Posts tagged Jual Oram

କାହା ବଳରେ ଖୁସବୁ ଦେଖାଉଛନ୍ତି ନାଲିଆଖି ?

ହାଣିଦେବେ, ଜାଳିଦେବାର ଧମକ ଦେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଏବେ ମିଡିଆ ହାଉସକୁ ନାଲିଆଖି ଦେଖାଇଲେଣି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ରିପ୍ରେଜେଣ୍ଟେଟିଭ୍ ଖୁସବୁ ଯାଦବ। ଓଡ଼ିଶାର ଦୁଇ ପ୍ରମୁଖ ଗଣମାଧ୍ୟମକୁ 50 କୋଟି ଟଙ୍କାର ଲିଗାଲ୍ ନୋଟିସ୍ ଦେଇଛନ୍ତି ଖୁସବୁଙ୍କ ଲୟର୍ । କେବଳ ଓଡ଼ିଶାର ଗଣମାଧ୍ୟମ ନୁହେଁ, ଜାତୀୟ ଗଣମାଧ୍ୟମ ସହ 11ଟି ମିଡିଆ ହାଉସକୁ ଖୁସ୍‌ବୁଙ୍କର ଓକିଲ ସତ୍ୟ ସଭରୱାଲ ଲିଗାଲ୍ ନୋଟିସ ପଠାଇଛନ୍ତି। ଲିଗାଲ୍ ନୋଟିସରେ ଲେଖାଅଛି ଯେ ତାଙ୍କର ମହକିଲ ମାନେ ଖୁସ୍‌ବୁ ଯାଦବଙ୍କ ବିରୋଧରେ ଜାଣିଶୁଣି ମିଥ୍ୟା ଅଭିଯୋଗ ଅଣାଯାଇଛିତାଙ୍କ ଚରିତ୍ର ବଦନାମର ଚେଷ୍ଟା କରାଯାଇଛି ତେଣୁ ତୁରନ୍ତ ତାଙ୍କୁ ଅପମାନ କରୁଥିବା, ବଦନାମ କରୁଥିବା ତଥ୍ୟକୁ ହଟାଯାଉତାଙ୍କ ବିରୋଧରେ କୌଣସି ଖବର ପ୍ରକାଶ କରାନଯାଉ ଏବଂ ବିନା ସର୍ତ୍ତରେ କ୍ଷମାପ୍ରାର୍ଥନା କରାଯାଉ।  ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମିଡିଆ ହାଉସ ଖୁସବୁଙ୍କ ସଂପର୍କରେ ଯେଉଁ ଖବର ପ୍ରକାଶ କରିଛନ୍ତି ତାହା ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତ‌ଥ୍ୟ ଅନୁସାରେ ଥିଲା। ଲିଗାଲ୍ ନୋଟିସ୍ ନାଁରେ, ମିଡିଆର ସ୍ୱର ଚାପିବାକୁ ପ୍ଳାନ୍ ହେଉଛି। କାହା ବଳରେ ଏତେ ବଳୀୟାନ୍ ଜୁଏଲ ଓରାମଙ୍କ ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ଖୁସବୁ ଯାଦବ ?

ପ୍ରକାଶ ପାଶୱାନ ଏବଂ ଖୁସବୁ ଯାଦବଙ୍କ ପାଇଁ ଏବେ ଅଡୁଆାରେ ପଡିଛନ୍ତି ଜୁଏଲ ଓରାମ୍। ରାଉରକେଲା ସର୍କିଟ ହାଉସରେ ବନ୍ଧୁକ ରଖି ଅନ୍ୟକୁ ଆଟାକ୍ କରିବା ପ୍ଲାନ୍ ଅଭିଯୋଗରେ ଜୁଏଲ ଓରାମଙ୍କ ଖାସମ୍ ଖାସ ଯୁବ ବିଜେପି ନେତା ପ୍ରକାଶ ପାଶୱାନ୍ ଆରେଷ୍ଟ ହେବା ପରେ ବିବାଦକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ। ସେପଟେ ଜୁଏଲଙ୍କ ସୁନ୍ଦରଗଡ଼ ରିପ୍ରେଜେଣ୍ଟେଟିଭ ଖୁସବୁ ଯାଦବ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଭାଗ ନେବା ଏବଂ ତାଙ୍କର ପ୍ରପଟିକୁ ନେଇ ଉଠିଛି କଣ୍ଟ୍ରୋଭର୍ସି। କିନ୍ତୁ କେନ୍ଦ୍ରମନ୍ତ୍ରୀ ଖୁସବୁ ଏବଂ ଅଭିଯୁକ୍ତ ପାଶ୍ୱଆନଙ୍କ ସମର୍ଥନରେ ଆଗେଇ ଆସିଲେ। କେବଳ ସେତିକି ନୁହେଁ ତାଙ୍କ ରେପ୍ୟୁଟେସନରେ ହାତ ମାରିଲେ ହାତ କାଟିଦେବାର ଧମକ ଦେଲେ ଜୁଏଲ ଓରାମ। ଯଦିଓ ଜୁଏଲ କାହା ନାଁ ନେଇନଥିଲେ, କିନ୍ତୁ ଅନ୍ୟ ଦଳରୁ ଆସି ବିଜେପିରେ ମିଶିଥିବା ନେତାଙ୍କୁ ଟାର୍ଗେଟ କଲେ ଏବେ ଖୁସବୁ ଯାଦବ ଏବଂ ପ୍ରକାଶ ପାଶୱାନଙ୍କ ସହ ଜୁଏଲଙ୍କର ଲିଙ୍କ୍ ସାମ୍ନାକୁ ଆଣିଥିବା ମିଡିଆ ହାଉସ ଟାର୍ଗେଟ ହେଲେଣି। 50 କୋଟିର ଲିଗାଲ ନୋଟିସ୍ ଭୟ ଦେଖାଇ ଗଣମାଧ୍ୟମକୁ ଧମକାଇଲେଣି ଖୁସବୁ  ତେବେ, ଖୁସବୁଙ୍କ ନାଲି ଆଖିରେ କଣ ଦବିଯିବ ମିଡିଆର ସ୍ୱର?

