- ଭାରତରେ ନିର୍ମାଣ ହୋଇଛି ବିଶ୍ଵର ସର୍ବୋଚ୍ଚ ରେଲୱେ ବ୍ରିଜ୍। ଜମ୍ମୁ କାଶ୍ମୀରର ରିୟାସି ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଉଚ୍ଚତା ୩୫୯ ମିଟର ।
- କାଶ୍ମୀରକୁ ଭାରତର ଅବଶିଷ୍ଟ ରେଳ ନେଟୱାର୍କ ସହ ଯୋଡ଼ିବାରେ ଚେନାବ ବ୍ରିଜ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିବ। ବ୍ରିଜ୍ର ଲମ୍ବ ୧.୩୧୫ କିଲୋମିଟର ହୋଇଥିବାବେଳେ ଏହାକୁ ନଦୀପତ୍ତନଠାରୁ ୩୫୯ ମିଟର ଉଚ୍ଚରେ ନିର୍ମାଣ କରାଯାଇଛି।
- ସୂଚନାଯୋଗ୍ୟ ପ୍ୟାରିସ୍ର ଇଫେଲ୍ ଟାଓ୍ୱାରର ଉଚ୍ଚତାଠାରୁ ବ୍ରିଜ୍ର ଉଚ୍ଚତା ଅଧିକ ରହିଛି। ବ୍ରିଜ୍ଟି ରିୟାସି ଜିଲା ସଲାଲ-ଏ ରେଳ ଷ୍ଟେଶନ୍ରୁ ଦୁଗା ରେଳ ଷ୍ଟେଶନ୍କୁ ସଂଯୋଗ କରିବ ।
- ଚେନାବ ନଦୀ ବ୍ରିଜ୍ ଜମ୍ମୁ-କାଶ୍ମୀର ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଷ୍ଟିଲରେ ତିଆରି ହୋଇଥିବା ରେଳବ୍ରିଜ୍ରେ ମୋଟ ୯୩ ଗୋଟି ସେଗ୍ମେଣ୍ଟ ଥିବାବେଳେ ପ୍ରତ୍ୟେକ ସେଗ୍ମେଣ୍ଟର ଓଜନ ୮୫ ଟନ୍ ରହିଛି।
- ଉଦ୍ଧମପୁର-ଶ୍ରୀନଗର-ବାମୁଲା ରେଳ ଲିଙ୍କ୍ ପ୍ରୋଜେକ୍ଟ ଅଧୀନରେ ବିଶ୍ୱର ଉଚ୍ଚତମ ରେଳ ବ୍ରିଜ୍ ନିର୍ମାଣ କରାଯାଇଛି। ଏଥିରେ ମୋଟ ୩୦,୩୫୦ ଟନ୍ ଷ୍ଟିଲ୍ ବ୍ୟବହାର କରାଯାଇଛି।
- ଆଫକନ୍ସ ଇନ୍ଫ୍ରାଷ୍ଟ୍ରକ୍ଚର ଏଲ୍ଟିଡି ପକ୍ଷରୁ ନିର୍ମିତ ଏହି ବ୍ରିଜ୍ ପାଖରେ ୧୨୦ ଟନ୍ ଓଜନ ଧାରଣ କରିବାର କ୍ଷମତା ରହିଛି।
- ଚେନାବ ବ୍ରିଜ ହେଉଛି ଜମ୍ମୁ କାଶ୍ମୀରରେ ନିର୍ମାଣାଧୀନ ଉଦ୍ଧମପୁର-ଶ୍ରୀନଗର-ବାରାମୁଲା (ୟୁଏସବିଆରଏଲ) ରେଳ ପ୍ରକଳ୍ପର ଏକ ପ୍ରମୁଖ ଅଂଶ। ଏହାକୁ ଉତ୍ତର ରେଳପଥ ପକ୍ଷରୁ ନିର୍ମାଣ କରାଯାଇଛି।

ଚର୍ଚ୍ଚାରେ ଭାରତୀୟ
