ ସାମନ୍ତରାୟ ପାର୍ଟି ଚେଞ୍ଜ କରିବାର ଆଶଙ୍କା ବଢିଛି । ହୁଏତ ଏହା ତାଙ୍କର ପୂର୍ବସୂଚନା ବି ହୋଇଥାଇପାରେ ବୋଲି ଚର୍ଚ୍ଚା ।ନୂଆପଡାରେ ବିଜେଡି ପ୍ରାର୍ଥୀ ଚୟନ ନେଇ ପ୍ରଶ୍ନ ଉଠାଇଥିଲେ ଦେବାଶିଷ। ଏମିତିରେ ବି ବିଜେଡି ଆଉ ଦେବାଶିଷଙ୍କ ଭିତରେ କିଛି ବି ଠିକ୍ ନାହିଁ।  ୨୦୨୪ ନିର୍ବାଚନରେ ଦଳର ପରାଜୟ ପରେ ଦେବାଶିଷ ସାମନ୍ତରାୟ ଦଳର ପରିଚାଳନା ନେଇ ବାରମ୍ବାର ପ୍ରଶ୍ନ ଉଠାଇ ଆସିଛନ୍ତି। ଓ୍ୱାକଫ୍ ବିଲ ପ୍ରସଙ୍ଗରେ ସେ ଭିନ୍ନ ମତ ଦେଇ ଦଳର କନ୍ଦଳକୁ ପଦାରେ ପକାଇଛନ୍ତି । ବିଜେଡି ବିରୁଦ୍ଧରେ କହୁଥିବା  ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ଯୁକ୍ତି ମଧ୍ୟ ବାଢିଛନ୍ତି। କେବଳ ଏତିକି ନୁହେଁ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ ଦେବାଶିଷ । ଏବେ ସେ ପଦରୁ ଇସ୍ତଫା ଦେଳା ପରେ ଅନ୍ୟ ଦଳକୁ ଯାଇପାରନ୍ତି ବୋଲି ଚର୍ଚ୍ଚା।

ବେଇମାନ କିଏ?

ନୂଆପଡ଼ା ବାଇ-ଇଲେକ୍ସନକୁ ଆଉ ମାତ୍ର 3 ଦିନ ବାକି। ବେଇମାନ ଶବ୍ଦ ବର୍ତ୍ତମାନ ପଲିଟିକାଲ ପାର୍ଟିଙ୍କ ପାଇଁ ମୁଖ୍ୟ ମୁଦ୍ଧା ପାଲଟିଛି। ନଭେମ୍ବର 3 ତାରିଖରେ ନୂଆପଡ଼ାରେ ନବୀନ ପଟ୍ଟନାୟକପ୍ରଚାର ସମୟରେ ବେଇମାନ ଶବ୍ଦ ବ୍ୟବହାର କରିଥିଲେ । ତାଙ୍କ ସହ ବେଇମାନୀ ହୋଇଥିବା କହିଥିଲେ ନବୀନ । ଯାହାର କାଉଣ୍ଟର ଆଟାକ୍ କରି ସିଧାସଳଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କିଏ ବେଇମାନ ବୋଲି କହି ତାତ୍ସଲ୍ୟ କରିଛନ୍ତି ।

