Posts tagged Don Bradman

୧୮ ମିନିଟରେ ସେଞ୍ଚୁରୀ,୩ ଓଭରରେ ବିସ୍ଫୋରକ ବ୍ୟାଟିଂ

୩ ଓଭରରେ ସେଞ୍ଚୁରୀ। ହୁଏତ ଏହା ଆପଣମାନଙ୍କୁ ଅବିଶ୍ୱସନୀୟ ଲାଗିପାରେ,କିନ୍ତୁ ଏକଥା ସମ୍ପୂର୍ଣ୍ଣ ସତ । ୧୯୩୧ ମସିହାରେ ବ୍ଲାକହିଥ୍ ଏବଂ ଲିଥ୍ଗୋ ମଧ୍ୟରେ ଏକ ମ୍ୟାଚ୍‌ରେ ସାର୍ ଡନ୍ ବ୍ରାଡମ୍ୟାନ୍ ମାତ୍ର ତିନି ଓଭରରେ ୧୦୦ ରନ୍ କରିଥିଲେ। ବ୍ଲାକହିଥ୍ ପାଇଁ ଖେଳି,ସେତେବେଳର ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ମାତ୍ର ୧୮ ମିନିଟ୍‌ରେ ତାଙ୍କର ବିସ୍ଫୋରକ ଶତକ ପୂରଣ କରିଥିଲେ। ଅବଶ୍ୟ ସେ ସମୟରେ ଗୋଟାଏ ଓଭରରେ ଆଠଟି ବଲ ଥିଲା।

ମ୍ୟାଚ୍‌ଟି ନ୍ୟୁ ସାଉଥ୍ ୱେଲ୍ସର ବ୍ଲୁ ମାଉଣ୍ଟେନ୍ସରେ ହୋଇଥିଲା । ସେହି ମ୍ୟାଚ୍‌ରେ, ବ୍ରାଡମ୍ୟାନ୍ ପ୍ରଥମ ଓଭରରେ ୩୮ରନ୍ ମାରିଥିଲେ । ପରବର୍ତ୍ତୀ ଓଭରଟି ହୋରି ବେକରଙ୍କ ଦ୍ୱାରା ବୋଲ୍ କରାଯାଇଥିଲା ଏବଂ ଅଷ୍ଟ୍ରେଲିଆର ତୃତୀୟ ନମ୍ବର ଖେଳାଳି ପୁଣି ଷ୍ଟ୍ରାଇକ୍‌ରେ ଥିଲେ କାରଣ ସେ ପୂର୍ବ ଓଭରର ଶେଷ ବଲ୍‌ରେ ଗୋଟିଏ ସିଙ୍ଗଲ୍ ସ୍କୋର କରିଥିଲେ। ବ୍ରାଡମ୍ୟାନ୍ ବ୍ଲାକ୍‌ ଦ୍ୱିତୀୟ ଓଭରରେ 40 ରନ (6, 4, 4, 6, 6, 4,6,4) କରିଥିଲେ। ତୃତୀୟ ଓଭରରେ 24 ରନ୍ ସଂଗ୍ରହ କରି ତିନି ଓଭରରୁ ମୋଟ ୧୦୨ ରନ୍ ହୋଇଥିଲା । ତାଙ୍କୁ କ୍ରିଜରେ ମାତ୍ର ୧୮ ମିନିଟ ସମୟ ଅତିବାହିତ କରିବାକୁ ପଡିଥିଲା । ଏହି ମୁକାବିଲାରେ ସାର ଡନ ବ୍ରଡମ୍ୟାନ ୨୫୬ ରନର ଧୂଆଁଧାର ପାରି ଖେଳିଥିଲେ । ଯେଉଁଥିରେ ଥିଲା ୨୯ ଚୌକା ଓ ୧୪ ଛକା ।