Posts tagged Manmohan Samal

ମୋଦୀ-ଶାହଙ୍କ ଫେଭରାଇଟ ମନମୋହନ

ଅନୁମାନ ଏବଂ ଆକଳନର ଅନ୍ତ ଘଟିଛି। ପୁଣିଥରେ ରାଜ୍ୟ ବିଜେପି ସଭାପତି ହୋଇଛନ୍ତି ମନମୋହନ ସାମଲ। ନିଜ ରାଜନୈତିକ କ୍ୟାରିୟରରେ ଥରେ ମାତ୍ର ବିଧାୟକ ହୋଇଥିବା ମନମୋହନ ସାମଲଙ୍କ ସାଙ୍ଗଠନିକ କ୍ଷମତାକୁ ସାଲ୍ୟୁଟ ମାରିଛନ୍ତି କେନ୍ଦ୍ରୀୟ ବିଜେପି । ପ୍ରଥମ ଥର ପାଇଁ ବିଜେପି ସରକାରରେ ଥିବାବେଳେ ଦଳର ସଭାପତି ଭାବେ ଗୁରୁତ୍ୱପୂର୍ଣ୍ଣ ଆସନରେ ପୁଣି ମନମୋହନଙ୍କୁ ବସାଇଛନ୍ତି ହାଇକମାଣ୍ଡ । ହ୍ୟାଟ୍ରିକ୍ ମାରି ପୁଣିଥରେ ବିଜେପିର ମଙ୍ଗୁଆଳ ସାଜିଛନ୍ତି ମନମୋହନ ସାମଲ । ସଞ୍ଜୟ ଜଶୱାଲଙ୍କ ଉପସ୍ଥିତିରେ ମନମୋହନ ସାମଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ତରଫରୁ ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ କରିଥିବାରୁ ବିନା ଦ୍ୱନ୍ଦରେ ରାଜ୍ୟ ସଭାପତି ଭାବେ ମନୋନୀତ ହେଇଛନ୍ତି । 8 ତାରିଖ 11ଟାରେ ଏ ନେଇ ବିଦ୍ଧିବଦ୍ଧ ଘୋଷଣା ହେବ ।
1999ରୁ 2004 ଯାଏଁ ପ୍ରଥମ ଥର ରାଜ୍ୟସଭାପତି ହୋଇଥିଲା ବେଳେ 24 ମାର୍ଚ୍ଚ 2023ରୁ ସାମଲ ଦ୍ୱିତୀୟ ଥର ପାଇଁ ସଭାପତି ହୋଇଥିଲେ । ପୁଣିଥରେ ସେ ମଙ୍ଗ ସମ୍ଭାଳିବା ସହ ସଭାପତି ହିସାବରେ ହ୍ୟାଟ୍ରିକ୍ ମାରିଛନ୍ତି ।

1980 ରେ ବିଜେପି ପ୍ରତିଷ୍ଠା ହେବା ପରଠାରୁ ଓଡ଼ିଶାରେ 9 ଜଣ ରାଜ୍ୟ ସଭାପତି ହୋଇଛନ୍ତି। ତେବେ 45 ବର୍ଷର ଇତିହାସରେ ସର୍ବାଧିକ ବର୍ଷ 1980ରୁ 1988 ଯାଏଁ ବିଶ୍ୱଭୁଷଣ ହରିଚନ୍ଦନ 8 ବର୍ଷ ସଭାପତି ହୋଇଥିଲେ। ତାଙ୍କ ପରେ ଜୁଏଲ ଓରାମ 1997,2004 ଓ 2009ରେ ତିନିଥର ପାଇଁ ସଭାପତି ହୋଇଛନ୍ତି । ତେବେ ଜୁଏଲଙ୍କ ପରି ମନମୋହନ ସାମଲ ମଧ୍ୟ ହ୍ୟାଟ୍ରିକ୍ ମାରିଛନ୍ତି। 1999 ଓ 2023 ପରେ 2025ରେ ବି ହାତେଇଛନ୍ତି ବିଜେପି ସଭାପତିର ଆସନ  ।
BJP ପାଇଁ ଶୁଭଙ୍କର ମନମୋହନ
               ତେବେ ମନମୋହନ ସାମଲ ହେଉଛନ୍ତି  ଏକମାତ୍ର ସଭାପତି ଯାହାଙ୍କ ସମୟରେ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଛି। 2000 ମସିହାରେ ବିଜେଡି ବିଜେପିର ମେଣ୍ଟ ସରକାର ହୋଇଥିଲା ବେଳେ ରାଜ୍ୟ ବିଜେପି ସଭାପତି ଥିଲେ ମନମୋହନ ସାମଲ। ସେହିଭଳି 2024ରେ ରାଜ୍ୟରେ  ବିଜେପି ଏକାକି ସରକାର ଗଠନ କରିଥିଲା ବେଳେ ଓଡ଼ିଶା ବିଜେପିର ସଭାପତି ଥିଲେ ମନମୋହନ ସାମଲ। 2000 ମସିହାରେ ମେଣ୍ଟ କରି ସରକାର କରିବା ଓ 2024ରେ ମେଣ୍ଟ ଆଲୋଚନାକୁ ପ୍ରତ୍ୟାଖାନ କରି ସରକାର କରିବା ପଛର ମୁଖ୍ୟ ବିନ୍ଧାଣି ହେଉଛନ୍ତି ମନମୋହନ ସାମଲ।  ତେଣୁ ମନମୋହନ ସାମଲଙ୍କୁ ସୁସଙ୍ଗଠକ ବା ଜଣେ ଭାଗ୍ୟବାନ ବ୍ୟକ୍ତି ହିସାବରେ ବିଚାର କରି କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ତୃତୀୟଥର ପାଇଁ ରାଜ୍ୟ ବିଜେପି ସଭାପତି କରିଛନ୍ତି ।

