Posts tagged Justice

ଓଡ଼ିଶା ହାଇକୋର୍ଟରେ ‘ତାରିଖ ପେ ତାରିଖ’

ସୁପ୍ରିମକୋର୍ଟ ଜଷ୍ଟିସ୍ ସଂଖ୍ୟା ବଢାଇବା ପାଇଁ ସଂସଦରେ ବିଲ୍ ପାସ୍ ହେଇଯାଇଛି। Supreme Court (Number of Judges) Amendment Bill, 2026 ଅନୁଯାୟୀ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା 34ରୁ 38 ହେବ । ଅର୍ଥାତ୍ ଆଉ 4ଜଣ ଜଷ୍ଟିସ୍ ନିଯୁକ୍ତ ହୋଇପାରିବେ। କେସ୍ ପେଣ୍ଡେନ୍ସି କମାଇବା ପାଇଁ ସରକାର ଏ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଓଡ଼ିଶା ହାଇକୋର୍ଟର ସ୍ଥିତି ସାଙ୍ଗାତିକ, କେସ୍ ସଂଖ୍ୟା ବଢୁଛି, ଆଉ ଜଷ୍ଟିସଙ୍କ ସଂଖ୍ୟା କମୁଛି । ୩୭ ଜଣ ଜଷ୍ଟିସଙ୍କ ବଦଳରେ କାମ କରୁଛନ୍ତି ୧୭ ଜଣ,ଅଧାରୁ ବି କମ୍ ଜଷ୍ଟିସରେ ଓଡ଼ିଶାର ହାଇକୋର୍ଟ ଚାଲିଛି ।

ଓଡ଼ିଶାରେ ଯେତିକି ଦରକାର ତାର ଅଧା ଜଷ୍ଟିସ୍ ତ ନାହାନ୍ତି । ଅଗଷ୍ଟ 8 ତାରିଖରେ କେନ୍ଦ୍ର ସରକାର ଏକକାଳୀନ ୩୦ଜଣ ବିଚାରପତିଙ୍କୁ ନିଯୁକ୍ତି ଦେଲେ । ମାଡ୍ରାସା ହାଇକୋର୍ଟକୁ ସର୍ବାଧିକ 15 ଜଣ, କଲିକତା ହାଇକୋର୍ଟକୁ 8 ଜଣ, କର୍ଣ୍ଣାଟକ ହାଇକୋର୍ଟକୁ 6 ଜଣ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟକୁ ଜଣେ ଜଷ୍ଟିସ ଆପଏଣ୍ଟ ହେଲେ । କିନ୍ତୁ ଓଡ଼ିଶା ଭାଗରେ ଜଣେ ବି ଜଷ୍ଟିସ୍ ପଡ଼ିଲେ ନାହିଁ । ଖାଲି ପଡ଼ିଥିବା ପୋଷ୍ଟ ପୂରଣ ହେବ କଣ ଓଲଟା ଦୁଇ ଜଣଙ୍କୁ ବାହାରକୁ ପଠା ହେବ। ଅଧାରୁ ବି କମ୍ ଜଷ୍ଟିସରେ ଓଡ଼ିଶାର ହାଇକୋର୍ଟ ଚାଲିଛି ।ଓଡ଼ିଶା ହାଇକୋର୍ଟରେ ସାଙ୍କସନ୍ ଜଷ୍ଟିସଙ୍କ ସଂଖ୍ୟା 37, 33 ପରମାନେଣ୍ଟ ଏବଂ 4 ଆଡିସନାଲ ଜଷ୍ଟିସ ପୋଷ୍ଟ ଅଛିମାତ୍ର ଏବେ ଅଛନ୍ତି 17 ଜଣ 2026 ନୂଆବର୍ଷ ଜାନୁଆରୀ 1 ତାରିଖରେ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ସଙ୍ଗମ ସାହୁ ପାଟନା ହାଇକୋର୍ଟକୁ ମୁଖ୍ୟ ବିଚାରପତି ଭାବେ ବଦଳି ହେଲେ, ତାଙ୍କ ସ୍ଥାନରେ ଅନ୍ୟ କାହାରିକୁ ନିଯୁକ୍ତି ଦିଆଗଲା ନାହିଁ । ଏବେ ପୁଣି ହାଇକୋର୍ଟର ଦୁଇଜଣ ବରିଷ୍ଠ ବିଚାରପତି ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କୁ ଗୁଜୁରାଟ ହାଇକୋର୍ଟକୁ ଓ ଜଷ୍ଟିସ୍ କୃଷ୍ଣ ରାମ ମହାପାତ୍ରଙ୍କୁ ଛତିଶଗଡ଼ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମ୍‌ କୋର୍ଟ କଲେଜିୟମ୍ ସୁପାରିସ୍ କରିଛନ୍ତି ତେଣୁ ଏବେ ଓଡ଼ିଶା ହାଇକୋର୍ଟରେ ରହିବେ ୧୫ ଜଣ ବିଚାରପତିନଭେମ୍ବର 11 ରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ ରିଟାୟାର୍ଡ ହେବେନଭେମ୍ବର 15 ରେ ଓଡ଼ିଶା ହାଇକୋର୍ଟର ଚିଫ୍ ଜଷ୍ଟିସ ହରିଶ ଟଣ୍ଡନଙ୍କର କାର୍ଯ୍ୟକାଳ ସରୁଛିଚିଫ୍ ଜଷ୍ଟିସ ପୋଷ୍ଟ ତ ଯାହା ବି ହେଲେ ପୂରଣ ହେବ, କିନ୍ତୁ ବାକି ପୋଷ୍ଟ କଥା କଣ?  ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୭୦ ହଜାର ୭୦୧ଜଣେ ବିଚାରପତି କଣ ହଜାରରୁ ଅଧିକ କେସ୍ ସମାଧାନ କରିଦେବେ ? ଯଦି ଓଡ଼ିଶାରେ ନୂଆ ବିଚାରପତି ନିଯୁକ୍ତି ଦିଆନଯାଏ ତେବେ ଆଇନ୍ ବ୍ୟବସ୍ଥା ଉପରୁ ଲୋକଙ୍କର ଭରସା ତୁଟିଯିବ ।

