Posts tagged Bronco Test

କ୍ରିକେଟରଙ୍କ ଫିଟନେସ୍ ମାପିବ BCCI

Board of Control for Cricket in India (BCCI) ଖେଳାଳିଙ୍କ ଫିଟନେସ ପରୀକ୍ଷା କରିବା ପାଇଁ ନୂଆ ନିୟମ ପ୍ରଚଳନ କରିଛି। ଯୋଉ ନିୟମର ନାଁ ହେଉଛି ବ୍ରୋଙ୍କୋ ଟେଷ୍ଟ। ରଗବି ଖେଳରେ ଏ ଟେଷ୍ଟ କରାଯାଏ । ଏ ଟେଷ୍ଟକୁ ଏବେ କ୍ରିକେଟରେ ପ୍ରୟୋଗ କରାଯାଇଛିଏହା ଖେଳାଳିଙ୍କ ଏରୋବିକ କ୍ଷମତା ଏବଂ ରନିଂ ଷ୍ଟାମିନା ପରୀକ୍ଷା କରିବ। କେବଳ ଏତିକି ନୁହେଁ କେତେ ସ୍ପିଡ଼ରେ ବୋଲରମାନେ ଦୌଡି ପାରୁଛନ୍ତି ଏ ଟେଷ୍ଟ ମଧ୍ୟ BCCI ଅବଜର୍ଭ କରିବ । ଏହି ପରୀକ୍ଷାରେ ପାସ କରିବା ପରେ ହିଁ ଖେଳାଳିଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯିବ। ଖେଳାଳିଙ୍କ ଷ୍ଟାମିନା ବୃଦ୍ଧି କରିବା ଏବଂ ସେମାନଙ୍କୁ ଦୀର୍ଘ ସମୟ ପାଇଁ ଫିଟ ରଖିବା ପାଇଁ ବ୍ରୋଙ୍କୋ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି।

ବ୍ରୋଙ୍କୋ ଟେଷ୍ଟରେ, ଖେଳାଳିଙ୍କୁ ଗୋଟିଏ ସେଟରେ ୨୦ ମିଟର, ୪୦ ମିଟର ଏବଂ ୬୦ ମିଟରର ସଟଲ ରନ କରିବାକୁ ପଡିବ। ଏହିପରି ମୋଟ ପାଞ୍ଚଟି ସେଟ ବିନା ବ୍ରେକରେ ଦୌଡ଼ିବାକୁ ପଡ଼ିବ। 1200 ମିଟରର ଏ ରନିଂ ଟେଷ୍ଟକୁ ସାରିବାକୁ ମାତ୍ର 6 ମିନିଟ ସମୟ ଦିଆଯିବ । ୬ ମିନିଟ ମଧ୍ୟରେ ବ୍ରୋଙ୍କୋ ପରୀକ୍ଷା ପାସ କରିବାକୁ ପଡ଼ିବ । ଇଣ୍ଡିଆନ ବୋଲର ଟେଷ୍ଟ କ୍ରିକେଟରେ ଲମ୍ବା ସ୍ପେଲ ବୋଲିଂ କରିବାରେ ବିଫଳ ହୋଇଛନ୍ତି। ଏବେକାର ରେକର୍ଡକୁ ଦେଖିଲେ ଇଂଲଣ୍ଡ ଗସ୍ତରେ, କେବଳ ମହମ୍ମଦ ସିରାଜ ପାଞ୍ଚଟି ଟେଷ୍ଟ ଖେଳିପାରିଥିଲେ, ଏବଂ ପ୍ରତ୍ୟେକ ସେସନରେ ସମାନ ଗତିରେ ବୋଲିଂ କରିଥିଲେ। ବାକି ବୋଲରମାନେ ଲମ୍ବା ସ୍ପେଲ ବୋଲିଂ କରି ପାରି ନଥିଲେ ।ସେଥିପାଇଁ ଏହି ନୂତନ ଫିଟନେସ ପରୀକ୍ଷା ପ୍ରଚଳନ କରାଯାଇଛି। ଏନର୍ଜି ଏବଂ କଣ୍ଡିସନିଂ ଟ୍ରେନର ଆଡ୍ରିଆନ ଲେ ରକ୍ସ ବ୍ରୋଙ୍କୋ ଟେଷ୍ଟ ପାଇଁ ସୁପାରିଶ କରିଥିଲା ବେଳେ ମେନ୍ କୋଚ୍  ଗୌତମ ଗମ୍ଭୀର ସହମତି ଦେଇଛନ୍ତି ।