ଜୁଏଲଙ୍କ ୧୨ବର୍ଷର କ୍ୟାବିନେଟ୍ ପଦ, ଖୁସବୁ-ପାଶୱାନଙ୍କ ପାଇଁ…

ଜୁଏଲ ଓରାମ ଦିଲ୍ଲୀର ପାଓ୍ୱାର ପଲିଟିକ୍ସରେ ସବୁଠୁ ସକ୍ସେସଫୁଲ୍ ଓଡ଼ିଆ ପଲିଟିସିଆନ୍ । ସର୍ବାଧିକ ବର୍ଷ କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ଭାବରେ ତାଙ୍କ ରେକର୍ଡ ରହିଛି ପାଖାପାଖି 12 ବର୍ଷ ହେବ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ। ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ 4 ବର୍ଷ 7 ମାସ ଏବଂ ମୋଦୀଙ୍କ ମନ୍ତ୍ରୀ ପରିଷଦରେ 7 ବର୍ଷ 2 ମାସ ହେଲା କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ଜୁଏଲ ଓରାମ । କେବଳ କେନ୍ଦ୍ରର ପାଓ୍ୱାର ପଲିଟିକ୍ସରେ ନୁହେଁ, BJP ସଙ୍ଗଠନରେ ଓଡ଼ିଶାର ସବୁଠୁ ସଫଳ ଲିଡର । ଓଡ଼ିଶା BJPର ତିନି ତିନି ଥର ରାଜ୍ୟ ସଭାପତି ସହ BJPଜାତୀୟ ଉପସଭାପତି ଭାବେ ଦାୟିତ୍ୱ ତୁଲାଇଛନ୍ତି । ଜୁଏଲ ଓରାମଙ୍କ ସଭାପତିତ୍ୱ କାଳରେ ବିଜୁ ଜନତା ଦଳ-ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା । ସେ ହେଉଛନ୍ତି  ବିଜେଡି-ବିଜେପିର ମେଣ୍ଟ ରାଜନୀତିର ସଫଳ ନାୟକ  ।

 