ବେଇମାନର ସଂଜ୍ଞା କ? ବେଇମାନ କାହାକୁ କୁହାଯାଏ ?  ବୋଲି ପ୍ରଶ୍ନ କରିବା ସହ ବୋଧହୁଏ ନବୀନଙ୍କ ସ୍କ୍ରିପ୍ଟ ରାଇଟର୍ ବେଇମାନର ସଂଜ୍ଞା କ, ତାହା ବୁଝାଇ ନାହାନ୍ତି ବୋଲି ମଞ୍ଚ ଉପରୁ ଟାର୍ଗେଟ କରିଥିଲେ ମୋହନ ମାଝୀ।
ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କ ଆଣି ପ୍ରାର୍ଥୀ କରିଥିଲା ବିଜେଡି କାକଟପୁରରେ ବିଜେପି ତୁଷାରକାନ୍ତି ବେହେରାଙ୍କୁ ଟିକେଟ ଦେଇ ସାରିଥିଲା ପରେ ମନ୍ତ୍ରୀପଦର ଲୋଭ ଦେଖାଇ କିଏ ଚୋରି କରିଥିଲା ବୋଲି ପ୍ରଶ୍ନ କରିଥଇଲେ ମୋହନ ମାଝୀ।  ସେହିପରି କଂଗ୍ରେସର ପୂର୍ବତନ ବିରୋଧୀ ଦଳ ନେତାଙ୍କୁ ଯେତେବେଳେ ବିଜେଡି ନେଇଯାଇଥିଲା, ସେତେବେଳେ କିଏ ବେଇମାନି କରିଥିଲା? ବୋଲି କହିଛନ୍ତି ମୋହନ। ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ କରି ନଳିନୀ ମହାନ୍ତିଙ୍କ ପର୍ଯ୍ୟନ୍ତ କାହାକୁ ସେ ଛାଡ଼ି ନାହାନ୍ତି। ଜଣେ ପରେ ଜଣେ ନେତାଙ୍କୁ ଧକ୍କା ମାରି ଦଳରୁ ବାହାର କରି ଦେଇଥିଲେ ନବୀନ । ତାହେଲେ କିଏ ବେଇମାନ କହି ପ୍ରଶ୍ନ କରିବା ସହିତ ପରୋକ୍ଷରେ ନବୀନଙ୍କୁ ବେଇମାନ କହିଛନ୍ତି ମୋହନ ମାଝୀ।

ତେବେ ବେଇମାକୁ ନେଇ ଏ ଲଢେଇ ନବୀନ-ମୋହନଙ୍କ ଭିତରେ ସୀମିତ ନ ରହି ତୃଣମୁଳ ସ୍ତରରେ ବି ଜାରି ରହିଛି । ଉଭୟ ବିଜେଡି ଓ ବିଜେପିର କର୍ମୀ ନେତା ପରସ୍ପରକୁ ବେଇମାନ କହିବାରେ ଲାଗିଛନ୍ତି। ଜୟ ଢୋଲକିଆ ବିଜେଡି ଛାଡି ବିଜେପିରୁ ଲଢୁଥିବାରୁ ତାଙ୍କୁ ବିଜେଡ଼ି ତରଫରୁ ଟାର୍ଗେଟ କରାଯାଉଥଇଲା ବେଳେ ନବୀନଙ୍କ ପୁରୁଣା ସମ୍ପର୍କର ହିସାବ ଦେଉଛନ୍ତି ବିଜେପି ସମର୍ଥକ ।

 

୨୦୨୭ ପରେ ନୂଆ ଜିଲ୍ଲା ଘୋଷଣା

ନୂଆ ଜିଲ୍ଲା ନିଷ୍ପତ୍ତିରେ ବିଳମ୍ବ । ପୂର୍ବ ସରକାର ଭଳି ନୂଆ ସରକାର ବି ନୂଆ ଜିଲ୍ଲା ଘୋଷଣାକୁ ନେଇ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଳମ୍ବ କରୁଛନ୍ତି। ଉପନିର୍ବାଚନ ସମୟରେ ପଦମପୁରକୁ ଜିଲ୍ଲା ଘୋଷଣା କରିବାର ପ୍ରତିଶ୍ରୁତି ଦେଇ ନବୀନ ପଟ୍ଟନାୟକ ଠକି ଦେଇଥିଲେ । ନବୀନଙ୍କ ବାପା ବିଜୁ ପଟ୍ଟନାୟକ 13 ରୁ 30 ଜିଲ୍ଲା କରିଥିବା ବେଳେ ନବୀନ କିନ୍ତୁ 24 ବର୍ଷର ଶାସନକାଳ ଭିତରେ ଗୋଟାଏ ବି ଜିଲ୍ଲା ଘୋଷଣା କରିବାକୁ ସମର୍ଥ ହୋଇ ନଥିଲେ । ସେହିପରି  ବିଜେପି ସରକାରକୁ ଆସିବାକୁ ପୂର୍ବରୁ ପ୍ରଚାରରେ ଜିଲ୍ଲା ଘୋଷଣାକୁ ପ୍ରସଙ୍ଗ କରିଥିଲା । ମାତ୍ର ସରକାରକୁ ବର୍ଷେ ପରେ ବିତିଯାଇଥିଲେ ବି ସେ ନେଇ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ । ଉଭୟ ସରକାର ଜିଲ୍ଲା ଗଠନକୁ ନେଇ ଦେଇଥିବା କଥା ରଖିବାରେ ବିଫଳ ହୋଇଛନ୍ତି।

