Posts tagged Mohan Charan Majhi

ଓଡ଼ିଶାରେ ‘ଆମ ଶାସନ’: 5t ଢାଞ୍ଚାରେ ଚାଲିବ ସରକାର

ଓଡ଼ିଶାରେ ଆମ ଶାସନ ଲାଗୁ ହୋଇଛି । 5 ଟି ଢାଞ୍ଚାକୁ ବିଜେପି ସରକାର ଆପଣେଇଛନ୍ତି । ଲୋକଙ୍କୁ ସେବା ଦେବାରେ ଅଫିସର ମନମାନି କଲେ  ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। 14471 ହେଲ୍ପଲାଇନ୍ ନମ୍ବରକୁ ଫୋନ୍ କରି ଜନସାଧାରଣ ଅଭିଯୋଗ କରି ପାରିବେ। ବିଜେଡ଼ି ସରକାରଙ୍କ  ’ମୋ-ସରକାର’ ଢାଞ୍ଚାରେ ଶାସନ ଚାଲିବ ।  
ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କେମିତି କାର୍ଯ୍ୟକାରୀ ହେଉଛି ସେନେଇ ଲୋକଙ୍କ ମତାମତ ନିଆଯିବ। ଯଦି କୌଣସି ଅଧିକାରୀ ଲୋକଙ୍କୁ ଠିକରେ ସେବା ନ ଯୋଗାନ୍ତି କିମ୍ବା ଖରାପ ବ୍ୟବହାର ଦେଖାନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । କୌଣସି ବି କାମ ପାଇଁ ଲାଞ୍ଚ ମାଗିଲେ ସ୍ଟ୍ରଙ୍ଗ ଆକ୍ସନ ନିଆଯିବ। ଏଥିପାଇଁ ଓଡ଼ିଶା ସରକାର ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ବିଜେଡି ସରକାରରେ ଭି କେ ପାଣ୍ଡିଆନ 5t କୁ ଅକ୍ତିଆର କରି ରଖିଥିଲା ବେଳେ ଆମ ସରକାରରେ କିନ୍ତୁ  ସଚିବ କି ଅଧ୍ୟକ୍ଷ ନୁହେଁ ଯେଉଁ ଅଭିଯୋଗ , ବା ପ୍ରସ୍ତାବ ଆସିବ ତାହା ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ସିଧାସଳଖ ଶୁଣିବେ। ଏଥିରେ ପ୍ରାୟ ୨୦ଟି ବିଭାଗର ୧୫୦ରୁ ଅଧିକ ସେବା ଉପଲବ୍ଧ ହେବ । ଏବେ ୮ଟି ବିଭାଗର ୧୬ଟି ସେବା ଉପଲବ୍ଧ ହେବ। 

ସରକାରଙ୍କ ତରଫରୁ ଲୋକଙ୍କ ପାଖକୁ ରେକର୍ଡ ହେଉଥିବା ଏକ କଲ୍‌ ଆସିବ, ସେମାନଙ୍କୁ ଯୋଜନାର କାର୍ଯ୍ୟକାରିତା ଉପରେ ବିଭିନ୍ନ ପ୍ରଶ୍ନ ପଚରାଯିବ । ଏଥିସହ ଲୋକଙ୍କ ଠାରୁ ମତାମତ ସଂଗ୍ରହ ସହିତ ଲୋକ ଫୋନ୍‌ କରି ମତାମତ ଓ ଅଭ‌ିଯୋଗ ଦେବା ପାଇଁ ଏକ କଲ୍‌ ସେଣ୍ଟର ରହିବ । ଲୋକଙ୍କ ପାଖରେ ସେବା ଠିକ୍‌ରେ ପହଞ୍ଚୁଛି କି ନାହିଁ, ସରକାର ତଦାରଖ କରିବେ। ଥାନା, ଡାକ୍ତରଖାନା, ଧାନମଣ୍ଡି, ସ୍କୁଲ୍ ସବୁକିଛି ସରକାରଙ୍କ ସ୍କାନରରେ ରହିବ। ଏପରିକି ସୁଭଦ୍ରା ସମ୍ବନ୍ଧୀୟ ଅଭିଯୋଗ ବି କରିହେବ । ମତାମତ ଓ ଅଭିଯୋଗ ପାଇଁ ୧୪୪୭୧ ଟୋଲ୍‌ ଫ୍ରି ନମ୍ବର ଜାରୀ ହେଉଛି । ସୋମବାରରୁ ଶୁକ୍ରବାର ଯାଏଁ ସକାଳ ୯ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଏ ନମ୍ବରରେ କଥା ହେଇ ହେବ। ତେବେ କେବଳ ଅଫଲାଇନ୍ ନୁହେଁ ଅନଲାଇନ୍ ପ୍ଲାଟଫର୍ମ ଯେପରିକି ହ୍ବାଟସ୍‌ଆପ୍‌, ଇ-ମେଲ, ଏକ୍ସରେ ମଧ୍ୟ ମତାମତ ଏବଂ ଅଭିଯୋଗ କରିହେବ। ତେବେ 5 ଟି ତୁଳନାରେ ଏ ସେବା ଅଧିକ ଫଳପ୍ରଦ ହେଉଛି ତାହା ଦେଖିବା ବାକି ।

