Posts tagged JagannathTemple

କେବେ ଫେରିବ ଶ୍ରୀମନ୍ଦିର ଜମି?

 

  • ଜବର ଦଖଲରେ ଜଗନ୍ନାଥଙ୍କର 58 ହଜାର ଏକର ଜମି
  • ପ୍ରଶାସନ ପାଖରେ ନାହିଁ ଅଧାରୁ ଅଧିକ ଜମିର ସତ୍ତ୍ୱଲିପି
  • ଭାଗଚାଷୀଙ୍କ ଠାରୁ ମିଳୁନି ଦେବସ୍ୱ
  • ଆଦାୟ ହୋଇ ପାରୁନି ରାଜସ୍ୱ
  • ଖଣି ମାଫିଆଙ୍କ କବଜାରେ ରହିଛି ଶ୍ରୀମନ୍ଦିର ସମ୍ପତ୍ତି
  • କେବେ ପୂରଣ ହେବ ଆଇନମନ୍ତ୍ରୀଙ୍କ ପ୍ରତିଶ୍ରୁତି

ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରେଇ ଆଣିବାକୁ ମନ୍ତବ୍ୟ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ଏବଂ ରାଜ୍ୟ ବାହାରେ ଥିବା ପାଖାପାଖି 58 ହଜାର ଏକର ଜଗନ୍ନାଥଙ୍କ ଜମି ଫେରେଇ ଆଣିବାକୁ ଅଣ୍ଟା ଭିଡ଼ୁଛନ୍ତି ସରକାର ଏପରିକି 36 ରୁ 37 ହଜାର ଏକର ଜମିର କାଗଜପତ୍ର ପ୍ରସ୍ତୁତ ହୋଇ ସାରିଛି, ବାକି ଜମିର କାଗଜପତ୍ର ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି। ମାତ୍ର ପ୍ରଶ୍ନ ଉଠୁଛି କେବେ ଫେରିବ ମହାପ୍ରଭୁଙ୍କ ଜମି? କେବେ ପୂରଣ ହେବ ଆଇନମନ୍ତ୍ରୀଙ୍କ ପ୍ରତିଶ୍ରୁତି? ଧାଡ଼ିଦର୍ଶନର ପ୍ରତିଶ୍ରୁତି ଭଳି ବିଳମ୍ବ ହେବନି ତ ଜମି ଫେରିବା ପ୍ରସଙ୍ଗ?

ପାଖାପାଖି 61 ହଜାର ଏକରର ଭୂସମ୍ପତ୍ତିର ମାଲିକ ଶ୍ରୀଜଗନ୍ନାଥ । ଓଡ଼ିଶାର 23ଟି ଜିଲ୍ଲାରେ 60 ହଜାର 410 ଏକର ଏବଂ 6ଟି ବାହାର ରାଜ୍ୟରେ 395 ଏକର 252 ଡିସିମିଲି ଭୂସମ୍ପତ୍ତି ଶ୍ରୀମନ୍ଦିର ନାଁରେ ରହିଛି

  • ରାଜା ରାଜୁଡା ଓ ଶ୍ରଦ୍ଧାଳୁମାନେ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରାୟ 60,805 ଏକର ଜମି ବ୍ୟବସ୍ଥା କରିଥିବା ବେଳେ ଏଥିରୁ ଅଧାରୁ ଅଧିକ ଜମିର କାଗଜପତ୍ର ପ୍ରଶାସନ ପାଖରେ ନାହିଁ।
  • ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱହୀନତା ପାଇଁ ଶ୍ରୀମନ୍ଦିର ଜମି ଏବେ ଅନ୍ୟମାନଙ୍କ କବଜାରେ ।
  • କେବଳ ଯେ ଜମିକୁ କବଜା କରିଛନ୍ତି ତାହା ନୁହେଁ, ମହାପ୍ରଭୁଙ୍କ ଜମିରୁ ଖଣିଜ ଲୁଟ ବି ଚାଲିଛି
  • ଯାହାକୁ ନେଇ ଗ୍ରିନ୍‍ ଟ୍ରିବ୍ୟୁନାଲ ଭଳି ସଂସ୍ଥା ଶ୍ରୀମନ୍ଦିର ପ୍ରଶାସନକୁ କ୍ଷତିପୂରଣ ପାଇଁ ଦେବାକୁ ନିର୍ଦ୍ଦେଶ ବି ଦେଇଛନ୍ତି
  • ପୂର୍ବ ସରକାରରେ ଶ୍ରୀମନ୍ଦିରକୁ ନେଇ ଅନେକ ଅବ୍ୟବସ୍ଥା ଦେଖାଦେଇଥିଲା ବେଳେ ବିଜେପି ସରକାର ମଧ୍ୟ ଏ କ୍ଷେତ୍ରରେ ପଛରେ ନାହିଁ । ରତ୍ନଭଣ୍ଡାର ଚାବିଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ବଜେପିର ବିଜେଡିକୁ ଟାର୍ଗେଟ କେବଳ ବାହାସ୍ଫୋଟରେ ପରିଣତ ହୋଇଛି । ସରକାରକୁ ବର୍ଷେ ପୂରି ସାରିଥିଲେ ସୁଦ୍ଧା ଅନେକ ପ୍ରତିଶ୍ରୁତି ଏବେ ବି ଅପୂରଣ ହୋଇ ରହିଯାଇଛି ।
  • 1999ରୁ 2016 ମସିହା ଭିତରେ 300 ଏକରରୁ ଅଧିକ ଜମି ବିକ୍ରି କରାଯାଇ 10କୋଟିରୁ ଅଧିକ ଅର୍ଥ ଶ୍ରୀମନ୍ଦିର କର୍ପସ ପାଣ୍ଠିରେ ରଖାଯାଇଛି ଯଦି ସରକାର ଶ୍ରୀମନ୍ଦିରକୁ ନେଇ ସିରିୟସ୍ ଜଗନ୍ନାଥଙ୍କ ଭୂସମ୍ପତ୍ତି,ବେଦାନ୍ତକୁ ଦିଆଯାଇଥିବା ଜମି, ଶ୍ରୀମନ୍ଦିର ପ୍ରଶାସନ ହାତକୁ ଆସିବା ସହ ବାହାର ରାଜ୍ୟରେ ଥିବା ଭୂସମ୍ପତ୍ତିରୁ କୋଟି କୋଟି ଟଙ୍କା ରାଜସ୍ୱ ଆସି  ଶ୍ରୀମନ୍ଦିରର ଉନ୍ନତିରେ ଲାଗନ୍ତା ।