ସୁପ୍ରିମକୋର୍ଟର ବିଚାରପତିଙ୍କ ସମ୍ପତ୍ତି ବିବରଣୀ, ସମସ୍ତେ ଜାଣିବେ

  • ସୁପ୍ରିମକୋର୍ଟର ସମସ୍ତ ୩୩ ଜଣ କାର୍ଯ୍ୟରତ ବିଚାରପତି ସର୍ବୋଚ୍ଚ କୋର୍ଟର ୱେବସାଇଟରେ ପ୍ରକାଶ କରି ଜନସାଧାରଣଙ୍କ ନିକଟରେ ସେମାନଙ୍କର ସମ୍ପତ୍ତି ପ୍ରକାଶ କରିବାକୁ ରାଜି ହୋଇଛନ୍ତି
  • ଏପ୍ରିଲ ପହିଲାରେ ଅନୁଷ୍ଠିତ ଏକ ପୂର୍ଣ୍ଣ କୋର୍ଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଏ ସଂକ୍ରାନ୍ତରେ ଏକ ସଂକଳ୍ପ ଗୃହୀତ ହୋଇଥିଲା ଏବଂ ଏହା ଭବିଷ୍ୟତ ବିଚାରପତି ମାନଙ୍କ ପାଇଁ ମଧ୍ୟ ଲାଗୁ ହେବ।
  • ନ୍ୟାୟପାଳିକାର କାର୍ଯ୍ୟଧାରାର ଅସ୍ପଷ୍ଟତାକୁ ନେଇ ସାମ୍ପ୍ରତିକ ବିବାଦକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବିଶେଷ କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଦିଲ୍ଲୀ ବାସଭବନରେ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିବା ଅଭିଯୋଗ ପରେ ବିଚାରପତିଙ୍କ ସାଧୁତାକୁ ନେଇ ପ୍ରଶ୍ନ ଉଠିଥିଲା

ୱେବସାଇଟରେ ସମ୍ପତ୍ତିର ପ୍ରକାଶନ ପୂର୍ବରୁ ବାଧ୍ୟତା ମୂଳକ ନଥିଲା
୨୦୦୯ରେ ହିଁ ସୁପ୍ରିମକୋର୍ଟର ଏକ ପୂର୍ଣ୍ଣ ନ୍ୟାୟଳୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ-ଯାହା ଜନସାଧାରଣ ଏବଂ କୋର୍ଟ ଭିତରୁ ପ୍ରବଳ ଚାପ ପରେ ଆସିଥିଲା। ସେହି ବର୍ଷ ଅଗଷ୍ଟ ୨୬ ତାରିଖରେ ଦେଶର ସର୍ବୋଚ୍ଚ କୋର୍ଟର ୱେବସାଇଟରେ ବିଚାରପତି ମାନଙ୍କ ସମ୍ପତ୍ତିର ବିବରଣୀ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ।

  • ତଥାପି, ଏହି ସଂକଳ୍ପ ନିଜେ ୧୨ ବର୍ଷ ପୂର୍ବେ ୧୯୯୭ ରେ ନିଆଯାଇଥିବା ଅନ୍ୟ ଏକ ପୂର୍ଣ୍ଣ ନ୍ୟାଯଳୟର ସଂକଳ୍ପ ଅନୁଯାୟୀ ଥିଲା, ଯାହା ଅନୁଯାୟୀ, ସୁପ୍ରିମକୋର୍ଟର ବିଚାରପତି ମାନଙ୍କୁ ଭାରତର ପ୍ରଧାନ ବିଚାରପତିଙ୍କୁ ସେମାନଙ୍କ ନିକଟରେ ସମ୍ପତ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇ ଥିଲା।
  • ୧୯୯୭ର ସଂକଳ୍ପ ଅନୁଯାୟୀ ପ୍ରଧାନ ବିଚାରପତିଙ୍କ ନିକଟରେ ସମ୍ପତ୍ତି ପ୍ରକାଶ କରିବା ବାଧ୍ୟତା ମୂଳକ ଥିବାବେଳେ,୨୦୦୯ର ସଂକଳ୍ପ ସତ୍ତ୍ୱେ କୋର୍ଟ ୱେବସାଇଟରେ ସମ୍ପତ୍ତି ପ୍ରକାଶନ ଏପର୍ଯ୍ୟନ୍ତ ସ୍ୱେଚ୍ଛାକୃତ ଥିଲା।