Posts tagged Happy BirthDay Modi

ଓଡ଼ିଶାରେ ସ୍କୁଟରରେ ବୁଲୁଥିଲେ ମୋଦି

ପ୍ରାୟ ୫୦ ବର୍ଷ ତଳେ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ଯୁବ ପ୍ରଚାରକ, ପୁରୀ ଜିଲ୍ଲା କଣାସ ବ୍ଲକରେ ପହଞ୍ଚନ୍ତିଗୋଟିଏ ଦଦରା ସ୍କୁଟରରେ ଆସି, ବକୁ ଗାଁରେ ଥିବା ଭିକାରୀ ଚରଣ ବିଦ୍ୟାନିକେତନରେ ରାତ୍ରିଯାପନ କରନ୍ତି। ରୁଟି-ଡାଲମା ଖାଇବା ପରେ କ୍ଷିର ପିଇ ନିକଟରେ ଥିବା ପୋଖରୀରେ ଗାଧାନ୍ତି। ଏହାପରେ ଓଡ଼ିଶା ଇତିହାସ ଓ ସଂସ୍କୃତି ଉପରେ ଆଲୋଚନାରେ ମଜ୍ଜିଯାନ୍ତି RSSର“ଇତିହାସ ପୁର୍ନଲିଖନ ସଂକଳନ ସମିତି”ର ସଭ୍ୟ ଥିବା ସେହି ବ୍ୟକ୍ତିଙ୍କର ଉଦ୍ଦେଶ୍ୟ ଥିଲା ଓଡ଼ିଶାର ଗୌରବମୟ କଳା, ସଂସ୍କୃତି ଏବଂ ଐତିହ୍ୟକୁ ଅତି ନିଖୁଣ ଭାବରେ ଅନୁଧ୍ୟାନ କରିବା। ସେହି ବ୍ୟକ୍ତିଙ୍କ ନାମ ଥିଲା, ନରେନ୍ଦ୍ର ଦାମୋଦର ଦାସ ମୋଦି

ଓଡ଼ିଶା ସହ ନରେନ୍ଦ୍ର ମୋଦିଙ୍କର ୫୦ ବର୍ଷର ସମ୍ପର୍କ
ସେତେବେଳେ ଏଇ ନାମ ଏତେ ବଡ଼ ନଥିଲା। ଇଏ ସେହି ସମୟର କଥା ଯେତେବେଳେ ଇନ୍ଦିରା ଇଜ୍ ଇଣ୍ଡିଆ ଓ ଇଣ୍ଡିଆ ଇଜ୍ ଇନ୍ଦିରା ବୋଲି କଂଗ୍ରେସ ଚାଟୁକାର କହୁଥିଲେ। ଆଉ ନରେନ୍ଦ୍ର ମୋଦି ସେତେବେଳେ ଗାଁରୁ ଗାଁ ବୁଲୁଥିଲେ
୧୯୭୫ ମସିହାରେ ଯେତେବେଳେ କଣାସ ବ୍ଲକକୁ ମୋଦି ଆସିଥିଲେ, ସେତେବେଳେ ତାଙ୍କ ସହିତ ଥିଲେ କୃଷ୍ଣଚନ୍ଦ୍ର ଜଗଦ୍ଦେବ। ମୋଦି, ଭିକାରୀ ଚରଣ ବିଦ୍ୟାନିକେତନରେ ରାତ୍ରିଯାପନ କରିଥିଲେ । ସେହି ସମୟର କଥା ମନେ ପକାଇ କୃଷ୍ଣଚନ୍ଦ୍ର ଜଗଦ୍ଦେବ କୁହନ୍ତି, ଓଡ଼ିଶା ସହ ପ୍ରଧାନମନ୍ତ୍ରୀଙ୍କର ସଂପର୍କ ଆଜିର ନୁହେଁ , ୫୦ ବର୍ଷ ତଳର
ସ୍କୁଟରରେ ବସି ମୋଦି ପୁରୀ ଜିଲ୍ଲାର କଣାସ, ଡେଲାଙ୍ଗ ଏବଂ ବ୍ରହ୍ମଗିରି ଅଞ୍ଚଳରେ ବୁଲିଥିଲେ। ଶୁଣିଥିଲେ ୧୮୧୭ ପାଇକ ବିଦ୍ରୋହର କାହାଣୀ। ବକ୍ସିଙ୍କ ବିରତ୍ୱର ଗାଥା, ପାଇକଙ୍କ ଅଦମ୍ୟ ସାହାସ, ମୋଦିଙ୍କୁ ଅବିଭୂତ କରିଥିଲା। ଯାହାକୁ ସେ ନିଜ ଯାତ୍ରାର ଅନେକ ବର୍ଷ ପରେ ବି ଭୁଲି ନଥିଲେ ୪ ଦଶନ୍ଧି ପରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ୨୦୧୭ରେ ଧୁମଧାମରେ ନୂଆଦିଲ୍ଲୀରେ ପାଳିତ ହୋଇଥିଲା ପାଇକ ବିଦ୍ରୋହର ୨ ଶହ ବର୍ଷପୂର୍ତ୍ତି । ପାଇକ ବିଦ୍ରୋହ” ର ସମ୍ମାନରେ ସ୍ୱତନ୍ତ୍ର ଭାରତୀୟ ମୁଦ୍ରା ଏବଂ ଏକ ପୋଷ୍ଟାଲ୍ ଷ୍ଟାମ୍ପର ଶୁଭାରମ୍ଭ କଲେ। ରାଜଭବନର ଏକ ସ୍ୱତନ୍ତ୍ର ଉତ୍ସବରେ “ପାଇକ ବିଦ୍ରୋହ” ର ସଂଗ୍ରାମୀ ପରିବାରଙ୍କୁ ସମ୍ମାନୀତ କଲେ, ନରେନ୍ଦ୍ର ମୋଦୀ।

