Posts tagged Dhiman Chakma

IAS-ORSଙ୍କ ଗ୍ରେଡ ଦେଖି, ଷ୍ଟେପ ନେଉଛି BJP ସରକାର

ଓଡ଼ିଶାରେ ଅଜବ ନୀତି । ଅଫିସରଙ୍କ ପୋଷ୍ଟ ଦେଖି, ନିଆଯାଉଛି ଆକ୍ସନ୍। ଯଦି ଅଣଓଡ଼ିଆ IAS ଅଫିସର ଲାଞ୍ଚ ନେଉଛନ୍ତି, ତାହଲେ ତାଙ୍କୁ ମିଳୁଛି ପ୍ରମୋସନ୍ । ଆଉ ଯଦି ଲାଞ୍ଚୁଆ ଅଫିସର ଜଣଙ୍କ ଓଡ଼ିଆ, ତେବେ ତାଙ୍କୁ ଚାକିରିରୁ ବିଦା,ଏ ହେଉଛି ଓଡ଼ିଶା ସରକାରଙ୍କର ପଲିସି । 7000 ଲାଞ୍ଚ ନେଇଥିବା ORS ମନୀଷା ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କଲେ, କିନ୍ତୁ 10 ଲକ୍ଷ ଲାଞ୍ଚ ନେଇଥିବା IAS ଅଫିସର ଧିମନ ଚକମାଙ୍କୁ ରେଭେନ୍ୟୁ ଡିପାର୍ଟମେଣ୍ଟର ଡେପୁଟି ସେକ୍ରେଟାରୀ ପଦରେ ନିଯୁକ୍ତି ଦେଲେ । ଜଣେ ମହିଳା ଓଡ଼ିଆ ଅଫିସରଙ୍କୁ 7000 ଲାଞ୍ଚ ପାଇଁ ବିଦା କରିଥିବା ମୋହନ ସରକାର ଅଧିକ ଲାଞ୍ଚ ନେଇଥିବା ଅଣଓଡ଼ିଆ IAS ଅଫିସରଙ୍କୁ ମୁଣ୍ଡରେ ବସାଇଛନ୍ତି। ବିରୋଧୀ କହିଲେଣି, ବଡ଼ ଲାଞ୍ଚୁଆଙ୍କ ପ୍ରେମରେ ପଡିଛନ୍ତି ବିଜେପି ସରକାର।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରେଜିଷ୍ଟ୍ରାର୍ ମନୀଷା ମିଶ୍ର ବହିଷ୍କାର ହେବାକୁ ନେଇ ରାଜ୍ୟ ସାରା ଚର୍ଚ୍ଚା । 7000 ଟଙ୍କା ଲାଞ୍ଚ ନେଇ ଚାକିରିରୁ ବହିସ୍କାର ହୋଇଛନ୍ତି ମନୀଷା । ସରକାର ଏହାକୁ ଜିରୋ ଟଲରାନ୍ସର ଏକ୍ଜାମ୍ପଲ ତ କହୁଛନ୍ତି ।କିନ୍ତୁ ଧିମନ ଚକମାଙ୍କ ପାଇଁ ସବୁକ୍ରେଡିଟ ପାଣିରେ ପଡୁଛି ।ନଭେମ୍ବର ୬ ତାରିଖରେ ଜମି ପଞ୍ଜୀକରଣ ଓ ସେଲ୍ ଡିଡ୍ କରାଇବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଲାବେଳେ ମନୀଷା ମିଶ୍ରଙ୍କୁ ଆରେଷ୍ଟ କଲା ଭିଜିଲାନ୍ସ ।ଆକ୍ସନ୍ ନେବାକୁ ଯାଇ ତାଙ୍କୁ ସସପେଣ୍ଡ ନୁହେଁ, ବରଂ ରାଜସ୍ଵ ବିଭାଗ ପକ୍ଷରୁ ମନୀଷାଙ୍କୁ ବହିଷ୍କାର କରାଯାଇଛି । କିନ୍ତୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଉପ-ଜିଲାପାଳ IAS ଧୀମନ ଚକମା 10ଲକ୍ଷ ଟଙ୍କା ଲାଞ୍ଚ ନେଇ ଆରେଷ୍ଟ ହେଲା ପରେ ପୁଣି ପାଇଛନ୍ତି ଗୁରୁ ଦାୟିତ୍ୱ । 2025 ଜୁନ 8 ତାରିଖରେ ଭିଜିଲାନ୍ସ ହାତରେ ଧରାପଡ଼ି ଆରେଷ୍ଟ ହୋଇଥିବା ଧୀମନଙ୍କୁ 2026 ମେ 21ରେ ପୁନଃନିଯୁକ୍ତି ଦେଲେ ବିଜେପି ସରକାର ।ରେଭେନ୍ୟୁ ମିନିଷ୍ଟର ସୁରେଶ ପୂଜାରୀ ନିଜେ କହୁଛନ୍ତି ଲାଞ୍ଚ ନେଲେ ଚାକିରିରୁ ବିଦା କରାଯିବ, କିନ୍ତୁ ତାଙ୍କରି ଡିପାର୍ଟମେଣ୍ଟରେ କେମିତି 10ଲକ୍ଷ ଟଙ୍କାର ଲାଞ୍ଚଖିଆ ଧିମନ ଚକମାଙ୍କୁ କରାଯାଇଛି ଡେପୁଟି ସେକ୍ରେଟାରୀ ।ମନୀଷାଙ୍କୁ ଚାକିରିରୁ ବିଦା କରିବା ସ୍ୱାଗତଯୋଗ୍ୟ। କିନ୍ତୁ ବଡ଼ ଲାଞ୍ଚୁଆଙ୍କୁ ବଡ଼ ପୋଷ୍ଟରେ ବସାଇବା ସରକାରଙ୍କ ଭିନ୍ନ ଆଭିମୁଖ୍ୟକୁ ଦର୍ଶାଉନାହିଁ କି? ତା-ମାନେ ଏ ସରକାରର ଚଟୁ ଆମିଷ ବେଣ୍ଟ ନିରାମିଷ ।ବଡ଼ ଲାଞ୍ଚୁଆଙ୍କୁ କ୍ଷମା, ଆଉ ଛୋଟ ଲାଞ୍ଚୁଆଙ୍କୁ ପନିସମେଣ୍ଟ ।IAS–ORSଙ୍କ ଗ୍ରେଡ ଦେଖି ଷ୍ଟେପ ନେଉଛି ବିଜେପି ସରକାର ।