ପର୍ଣ୍ଣୋଗ୍ରାଫି ମାମଲାରେ,ଛନ୍ଦି ହେବେ ରାଜ୍ କୁନ୍ଦ୍ରା। EDର କଡ଼ା ନଜର,ହେଇପାରେ କଡ଼ା ପଦକ୍ଷେପ।ତିନି ବର୍ଷ ପରେ ପୁଣି ହେଇପାରନ୍ତି ଗିରଫ।ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ପୁଣି ଅଡୁଆରେ। ତାଙ୍କ ଘର ସହିତ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରିଛି ଇଡି। ଅଶ୍ଲୀଳ ମାମଲା ପାଇଁ ଇଡି ଏହି ପଦକ୍ଷେପ ନେଇଛି।ଅଶ୍ଳୀଳ ଭିଡିଓର ଏହି ମାମଲା ବହୁ ବର୍ଷ ପୁରୁଣା ହେଇଥିଲେ ବି ଏ ନେଇ ଖୋଳତାଡ଼ କରୁଛି ଏନଫୋର୍ସମେଣ୍ଟ ଡିରେକ୍ଟରେଟ।
ସୂଚନାନୁସାରେ,ଇଡି କେବଳ ରାଜ କୁନ୍ଦ୍ରାଙ୍କ ଘରେ ନୁହେଁ ବରଂ ପର୍ଣ୍ଣୋଗ୍ରାଫି ମାମଲାରେ ଥିବା ଅନ୍ୟ ଲୋକମାଙ୍କ ଘର ମଧ୍ୟ ଯାଞ୍ଜ କରୁଛି।ଏହି କାର୍ଯ୍ୟ ମୋବାଇଲ୍ ଆପ୍ ମାଧ୍ୟମରେ ଅଶ୍ଳୀଳ ବିଷୟବସ୍ତୁ ନିର୍ମାଣ ଏବଂ ପ୍ରଚାର ସହିତ ଜଡିତ।ଏହି ଅନୁସନ୍ଧାନ ମୁମ୍ବାଇ ପୋଲିସର ୨୦୨୧ ମାମଲା ଉପରେ ଆଧାରିତ।୨୦୨୧ରେ ରାଜ କୁନ୍ଦ୍ରାଙ୍କୁ ଗିରଫ ମଧ୍ୟ କରାଯାଇଥିଲା ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୦୨୧ରେ କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା।ଏହି ମାମଲାରେ ସିଟି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ରାଜ କୁନ୍ଦ୍ରା ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଭୁଲ ବୋଲି କହିଥିଲେ।ଏହି ମାମଲାରେ ସେ ଦୁଇ ମାସ ଜେଲରେ ମଧ୍ୟ ରହିଥିଲେ।
ସୂଚନା ଅନୁଯାୟୀ, ଇଡି ଟିମ୍ ଏହି ମାମଲାରେ ମୋଟ ୧୫ଟି ସ୍ଥାନ ଉପରେ ଚଢାଉ କରିଛି। ଏହି ମାମଲାରେ, ଦେଶରେ ସଂଗ୍ରହ ହୋଇଥିବା ଟଙ୍କା ଏହି ଭିଡିଓ ମାଧ୍ୟମରେ ବିଦେଶକୁ ସ୍ଥାନାନ୍ତର କରାଯାଇଥିଲା। ଏହିପରି, ବିପୁଳ ପରିମାଣର ଟଙ୍କା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିଲା ଏବଂ ବର୍ତ୍ତମାନ ଏନେଇ ଇଡି ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି।ତେବେ ମାମଲାର ତିନି ବର୍ଷ ପରେ ଇଡିକୁ କି ସୁଚନା ମିଳୁଛି ତାହା ଦେଖିବା ବାକି।