Posts tagged Jio

ବଢିବ ରିଚାର୍ଜ ପ୍ଲାନ୍ !

  • ଉପଭୋକ୍ତାଙ୍କୁ ବଡ଼ ଝଟକା, ରିଚାର୍ଜ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା
  • ମହଙ୍ଗା ହବ ରିଚାର୍ଜ ପ୍ଲାନ୍
  • ପୁଣି ରିଚାର୍ଜ ପ୍ଲାନ୍ ବଢେଇବେ ଟେଲିକମ କମ୍ପାନୀ
  • ଏ ନେଇ ଆଶଙ୍କା ବଢ଼ିବାରେ ଲାଗିଛି
  • ଏହି ନିୟମ ଚଳିତ ବର୍ଷ ଶେଷ ସୁଦ୍ଧା ଲାଗୁ ହେବାକୁ ଯାଉଛି । ୨୦୨୫ ଶେଷ ସୁଦ୍ଧା ରିଚାର୍ଜ ମୂଲ୍ୟରେ ବଡ଼ ଧରଣର  ପରିବର୍ତ୍ତନ ଆସିପାରେ । ଟାରିଫର ବୃଦ୍ଧି ହେବା ନେଇ ଗ୍ରାହକ ଚିନ୍ତାରେ ।
  • ଗତ କିଛି ମାସ ମଧ୍ୟରେ ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନଜରରେ ରଖି ଟେଲିକମ୍ କମ୍ପାନୀ ଗୁଡ଼ିକ ରିଚାର୍ଜ ମୂଲ୍ୟରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ରିଚାର୍ଜର ମୂଲ୍ୟ ୧୦-୧୨ ପ୍ରତିଶତ ବଢାଇବା ପାଇଁ ଟେଲିକମ୍ କମ୍ପାନୀ ଗୁଡ଼ିକ ଯୋଜନା କରିଥିବା ଜଣାପଡ଼ିଛି।

ଜୁଲାଇ 2024ରେ ଟେଲିକମ୍ କମ୍ପାନୀ ରିଚାର୍ଜ ପ୍ଲାନ୍ ବଢେଇଥିଲା। ଜିଓ, ଏୟାରଟେଲ ଭୋଡାଫୋନ୍ ସିମ୍ ଆଦି ନିଜର ରିଚାର୍ଜ ପ୍ଲାନ୍ ବଢେଇ 11 ରୁ 23% ବୃଦ୍ଧି କରିଥିଲେ। ଟାରିଫ୍ ମହାଙ୍ଗାରୁ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡ଼ିଥିଲା । ପୁଣି ଥରେ ସେଇ ଟ୍ରିକ୍ ରିପିଟ ହେଲେ ମିଡିଲ ଓ ହାଇ ପ୍ଲାନ୍ ୟୁଜ୍ କରୁଥିବା ୟୁଜର୍ସ ଏଥର ବେଶୀ ହଇରାଣ ହେବେ। 300 ରୁ 500 ବା ତା ଠୁ ଅଧିକ ରିଚାର୍ଜ କରୁଥିଲେ ପକେଟରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ପ୍ରତିମାସରେ 100ରୁ ଅଧିକ ଟଙ୍କା ଏକ୍ସଟ୍ରା ଖର୍ଚ୍ଚ ହୋଇପାରେ । 2 କି 3ଟା ସିମ୍ ବ୍ୟବାହାର କରୁଥିବା ଗ୍ରାହକ ବେଶୀ ଖର୍ଚ୍ଚାନ୍ତ ହେବେ। 

ସୁପରଫାଷ୍ଟ ଇଣ୍ଟରନେଟ୍ ଚାହୁଁଛନ୍ତି କି? ସମସ୍ୟା ଦୂର କରିବ ସାଟେଲାଇଟ

ଭାରତର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏଲନ ମସ୍କଙ୍କ ସ୍ପେସ୍ ଏକ୍ସ ସହିତ  ପାର୍ଟନରସିପ କରିଛି । ଖୁବ ଶୀଘ୍ର ଗ୍ରାହକ ଷ୍ଟାର-ଲିଙ୍କ ସେବା ଉପଭୋଗ କରିବାର ସୁଯୋଗ ପାଇବେ । ପୂର୍ବରୁ ରିଲାଏନ୍ସ ଜିଓର ପ୍ରତିଦ୍ୱନ୍ଦ୍ୱୀ ଭାରତୀ ଏୟାରଟେଲ ମଧ୍ୟ ଷ୍ଟାର-ଲିଙ୍କ ସହିତ ଚୁକ୍ତିନାମା ସ୍ୱାକ୍ଷର କରିସାରିଛି । ଷ୍ଟାର-ଲିଙ୍କ ହେଉଛି ଏକ ଉପଗ୍ରହ ଆଧାରିତ ଇଣ୍ଟରନେଟ୍ ସର୍ଭିସ ପ୍ରୋଭାଇଡର, ଯାହା ଦୀର୍ଘ ଦିନ ଧରି ଭାରତରେ ଏହାର ସେବା ଆରମ୍ଭ କରିବାକୁ ଚେଷ୍ଟା କରୁଥିଲା। ଏ ପର୍ଯ୍ୟନ୍ତ ଷ୍ଟାର-ଲିଙ୍କକୁ ଭାରତୀୟ କର୍ତ୍ତୃପକ୍ଷଙ୍କ ଅନୁମୋଦନ ମିଳିନାହିଁ, ଅନୁମୋଦନ ମିଳିବା ମାତ୍ରେ ସେବା ଭାରତରେ ଆରମ୍ଭ ହେବ।