ଭାରତୀୟ ଇଂଜିନିୟରିଂ ଜ୍ଞାନକୌଶଳର ସର୍ବୋତ୍କୃଷ୍ଟ ଉଦାହରଣ ହେଉଛି ଚେନାବ। ବିଶ୍ୱର କୌଣସି ଦେଶଠାରୁ ଭାରତୀୟଙ୍କ ଶୈଳୀ କିଛି କମ୍ ନୁହେଁ । ଏହି ଦୃଢ଼ ନିଷ୍ପତ୍ତି, ଭାରତକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିଛି । ବିଶେଷଜ୍ଞ ଓ ଯନ୍ତ୍ରୀମାନେ ଚେନାବର ଏହି ରେଳ ବ୍ରିଜ୍କୁ ତିଆରି କରି ବିଶ୍ୱ ଇତିହାସରେ ଭାରତକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି ।
ଚେନାବ ବ୍ରିଜର ବିଶେଷତ୍ୱ
- ଚେନାବ ରେଳ ବ୍ରିଜର ଉଚ୍ଚତା ଫ୍ରାନ୍ସର ପ୍ରସିଦ୍ଧ ଆଇଫିଏଲ୍ ଟାୱାରଠାରୁ ୨୯ ମିଟର ଉଚ୍ଚ। ଆଇଫିଏଲ୍ ଟାୱାରର ଉଚ୍ଚତା ୩୩୦ ମିଟର ହୋଇଥିବାବେଳେ ଚେନାବ ବ୍ରିଜର ଉଚ୍ଚତା ୩୫୯ ମିଟର। ପ୍ରାୟ ୧,୫୦୦ କୋଟି ଟଙ୍କାର ବଜେଟରେ ବ୍ରିଜଟିକୁ ନିର୍ମାଣ କରାଯାଇଛି। ଏହାର ଲମ୍ଭ ୧.୩ କିଲୋମିଟର ରହିଛି
- ଚେନାବ ବ୍ରିଜର ନିର୍ମାଣରେ ୨୯,୦୦୦ ମେଟ୍ରିକ୍ ଟନ ଷ୍ଟିଲ ବ୍ୟବହାର କରାଯାଇଥିବାବେଳେ ୬୬,୦୦୦ କ୍ୟୁବିକ ମିଟର କଂକ୍ରିଟର ବ୍ୟବହାର କରାଯାଇଛି। ଏହା ଉପରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଟ୍ରେନ ଚାଲି ପାରିବ।
- ତେବେ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଜକୁ ଡିଆରଡିଓର ସହାୟତାରେ ବ୍ଲାଷ୍ଟପ୍ରୁଫ କରାଯାଇଛି। ଏହାସହ ୨୦୦ କିଲୋମିଟରରୁ ଅଧିକ ବେଗରେ ବହୁଥିବା ପବନକୁ ବ୍ରିଜ ସହ୍ୟ କରିପାରିବ ଏବଂ ବ୍ରିଜକୁ ବଡ଼ଧରଣର ଭୂମିକମ୍ପକୁ ସହ୍ୟ କରିବା ଭଳି ନିର୍ମାଣ କରାଯାଇଛି।
- ଜମ୍ମୁ କାଶ୍ମୀରର ଉଦ୍ଧମପୁରରୁ ଶ୍ରୀନଗର ଦେଇ ବାରାମୁଲାକୁ ରେଳ ଲାଇନ (ୟୁଏସବିଆରଏଲ) ପ୍ରକଳ୍ପ ଅଧୀନରେ ୨୦୦୪ ମସିହାରେ ଚେନାବ ବ୍ରିଜ୍ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ। ୨୦୦୮ରେ ଆଫକନ୍ସ ଇନଫ୍ରାଷ୍ଟ୍ରକ୍ଚର୍ସକୁ ଏହାର ଠିକା ମିଳିଥିଲା। ୨୦୧୦ ମସିହାରେ ଏହା ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ବିଭିନ୍ନ କାରଣରୁ ନିର୍ମାଣ କାମ ଠିକ୍ ଭାବେ ହୋଇପାରୁନଥିଲା।
