Posts tagged Gujurat CM

ଅଟଳ ବିହାରୀ ବାଜପେୟୀଙ୍କ ଫୋନ୍ କଲ୍, ମୋଦିଙ୍କୁ କରିଦେଲା ମୁଖ୍ୟମନ୍ତ୍ରୀ

ଅକ୍ଟୋବର 7, ଇଏ ହେଉଛି ସେହି ତାରିଖ ଯେଉଁ ତାରିଖରେ ଗୁଜୁରାଟର CM ସିଟରେ ବସିଥିଲେ ଜଣେ 51 ବର୍ଷିୟ ନେତା । ବିନା ବିଧାୟକରେ ମୁଖ୍ୟମନ୍ତ୍ରୀ ସିଟରେ ବସିଥିବା ଏହି ନେତା ଜଣଙ୍କ ଆଉ କେହି ନୁହନ୍ତି ବରଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଆସନରେ ବସିବାର 24 ବର୍ଷ ବିତିଗଲାଣି । ତଥାପି ତାଙ୍କର ମୁଖ୍ୟମନ୍ତ୍ରୀ ହେବାର କାହାଣୀରେ ଏବେ ବି ଚାର୍ମ ଅଛି । ଅନ୍ତିମ ସଂସ୍କାରରେ ସେ ଯୋଗ ଦେଲାବେଳେ ଆସିଥିଲା ମୁଖ୍ୟମନ୍ତ୍ରୀ ସିଟର ଅଫର । ତତ୍କାଳିନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫୋନ୍ କଲ ପରେ ବଦଳି ଯାଇଥିଲା ନରେନ୍ଦ୍ର ମୋଦିଙ୍କ ଭାଗ୍ୟ।

ବାଜପେୟୀଙ୍କ ଭରସା ଜିତିଥିଲେ ମୋଦି
ଗୁଜୁରାଟର ସେ ସମୟର ମୁଖ୍ୟମନ୍ତ୍ରୀ  କେଶୁ ଭାଇ ପଟେଲଙ୍କୁ ହଟେଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ମୋଦି । ଗୁଜୁରାଟରେ 2001 ମସିହାରେ ବଡ଼ ଧରଣର ଭୂମିକମ୍ପରେ ପାଖାପାଖି 20 ହଜାର ଲୋକଙ୍କ ଦେହାନ୍ତ ସାଙ୍ଗକୁ ନିଜ କର୍ତ୍ତବ୍ୟରେ ଅବହେଳା, ବିକାଶରେ ବିଳମ୍ବ ଆଦି କେଶୁଭାଇ ପଟେଲଙ୍କୁ ବ୍ୟାକଫୁଟକୁ ଟାଣିନେଲା । ଜନଅସନ୍ତୋଷକୁ ଏଡ଼ାଇବାକୁ ବାଧ୍ୟ ହୋଇ ଇସ୍ତଫା ଦେଇଥିଲେ କେଶୁଭାଇ ପଟେଲ। ଗାନ୍ଧୀ ଜୟନ୍ତୀରେ ନିଜେ ମୁଖ୍ୟମନ୍ତ୍ରୀ ଆସନରୁ ହଟିଥିଲେ ।
ଆଉ ଏହି ସମୟରେ ଅଟଳ ବିହାରୀ ବାଜପେୟୀଙ୍କ ଭରସା ଜିତିଥିଲେ ମୋଦି।

ଗୁଜୁରାଟ BJPର ବୈଷ୍ଣବ ନେତା ହୋତୀ ସିଂହଙ୍କ ଅନ୍ତିମ ସଂସ୍କାରରେ ଥିଲାବେଳେ ଆସିଥିଲା ଅଟଳଙ୍କ ଫୋନ୍ କଲ୍ । ମୋଦିଙ୍କ ପ୍ରମୋସନ୍ କରି ତାଙ୍କୁ ଦେଇଥିଲେ CM ସିଟର ଗିଫ୍ଟ । ଗାନ୍ଧୀନଗରରେ ପହଞ୍ଚି ସଂନ୍ଧ୍ୟା 6 ଟାରେ ମିଟିଂ ପରେ ନିଆଯାଇଥିଲା ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି 7 ଅକ୍ଟୋବର 2001ରେ
ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେସେତେବେଳେ ସେ ବିଧାୟକ ମଧ୍ୟ  ନଥିଲେ। ମଣିନଗର ବିଧାନସଭା ମଣ୍ଡଳୀରୁ ଉପନିର୍ବାଚନ ଲଢି 2002ରେ ବିଧାୟକ ହେଲେ, ଯାହା ତାଙ୍କ ମୁଖ୍ୟମନ୍ତ୍ରୀ ପଦକୁ ଆଇନଗତ ଭାବେ ମଜବୁତ କରିଥିଲା । ପରେପରେ 2002, 2007 2012 ରେ ମଣିନଗରରୁ ତିନିଥର ନିର୍ବାଚନ ଜିତି ବିଧାୟକ ହେବାସହ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଛନ୍ତି ମୋଦି7 ଅକ୍ଟୋବର 2001ରୁ 22 ମେ 2014 ପର୍ଯ୍ୟନ୍ତ 13 ବର୍ଷ 7 ମାସ ମୁଖ୍ୟମନ୍ତ୍ରୀ ଥିଲେ। ମୋଦିଙ୍କର ମୁଖ୍ୟମନ୍ତ୍ରୀ ହେବାର ଘଟଣା ଏହିପରି ଗଟିଥିଲା । ଯେଉଁଥିରେ ବିନା ନିର୍ବାଚନ ଲଢି ସେ ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ।