Posts tagged Law

ଭାରତରେ ସକାଳେ ଫାଶୀ ଦେବାର ନିୟମ କାହିଁକି ?

କୌଣସି ପ୍ରକାର ଜଘନ୍ୟ ଅପରାଧ ପାଇଁ ଭାରତରେ ମୃତ୍ୟୁଦଣ୍ଡର ନିୟମ ରହିଛି। ପଦ୍ଧତି ଭିନ୍ନ ହୋଇପାରେ, କିନ୍ତୁ ଭାରତ ବ୍ୟତୀତ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ମୃତ୍ୟୁଦଣ୍ଡର ବିଧାନ ରହିଛିଆପଣ ହୁଏତ ଶୁଣିଥିବେ, ଭାରତରେ ସବୁବେଳେ ବଡ଼ି ଭୋରରୁ ମୃତ୍ୟୁଦଣ୍ଡ ବା ଫାଶୀ ଦିଆଯାଏ। ଏଇଠି ପ୍ରଶ୍ନ ଉଠେ ଯେ ଫାଶୀ କେବଳ ସକାଳେ କାହିଁକି ଦିଆଯାଏ ? ଅନ୍ୟ ସମୟରେ କାହିଁକି ନୁହେଁ?ଏହା ପଛରେ କିଛି ବିଶେଷ କାରଣ ରହିଛି କି ?

ଜେଲ୍ ମାନୁଆଲ୍ ଅନୁଯାୟୀ ସମସ୍ତ ଜେଲ୍ କାର୍ଯ୍ୟ, ସୂର୍ଯ୍ୟୋଦୟ ପରେ କରା ଯାଇଥାଏ। ଫାଶୀ ହେତୁ ଯେପରି ଅନ୍ୟ ଜେଲ୍ କାର୍ଯ୍ୟ ପ୍ରଭାବିତ ନହୁଏ, ସେଥିପାଇଁ ଅପରାଧୀକୁ ଫାଶୀରେ ଚଢ଼ାଇବା ପାଇଁ ସ୍ୱତନ୍ତ୍ର ସମୟର ନିର୍ଣ୍ଣୟ ହୁଏ। ମୃତ ଶରୀରକୁ କେତେ ସମୟ ପର୍ଯ୍ୟନ୍ତ ଫାଶୀରେ ଝୁଲାଇ ରଖିବାକୁ ପଡ଼ିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ। କିନ୍ତୁ ଫାଶୀ ଦିଆଯାଇଥିବା ଅଭିଯୁକ୍ତକୁ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଝୁଲାଇ ରଖିବାକୁ ପଡ଼େ।ଫାଶୀ ହେବାର ୧୦ ମିନିଟ୍ ପରେ ମେଡିକାଲ ଟିମ୍ ମୃତଦେହକୁ ଯାଞ୍ଚ କରନ୍ତି।

ଫାଶୀ ଦେବା ସମୟରେ ଘଟଣାସ୍ଥଳରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍, ଜେଲ୍ ଅଧୀକ୍ଷକ ଏବଂ ନିର୍ବାହୀ ଅଧିକାରୀ ଉପସ୍ଥିତ ରହିବା ଜରୁରୀସେମାନଙ୍କ ମଧ୍ୟରୁ କାହାର ବି ଅନୁପସ୍ଥିତିରେ ଫାଶୀ କାର୍ଯ୍ୟ ସମ୍ପର୍ଣ୍ଣ ହୋଇପାରିବ ନାହିଁ। ତେବେ ଫାଶୀ ହେବାର ଦିନ ଏବଂ ସମୟ ସମ୍ପର୍କରେ ସମସ୍ତଙ୍କୁ ଆଗୁଆ ସୂଚନା ଦିଆଯାଇଥାଏ। କୌଣସି ପ୍ରକାର ଜରୁରୀ ପରିସ୍ଥିତି ନଥିଲେ, ଏମାନେ ଫାଶୀ ସ୍ଥଳରେ ପହଞ୍ଚିବା ଜରୁରୀ

ଭାରତୀୟ ଆଇନ ଅନୁଯାୟୀ ମୃତ୍ୟୁଦଣ୍ଡ ଦେବାର ପ୍ରକ୍ରିୟା ଏପରି କରାଯାଇଛି, ଯାହା ଦ୍ୱାରା ନ୍ୟାୟ ଏବଂ ମାନବିକ ଅଧିକାର ସୁନିଶ୍ଚିତ ହୋଇପାରିବ କୌଣସି ତତ୍ପରତା ବିନା ସକାଳେ ସମୟରେ ଫାଶୀ ଦେବାର ପରମ୍ପରା ରହିଛି। ଏହା ପଛରେ ଆଉ ଏକ କାରଣ ହେଲା ଅଭିଯୁକ୍ତ ନ୍ୟାୟ ପ୍ରକ୍ରିୟା ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବା ସହ ଶେଷ ସମୟର ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ପାଇବ। ସକାଳେ ଫାଶୀ ଦେବା ଦ୍ୱାରା ଜେଲ କର୍ତ୍ତୃପକ୍ଷଙ୍କୁ ସମଗ୍ର ପ୍ରକ୍ରିୟା ପରିଚାଳନା କରିବା ସହଜ କରିଥାଏ। ସକାଳ ଆଲୋକରେ ଜେଲର କାର୍ଯ୍ୟକଳାପ ଅଧିକ ସଂଗଠିତ ହୋଇଥାଏ ଏବଂ ଦଣ୍ଡ ପ୍ରକ୍ରିୟାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀମାନେ ପୂର୍ଣ୍ଣ ସମୟ ପାଆନ୍ତି।

ଅନ୍ୟପଟେ ଫାଶୀ ଦେବା ପୂର୍ବରୁ ଜହ୍ଲାଦ କ୍ଷମା ମାଗିନିଏ। ଆଉ କହେ.. ହିନ୍ଦୁ ଭାଇମାନଙ୍କୁ ରାମ-ରାମ, ମୁସଲମାନ ଭାଇମାନଙ୍କୁ ସଲାମ, ମୁଁ ବା କ’ଣ କରିପାରିବି, ମୁଁ ତ ନିର୍ଦ୍ଦେଶର ଦାସ।