Posts tagged Indian Cricket

ରୋହିତଙ୍କ ନୂଆ ଇନିଂସ୍! କ୍ରିକେଟ୍ ପରେ ଟେଲି ପରଦାରେ ହିଟମ୍ୟାନ୍

କ୍ରିକେଟକୁ ବାଏ ବାଏ କହିବେ କି ରୋହିତ ଶର୍ମା? ଟେଲି ପରଦାରେ ହିଟମ୍ୟାନଙ୍କ ନୂଆ ଅବତାର, IPLକୁ ନେଇ ବଢୁଛି ସସପେନ୍ସ । କ୍ରିକେଟ୍ ପଡ଼ିଆରେ ନିଜ ନାଁରେ ‘ହିଟମ୍ୟାନ୍’ ଟ୍ୟାଗ୍ ଯୋଡ଼ିଥିବା ରୋହିତ ଏବେ ଏକଦମ୍ ନୂଆ ଅବତାରରେ ଆସୁଛନ୍ତି।  ଚଉକା-ଛକାରେ ଦର୍ଶକଙ୍କ ମନ ଜିତୁଥିବା ହିଟମ୍ୟାନ୍ ରୋହିତ ଶର୍ମା ଏବେ ଟେଲି ପରଦାରେ ଦେଖାଇବେ ନୂଆ ଜଲୱା। କିନ୍ତୁ ଏହା କ’ଣ ରୋହିତଙ୍କ କ୍ରିକେଟ୍ କ୍ୟାରିୟରର ଶେଷ ଆଡ଼କୁ ଇସାରା? ନା କ୍ରିକେଟ୍ ସହିତ ଟିଭିରେ ମଧ୍ୟ ଚାଲିବ ହିଟମ୍ୟାନଙ୍କ ଦ୍ୱିତୀୟ ଇନିଂସ୍? କ୍ରିକେଟ୍‌  ଛାଡ଼ିବେ କି ରୋହିତ? ନା ଜାରି ରଖିବେ କ୍ରିକେଟ୍ କ୍ୟାରିୟର? ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ହିଟମ୍ୟାନଙ୍କ ନୂଆ ଅବତାରକୁ ନେଇ ବଢିଛି ଚର୍ଚ୍ଚା। ରୋହିତ ଶର୍ମା ଖୁବଶୀଘ୍ର ଟେଲିଭିଜନ ଏଣ୍ଟରଟେନମେଣ୍ଟ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ‘ଫ୍ୟାମିଲି ଫୁଲ୍ ହାଉସ୍ ୱିଥ୍ ରୋହିତ ଶର୍ମା’ ରିଆଲିଟି ଶୋ’ରେ ହୋଷ୍ଟ ଭାବେ ନଜର ଆସିବେ ହିଟମ୍ୟାନ୍। ସେପ୍ଟେମ୍ବର ୧୯ରୁ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ସହ ସୋନି ଲାଇଭ୍‌ରେ ଏହି ଶୋ’ ଟେଲିକାଷ୍ଟ ହେବ।

