Posts tagged Dholakia Family

ହସ୍ପିଟାଲରେ ଥିଲେ ଢୋଲକିଆ, ସାହାଯ୍ୟ କଲେନି ବବି !

ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଓ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ରାସ୍ତାରେ ପୂର୍ବତନ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି

  • 1997 ମସିହା ଏପ୍ରିଲ 17ରେ ଯେତେବେଳେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା, ସେ ସମୟରେ ଦିଲ୍ଲୀର ଏସକର୍ଟ ହସ୍ପିଟାଲ୍ ବିଲ୍ ଦେବାକୁ ପଛଘୁଞ୍ଚା ଦେଇଥିଲେ ବିଜୁ ବାବୁଙ୍କ ଦୁଇ ପୁଅ ପ୍ରେମ ଓ ନବୀନ
  • ଏସକର୍ଟ ହସ୍ପିଟାଲ୍ ଅଧିକାରୀ, ଚିକିତ୍ସା ବିଲ୍ ମାଗିବା ବେଳେ, ଦୁଇ ଭାଇ ହାତ ଠାରି ଦେଇଥିଲେ ତତ୍କାଳୀନ ଜନତା ଦଳ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ଆଡ଼କୁ କାରଣ ଶେଷ ସମୟରେ ବିଜୁ ବାବୁ ରହୁଥିଲେ, ଦିଲ୍ଲୀପ ରାୟଙ୍କ ପାଖରେଦିଲ୍ଲୀପ ରାୟ ହିଁ ପୈଠ କରିଥିଲେ ଏସକର୍ଟ ହସ୍ପିଟାଲ ବିଲ୍

ନବୀନଙ୍କ ରାସ୍ତାରେ ବବି
ଏହି ଘଟଣାର କିଛି ଅଂଶ ମିଶୁଛି, ନୂଆପଡାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ କ୍ଷେତ୍ରରେହେଲେ ଏଠି ସ୍କ୍ରିପ୍ଟ ଟିକେ ଅଲଗାବିଜୁ ଜନତା ଦଳର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ, ଚେନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ପୁଅ ଜୟଙ୍କ ବ୍ୟାଙ୍କ କାରବାରକୁ ନେଇ ଅସୁବିଧା ଥିଲା ବୋଲି ଶୁଣିବାକୁ ମିଳୁଛି ।

  • ସେଥିପାଇଁ ଜୟ କୁଆଡେ ବବି ଦାସଙ୍କୁ 15ରୁ 20 ଲକ୍ଷ ଟଙ୍କା ଧାର ମାଗିଥିଲେ ବ୍ୟାଙ୍କ ଟ୍ରାଞ୍ଜାକସନ୍ ସ୍ୱାଭାବିକ ହେବା ମାତ୍ରେ ଟଙ୍କା ଫେରାଇ ଦେଇଥାନ୍ତେସେହି ପ୍ରସ୍ତାବରେ ବବି ରାଜି ହୋଇଥିଲେ ବି ଚର୍ଚ୍ଚା ହେଉଛି ।
  • ’ଣ ହେଲା କେଜାଣି, ଆଉ ଜୟଙ୍କ ଫୋନ ଉଠାଇଲେ ନାହିଁ ବବି ଦାସ
  • ଅନ୍ୟ ଆଡୁ ଟଙ୍କା ଯୋଗାଡ଼ କରି ହସ୍ପିଟାଲ୍ ବିଲ୍ ପୈଠ କରିଥିଲେ ଜୟକିନ୍ତୁ ବାପାଙ୍କୁ ବଞ୍ଚାଇ ପାରିଲେ ନାହିଁ
       ବବି ଦାସଙ୍କ ଏହି ଦୋମୁହାଁ ଗୁଣ ଯୋଗୁଁ ଆଜି ଢୋଲକିଆ ପରିବାର, ବିଜେଡି ଉପରେ ଖପ୍ପା ଥିବା ଶୁଣୁବାକୁ ମିଳୁଛି ସେପଟେ ବବି ଦାସଙ୍କୁ ଅଘୋଷିତ ଭାବେ ନୂଆପଡା ଦାୟିତ୍ୱ ଦେଇଛନ୍ତି ବିଜେଡିର ଛାୟା ସୁପ୍ରିମୋ ଭୈରବ ପାଣ୍ଡିଆନ ଯାହାକୁ ବିରୋଧ କରୁଛନ୍ତି ଢୋଲକିଆ ପରିବାରଯଦି ବବି ଦାସ ନୂଆପଡା ଉପନିର୍ବାଚନ ଦାୟିତ୍ୱ ନେବେ, ଜୟ BJP ଯିବେ, ନ ହେଲେ BJP ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବୋଲି ନୂଆପଡାରେ ଚର୍ଚ୍ଚା ହେଲାଣି

ହେଲିକପ୍ଟର ଭଡ଼ା କରିଥିଲେ
ତେବେ ବବି ଦାସଙ୍କ ଠାରୁ ଧାର ନେଇ ଟଙ୍କା ଫେରାଇ ଦେଇଥାନ୍ତେ ଜୟ, ଏ କଥାରେ ଦ୍ୱିମତ ନାହିଁକାରଣ ଢୋଲକିଆ ପରିବାର ଏକ ସମ୍ଭ୍ରାନ୍ତ ଇତାହାସ ରଖନ୍ତି ବ୍ୟବସାୟୀ ପରିବା, ଆର୍ଥିକ ଦୃଷ୍ଟିରୁ ଖୁବ ସ୍ୱଚ୍ଛଳ ।  2014 ରେ ନିର୍ବାଚନ ହାରିବା ସତ୍ୱେ, ତତ୍କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କୁ ନିଜ ସ୍କୁଲ କାର୍ଯ୍ୟକ୍ରମରେ ହେଲିକପ୍ଟର ଭଡ଼ା କରି ନୂଆପଡ଼ା ନେଇଥିଲେ ରାଜେନ୍ଦ୍ର ଢୋଲକିଆକିନ୍ତୁ ବବି ଦାସ ନିଜ ଦଳର ବରିଷ୍ଠ ବିଧାୟକଙ୍କ ପରିବାରର ଅନୁରୋଧ ରଖିଲେନି ଯେଉଁଠି ଆଜି ବି ବବିଙ୍କୁ ଅନେକ ବିଜେଡି ନେତା Closest to ପାଣ୍ଡିଆନ ମାନନ୍ତି
ଜୟ ନ ଲଢ଼ିବେ ପଛେ, ବବି ଦାସଙ୍କୁ ପାନେ ଚଖାଇ, ବିଜୁ ଜନତା ଦଳର ଅସ୍ତିତ୍ୱ ଦୋହଲାଇବାକୁ ବିଦ୍ରୋହୀ ହେବେ, ସେ କଥା ଏଡାଇ ହେବ ନାହିଁ !…
ଏହି ଷ୍ଟୋରୀକୁ ଲେଖିଛନ୍ତି-ଦେବେନ୍ଦ୍ର କୁମାର ନାୟକ