ଏଥର IPLକୁ ମିଳିବ ନୂଆ ଚମ୍ପିଅନ। ରିପିଟ ହେବନି ପୁରୁଣା ଟିମ୍ । ଅନେକ ଥର ଟ୍ରଫି ହାତେଇଥିବା ଟିମ୍ ଏଥର ବାଦ୍ ପଡ଼ିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍, ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ୍ ଆଦି ଫାଇନାଲରେ ନାହାନ୍ତି । ପ୍ରଥମ ଦୁଇ ସ୍ଥାନରେ ରହିଥିବା ଦଳ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲ୍ ଖେଳିବେ । ଜୁନ୍ 1ର ମୁକାବିଲାରେ ମୁମ୍ବାଇ ପ୍ରଥମ ବ୍ୟାଟିଂ କରି ୨୦୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶ୍ରେୟସ ଆୟରଙ୍କ ବିସ୍ଫୋରକ ପାଳି ବଳରେ ଗୋଟିଏ ଓଭର ପୁର୍ବରୁ ବିଜୟ ହାସଲ କରି ନେଇଥିଲା ଦଳ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠଥରର ବିଜୟ ଲକ୍ଷ ହାସଲ ହୋଇ ନ ପାରି ଏଥିରେ ବ୍ରେକ୍ ଲାଗିଛି ।

ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଜୁନ୍ 3 ର ଫାଇନାଲ ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି । ଚମ୍ପିଅନ୍ସ ଟ୍ରଫି ହାତେଇବାକୁ ଅନେକ ଟିମ୍ ଆଶା ରଖିଥିଲା ବେଳେ କେବଳ ଦୁଇଟି ଟିମ୍ ହିଁ ଏ କ୍ଷେତ୍ରରେ ଫାଇନାଲକୁ ଯାଇଛନ୍ତି ।ତେବେ ଫାଇନାଲ୍ ପୂର୍ବର ମ୍ୟାଚ୍ ରୋମାଞ୍ଚକର ଥିଲାବେଳେ କିଏ ବାଜିମାତ୍ କରୁଛି ତାହା ଦେଖିବା ବାକି ।