ଶୋ’ର ପ୍ରୋମୋ ସାମ୍ନାକୁ ଆସିବା ପରେ ରୋହିତଙ୍କ ନୂଆ ଅନ୍ଦାଜକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଛି। ‘ଗାର୍ଡେନ୍ ସେ ରିପୋର୍ଟିଂ ଲାଇଭ୍, ଜର୍ସି ନମ୍ବର ୪୫’ କହି ରୋହିତ ଶୋ’ର ଆରମ୍ଭ କରୁଥିବା ଦେଖିବାକୁ ମିଳିଛି। ସିନିୟର ଆକ୍ଟର ରାକେଶ ବେଦୀଙ୍କ ସହ ତାଙ୍କ  ଫନୀ ଡାଇଲଗ ଦର୍ଶକଙ୍କ ପାଖରେ ତାଙ୍କର ପବ୍ଲିସିଟି ବଢ଼ାଉଛି । ଜଣେ କ୍ରିକେଟରଙ୍କୁ ଅଲଗା ଅନ୍ଦାଜରେ ଦେଖି ବେଶ୍ ଏଞ୍ଜୟ କରୁଛନ୍ତି ଫ୍ୟାନ୍ସ । ତେବେ ଟେଲି ପରଦାରେ ରୋହିତଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ମଧ୍ୟରେ ତାଙ୍କ କ୍ରିକେଟ୍ କ୍ୟାରିୟରକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ବିଶେଷକରି IPL ଖେଳିବେ କି ନାହିଁ  ଏହାକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ବଢ଼ୁଛି ସସପେନ୍ସ । ରୋହିତଙ୍କ ରିଟାୟାର୍ଡମେଣ୍ଟ ଚର୍ଚ୍ଚାକୁ ବିସିସିଆଇ ପକ୍ଷରୁ ଖଣ୍ଡନ କରାଯାଇଛି। ବୋର୍ଡ  ସେକ୍ରେଟାରୀ ଦେବଜୀତ ସାଇକିଆ କହିଛନ୍ତି ଯେ ରୋହିତଙ୍କ  ରିଟାୟାର୍ହକୁ ନେଇ ଆସୁଥିବା ଖବର ଭିତ୍ତିହୀନ। ସେ ଏବେ ବି ଦଳର ଜଣେ ପ୍ରମୁଖ ଓ ବରିଷ୍ଠ ବ୍ୟାଟର ଏବଂ ତାଙ୍କ ଉପରେ ବୋର୍ଡର ଭରସା ରହିଛି। ଏହା ସହ ଆଗାମୀ ୱେଷ୍ଟଇଣ୍ଡିଜ୍ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ରୋହିତ ଭାରତୀୟ ଦଳ ପକ୍ଷରୁ ଖେଳିବେ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି। କ୍ରିକେଟ୍ ପଡ଼ିଆରୁ ଏବେ ଟେଲି ପରଦାକୁ ରୋହିତଙ୍କ ନୂଆ ଇନିଂସ୍ ଆରମ୍ଭ ହେବାକୁ ଯାଉଛି। ପଡ଼ିଆରେ ବ୍ୟାଟ୍‌ରେ ଧମାକା କରିଥିବା ହିଟମ୍ୟାନ୍ ଟିଭି ପରଦାରେ କେତେ ଧମାଲ୍ କରିବେ, ତାହା ଦେଖିବାକୁ ଏବେ ଦର୍ଶକଙ୍କ ଅପେକ୍ଷା। ତେବେ ଟେଲି ପରଦାରେ ହିଟମ୍ୟାନଙ୍କ ଧମାକା କେତେ ହିଟ୍ ହେବ? ଏହା ଉପରେ ଏବେ ସମସ୍ତଙ୍କ ନଜର।

ଦେଢଘଣ୍ଟା ଅପେକ୍ଷା କଲେ ପାକ୍ ମନ୍ତ୍ରୀ, ଟ୍ରଫି ନେଲେନାହିଁ ଭାରତୀୟ କ୍ରିକେଟର

ଦୁବାଇରେ ଭାରତୀୟ କ୍ରିକେଟ ଟିମ୍‌ର ‘ଅପରେସନ ଏସିଆ କପ୍‌‘ ସଫଳ ହୋଇଛି । ପାକିସ୍ତାନକୁ ୫ ରନରେ ହରାଇ ନବମ ଥର ପାଇଁ ଏସିଆ କପ୍ ହାତେଇଛି ଭାରତ। ମାତ୍ର ବିଜୟ ପରେ ପାକିସ୍ତାନୀଙ୍କ ହାତରୁ ଟ୍ରଫି ନେବାକୁ ସିଧା ସିଧା ଅସ୍ୱୀକାର କରିଛନ୍ତି। ଏସିଆ କପ୍ ଫାଇନାଲ ପରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ହାଇଡ୍ରାମା  ଦେଖିବାକୁ ମିଳିଛି। ଏସିସି ଅଧ୍ୟକ୍ଷ ମୋହସିନ୍ ନକଭିଙ୍କ ହାତରୁ ଟ୍ରଫି ନେବାକୁ ଭାରତୀୟ ଖେଳାଳି ରାଜି ହୋଇ ନଥିଲେ ।। ଯାହାକୁ ନେଇ ମ୍ୟାଚ୍ ପରବର୍ତ୍ତୀ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ପୋଡିୟମ୍ ଉପରେ ପାକିସ୍ତାନ ଗୃହମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା।

