Posts tagged GSTChanges2025

ନବରାତ୍ରିରୁ ନୂଆ GST

ନବରାତ୍ରୀରୁ ଲାଗୁ ହୋଇଛି ନୂଆ GST। ଏଥର ସାମଗ୍ରୀ ଶସ୍ତା ହେବ, ଲୋକଙ୍କ ସଞ୍ଚୟ ବଢିବ। ସେପ୍ଟେମ୍ବର 3 ତାରିଖରେ  GSTକୁ ନେଇ ସରକାର କରିଥିବା ଘୋଷଣା ଲାଗୁ ହୋଇଛି । ଏଥର କେବଳ ତିନିଟି ସ୍ଲାବରେ ଜିଏସଟି ରହିଛି। ପୂର୍ବରୁ ଥିବା 12% ଏବଂ  28% GST ସ୍ଲାବ ହଟିଛି। 5% ଓ 18%, 40% ସ୍ଲାବରେ ମିଳୁଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। ତମାଖୁ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ 40% ଜିଏସଟି ଲାଗୁ ହୋଇଛି। ଆଗରୁ  ଲାଇଫ୍ ଇନ୍ସୁରାନ୍ସ ଏବଂ ହେଲଥ ଇନ୍ସୁରାନ୍ସରେ GST  ଦେବାକୁ ପଡ଼ୁଥିଲା ବେଳେ ଏଥିରୁ GST ଛାଡ଼ କରାଯାଇଛି। 33 ପ୍ରକାରର ମେଡିସିନରେ ଦେଉଥିବା GSTରୁ ମୁକ୍ତି ପାଇଛନ୍ତି ରୋଗୀ ।

ସରକାରଙ୍କ ଏ ନିଷ୍ପତ୍ତିରେ ଚାଷୀ ବିଶେଷ ଭାବେ ଉପକୃତ ହେବେ। ଚାଷୀମାନେ ପୂର୍ବରୁ ପାଖାପାଖି 13% ଜିଏସଟି ଦେଉଥିଲା ବେଳେ ଏଥର କେବଳ 5% ଜିଏସଟି ଦେବେ। ଚାଷୀଙ୍କ କାମରେ ଲାଗୁଥିବା ଟ୍ରାକ୍ଟର,ଟ୍ରାକ୍ଟର ଟାୟାର ଏବଂ ବିଭିନ୍ନ ପାର୍ଟସ୍, ଜୈବ-କୀଟନାଶକ,ଚାଷ ଅମଳରେ ବ୍ୟବହୃତ ଉପକରଣ ପାଇଁ ମାତ୍ର 5 %  ଟ୍ୟାକ୍ସ ଦେବାକୁ ପଡ଼ିବ ।
                     ସେହିଭଳି ଚିକିତ୍ସା କ୍ଷେତ୍ରରେ ମହଙ୍ଗା ମାଡ଼ରୁ ଲୋକଙ୍କୁ ମୁକ୍ତି ମିଳିଛି। ସ୍ୱାସ୍ଥ୍ୟ ସାମଗ୍ରୀ ଥର୍ମୋ‌ମିଟର, ମେଡିକାଲ୍‌ ଅକ୍ସିଜେନ୍, ଗ୍ଲୁକୋମିଟର ଆଦି ପାଇଁ ଆଜିଠାରୁ  5% ଟ୍ୟାକ୍ସ । ମଧ୍ୟବିତ୍ତଙ୍କ ସଉକ ପୂରଣ କରିବା ଏଥର ଅଧିକ ସହଜ ହୋଇଛି। ଟିଭି, AC, ମନିଟର ଓ ପ୍ରୋଜେକ୍ଟର, ୱାସିଂ ମେସିନ ଶସ୍ତା ହୋଇଛି । ଆଗରୁ  28 %  ଟ୍ୟାକ୍ସ ଦେବାକୁ ପଡ଼ୁଥିଲା ବେଳେ ଏଥର 10% ଟ୍ୟାକ୍ସ ଆହୁରି କମିଛି । ଏସବୁ ଜିନିଷ ପାଇଁ ମାତ୍ର 18% ଟ୍ୟାକ୍ସ ଦେବାକୁ ପଡ଼ିବ । ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ, ରୋଷେଇ ସାମଗ୍ରୀ, ଚକୋଲେଟ୍, କଫି, ନୁଡଲ୍ସ, ଘିଅ, ଆଜିଠୁ ଶସ୍ତାରେ ମିଳିବ ।
                  ଶିକ୍ଷାକୁ ଗୁରୁତ୍ତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସାମଗ୍ରୀ କ୍ଷେତ୍ରରେ ରେଟ୍ କମିଛି। ମ୍ୟାପ୍, ଚାର୍ଟ, ଗ୍ଲୋବ, ପେନସିଲ୍, ଖାତା ବହି, ରବରରେ ଜିରୋ ଜିଏସଟି। ଏସବୁ ସାମଗ୍ରୀ ଉପରେ ଆଉ ଜିଏସଟି ଦେବାକୁ ପଡ଼ିବ ନାହିଁ। ଯାହାଫଳରେ ଛାତ୍ରଛାତ୍ରୀ ଉପକୃତ ହେବେ। ତେବେ ସବୁ କ୍ଷେତ୍ରରେ ଶସ୍ତା ହୋଇଥିଲା ବେଳେ ହାନିକାରକ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀ କ୍ଷାତ୍ରରେ ଦର କମିନାହିଁ। ପାନ ମସଲା, ସିଗାରେଟ୍, ଗୁଟଖା, ତମାଖୁ ଦ୍ରବ୍ୟ, ଜର୍ଦା, କୋଲଡ୍ରିଙ୍କସରେ ୪୦% ଟ୍ୟାକ୍ସ ଲାଗିଛି ।