ଟେନ୍ସନରେ ଜୁଏଲ ଓରାମ
ନିଜର ଜିଲ୍ଲା ପ୍ରତିନିଧି ଖୁସବୁ ଯାଦବ ଏବଂ ନିଲମ୍ବିତ ବିଜେପି ନେତା ପ୍ରକାଶ ପାଶୱାନଙ୍କୁ ନେଇ ଭାରି ବିବାଦୀୟ ହୋଇ ପଡ଼ିଛନ୍ତି ଜୁଏଲ । ରାଉରକେଲା ସର୍କିଟ ହାଉସରେ ଏକ ହତ୍ୟାକାଣ୍ଡ ପ୍ଲାନ୍ କରିବା ଅଭିଯୋଗରେ ଜୁଏଲଙ୍କ ଖାସମ୍ ଖାସ ପ୍ରକାଶ ପାଶୱାନ ଗିରଫ ହୋଇଛନ୍ତି। ନିଜର ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ଖୁସବୁ ଯାଦବଙ୍କର କ୍ଷମତା ଓ ସମ୍ପତ୍ତିକୁ ନେଇ ମିଡିଆରେ ଖୁବ୍ ଚର୍ଚ୍ଚା ଜୋର । ଉଭୟ ପ୍ରକାଶ ପାଶୱାନ ଏବଂ ଖୁସବୁ ଯାଦବଙ୍କର କାର୍ଯ୍ୟକଳାପ ଅତି ସନ୍ଦେହଜନକ ଏବଂ ସମାଲୋଚନାର ଯୋଗ୍ୟ ଜୁଏଲ ଓରାମ କିନ୍ତୁ ଏଭଳି ଅଭିଯୋଗକୁ ମାନିବାକୁ ନାରାଜ। ବରଂ ତାଙ୍କ ରେପ୍ୟୁଟେସନ ବାବଦରେ କେହି ଯଦି ହାତ ଲଗେଇବେ, ତାର ହାତ କାଟି ଦେବେ ଓ ଜାଳି ଦେବେ ବୋଲି ଧମକ ଦେଉଛନ୍ତି। ଯେଉଁ ଜୁଏଲ ଓରାମଙ୍କୁ ମନ୍ତ୍ରୀ କରାଇବା ପାଇଁ ଅଟଳ ବିହାରୀ ବାଜପେୟୀ 1999 ମସିହାରେ ଆଦିବାସୀ ବ୍ୟାପାର ବିଭାଗ ସୃଷ୍ଟି କରିଦେଲେ ଏବଂ ସିଧାସଳଖ କ୍ୟାବିନେଟ ମନ୍ତ୍ରୀ କରିଥିଲେ ଏଭଳି ବିବାଦୀୟ ପରିସ୍ଥିତିରେ ତାଙ୍କୁ ନରେନ୍ଦ୍ର ମୋଦୀ କଣ ନିଜ ମନ୍ତ୍ରିମଣ୍ଡଳରେ ରଖିବେ?
ଜୁଏଲ ଓରାମ ନିଜେ ସିନା ସୁନ୍ଦରଗଡ଼ ଆସନରୁ ଗତ 3ଟି ଲୋକସଭା ନିର୍ବାଚନରେ ବିନା ବ୍ରେକରେ ବିଜୟୀ ହୋଇଛନ୍ତି କିନ୍ତୁ ଜୁଏଲଙ୍କର ନିଜ ବିଧାନସଭା ଆସନ ବଣାଇରୁ ବିଜେପି ଲଗାତର ତିନି ଥର ପରାଜିତ ହେଉଛି । ଗତ ତିନୋଟି ଯାକ ବିଧାନସଭା ନିର୍ବାଚନରେ ବିଜେପି ବଣାଇରେ ଥାର୍ଡ ପୋଜିସନରେ ରହୁଛି ।ଆଉ ଏବେ ସୁନ୍ଦରଗଡ଼ର 7 ଟି ବିଧାନସଭା ଆସନରୁ ମାତ୍ର 2 ଟି ସ୍ଥାନରେ ବିଜେପିର ବିଧାୟକ।ସେମାନଙ୍କ ମଧ୍ୟରୁ ବିଧାୟକ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ହୋଇଥିଲା ବେଳେ ବିଧାୟକ ଦୂର୍ଗା ତନ୍ତୀ ଦିଲ୍ଲୀପ ରାୟଙ୍କ କ୍ୟାମ୍ପରେ । ଏକଦା ଫୁଲ୍ ପାୱାରଫୁଲ ଥିବା ଜୁଏଲଙ୍କୁ କାଉଣ୍ଟର କରୁଛନ୍ତି ଦିଲ୍ଲୀପ ରାୟ । ତାହେଲେ ଜୁଏଲ ଓରାମ କ’ଣ ସୁନ୍ଦରଗଡ଼ରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି କୋଣଠେସା?ଜୁଏଲ ଓରାମ, ଖୁସବୁ ଯାଦବ ଏବଂ ପ୍ରକାଶ ପାଶୱାନଙ୍କ ପାଇଁ ଯେତିକି ଟେନସନରେ, ଦିଲ୍ଲୀପ ରାୟଙ୍କୁ ନେଇ ମଧ୍ୟ ସେତିକି ବିବ୍ରତ। ଦିଲ୍ଲୀପ ରାୟଙ୍କ ସମର୍ଥନରେ BJPର ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏପରିକି ସଙ୍ଘ ପରିବାର ରହିଛି । ତାହେଲେ ଓଡ଼ିଶାର ସବୁଠୁ ସଫଳ ବିଜେପି ନେତା ଜୁଏଲ ଓରାମ କଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନିଜ ମନ୍ତ୍ରୀ ପଦ ସୁରକ୍ଷିତ ରଖିପାରିବେ? ନା ମିନିଷ୍ଟ୍ରି ରିସଫଲରେ ବାଦ୍ ପଡ଼ିବେ ।