ଟ୍ରଫି ପ୍ରଦାନ ଉତ୍ସବ ଦେଢ଼ଘଣ୍ଟାରୁ ଅଧିକ ବିଳମ୍ବରେ ଆରମ୍ଭ ହୋଇଥିଲା । ଟିମ୍ ଇଣ୍ଡିଆର ଖେଳାଳିମାନେ ପୋଡିୟମ୍ ନିକଟରେ ବସିଥିଲେ ମଧ୍ୟ ଟ୍ରଫି ନେବାକୁ ଯାଇନଥିଲେ। ଯେଉଁଥି ପାଇଁ ଏସୀୟ କ୍ରିକେଟ୍ ପରିଷଦ ତଥା ପାକିସ୍ତାନ କ୍ରିକେଟ ବୋର୍ଡ  ଅଧ୍ୟକ୍ଷ ମୋହସିନ୍ ନକଭି, ବହୁତ ସମୟ ପାଇଁ ପୋଡିୟମରେ ଠିଆ ହୋଇଥିଲେ । ଟିମ୍ ଇଣ୍ଡିଆ ପାକିସ୍ତାନ ଗୃହମନ୍ତ୍ରୀଙ୍କ ଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲେ। ଦେଶକୁ ପରମାଣୁ ବୋମା ଆଟାକର ଧମକ ଦେଇଥିବା ନକଭିଙ୍କୁ କଡ଼୍ଡ଼ା ଜବାବ ଦେଇଛଇ ଟିମ୍ ଇଣ୍ଡିଆ । ପାକିସ୍ତାନ ଟିମ୍ ସହ ହାତ ନମିଳେଇବା ପରେ ପାକ୍ ଲିଡରଙ୍କ ହାତରୁ ଟ୍ରଫି ନନେଇ ନିଆରା ରେକର୍ଡ କରିଛନ୍ତି ଇଣ୍ଡିଆ ଟିମ୍ । ଏ ଘଟଣା ଏବେ ଦେଶ ସାରା ଚର୍ଚ୍ଚା ହେବା ସହ ପାକିସ୍ତାନ ବିରୁଦ୍ଧରେ କଡ଼ା ଆଭିମୁଖ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି । ବଲିଉଡ଼ରେ ଅନେକ ସମୟରେ ଖେଳାଳୀମାନେ ପାକିସ୍ତାନୀଙ୍କ ସପକ୍ଷରେ ମତ ରଖୁଥିଲା ବେଳେ ପାକିସ୍ତାନ ପ୍ରତି ଖେଳାଳୀଙ୍କର ଏ ମନୋଭାବରୁ ଅଭିନେତା/ଅଭିନେତ୍ରୀ ଦେଶପ୍ରେମ ଶିଖନ୍ତୁ ବୋଲି କଟାକ୍ଷ କରାଯାଉଛି ।

କ୍ରିକେଟରଙ୍କ ଫିଟନେସ୍ ମାପିବ BCCI

Board of Control for Cricket in India (BCCI) ଖେଳାଳିଙ୍କ ଫିଟନେସ ପରୀକ୍ଷା କରିବା ପାଇଁ ନୂଆ ନିୟମ ପ୍ରଚଳନ କରିଛି। ଯୋଉ ନିୟମର ନାଁ ହେଉଛି ବ୍ରୋଙ୍କୋ ଟେଷ୍ଟ। ରଗବି ଖେଳରେ ଏ ଟେଷ୍ଟ କରାଯାଏ । ଏ ଟେଷ୍ଟକୁ ଏବେ କ୍ରିକେଟରେ ପ୍ରୟୋଗ କରାଯାଇଛି। ଏହା ଖେଳାଳିଙ୍କ ଏରୋବିକ କ୍ଷମତା ଏବଂ ରନିଂ ଷ୍ଟାମିନା ପରୀକ୍ଷା କରିବ। କେବଳ ଏତିକି ନୁହେଁ କେତେ ସ୍ପିଡ଼ରେ ବୋଲରମାନେ ଦୌଡି ପାରୁଛନ୍ତି ଏ ଟେଷ୍ଟ ମଧ୍ୟ BCCI ଅବଜର୍ଭ କରିବ । ଏହି ପରୀକ୍ଷାରେ ପାସ କରିବା ପରେ ହିଁ ଖେଳାଳିଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯିବ। ଖେଳାଳିଙ୍କ ଷ୍ଟାମିନା ବୃଦ୍ଧି କରିବା ଏବଂ ସେମାନଙ୍କୁ ଦୀର୍ଘ ସମୟ ପାଇଁ ଫିଟ ରଖିବା ପାଇଁ ବ୍ରୋଙ୍କୋ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି।