କେନ୍ଦ୍ରୀୟ ନେତୃତ୍ୱଙ୍କ ପସନ୍ଦ ମନମୋହନ ସାମଲ
2024 ନିର୍ବାଚନରେ ଚାନ୍ଦବାଲି ଆସନରୁ ବିଜୟୀ ହୋଇଥିଲେ ହୁଏତ ମନମୋହନ ସାମଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଥାଆନ୍ତେ । ଏପରିକି 2000 ମସିହାରେ ଧାମନଗର ଆସନରୁ ମାନସ ମଲିକଙ୍କଠାରୁ ହାରି ନଥିଲେ ବିଜେଡି-ବିଜେପି ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇ ଥାଆନ୍ତେ । କିନ୍ତୁ ନାଁ ଚାନ୍ଦବାଲିରେ ନା ଧାମନଗରରେ ମତଦାତା ମନମୋହନ ସାମଲଙ୍କ ଉପରେ ଆସ୍ଥାପ୍ରକଟ କଲେ? ମାତ୍ର କେନ୍ଦ୍ରୀୟ ନେତୃତ୍ୱଙ୍କ ଆସ୍ଥା ମନମୋହନଙ୍କ ଉପରେ ରହିଥିଲା ଏବଂ ରହିଛି ମଧ୍ୟ…  

ସଂଗଠନ ନୁହେଁ,  ସୋସିଆଲ ମିଡିଆ ଭରସାରେ ନବୀନ

BJD ସଭାପତି ଭାବେ ନବମ ଇନିଂସ ଆରମ୍ଭ କରି BJPକୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ । ଯଦିଓ BJPର ନାଁ ନେଇ ନାହାଁନ୍ତି, କିନ୍ତୁ 2024 ନିର୍ବାଚନରେ BJDର ପରାଜୟ ପାଇଁ ବିରୋଧିଙ୍କ ଅପପ୍ରଚାରକୁ ଦାୟୀ କରି ନବୀନ କହିଛନ୍ତି….

  • ସୋସିଆଲ ମିଡିଆରେ ବିରୋଧିଙ୍କ ଅପପ୍ରଚାରକୁ BJD କାଉଣ୍ଟର କରିପାରିଲା ନାହିଁ।
  • ଏପରିକି ବର୍ତ୍ତମାନ ମଧ୍ୟ BJD ବିରୋଧରେ ଅପପ୍ରଚାର ହେଉଛି।
  • ସୋସିଆଲ ମିଡିଆରେ ଏହାର ଦୃଢ଼ ଜବାବ ଦେବ ବିଜୁ ଜନତା ଦଳ।
  • ଟେକ୍ନୋଲୋଜିର ସଦୁପଯୋଗ କରି ସୋସିଆଲ ମିଡିଆରେ BJDର ଉପସ୍ଥିତିକୁ ସୁଦୃଢ଼ କରାଯିବ।
  • BJDର କର୍ମୀ, ଭାଇଭଉଣୀଙ୍କ ଉପରେ ମୋର ପୁରା ଭରସା ଅଛି ସେମାନେ ହିଁ ମିଛ ପ୍ରଚାରର ଉଚିତ୍ ଜବାବ ଦେବେ