- ଶେଷରେ ୨୦୧୭ ମସିହାରେ ବ୍ରିଜ ନିର୍ମାଣର କାମକୁ ତ୍ଵରାନ୍ୱିତ କରାଗଲା। ମଝିରେ କୋଭିଡ୍ ମହାମାରୀ କାରଣରୁ ପ୍ରକଳ୍ପର କାମ ପୁଣି ବାଧାପ୍ରପ୍ତ ହୋଇଥିଲା। ୨୦୨୨ ମସିହା ଅଗଷ୍ଟ ମାସରେ ବ୍ରିଜ କାମ ଶେଷ ହୋଇଥିବାବେଳେ ୨୦୨୪ ଫେବ୍ରୁଆରି ମାସରେ ଏହାପରେ ରେଳ ଲାଇନ ବିଛା ଯାଇଥିଲା।
- ତେବେ ସ୍ଥାନୀୟ ଅଞ୍ଚଳର ଭୌଗଳିକ ସ୍ଥିତି ଏବଂ ପାଣିପାଗକୁ ଦୃଷ୍ଟିରେ ରଖି ଚେନାବ ବ୍ରିଜକୁ ଏକ ଆର୍ଚ (ଗୋଲାକାର) ବ୍ରିଜ ସଦୃଶ ନିର୍ମାଣ କରାଯାଇଛି। ବ୍ରିଜ୍ ନିର୍ମାଣରେ ଡିଆରଡିଓ ଏବଂ ଭାରତୀୟ ରେଳବାଇର କୋଙ୍କଣ ରେଲୱେ ଡିଭିଜନ ବୈଷୟିକ ସହାୟତା ପ୍ରଦାନ କରିଛନ୍ତି।
- ଚେନାବ ବ୍ରିଜର ନିର୍ମାଣକୁ ଅନୁମତି ମିଳିବାର ପ୍ରାୟ ୨ ଦଶନ୍ଧି ପରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏଥିରେ ଟ୍ରେନର ଟ୍ରାଇଲ ରନ୍ ହୋଇଥିବାବେଳେ ଖୁବ୍ ଶୀଘ୍ର ଏହା ଉପର ଦେଇ ରେଳ ଚଳାଚଳ କରିବ।
- ୨୦ ବର୍ଷରୁ ଅଧିକ ସମୟ ଧରି ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇଥିଲା ବେଳେ ୫୨୫ ଲକ୍ଷରୁ ଅଧିକ ମାନବ ଦିବସ ନିଯୁକ୍ତି ସୃଷ୍ଟି ହୋଇଛି । ଏହି ପ୍ରକଳ୍ପ ନିର୍ମାଣ ଅବଧି ମଧ୍ୟରେ ଜମ୍ମୁ-କାଶ୍ମୀରର ସ୍ଥାନୀୟ ଲୋକଙ୍କୁ ୬୫ ପ୍ରତିଶତ ନିଯୁକ୍ତି ଦିଆଯାଇଥିଲା ବେଳେ ଜମି ଦେଇଥିବା ୮୦୪ଙ୍କୁ ରେଳବାଇରେ ନିଯୁକ୍ତି ଦିଆଯାଇଛି ।
- ଭାରତର ଇଂଜିନିୟରିଂ ଦକ୍ଷତା ଚର୍ଚ୍ଚାକୁ ଆସିଛି । ଏପ୍ରିଲ 19 ରେ ଏହାର ଉଦ୍ଘାଟନ ହେବାକୁ ଥିବା ଚର୍ଚ୍ଚା ହେଉଥିଲା ବେଳେ ପାଗର ପ୍ରତିକୂଳତା ପାଇଁ ଉଦ୍ଘାଟନ କାର୍ଯ୍ୟ ସ୍ଥଗିତ ହେବାର ସମ୍ଭାବନା ରହିଛି। କିଛିଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭ ଉଦ୍ଘାଟନ କରିବେ ବୋଲି ଶୁଣିବାକୁ ମିଳୁଛି ।