ବ୍ରୋଙ୍କୋ ଟେଷ୍ଟରେ, ଖେଳାଳିଙ୍କୁ ଗୋଟିଏ ସେଟରେ ୨୦ ମିଟର, ୪୦ ମିଟର ଏବଂ ୬୦ ମିଟରର ସଟଲ ରନ କରିବାକୁ ପଡିବ। ଏହିପରି ମୋଟ ପାଞ୍ଚଟି ସେଟ ବିନା ବ୍ରେକରେ ଦୌଡ଼ିବାକୁ ପଡ଼ିବ। 1200 ମିଟରର ଏ ରନିଂ ଟେଷ୍ଟକୁ ସାରିବାକୁ ମାତ୍ର 6 ମିନିଟ ସମୟ ଦିଆଯିବ । ୬ ମିନିଟ ମଧ୍ୟରେ ବ୍ରୋଙ୍କୋ ପରୀକ୍ଷା ପାସ କରିବାକୁ ପଡ଼ିବ । ଇଣ୍ଡିଆନ ବୋଲର ଟେଷ୍ଟ କ୍ରିକେଟରେ ଲମ୍ବା ସ୍ପେଲ ବୋଲିଂ କରିବାରେ ବିଫଳ ହୋଇଛନ୍ତି। ଏବେକାର ରେକର୍ଡକୁ ଦେଖିଲେ ଇଂଲଣ୍ଡ ଗସ୍ତରେ, କେବଳ ମହମ୍ମଦ ସିରାଜ ପାଞ୍ଚଟି ଟେଷ୍ଟ ଖେଳିପାରିଥିଲେ, ଏବଂ ପ୍ରତ୍ୟେକ ସେସନରେ ସମାନ ଗତିରେ ବୋଲିଂ କରିଥିଲେ। ବାକି ବୋଲରମାନେ ଲମ୍ବା ସ୍ପେଲ ବୋଲିଂ କରି ପାରି ନଥିଲେ ।ସେଥିପାଇଁ ଏହି ନୂତନ ଫିଟନେସ ପରୀକ୍ଷା ପ୍ରଚଳନ କରାଯାଇଛି। ଏନର୍ଜି ଏବଂ କଣ୍ଡିସନିଂ ଟ୍ରେନର ଆଡ୍ରିଆନ ଲେ ରକ୍ସ ବ୍ରୋଙ୍କୋ ଟେଷ୍ଟ ପାଇଁ ସୁପାରିଶ କରିଥିଲା ବେଳେ ମେନ୍ କୋଚ୍  ଗୌତମ ଗମ୍ଭୀର ସହମତି ଦେଇଛନ୍ତି ।

ଯୁବରାଜଙ୍କ ପାଇଁ ସକ୍ସେସ୍ ଶୁଭମନ୍ ଗିଲ୍!