ସାଂସଦଙ୍କ ସତର୍କବାଣୀ : ପଞ୍ଚାୟତ ନିର୍ବାଚନରେ ଦଶା ଭୋଗିବ BJP

  • ମୁଖ୍ୟମନ୍ତ୍ରୀଙ୍କ ଉପରେ ଭୀଷଣ କ୍ଷୁବ୍ଧ ହେଇଛନ୍ତି ବିଜେପି ସାଂସଦ ।
  • ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଆଗରେ ବିଜେପିର 18 ସାଂସଦ ଅସନ୍ତୋଷ ଝାଡିଛନ୍ତି ।
  • ସମସ୍ତଙ୍କ ସମାନ ଅଭିଯୋଗ, ଓଡ଼ିଶାରେ ସରକାର ଠିକ ଭାବେ ଚାଲୁନାହିଁ ।
  • ଓଡ଼ିଶାରେ ବିଜେପିର 25 ବର୍ଷିଆ ଶାସନର ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ସପ୍ନ ଦେଖୁଛନ୍ତି, ସେହି ସପ୍ନ ଅଧୁରା ରହିଯିବ।
  • ରାଜ୍ୟ ସରକାରଙ୍କ ପ୍ରଶାସନିକ ବିଫଳତା କାରଣରୁ ଭୈରବ ପାଣ୍ଡିଆନ, ଏବେ ବାହାରକୁ ଆସିବା ପାଇଁ ସୁଯୋଗ ପାଉଛନ୍ତି।
  • ସାଂସଦ ମାନଙ୍କୁ ମୁଖ୍ୟମନ୍ତ୍ରୀ, ଆଦୌ ବିଶ୍ଵାସକୁ ନେଉନାହାଁନ୍ତି। କୌଣସି ପ୍ରସଙ୍ଗରେ ସେମାନଙ୍କ ସହ ଆଲୋଚନା ବି କରୁନାହାଁନ୍ତି ।
  • ଆଉ ଦେଢ଼ ବର୍ଷ ପରେ ପଞ୍ଚାୟତ ନିର୍ବାଚନ। ତା’ପୂର୍ବରୁ ଅବ୍ୟବସ୍ଥା ସଜାଡ଼ିବାକୁ ପଡ଼ିବ। ନହେଲେ ହୁଏତ ପଞ୍ଚାୟତ ସ୍ତରରେ କ୍ଷମତା ହାତେଇବା ସମ୍ଭବ ହେବନାହିଁ ବୋଲି ସତର୍କବାଣୀ ଦେଇଛନ୍ତି ସାଂସଦ ।
  • ସରକାର ଓ ସଂଗଠନ ଭିତରେ ଯଦି ସଭାପତି ସଠିକ ସମନ୍ଵୟ ନରଖନ୍ତି, ତେବେ ଏହା ବଡ଼ ବିପଦ ଘଟାଇବ ବୋଲି ସାଂସଦ ମାନେ ଚେତାଇ ଦେଇଛନ୍ତି।
  • ସାଂସଦ ମାନଙ୍କର ଏଭଳି ଆଭିମୁଖ୍ୟକୁ ଗୋଟି ଗୋଟି କରି ଲେଖିଲେ, ବିଜେପି ସଂଗଠନ ସଂପାଦକ ମାନସ ମହାନ୍ତି

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାଂସଦ ମାନଙ୍କର ଏହି ବିଷୋଦଗାର ଓଡ଼ିଶାରେ ନୁହେଁ, ନୂଆଦିଲ୍ଲୀରେ ଦେଖିବାକୁ ମିଳିଛି। ଗତ ମଙ୍ଗଳବାର(22 ଜୁଲାଇ)ର ସେହି ବୈଠକ ହୋଇଛି, ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝର ସାଂସଦ ଅନନ୍ତ ନାଏକଙ୍କର ବାସଭବନରେ । ସେହି ବୈଠକରେ ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ଉପସ୍ଥିତ ଥିଲେ। 3 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ୱିନୀ ବୈଷ୍ଣବ ସେହି ବୈଠକକୁ ଆସିନଥିଲେ । ଅସୁସ୍ଥତା କାରଣରୁ ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଏବଂ ଦିଲ୍ଲୀ ବାହାରେ ଥିବା ପୁରୀ ସାଂସଦ ସମ୍ବିତ ପାତ୍ର ଅନୁପସ୍ଥିତ ଥିଲେ। ଆରମ୍ଭ କରିଥିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀସଭାପତିଙ୍କୁ ସତ ଶୁଣିବାକୁ ଚାହୁଁଛନ୍ତି କି ?, ପ୍ରଶ୍ନ କରି, ରାଜ୍ୟ ସରକାରଙ୍କ ବିଫଳତାକୁ ଗୋଟି ଗୋଟି କରି ଗଣାଇ ଦେଲେ।