ଜଗନ୍ନାଥ ପ୍ରେମୀ ମୋଦି
ଓଡ଼ିଆ ସଂସ୍କୃତି-ବୀରତ୍ୱର ପ୍ରଶଂସକ ନରେନ୍ଦ୍ର ମୋଦୀ, ଜଗନ୍ନାଥ ମହାପ୍ରଭୁଙ୍କର ପ୍ରଗାଢ଼ ବିଶ୍ୱାସୀ। କ୍ଷମତା-ବ୍ୟସ୍ତତା, ପଲିଟିକ୍ସ-ପାଓ୍ୱାର ମଧ୍ୟରେ ପ୍ରଭୁଙ୍କ ଆଶିଷ ଲାଭ ନିମନ୍ତେ ଶ୍ରୀକ୍ଷେତ୍ରକୁ ଆସିବାରେ କେବେବି ଅବହେଳା କରିନାହାଁନ୍ତି ଗୁଜରାଟର ମୁଖ୍ୟମନ୍ତ୍ରୀତ୍ୱ କାଳରେ ହେଉ ଅବା ପ୍ରଧାନମନ୍ତ୍ରୀ ଭାବେ, କାଳିଆ ସାଆନ୍ତେଙ୍କ ନିକଟରେ ମୋଦୀଜୀଙ୍କର ଶ୍ରଦ୍ଧାଭାବ ସେମିତି ଅତୁଟ ରହିଛି।