ଇଣ୍ଡିଆ ଟେଷ୍ଟ ଟିମର କ୍ୟାପ୍ଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି ଶୁଭମନ ଗିଲ୍। ରୋହିତ୍ ଶର୍ମାଙ୍କ ପରେ ଶୁଭମନଙ୍କୁ ମିଳିଛି ଗୁରୁଦାୟିତ୍ୱ। ଟେଷ୍ଟ ଟିମର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ କିଏ ରିପ୍ଲେସ୍ କରିପାରିବେ ସେ ନେଇ ଯୋଗ୍ୟତା ଓ ଦକ୍ଷତାର କଥା ଉଠିଥିଲା ବେଳେ ଉଭୟରେ ନିଜର ଶ୍ରେଷ୍ଠତ୍ୱ ପ୍ରମାଣ କରି ଶୁଭମନ୍ ଗିଲ୍ କ୍ୟାପ୍ଟେନସିପ୍ ହାତେଇଛନ୍ତି। ତେବେ ଶୁଭମନଙ୍କ ଏ ସଫଳତା ପଛରେ ଯୁବରାଜ ସିଂଙ୍କ ହାତ ଅଛି ବୋଲି ମନ୍ତବ୍ୟ ଦେଇଛନ୍ତି ଯୁବରାଜଙ୍କ ବାପା ଯୋଗରାଜ ସିଂହ। ଯୁବରାଜଙ୍କ ମେଣ୍ଟରସିପ ଓ ଶୁବମନଙ୍କ ପିତାଙ୍କ କଠିନ ପରିଶ୍ରମ ତାଙ୍କୁ ସଫଳତମ କ୍ରିକେଟର ଭାବେ ଗଢି ତୋଳିଥିବା କହିଛନ୍ତି ୟୋଗରାଜ।

ଯୁବରାଜଙ୍କ ପାଇଁ ସଫଳ ଗିଲ୍

ଶୁଭମନ୍ ଗିଲଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କହିଥିବା ବେଳେ ଏହାର ସମସ୍ତ ଶ୍ରେୟ ଯୁବରାଜ ସିଂଙ୍କୁ ଯିବ ବୋଲି କହିଛନ୍ତି ୟୋଗରାଜ ସିଂ। ସବୁବେଳେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କ୍ରିକେଟର ୟୋଗରାଜ ସିଂ ଭାରତୀୟ ଟେଷ୍ଟ ଦଳର ନବନିଯୁକ୍ତ ଅଧିନାୟକ ଶୁବମନ ଗିଲଙ୍କୁ ନେଇ ବୟାନ ଦେଇଛନ୍ତି। ସେ କହିଛନ୍ତି ‘‘ଶୁଭମନ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ଅଧିନାୟକ ମଧ୍ୟ ରହିବେ। ତେବେ ଜଣେ ସଫଳ କ୍ରିକେଟର ହେବାକୁ ଯେଉଁ ଦିଗଦର୍ଶନ ଆବଶ୍ୟକ ତାହା ଯୁବରାଜଙ୍କ ଠାରୁ ପାଇଥିବା କାରଣରୁ ଗିଲ ଏତେ ବାଟ ଆସି ପାରିଛନ୍ତି।ଯୁବରାଜ ଜଣେ ଅତ୍ୟନ୍ତ ବୁଦ୍ଧିମାନ କ୍ରିକେଟର। ସେ ଗିଲଙ୍କୁ ନିଜ ଅଧୀନରେ ନେବା କାରଣରୁ ହିଁ ସେ ଜଣେ ଭଲ ଖେଳାଳି ଓ ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରି ପାରିଛନ୍ତି। ଗିଲ ସମସ୍ତ ଫର୍ମାଟରେ ନିଜର ଦକ୍ଷତା ଓ ଟେକନିକ ବଳରେ ସମସ୍ତଙ୍କୁ ପ୍ରଭାବିତ କରି ପାରିଛନ୍ତି।‘‘ ୨୫ ବର୍ଷୀୟ ଗିଲ ଟେଷ୍ଟ ଟିମର ଅଧିନାୟକ ଭାବେ ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ବେଳେ ସେ ସଫଳ ହେବା ନେଇ ୟୋଗରାଜ ଆଶା କରିଛନ୍ତି। ୨୦୨୪ରେ ଜିମ୍ବାୱେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଗିଲ ଭାରତର କ୍ୟାପଟେନ ରହିଥିଲେ ଶୁଭମନ୍ ଗିଲ୍। ୨୦୨୦-୨୧ରେ ଡେବ୍ୟୁ କରିଥିବା ଶୁବମନ ଏ ପର୍ଯ୍ୟନ୍ତ ୩୨ଟି ଟେଷ୍ଟରୁ ୧୮୯୩ ରନ୍ କରିଛନ୍ତି। ଏଥିରେ ୫ ସେଞ୍ଚୁରୀ ସହ ୭ଟି ହାଫ୍ ସେଞ୍ଚୁରୀ ରହିଛି। କ୍ୟାପ୍ଟେନ୍ ରେସରେ ଥିବା ସମସ୍ତଙ୍କୁ ପଛରେ ପକାଇ ଶୁଭମନ୍ ଏ ସଫଳତା ହାସଲ କରିଛନ୍ତି। ତେବେ ଶୁଭମନଙ୍କ ଏ ସଫଳତା ପଛରେ ଯୁବରାଜଙ୍‌କ ପ୍ରମୁଖ ଭୂମିକା ଥିବା ୟୋଗରାଜଙ୍କ ଷ୍ଟେଟମେଣ୍ଟକୁ ନେଇ ଏବେ କ୍ରିକେଟ ମହଲରେ ଚର୍ଚ୍ଚା।