ନବୀନଙ୍କୁ ଭେଟି ପାରୁନଥିଲେ, BJDର ମନ୍ତ୍ରୀ

ଅନ୍ୟପଟେ ନବୀନଙ୍କୁ କାଉଣ୍ଟର କରିଛନ୍ତି, BJP ସଭାପତି ମନମୋହନ ସାମଲ । BJP କଣ ମିଛ ପ୍ରଚାର କରିଛି, ସେ ତଥ୍ୟ ନବୀନ ରଖିବା ଉଚିତ ବୋଲି ମନମୋହନ ସାମଲ କହିଛନ୍ତି..

  • “BJP କଣ ଫଲ୍ସ ନ୍ୟାରେଟିଭ୍ କରିଛି, ତାହା ଓଡ଼ିଶାବାସୀଙ୍କୁ କୁହନ୍ତୁ,
  • ଆମେ କହିଥିଲୁ-ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ନାହିଁ, BJDର ନେତା-ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନାହାଁନ୍ତିକିନ୍ତୁ ତାହର ଉତ୍ତର ନବୀନ ଦେଲେନି,
  • BJD ସରକାର ସମୟରେ କୌଣସି ବିଷୟ କ୍ୟାବିନେଟରେ ଆଲୋଚନା ହେଉନଥିଲା,
  • ଉତ୍ତର ନଦେବା ନବୀନ ପଟ୍ଟନାୟକଙ୍କ ଅପାରଗତାତେଣୁ BJDକୁ ଲୋକେ ପ୍ରତ୍ୟାଖାନ କଲେ

ନବୀନ ଜଣେ ମିଥ୍ୟାବାଦୀ

କେବଳ ମନମୋହନ ସାମଲ କାହିଁକି, BJDର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀ ମଧ୍ୟ କହିଛନ୍ତି, ନବୀନ ପଟ୍ଟନାୟକ ଜଣେ ମିଥ୍ୟାବାଦୀ 9 ଏପ୍ରିଲ 2025ରେ ତାଙ୍କ ବିରୁଦ୍ଧରେ ନବୀନ ପଟ୍ଟନାୟକ ଦେଇଥିବା ବିବୃତିକୁ କାଉଣ୍ଟର କରି ପ୍ରଭାତ ତ୍ରିପାଠୀ କହିଥିଲେ.. 

  • “ନବୀନ ପଟ୍ଟନାୟକ, ମୋ ନାଁ ଯୋଡି ବିବୃତି ଦେଲେ ଯେ ମୁଁBJDରେ ନାହିଁ,
  • ଗୋଟେ ଚିଟଫଣ୍ଡ କେସରେ ମୋତେ BJDରୁ ନିଲମ୍ବନ କରା ଯାଇଥିଲା,
  • କିନ୍ତୁ ଚିଟଫଣ୍ଡ ମାମଲା ବିଚାରାଧୀନ ଥିବାରୁ2017ରେ ମୋ ଉପରୁ ନିଲମ୍ବନ ଆଦେଶ ଉଠିଯାଇଛି,
  • ଯଦି ସେ 2017ରେBJDରୁ ନିଲମ୍ବିତ ହୋଇଛନ୍ତି, ତାହେଲେ 2019ର ଏକ ନିର୍ବାଚନ ସଭାରେ ସେ ଭାଷଣ ଦେବା ସମୟରେ ନବୀନ ବାବୁ କାହିଁକି ସେଠାରେ ବସିଥିଲେ?
  • ମୁଁ ଦଳରେ ନାହିଁ ବୋଲି ମିଥ୍ୟା କଥା ନବୀନ ପଟ୍ଟନାୟକ କହିବା ଆଶା ନଥିଲା

ତେବେ ଏକଥା ସ୍ପଷ୍ଟ ଯେ 2024 ନିର୍ବାଚନରେ, ନବୀନ ପଟ୍ଟନାୟକଙ୍କ କଥାକୁ ବିଶ୍ୱାସ କରିପାରିଲେ ନାହିଁ ଓଡ଼ିଶା ଭୋଟର । ଆଉ ସେହି ଭୋଟରଙ୍କ ମନ ଜିଣିବା ପାଇଁ ନବୀନ ଏବେ BJD ସଂଗଠନ ଅପେକ୍ଷା ସୋସିଆଲ ମିଡିଆକୁ ଭରସା କରିଛନ୍ତି !