‘ଉଚ୍ଚକୂଳରେ ଜନ୍ମ ହେବା ଦୈବର ଅଧିନ,କିନ୍ତୁ ପୁରୁଷକାର ମୋର ଅଧିନ’। ବେଣୀ ସଂହାରମର ସଂଳାପ ଥିଲା ତାଙ୍କ ଜୀବନର ମୂଳମନ୍ତ୍ର । ସାହିତ୍ୟ ଏବଂ ସାମ୍ବାଦିକତାରେ ରୁଚି ରଖିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଅର୍ଥାତ୍ ଜେବି ୧୯୭୦ ଦଶକରେ କରିଥିଲେ ରାଜନୈତିକ ଭାଗ୍ୟ ପରୀକ୍ଷା। ୧୯୭୧ରେ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇ ପାର୍ଲିଆମେଣ୍ଟରେ ପାଦ ଥାପିଥିବା ଜେବି ନିଜର ବିଚକ୍ଷଣତା ବଳରେ ଇନ୍ଦିରାଗାନ୍ଧିଙ୍କ ଶାସନରେ ୧୯୭୩ରୁ ୭୫ ପ୍ରତିରକ୍ଷା ଉପମନ୍ତ୍ରୀ,୧୯୭୭ରେ ରାଷ୍ଟ୍ରମନ୍ତ୍ରୀ ହେବା ସହ ବେସାମରିକ ବିମାନ ଚଳାଚଳ,ପର୍ଯ୍ୟଟନ ଓ ଶ୍ରମ ବିଭାଗ କରି ଗୁରୁତ୍ତ୍ୱପୂଣ୍ଣ ବିଭାଗରେ ମନ୍ତ୍ରୀ ହୋଇଛନ୍ତି। ମାତ୍ର 25 ବର୍ଷରେ ସେ ଇଷ୍ଟର୍ଣ୍ଣ ଟାଇମସ୍ ଏବଂ ପ୍ରଜାତନ୍ତ୍ରର ସମ୍ପାଦକ ବି ହୋଇଛନ୍ତି।

ସାହିତ୍ୟ,ରାଜନୀତି ଓ ସାମ୍ବାଦିକତାର ତ୍ରୀବେଣୀ ସଙ୍ଗମ ଜେ.ବି
ସାହିତ୍ୟ,ସାମ୍ବାଦିକତା ଏବଂ ରାଜନୀତିର ଧୂରୀଣ ବିନ୍ଧାଣୀ ଜେବି ଓଡ଼ିଶା ରାଜନୀତିରେ ଅନିଶ୍ଚିନ୍ତତା ଏବଂ ଅସ୍ଥିରତାର ସରକାର ପ୍ରଥାରେ ଟାଣିଥିଲେ ପୁର୍ଣ୍ଣଛେଦ। ହରେକୃଷ୍ଣ ମହତାବ,ନବକୃଷ୍ଣ ଚୌଧୁରୀ,ନୀଳମଣୀ ରାଉତରାୟଙ୍କ ଭଳି ନେତା ସ୍ଥିର ସରକାର ଗଢିବାକୁ ହୋଇଥିଲେ ବିଫଳ। ସେ କିନ୍ତୁ ୧୯୮୦ରୁ ୯୦ ଦୁଇ ପାଳି ଏବଂ ୧୯୯୫ରୁ ୯୯ ଯାଏଁ ନିରବଛିନ ମୁଖ୍ୟମନ୍ତ୍ରୀ ହୋଇ ଗଢିଥିଲେ ସ୍ଥିର ସରକାର। ନବୀନ ପଟ୍ଟନାୟକ ଯଦିଓ ସର୍ବାଧିକ ସମୟର ମୁଖ୍ୟମନ୍ତ୍ରୀ ଜେବିଙ୍କ କଣ୍ଟ୍ରୋଲ କିନ୍ତୁ ୩୧୪ ବ୍ଲକରେ ଥିଲା।
ଶିଳ୍ପର ସ୍ଥପତି ଜାନକି ବଲ୍ଲଭ ପଟ୍ଟନାୟକ ୧୦୦୦ ଦିନରେ ୧୦୦୦ ଶିଳ୍ପର ଆହ୍ୱାନ ଦେଇ ଏକ ବିପ୍ଳବ ଆରମ୍ଭ କରିଥିଲେ। ତାଙ୍କ ସମୟରେ ୧୯୮୦ରେ ଓମଫେଡ୍ ପ୍ରତିଷ୍ଠା ହେବା ସହ ଅଣ୍ଡା ଉତ୍ପାଦନ ପାଇଁ ମୁଣ୍ଡ ଟେକିଥିଲା ଓପୋଲୋଫେଡ୍। ଲୁଲୁ ମହାପାତ୍ରଙ୍କ ପରି ଛାତ୍ରନେତା ସୃଷ୍ଠିରେ ସେ ଥିଲେ ସଫଳ ବିନ୍ଧାଣୀ।

ଦାଦନର ବିରୋଧି ଜେବି କେନ୍ଦୁଝରରେ ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରି,ବାଲେଶ୍ୱରରେ ଟାୟାର ଶିଳ୍ପ ଏବଂ ଭଦ୍ରକରେ ଚାର୍ଜକ୍ରୋମ,ନାଲକୋ ପ୍ରତିଷ୍ଠା ସହ ନୁଆହାଟରେ ଶ୍ରୀ ଜଗନ୍ନାଥ ସୁତାକଳର ସ୍ଥାପନ କରି ଶିଳ୍ପର ସ୍ଥାପନା କରିଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକ କଳିଙ୍ଗ ଷ୍ଟୁଡିଓ ସହ ପ୍ରତିଷ୍ଠା କରିଥିଲେ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ସଂସ୍ଥା । କ୍ରୀଡ଼ାର ବିକାଶ ପାଇଁ ଛାତ୍ରାବାସ, ଜବାହର ଲାଲ୍ ଇନଡୋର ଷ୍ଟାଡ଼ିୟମ୍ ଆଦି ତାଙ୍କର ପରିକଳ୍ପନା । ହୋଟେଲକୁ ଶିଳ୍ପର ମାନ୍ୟତା ବି ତାଙ୍କରି ପ୍ରୟାସ।
ଓଡିଶାର ଚର୍ଚ୍ଚିତ ବ୍ୟକ୍ତିଙ୍କ ଗହଣରେ ଶ୍ରେଷ୍ଠରେ ସେ ରହି ଆସିଛନ୍ତି। ସେ ଏକାଧାରରେ ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଏବଂ ବିରୋଧିଦଳ ନେତା ହୋଇଛନ୍ତି ଯାହା ଓଡିଶାର କୌଣଷି ନେତାଙ୍କ ପାଖରେ ନାହିଁ । ବିଜୁପଟ୍ଟନାୟକ ଯଦିଓ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ କିନ୍ତୁ ରାଜ୍ୟପାଳ ହୋଇନାହାନ୍ତି। ସେହିପରି ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ହୋଇଥିଲେ ସୁଦ୍ଧା ବିରୋଧିଦଳ ନେତା ହୋଇ ପାରନାହାନ୍ତି। ସାହିତ୍ୟ ,ସଂସ୍କୃତି, ରାଜନୀତିରେ ଧୂରୀଣ ଏହି ନେତା ଙ୍କର ୨୦୧୫ ଅପ୍ରେଲ ୨୧ ରେ ଦେହାନ୍ତ ହେବା ପରେ ଏକ ଯୁଗର ଅବସାନ ହୋଇଛି।