Posts tagged India Politics

ଆଶ୍ରମରେ ରାଜନୀତି କରିବେ ପ୍ରଶାନ୍ତ

ପଲିଟିକାଲ ପରାମର୍ଶଦାତା ଭାବରେ ଦେଶବ୍ୟାପୀ ନାଁ କରିଥିବା ପ୍ରଶାନ୍ତ କିଶୋରଙ୍କ ଜୀବନରେ ନୂଆ ମୋଡ଼। ରାଜନୀତିରେ ବଡ଼ବଡ଼ ନେତାଙ୍କୁ ପରାମର୍ଶ ଦେଉଥିବା ପ୍ରଶାନ୍ତ ଏବେ ଆଶ୍ରମରେ। ବିହାରରେ ଏନଡିଏ ସରକାରଙ୍କ 6 ମାସ ପୂରଣ ହେବା ପରେ, ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଆଇଆଇଟି ପାଟନା ପାଖରେ ଥିବା ବିହାର ନବନିର୍ମାଣ ଆଶ୍ରମରେ ରହୁଛନ୍ତି । ଆଗାମୀ ନିର୍ବାଚନ ଯାଏଁ ସେ ଆଶ୍ରମରେ ରହିବେ। ଆଗାମୀ ବିଧାନସଭା ନିର୍ବାଚନରେ ​​ତାଙ୍କ ନୂତନ ଦଳ ନିଜର ସ୍ଥିତି ନପାଇବା ପର୍ଯ୍ୟନ୍ତ ସେ ସେଠାରୁ ତାଙ୍କର ରାଜନୈତିକ କାର୍ଯ୍ୟକଳାପ ଜାରି ରଖିବେ।

2014 ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ପାଇଁ କାମ କରୁଥିଲେ ପ୍ରଶାନ୍ତ । ଏହା ସହିତ ବିହାରରେ ନୀତିଶ କୁମାର, ଦିଲ୍ଲୀରେ ଅରବିନ୍ଦ କେଜ୍ରୀୱାଲ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ, ତାମିଲନାଡ଼ୁରେ ଏମ.କେ ଷ୍ଟାଲିନଙ୍କ ସହ ଦେଶର ବିଭିନ୍ନ ଦଳ ଓ ନେତାଙ୍କ ପାଇଁ ପଲିଟିକାଲ ଷ୍ଟ୍ରାଟେଜି କରିବାରେ ମାହିର ପ୍ରଶାନ୍ତ । ଆଇ-ପ୍ୟାକ୍‌ର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପିକେ) ଦୁଇ ବର୍ଷ ପୂର୍ବେ ତାଙ୍କର ରାଜନୈତିକ ପରାମର୍ଶଦାତା ଚାକିରି ଛାଡି 2024 ମସିହାରେ ଜନ ସୂରଜ ପାର୍ଟି ଗଠନ କରିଥିଲେ। 48 ବର୍ଷୀୟ ରାଜନୈତିକ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ବିହାର ରାଜନୀତିରେ ଫେଲ୍ ମାରିଛନ୍ତି । ପ୍ରଶାନ୍ତ ପାଟନା ବିମାନବନ୍ଦର ନିକଟରେ ଥିବା ଏକ ବଡ଼ ବଙ୍ଗଳା ଶେଖପୁରା ହାଉସରୁ ଦଳକୁ ପରିଚାଳନା କରୁଥିଲେ। ଯାହା  ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ପୂର୍ବତନ ବିଜେପି ସାଂସଦ ଉଦୟ ସିଂହଙ୍କ ପରିବାରର ସମ୍ପତ୍ତି।ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସେ ଆଶ୍ରମରେ ରହିବେ। 

ପ୍ରଧାନମନ୍ତ୍ରୀଙ୍କ ନୂଆ ଅଫିସ

ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ବଦଳିବାକୁ ଯାଉଛି ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ଠିକଣା। ପୁରୁଣା ଅଫିସ ବଦଳରେ ନୂଆ ଅଫିସରେ କାମ ଚାଲିବ। ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟ ସେବା ତୀର୍ଥ ଭାବେ ପରିଚିତ ହେବ। ଯାହାକି ରାଷ୍ଟ୍ରପତି ଭବନ ନିକଟରେ ନିର୍ମାଣ କରାଯାଇଛି। ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟ କାମ ଶେଷ ହୋଇଛି।ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟରେ କ୍ୟାବିନେଟ୍ ସଚିବାଳୟ ସହିତ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ ସେକ୍ରେଟେରିଏଟ୍ ମଧ୍ୟ ରହି । ଏହାସହ ଏଥିରେ ଅନ୍ୟ କିଛି ମନ୍ତ୍ରାଳୟ ମଧ୍ୟ କାମ କରିବ ବୋଲି ଜଣାପଡ଼ିଛି।ଯାହା ତିଆରି କରିବାକୁ ଖର୍ଚ୍ଚ ହୋଇଛି ୧୧୮୯ କୋଟି

୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପରଠାରୁ ଭାରତର କ୍ଷମତାର କେନ୍ଦ୍ର ଭାବେ ପରିଚିତ ସାଉଥ୍ ବ୍ଲକ୍‌ରେ ପ୍ରଧାନମନ୍ତ୍ରୀଙ୍କ ଅଫିସ ଥିଲା। ଏ ଅଫିସ୍ ବର୍ତ୍ତମାନ ସେବା ତୀର୍ଥରେ ପରିଣତ ହେବାକୁ ଯାଉଛି। ଲାର୍ସନ୍ ଆଣ୍ଡ୍ ଟୁବ୍ରୋ ଦ୍ୱାରା ନିର୍ମିତ ସମ୍ପୂର୍ଣ୍ଣ “ସେବା ତୀର୍ଥ” କମ୍ପ୍ଲେକ୍ସ ପାଇଁ ପ୍ରାୟ ୧,୧୮୯ କୋଟି ଖର୍ଚ୍ଚ ହୋଇଛି। ଏହାସହ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏକଜିକ୍ୟୁଟିଭ୍ ଏନକ୍ଲେଭ୍ ୧ ପାଖରେ ଏକଜିକ୍ୟୁଟିଭ୍ ଏନକ୍ଲେଭ୍ ୨ର ମଧ୍ୟ ନିର୍ମାଣ କରାଯାଉଛି। ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ନୂଆ ସରକାରୀ ବାସଭବନ ରହିବ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଲୋକ କଲ୍ୟାଣ ମାର୍ଗରେ ରହିଛି। ଯାହା ପରିବର୍ତ୍ତନ ହେବ। ଦୀର୍ଘବର୍ଷ ପରେ ଅଫିସର ଠିକଣା ବଦଳାଇବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।