 

ମେ’୧୬ରୁ IPL

ପୁଣି ଆରମ୍ଭ ହେବାକୁ ଯାଉଛି ବନ୍ଦ ପଡ଼ିଥିବା IPL । ପାକିସ୍ତାନ ସହ ଯୁଦ୍ଧ କାରଣରୁ ମେ ୯ ତାରିଖରୁ IPL ମ୍ୟାଚ୍ ବନ୍ଦ କରାଯାଇଥିଲା । ଦେଶରେ ଯୁଦ୍ଧ ସ୍ଥିତି ଲାଗି ରହିଥିବା ବେଳେ କ୍ରିକେଟ୍ ମ୍ୟାଚ କରିବାକୁ ଠିକ୍ ଭାବିନଥିଲା BCCI । ଆଇପିଏଲ ୨୦୨୫ ର ବାକିଥିବା ମ୍ୟାଚ ଚଳିତ ମାସ ୧୬ ତାରିଖରୁ ଆରମ୍ଭରୁ ହୋଇପାରେ। ଏହାସହ ଚଳିତମାସ ୩୦ ତାରଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇପାରେ ବୋଲି BCCI ସୂଚନା ଦେଇଛି।

IPL ୨୦୨୫ରେ ମୋଟ ୭୪ ଟି ମ୍ୟାଚ ଖେଳାଯିବାର ଥିଲା । ମେ‘ ୮ ତାରିଖ ପର୍ଯ୍ୟନ୍ତ ୫୮ ଟି ମ୍ୟାଚ୍ ଖେଳାଯାଇଛି। ୧୬ ଟି ମ୍ୟାଚ୍ ବାକି ରହିଛି। ୧୨ଟି ଲିଗ୍ ଓ ୪ ଟି ପ୍ଲେ ଅଫ୍ ମ୍ୟାଚ୍ ବାକି ରହିଛି। ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ରାଜସ୍ଥାନର ଦୁଇଟି ଲେଖାଏଁ ଲିଗ୍ ମ୍ୟାଚ୍ ବାକି ରହିଛି। ବାକି ଟିମର ୩ ଟି ଲେଖାଏଁ ଲିଗ୍ ମ୍ୟାଚ ବାକି ରହିଛି। ଧର୍ମଶାଳାରେ ଦିଲ୍ଲୀ ଓ ପଞ୍ଜାବ ମ୍ୟାଚ୍‌ ଅଧାରୁ ବନ୍ଦ କରାଯିବା ସହିତ ଆଇପିଏଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାତିଲ କରିଦିଆଯାଇଛି। IPL ଇତିହାସରେ ପ୍ରଥମ ଥର ପାଇଁ ଏମିତି ସ୍ଥିତି ଦେଖିବାକୁ ମିଳିଛି । ଭାରତ ଏବଂ ପାକିସ୍ତାନ ଉଭୟ ଅସ୍ତ୍ରବିରତି ପାଇଁ ରାଜି ହେବା ପରେ ଅଧାରୁ ବନ୍ଦ ହୋଇଥିବା ଟୁର୍ଣ୍ଣାମେଣ୍ଟ ପୁଣି ଥରେ ଖେଳାଯିବା ନେଇ ଚର୍ଚ୍ଚା ଜୋର ଧରିଛି ।