ମହାପ୍ରଭୁ ଜଗନ୍ନାଥ, ଓଡ଼ିଶାର ଆଦି ଦେବତା। ଓଡ଼ିଶାର ଆଦିବାସୀଙ୍କ ଦେବତା। କୋଟି ଓଡ଼ିଆଙ୍କ ମଉଡ଼ମଣି ଜଗନ୍ନାଥଙ୍କ ପ୍ରତି ମୋଦିଙ୍କ ମନରେ ଯେତିକି ସମ୍ମାନ, ଓଡ଼ିଶାର ଆଦିବାସୀଙ୍କ ପ୍ରତି ମଧ୍ୟ ସେତିକି ଭାବ ରହିଛି ତାଙ୍କ ମନରେ। ଯାହାର ଉଦାହରଣ, ରାଷ୍ଚ୍ରପତି ଭାବେ ଜଣେ ଓଡ଼ିଆ ଆଦିବାସୀଙ୍କ ନାମ ଘୋଷଣା। ଓଡ଼ିଶାର ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଏବେ ଦେଶର ମହାମହିମ ।
ଓଡ଼ିଆଙ୍କୁ ମୋଦିଙ୍କ ଗୁରୁତ୍ତ୍ୱ
ମୋଦି ’ଦଶକ’ ଅମଳ,  ଓଡ଼ିଆଙ୍କର ପ୍ରତିଷ୍ଠା ଓ ପାୱାର ’ଅମଳ’ର ଦଶକ କହିଲେ ଭୁଲ ହେବ ନାହିଁ। ରାୟସୀନା ହିଲରେ ଯଦି ଜଣେ ଓଡ଼ିଆ ଅଛନ୍ତି, ତେବେ ରିଜର୍ଭ ବ୍ୟାଙ୍କର ପ୍ରଥମ ଓଡ଼ିଆ ଗଭର୍ଣ୍ଣର ହୋଇଥିଲେ ଶକ୍ତିକାନ୍ତ ଦାସ। ସେମତି ଭାରତର ଚତୁର୍ଦ୍ଦଶ ସିଏଜି ଥିଲେ, ଆଉ ଜଣେ ଓଡ଼ିଆ ଗିରିଶ ଚନ୍ଦ୍ର ମୁର୍ମୁ।  ପ୍ରଧାନମନ୍ତ୍ରୀଙ୍କର ବର୍ତ୍ତମାନର 2 ଜଣ ପ୍ରଧାନ ପ୍ରମୁଖ ସଚିବ ଉଭୟ ଓଡ଼ିଆ
ଓଡ଼ିଆଙ୍କୁ ପଦ୍ମଶ୍ରୀ ଉପହାର
କମଳା ପୂଜାରୀ, ଜିତେନ୍ଦ୍ରିୟ ହରିପାଲ, ଲୋକକବି ହଳଧର ନାଗ, ଚା ବିକାଳି-ପ୍ରକାଶ ରାଓ, ଶିକ୍ଷା ପାଇଁ ଉତ୍ସର୍ଗୀକୃତ ନନ୍ଦ ପୃଷ୍ଟିଙ୍କ ପରି ଅନେକ ସାଧାରଣ ବକ୍ତିଙ୍କ ଅସାଧାରଣ ପ୍ରତିଭାକୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି ନରେନ୍ଦ୍ର ମୋଦି।  ଓଡ଼ିଶାରେ ସବୁ ଅଛି କିନ୍ତୁ ଏହା କେବଳ ‘ବେଷ୍ଟ କେପ୍ଟ ସିକ୍ରେଟ୍ ଅଫ୍ ଇଣ୍ଡିଆ’ ହୋଇ ରହିଯାଇଥିଲା। ସେହି ସିକ୍ରେଟକୁ ବିଶ୍ୱ ମଞ୍ଚରେ ରଖିଲେ ପ୍ରଧାନମନ୍ତ୍ରୀ ମୋଦି ଜି-୨୦ର ଶିଖର ସମ୍ମିଳନୀର ପ୍ରତୀକ, ଭାବେ କୋଣାର୍କ ଚକ୍ରକୁ ସ୍ଥାନିତ କରି, ପୁରା ଦୁନିଆକୁ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନା ବାବଦରେ ଜଣାଇଲେ । ବିଶ୍ୱର ଶକ୍ତିଶାଳୀ ନେତାଙ୍କୁ କୋଣାର୍କ ଚକ୍ର ଆଗରେ ସ୍ୱାଗତ କରି ଓଡ଼ିଶା ଟୁରିଜମର ବ୍ରାଣ୍ଡ ଆମ୍ବାସଡର ହୋଇଗଲେ ମୋଦି
ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