Posts tagged Debashis Mohanty

ଇଣ୍ଡିଆ ଟିମରେ ଓଡ଼ିଆ କ୍ରିକେଟର

ହକି କ୍ଷେତ୍ରରେ ଯଥେଷ୍ଟ ଚର୍ଚ୍ଚାରେ ଅଛି ଓଡ଼ିଶା ଦୀଲିପ ତିର୍କୀ, ଅମିତ ରୋହି ଦାସ, ବୀରେନ୍ଦ୍ର ଲାକ୍ରାଙ୍କ ଭଳି ଖେଳାଳୀ ଅନ୍ତର୍ଜାତୀୟ ସ୍ତରରେ ଖୁବ୍ ନାଁ କରିଛନ୍ତି । ମାତ୍ର ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ଖୁବ୍‌ କମ୍‌ ଖେଳାଳି ନାଁ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭଲ ଖେଳିଥିବା ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ଖୁବ୍ କମ୍ଇଣ୍ଟରନ୍ୟାସନାଲ କ୍ରିକେଟରେ ଚମକ ଦେଖାଇଥିବା ଓଡ଼ିଆ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଦେବାଶିଷ ମହାନ୍ତି, ପ୍ରଜ୍ଞାନ ଓଝା, ରଞ୍ଜିବ ବିଶ୍ୱାଳ, ସଞ୍ଜୟ ରାଉଳ ଏବଂ ଶିବ ସୁନ୍ଦର ଦାସ । ଏମାନେ ଭାରତ ପାଇଁ ଟେଷ୍ଟ, (ODI) ଏବଂ  ଟି-୨୦ ମ୍ୟାଚ ଖେଳିଛନ୍ତି।

୧.ଦେବାଶିଷ ମହାନ୍ତି
ଦେବାଶିଷ ମହାନ୍ତି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସୁନାମ ଅର୍ଜନ କରିଥିଲେ। ୧୯୯୭ରୁ ୨୦୦୧ ପର୍ଯ୍ୟନ୍ତ ସେ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି ସେ ଭାରତ ପାଇଁ ୨ ଟେଷ୍ଟ ସହ ୪୫ଟି ୱାନ୍ ଡେ ମ୍ୟାଚ୍ ଖେଳିଛନ୍ତି। ସେ ଦିନିକିଆ ମ୍ୟାଚରେ ୫୭ଟି ଉଇକେଟ ନେଇଥିଲେ, ଯାହା ତାଙ୍କୁ ଓଡ଼ିଶାର ଅଗ୍ରଣୀ ଆନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ପରିଗଣିତ କରେ। ସବୁଠୁ ବଡ଼ କଥା ହେଉଛି ୧୯୯୯ ୱାର୍ଡକପରେ ସେ ସ୍ଥାନ ପାଇଥିଲେ।

୨-ପ୍ରଜ୍ଞାନ ଓଝା
ପ୍ରଜ୍ଞାନ ଓଝା, ବାମହାତୀ ସ୍ପିନ ବୋଲର। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ଚାଲିଥିଲା। ସେ ଭାରତ ପକ୍ଷରୁ ୨୪ ଟେଷ୍ଟ, ୧୮ଟି ଦିନିକିଆ, ୬ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ପ୍ରଜ୍ଞାନ ଟେଷ୍ଟ ମ୍ୟାଚରେ ୧୧୩ ଉଇକେଟ ନେଇଥିଲେ। ସେ ଆଇପିଏଲରେ ନାଁ କରିବା ସହ ଏବଂ ୨୦୧୦ରେ ପର୍ପଲ କ୍ୟାପ ଜିତିଛନ୍ତି । ସେ ୨୦୧୧ ୱାର୍ଲ୍ଡକପରେ ପାର୍ଟିସିପେଟ କରିଛନ୍ତି ।
୩.ରଞ୍ଜିବ ବିଶ୍ୱାଳ
ରଞ୍ଜିବ ବିଶ୍ୱାଳ ଅଣ୍ଡର-୧୯ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। ରଞ୍ଜିବ ଓଡ଼ିଶା କ୍ରିକେଟ ଦଳର ଅଧିନାୟକ ଥିଲେ ଏବଂ ଭାରତୀୟ ଅଣ୍ଡର-୧୯ ଦଳକୁ ନେତୃତ୍ୱ ଦେଇଥିଲେ। ସେ ଅନ୍ତର୍ଜାତୀୟ ସିନିୟର ମ୍ୟାଚ ଖେଳି ନ ଥିଲେ, କିନ୍ତୁ ତାଙ୍କର ପ୍ରଶାସନିକ ଯୋଗଦାନ ଉଲ୍ଲେଖନୀୟ। ସେ ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଏବଂ ୨୦୧୧ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ମ୍ୟାନେଜର ଥିଲେ।

୪.ସଞ୍ଜୟ ରାଉଳ
ସଞ୍ଜୟ ଜଣେ ମିଡଲ-ଅର୍ଡର ବ୍ୟାଟ୍ସମ୍ୟାନ ଏବଂ ଅଫ-ସ୍ପିନ ବୋଲର। ସେ ୧୯୯୮ରେ ଶ୍ରୀଲଙ୍କା ବିପକ୍ଷରେ ଏକମାତ୍ର ଦିନିକିଆ ମ୍ୟାଚ ଖେଳିଥିଲେ। ଘରୋଇ କ୍ରିକେଟରେ ସେ ୧୯୯୬-୯୭ ସିଜନରେ ୬୪୪ ରନ ଏବଂ ୩୭ ୱିକେଟ ନେଇ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ୧୯୯୫/୯୬ରେ ଭାରତୀୟ ଅଣ୍ଡର-୧୯ ଦଳର ଅଧିନାୟକ ଥିଲେ ସଞ୍ଜୟ
୫. ଶିବ ସୁନ୍ଦର ଦାସ
ଶିବ ସୁନ୍ଦର ଦାସ ଜଣେ ଓପନିଂ ବ୍ୟାଟ୍ସମ୍ୟାନ, ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ୨୦୦୦-୨୦୦୨ ପର୍ଯ୍ୟନ୍ତ ଚାଲିଥିଲା। ସେ ୨୩ ଟେଷ୍ଟ, ୪ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ସେ ଟେଷ୍ଟ ମ୍ୟାଚରେ ୧୩୨୬ ରନ ସଂଗ୍ରହ କରିଥିଲେ। ଏଥିରେ ୨ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ସାମିଲ ଥିଲା। ତାଙ୍କର ଟେକ୍ନିକାଲ ବ୍ୟାଟିଂ ଶୈଳୀ ତାଙ୍କୁ ଟେଷ୍ଟ ଫର୍ମାଟରେ ସଫଳ କରିଥିଲା। ୨୦୦୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଗୁରୁତ୍ୱପୂର୍ଣ ପ୍ରଦର୍ଶନ କରିଥିଲେ।