ହାଣିଦେବେ, ଜାଳିଦେବାର ଧମକ ଦେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଏବେ ମିଡିଆ ହାଉସକୁ ନାଲିଆଖି ଦେଖାଇଲେଣି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ରିପ୍ରେଜେଣ୍ଟେଟିଭ୍ ଖୁସବୁ ଯାଦବ। ଓଡ଼ିଶାର ଦୁଇ ପ୍ରମୁଖ ଗଣମାଧ୍ୟମକୁ 50 କୋଟି ଟଙ୍କାର ଲିଗାଲ୍ ନୋଟିସ୍ ଦେଇଛନ୍ତି ଖୁସବୁଙ୍କ ଲୟର୍ । କେବଳ ଓଡ଼ିଶାର ଗଣମାଧ୍ୟମ ନୁହେଁ, ଜାତୀୟ ଗଣମାଧ୍ୟମ ସହ 11ଟି ମିଡିଆ ହାଉସକୁ ଖୁସ୍ବୁଙ୍କର ଓକିଲ ସତ୍ୟ ସଭରୱାଲ ଲିଗାଲ୍ ନୋଟିସ ପଠାଇଛନ୍ତି। ଲିଗାଲ୍ ନୋଟିସରେ ଲେଖାଅଛି ଯେ ତାଙ୍କର ମହକିଲ ମାନେ ଖୁସ୍ବୁ ଯାଦବଙ୍କ ବିରୋଧରେ ଜାଣିଶୁଣି ମିଥ୍ୟା ଅଭିଯୋଗ ଅଣାଯାଇଛି। ତାଙ୍କ ଚରିତ୍ର ବଦନାମର ଚେଷ୍ଟା କରାଯାଇଛି । ତେଣୁ ତୁରନ୍ତ ତାଙ୍କୁ ଅପମାନ କରୁଥିବା, ବଦନାମ କରୁଥିବା ତଥ୍ୟକୁ ହଟାଯାଉ। ତାଙ୍କ ବିରୋଧରେ କୌଣସି ଖବର ପ୍ରକାଶ କରାନଯାଉ ଏବଂ ବିନା ସର୍ତ୍ତରେ କ୍ଷମାପ୍ରାର୍ଥନା କରାଯାଉ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମିଡିଆ ହାଉସ ଖୁସବୁଙ୍କ ସଂପର୍କରେ ଯେଉଁ ଖବର ପ୍ରକାଶ କରିଛନ୍ତି ତାହା ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁସାରେ ଥିଲା। ଲିଗାଲ୍ ନୋଟିସ୍ ନାଁରେ, ମିଡିଆର ସ୍ୱର ଚାପିବାକୁ ପ୍ଳାନ୍ ହେଉଛି। କାହା ବଳରେ ଏତେ ବଳୀୟାନ୍ ଜୁଏଲ ଓରାମଙ୍କ ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ଖୁସବୁ ଯାଦବ ?

ପ୍ରକାଶ ପାଶୱାନ ଏବଂ ଖୁସବୁ ଯାଦବଙ୍କ ପାଇଁ ଏବେ ଅଡୁଆାରେ ପଡିଛନ୍ତି ଜୁଏଲ ଓରାମ୍। ରାଉରକେଲା ସର୍କିଟ ହାଉସରେ ବନ୍ଧୁକ ରଖି ଅନ୍ୟକୁ ଆଟାକ୍ କରିବା ପ୍ଲାନ୍ ଅଭିଯୋଗରେ ଜୁଏଲ ଓରାମଙ୍କ ଖାସମ୍ ଖାସ ଯୁବ ବିଜେପି ନେତା ପ୍ରକାଶ ପାଶୱାନ୍ ଆରେଷ୍ଟ ହେବା ପରେ ବିବାଦକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ। ସେପଟେ ଜୁଏଲଙ୍କ ସୁନ୍ଦରଗଡ଼ ରିପ୍ରେଜେଣ୍ଟେଟିଭ ଖୁସବୁ ଯାଦବ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଭାଗ ନେବା ଏବଂ ତାଙ୍କର ପ୍ରପଟିକୁ ନେଇ ଉଠିଛି କଣ୍ଟ୍ରୋଭର୍ସି। କିନ୍ତୁ କେନ୍ଦ୍ରମନ୍ତ୍ରୀ ଖୁସବୁ ଏବଂ ଅଭିଯୁକ୍ତ ପାଶ୍ୱଆନଙ୍କ ସମର୍ଥନରେ ଆଗେଇ ଆସିଲେ। କେବଳ ସେତିକି ନୁହେଁ ତାଙ୍କ ରେପ୍ୟୁଟେସନରେ ହାତ ମାରିଲେ ହାତ କାଟିଦେବାର ଧମକ ଦେଲେ ଜୁଏଲ ଓରାମ। ଯଦିଓ ଜୁଏଲ କାହା ନାଁ ନେଇନଥିଲେ, କିନ୍ତୁ ଅନ୍ୟ ଦଳରୁ ଆସି ବିଜେପିରେ ମିଶିଥିବା ନେତାଙ୍କୁ ଟାର୍ଗେଟ କଲେ ଏବେ ଖୁସବୁ ଯାଦବ ଏବଂ ପ୍ରକାଶ ପାଶୱାନଙ୍କ ସହ ଜୁଏଲଙ୍କର ଲିଙ୍କ୍ ସାମ୍ନାକୁ ଆଣିଥିବା ମିଡିଆ ହାଉସ ଟାର୍ଗେଟ ହେଲେଣି। 50 କୋଟିର ଲିଗାଲ ନୋଟିସ୍ ଭୟ ଦେଖାଇ ଗଣମାଧ୍ୟମକୁ ଧମକାଇଲେଣି ଖୁସବୁ ତେବେ, ଖୁସବୁଙ୍କ ନାଲି ଆଖିରେ କଣ ଦବିଯିବ ମିଡିଆର ସ୍ୱର?