ଖୁଚୁରା ଷ୍ଟୋର ଏବଂ ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ଷ୍ଟାର-ଲିଙ୍କ ଡିଭାଇସ ଗୁଡ଼ିକ ଉପଲବ୍ଧ କରାଯିବ ବୋଲି ଜିଓ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ଜିଓ ଗ୍ରାହକ ମାନଙ୍କୁ ସଂସ୍ଥାପନ ଏବଂ ବୈଷୟିକ ସହାୟତା ମଧ୍ୟ ଯୋଗାଇବ, ଯାହା ଦ୍ୱାରା ସାଟେଲାଇଟ୍ ଇଣ୍ଟରନେଟ୍ ସୁଗମ ଭାବରେ ବ୍ୟବହାର କରା ଯାଇପାରିବ।ଷ୍ଟାର-ଲିଙ୍କ୍ ହେଉଛି ଏକ ଉପଗ୍ରହ ଆଧାରିତ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା, ଯାହା ଏଲନ୍ ମସ୍କର କମ୍ପାନୀ ସ୍ପେସ୍ ଏକ୍ସ ଦ୍ୱାରା ବିକଶିତ ହୋଇଛି । ଏଥିପାଇଁ ମୋବାଇଲ୍ ଟାୱାର ସ୍ଥାପନ କରିବାର  କୌଣସି ଆବଶ୍ୟକତା ନାହିଁ । ଷ୍ଟାର-ଲିଙ୍କ୍ ସାରା ବିଶ୍ୱରେ ହାଇ ସ୍ପିଡ୍ ଇଣ୍ଟରନେଟ୍ ଯୋଗାଇବାକୁ ଚାହୁଁଛି, ବିଶେଷକରି ଯେଉଁଠାରେ ତାରଯୁକ୍ତ ବ୍ରଡବ୍ୟାଣ୍ଡ ସୁବିଧା ଉଲବ୍ଧ ନାହିଁ।

ରିଲାଏନ୍ସ ଜିଓ ଗ୍ରୁପ୍ ସିଇଓ ମାଥ୍ୟୁ ଓମେନ୍ କହିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କୁ ସୁଲଭ ଏବଂ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ଉପଲବ୍ଧ କରାଇବା ଜିଓର ପ୍ରାଥମିକତା ଅଟେ। ଭାରତକୁ ଷ୍ଟାର-ଲିଙ୍କ୍ ଆଣିବା ପାଇଁ ସ୍ପେସ୍ ଏକ୍ସ ସହିତ ଆମର ସହଯୋଗ ଆମର ପ୍ରତିବଦ୍ଧତାକୁ ମଜଭୁତ କରେ ଏବଂ ଏହା ସମସ୍ତଙ୍କ ପାଇଁ ନିରବଚ୍ଛିନ୍ନ ବ୍ରଡବ୍ୟାଣ୍ଡ ସଂଯୋଗ ଦିଗରେ ଏକ ବଡ ପଦକ୍ଷେପ । ଜିଓର ବ୍ରଡବ୍ୟାଣ୍ଡ ଇକୋସିଷ୍ଟମରେ ଷ୍ଟାର-ଲିଙ୍କ୍ ସହ ମିଶି ନିଜ ନେଟୱର୍କକୁ ବିସ୍ତାର କରିବା ପାଇଁ ଚାହୁଁଛି ।ଷ୍ଟାର-ଲିଙ୍କ୍ ସେବା ବ୍ୟବହାର କରିବାକୁ ଏକ ଛୋଟ ଡିସ ଇନଷ୍ଟଲ୍ କରିବାକୁ ପଡିବ, ଯାହାକୁ ଷ୍ଟାର-ଲିଙ୍କ୍ ଟର୍ମିନାଲ୍ ମଧ୍ୟ କୁହାଯାଏ। ଗ୍ରାହକଙ୍କୁ ଏହି ଡିସକୁ ଘରେ ସେଟ୍ କରିବାକୁ ପଡ଼ିବ। ଏହି ଡିସ୍ ଆକାଶରେ ଉପସ୍ଥିତ ଉପଗ୍ରହରୁ ସିଗନାଲ୍ ଗ୍ରହଣ କରେ ଏବଂ ପଠାଏ। ଏହା ପରେ ଏହି ଡିସ୍ ୱାଇଫାଇ ରାଉଟର୍ ସହିତ ସଂଯୁକ୍ତ ହୋଇଥାଏ, ଯାହା ଘର ଭିତରେ ଲଗା ଯାଇଥାଏ ।

ଷ୍ଟାର-ଲିଙ୍କ୍ କାର୍ଯ୍ୟଶୈଳୀରୁ ସ୍ପଷ୍ଟ ଏହା ଭାରତରେ ଇଣ୍ଟରନେଟ୍ ସଂଯୋଗକୁ ଉନ୍ନତ କରିପାରିବ। ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳର ଲୋକାମାନେ ଏହାର ବିଶେଷ ଲାଭ ଉଠାଇ ପାରିବେ। ଭାରତରେ ଏ ପର୍ଯ୍ୟନ୍ତ ଅନେକ ଗାଁ ଏବଂ ପାହାଡ଼ିଆ ଅଞ୍ଚଳ ଅଛି, ଯେଉଁଠାରେ ଫାଇବର୍ ଇଣ୍ଟରନେଟ୍ ପହଞ୍ଚି ପାରିନାହିଁ । ଏପରି ସ୍ଥିତିରେ ସେମାନେ ଷ୍ଟାର-ଲିଙ୍କ୍ ଦ୍ୱାରା ଉପକୃତ ହୋଇପାରିବେ। ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ବିଦ୍ୟାଳୟ ଏବଂ ଡାକ୍ତରଖାନା ଏଥିରୁ ବହୁତ ଲାଭବାନ ହେବ।