  • ଶୁଣିବାକୁ ମିଳୁଛି ସାଂସଦ ଅନନ୍ତ ନାଏକ କହିଲେ, ଦଲାଲଙ୍କ ଘେରରେ ଏବେ ମୁଖ୍ୟମନ୍ତ୍ରୀ ରହିଛନ୍ତି,
  • ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ, ମୋହନ ସରକାରଙ୍କ କାର୍ଯ୍ୟକଳାପର ବିଫଳତାକୁ ଶାଣିତ ଢଙ୍ଗରେ ଦଳର ନେତୃତ୍ୱଙ୍କ ଆଗରେ ବଖାଣିଛନ୍ତି,
  • ଉପମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ତଥା ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ ଅତି ଭାବୁକ ହୋଇ ଓଡ଼ିଶା ସରକାରଙ୍କ ବିଫଳତାକୁ ବର୍ଣ୍ଣନା କରିଛନ୍ତି
                           ପୂର୍ଣ୍ଣକାଳୀନ ସଭାପତି ହେବା ପରେ ମନମୋହନ ସାମଲଙ୍କ ଦିଲ୍ଲୀରେ ସବୁ ସାଂସଦ ମାନଙ୍କ ସହ ଏହି ପ୍ରଥମ ବୈଠକର ରାଜନୈତିକ ଗୁରୁତ୍ଵ ରହିଛି । ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସରଳ ଲୋକ ବୋଲି ଅଧିକାଂଶ ସାଂସଦ କହିଥିଲେ। କିନ୍ତୁ ତାଙ୍କ ଅଫିସ ହିଁ ଦଳ, ନେତା ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ବଡ଼ ପାଚେରୀ ଠିଆ କରାଇଛି । କେତେ ଜଣ ସାଂସଦ ମଧ୍ୟ ଦର୍ଶାଇଥିଲେ ଯେ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଅମଳରେ ଜଣେ ସବୁ ନିଷ୍ପତ୍ତି ନେଉଥିଲେ। ଆଉ କାହା ପାଖକୁ ଧାଇଁବାର ଆବଶ୍ୟକତା ନଥିଲା। କିନ୍ତୁ ଏ ସରକାରରେ 5 ଜଣ ମାମଲତି କରୁଛନ୍ତି। କାହା ପାଖକୁ ଗଲେ କାମ ହେବ କେହି ଜାଣି ପାରୁନାହାନ୍ତି ।
              ସାଂସଦମାନେ କହିଥିଲେ ଯେ, ଆଉ ଦେଢ଼ ବର୍ଷ ପରେ ପଞ୍ଚାୟତ ନିର୍ବାଚନ। ତା’ପୂର୍ବରୁ ଅବ୍ୟବସ୍ଥା ସଜାଡ଼ିବାକୁ ପଡ଼ିବ। ରଥଯାତ୍ରାରୁ ଆରମ୍ଭ କରି ଯେଉଁସବୁ ଘଟଣା ଘଟୁଛି ତାହା ଜନମାନସକୁ ପ୍ରଭାବିତ କରୁଛି । ସରକାର ଓ ସଂଗଠନ ଭିତରେ ଯଦି ସଭାପତି ସଠିକ୍ ସମନ୍ଵୟ ନରଖନ୍ତି ତେବେ ଏହା ବଡ଼ ବିପଦ ଘଟାଇବ ବୋଲି ସେମାନେ ମନମୋହନ ଏବଂ ବିଜୟପାଲଙ୍କୁ ଚେତାଇ ଦେଇଥିଲେ। ମନମୋହନ ସବୁ କଥା ଶୁଣିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଏବାବଦରେ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଆସନ୍ତା 29 ତାରିଖରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଯିବାର ରହିଛି, ସେ ସମୟରେ ସାଂସଦ ମାନଙ୍କୁ ଭେଟିପାରନ୍ତି ।
    ଏହି ଷ୍ଟୋରୀକୁ ଲେଖିଛନ୍ତି, ବିଜୟ କେତନ ବରାଳ