Posts tagged N. Bhaskar Rao

ଅଡୁଆରେ ଏନ୍ ଭାସ୍କର ରାଓ:ରାଜ୍ୟ ସାରା ଘେରିଲେ EOW

EOW ଜାଲରେ ପଡ଼ିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ। ରାୟଗଡ଼ା ଟ୍ରକ୍‌ ମାଲିକ ସଙ୍ଘର ଆର୍ଥିକ ଅନିୟମିତତା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌.ଭାସ୍କର ରାଓଙ୍କ ଘର ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଛି । ସଙ୍ଘର ଟଙ୍କାକୁ ଆତ୍ମସାତ କରିବା ଅଭିଯୋଗରେ ଚଢ଼ାଉ କରିଛନ୍ତି କ୍ରାଇମ ବ୍ରାଞ୍ଚର ୨୫ ଜଣିଆ EOW ଟିମ୍ । ରାୟଗଡ଼ା ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଛି । ରାଜ୍ୟ ସାରା ୧୧ଟି ସ୍ଥାନରେ ୮ଟି ଟିମ୍‌ର ରେଡ୍‌ ହୋଇଛି । ରାଣୀଗୁଡ଼ା ଫାର୍ମ ହାଉସ୍‌ ଓ ପିତଳା ଷ୍ଟ୍ରିଟ୍‌ ବାସଭବନରେ ଚଢାଉ ହେବା ସହ ରାୟତ କଲୋନୀସ୍ଥିତ ଜି. କୃଷ୍ଣଙ୍କ ବାସଭବନରେ ମଧ୍ୟ ରେଡ୍‌ ହୋଇଛି । ରାୟଗଡ଼ା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ମଧ୍ୟ ରେଡ୍ ହୋଇଛି । ଭୁବନେଶ୍ୱର ଫରେଷ୍ଟ ପାର୍କ ଓ ବରମୁଣ୍ଡା ଏଚ୍‌ବି କଲୋନୀ, ଫରେଷ୍ଟ ପାର୍କର ଶ୍ରୀ ଆଦିତ୍ୟ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍‌ରେ ଚଢାଉ ହୋଇଛି । ବରମୁଣ୍ଡାର ଅରୁଣ ପାୱାର ପ୍ରୋଜେକ୍ଟ ଲିମିଟେଡ୍‌,ଭୀମପୁର ଶ୍ରୀ ଆଦିତ୍ୟ ଟ୍ରେଡିଂ ଆଣ୍ଡ ମାର୍କେଟିଂ ପ୍ରାଇଭେଟ୍ ଲିମିଟେଡ୍‌ରେ ରେଡ୍‌ ହୋଇଛି । ମଞ୍ଚେଶ୍ୱର ଶ୍ରୀ ବାଲାଜୀ ରିଅଲ୍ ଇଷ୍ଟେଟ୍ସ ଆଣ୍ଡ ଏଗ୍ରି ଡେଭଲପର୍ସ, ଶ୍ରୀ ଆଦିତ୍ୟ ରିଅଲ୍ ଇଷ୍ଟେଟ୍ ଆଣ୍ଡ ଏଗ୍ରି ଡେଭଲପର୍ସରେ ରେଡ୍‌ ହୋଇଛି । ରାୟଗଡ଼ା ଗୌତମ ନଗର ଗ୍ୟାସ୍ ଏଜେନ୍ସି ସହ ଶ୍ରୀ ଆଦିତ୍ୟ ଏଚ୍‌ପି ଏଣ୍ଟରପ୍ରାଇଜେସ୍ ଗ୍ୟାସ୍ ଏଜେନ୍ସିରେ ଚଢାଉ ହୋଇଛି । ଏନ୍ ଭାସ୍କର ରାଓ ରାୟଗଡ଼ା ଟ୍ରକ୍‌ ମାଲିକ ସଙ୍ଘର  ଟଙ୍କା ହେରଫେର କରି ବ୍ୟକ୍ତିଗତ କାମରେ ଲଗାଇଥିବା ଅଭିଯୋଗ ।

ଏନ୍. ଭାସ୍କର ରାଓ ୨୦୧୬ ଜୁଲାଇ ୨ରୁ ୨୦୨୨ ଜୁଲାଇ ୧ ପର୍ଯ୍ୟନ୍ତ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଥିଲେ। ସେ ବିଜେଡି ତରଫରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲେ। ୨୦୨୫ ସେପ୍ଟେମ୍ବର ୯ ରେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ଆଭ୍ୟନ୍ତରୀଣ କାର୍ଯ୍ୟକଳାପ ଏବଂ ରାୟଗଡ଼ା ଜିଲ୍ଲା ସଭାପତି ଚୟନକୁ ନେଇ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡ଼ିଥିଲେ। ବିଜେଡି ଛାଡ଼ିବା ପରେ  ‘ବିଜୁ ସ୍ୱାଭିମାନ ମଞ୍ଚ‘ ଗଠନ କରିଛନ୍ତି । ପାୱାରରୁ ହଟିଲା ପରେ ଠକେଇ ଅଭିଯୋଗରେ EOW ଜାଲରେ ପଡ଼ିଛନ୍ତି ଏନ୍. ଭାସ୍କର ରାଓ ।