Posts tagged Judges Assets

ସୁପ୍ରିମକୋର୍ଟର ବିଚାରପତିଙ୍କ ସମ୍ପତ୍ତି ବିବରଣୀ, ସମସ୍ତେ ଜାଣିବେ

  • ସୁପ୍ରିମକୋର୍ଟର ସମସ୍ତ ୩୩ ଜଣ କାର୍ଯ୍ୟରତ ବିଚାରପତି ସର୍ବୋଚ୍ଚ କୋର୍ଟର ୱେବସାଇଟରେ ପ୍ରକାଶ କରି ଜନସାଧାରଣଙ୍କ ନିକଟରେ ସେମାନଙ୍କର ସମ୍ପତ୍ତି ପ୍ରକାଶ କରିବାକୁ ରାଜି ହୋଇଛନ୍ତି
  • ଏପ୍ରିଲ ପହିଲାରେ ଅନୁଷ୍ଠିତ ଏକ ପୂର୍ଣ୍ଣ କୋର୍ଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଏ ସଂକ୍ରାନ୍ତରେ ଏକ ସଂକଳ୍ପ ଗୃହୀତ ହୋଇଥିଲା ଏବଂ ଏହା ଭବିଷ୍ୟତ ବିଚାରପତି ମାନଙ୍କ ପାଇଁ ମଧ୍ୟ ଲାଗୁ ହେବ।
  • ନ୍ୟାୟପାଳିକାର କାର୍ଯ୍ୟଧାରାର ଅସ୍ପଷ୍ଟତାକୁ ନେଇ ସାମ୍ପ୍ରତିକ ବିବାଦକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବିଶେଷ କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଦିଲ୍ଲୀ ବାସଭବନରେ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିବା ଅଭିଯୋଗ ପରେ ବିଚାରପତିଙ୍କ ସାଧୁତାକୁ ନେଇ ପ୍ରଶ୍ନ ଉଠିଥିଲା

ୱେବସାଇଟରେ ସମ୍ପତ୍ତିର ପ୍ରକାଶନ ପୂର୍ବରୁ ବାଧ୍ୟତା ମୂଳକ ନଥିଲା
୨୦୦୯ରେ ହିଁ ସୁପ୍ରିମକୋର୍ଟର ଏକ ପୂର୍ଣ୍ଣ ନ୍ୟାୟଳୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ-ଯାହା ଜନସାଧାରଣ ଏବଂ କୋର୍ଟ ଭିତରୁ ପ୍ରବଳ ଚାପ ପରେ ଆସିଥିଲା। ସେହି ବର୍ଷ ଅଗଷ୍ଟ ୨୬ ତାରିଖରେ ଦେଶର ସର୍ବୋଚ୍ଚ କୋର୍ଟର ୱେବସାଇଟରେ ବିଚାରପତି ମାନଙ୍କ ସମ୍ପତ୍ତିର ବିବରଣୀ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ।

  • ତଥାପି, ଏହି ସଂକଳ୍ପ ନିଜେ ୧୨ ବର୍ଷ ପୂର୍ବେ ୧୯୯୭ ରେ ନିଆଯାଇଥିବା ଅନ୍ୟ ଏକ ପୂର୍ଣ୍ଣ ନ୍ୟାଯଳୟର ସଂକଳ୍ପ ଅନୁଯାୟୀ ଥିଲା, ଯାହା ଅନୁଯାୟୀ, ସୁପ୍ରିମକୋର୍ଟର ବିଚାରପତି ମାନଙ୍କୁ ଭାରତର ପ୍ରଧାନ ବିଚାରପତିଙ୍କୁ ସେମାନଙ୍କ ନିକଟରେ ସମ୍ପତ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇ ଥିଲା।
  • ୧୯୯୭ର ସଂକଳ୍ପ ଅନୁଯାୟୀ ପ୍ରଧାନ ବିଚାରପତିଙ୍କ ନିକଟରେ ସମ୍ପତ୍ତି ପ୍ରକାଶ କରିବା ବାଧ୍ୟତା ମୂଳକ ଥିବାବେଳେ,୨୦୦୯ର ସଂକଳ୍ପ ସତ୍ତ୍ୱେ କୋର୍ଟ ୱେବସାଇଟରେ ସମ୍ପତ୍ତି ପ୍ରକାଶନ ଏପର୍ଯ୍ୟନ୍ତ ସ୍ୱେଚ୍ଛାକୃତ ଥିଲା।