୨୦୨୭ ପରେ ନିଷ୍ପତ୍ତି..
ନୂଆ ଜିଲ୍ଲା, ବ୍ଲକ୍, ତହସିଲ ଏବେ ଘୋଷଣା ହେବନାହିଁ । ୧୬ଟି ଜିଲ୍ଲାକୁ ଭାଙ୍ଗି ୨୮ଟି ନୂଆ ଜିଲ୍ଲା ଗଠନ କରିବାକୁ ଦାବି ହେଉଛି। ବିଜେଡି ଶାସନରେ ଥିବା ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବେ ବୋଲି ଘୋଷଣା କରିଥିଲେ ବି କଥା ରଖି ପାରି ନଥିଲେ। ବିଜେପି ନିର୍ବାଚନ ପୂର୍ବରୁ ଜିଲ୍ଲାକୁ ପ୍ରସଙ୍ଗ କରିଥିଲେ ବି ଏଯାବତ ଏନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଆସନ୍ତା ଦେଢ଼ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ମାର୍ଚ୍ଚ, ୨୦୨୭ ପର୍ଯ୍ୟନ୍ତ ରାଜ୍ୟ ସରକାର ଚାହିଁଲେ ବି ନୂଆ ଜିଲ୍ଲା ଗଠନ ନିଷ୍ପତ୍ତି କାର୍ଯ୍ୟକାରୀ କରିପାରିବେ ନାହିଁ। ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଜିଲ୍ଲା, ତହସିଲ, ସହରାଞ୍ଚଳ, ଗ୍ରାମପଞ୍ଚାୟତ ଆଦିର ପ୍ରଶାସନିକ ସୀମା ଧାର୍ଯ୍ୟ କରିବାକୁ ଦିଆଯାଇଛି। ଏହି ସମୟରେ ରାଜ୍ୟ ସରକାର ଚାହିଁଥିଲେ ନୂଆ ଜିଲ୍ଲା ଗଠନ କରିପାରିଥାନ୍ତେ। କିନ୍ତୁ ଏଯାଏଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।  
       ପୂର୍ବରୁ ୨୮ଟି ଏନ୍‌ଏସି, ୭ଟି ମ୍ୟୁନିସିପାଲିଟି ଏବଂ ଗୋଟିଏ ମହାନଗର ନିଗମ ଘୋଷଣା ହୋଇଛି । ନୂଆ ୱାର୍ଡ, ବ୍ଲକ୍ କିମ୍ବା ତହସିଲ କରିବାକୁ ହେଲେ ତାର ରିପୋର୍ଟ ଓ ନୋଟିଫିକେସନ୍ ଜନଗଣନା ପ୍ରକ୍ରିୟାରେ ସାମିଲ କରିବାକୁ ପଡ଼ିବ । ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା , ୨୦୨୭ଫେବ୍ରୁଆରି ୧ରୁ ଫେବ୍ରୁଆରି ୨୮ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା ସମୟରେ କେଉଁ ଗାଁ, ପଞ୍ଚାୟତ, ବ୍ଲକ୍, ତହସିଲ, ୱାର୍ଡ, ପୌରସଂସ୍ଥା, ଜିଲ୍ଲାରେ କଣ ଅଛି ତାର ଅନୁଧ୍ୟାନ ହେବ । ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ସରକାର ନୂଆ ନିଷ୍ପତ୍ତି ନେବେ । ଏବେ ଆଉ କୌଣସି ନୂଆ ଜିଲ୍ଲା, ତହସିଲ, ବ୍ଲକ୍‌ ଗଠନ ଯୋଜନା ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି