Posts tagged Bollywood

ମୁଖ୍ୟମନ୍ତ୍ରୀ ହେବେ ଅନୀଲ କପୁର !

ମୁଖ୍ୟମନ୍ତ୍ରୀ ଭାବେ ନଜର ଆସିବାକୁ ଯାଉଛନ୍ତି ଅନୀଲ। ୨୫ ବର୍ଷ ପରେ ପୁଣି ପରଦାରେ ନଜର ଆସିବେ ଶିବାଜୀ ରାଓ୨୦୦୧ ମସିହାରେ ଅନିଲ କପୁର ନାୟକ ଫିଲ୍ମରେ ନଜର ଆସିଥିଲେ। ହିଟ ହୋଇଥିବା ଫିଲ୍ମରେ ଖଳନାୟକ ଭାବେ ଅମରେଶ ପୁରି ନଜର ଆସିଥିଲା ବେଳେ  ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନିଲ ଗୋଟାଏ ଦିନରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିବା ଶିବାଜୀ ରାଓଙ୍କର ଚରିତ୍ର ବେଶ୍ ଲୋକପ୍ରିୟ ହୋଇପାରିଥିଲା। ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଅନେକ ସଫଳତା ହାସଲ କରିଥିଲା। ୨୫ ବର୍ଷ ପରେ ପୁଣି ନାୟକ ଫିଲ୍ମ ଫେରୁଛି। ଘରେ ଘରେ ପରିଚିତ ନାୟକ ଫିଲ୍ମ ରିଲିଜ ହେଲା ପରେ ବେଶ୍ ଆଦୃତ ହୋଇଥିଲାଏ ଫିଲ୍ମକୁ ଦର୍ଶକ ବହୁତ ଭଲ ପାଇବା ଦେଇଥିଲେ। କେବଳ ସେ ସମୟରେ ନୁହେଁ ଏବେ ବି ଏ ଫିଲ୍ମ ଅନେକଙ୍କର ଫେଭରାଇଟ।

ନାୟକ ମୁଭିରେ ପାୱାରଫୁଲ ଡାଇଲଗ୍ ,ଆକ୍ସନ, ଡ୍ରାମା ଏବଂ ସୁପରହିଟ ସଙ୍ଗ ଦର୍ଶକଙ୍କୁ ବେଶ୍ ଛୁଇଁଥିଲା । ଏହି ଫିଲ୍ମରେ ରାଣୀ ମୁଖାର୍ଜୀ, ଅମରେଶ ପୁରୀ, ପରେଶ ରାୱଲ, ସୌରଭ ଶୁକ୍ଳା, ଜନି ଲିଭରଙ୍କ ଭଳି ଅଭିନେତା ଲିଡ ରୋଲରେ ଥିଲେ। ଅନିଲଙ୍କ କ୍ୟାରିଅରର ସବୁଠୁ ବେଷ୍ଟ ମୁଭି ଭାବରେ ଏହାକୁ ବିବେଚନା କରାଯାଏ । ଚଳଚ୍ଚିତ୍ରରେ ଅନିଲ କପୁର ଜଣେ ସାମ୍ବାଦିକଙ୍କ ଚରିତ୍ରରେ ଅଭିନୟ କରିଥିଲେ ଯିଏ ଗୋଟିଏ ଦିନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ପୁରା ସିଷ୍ଟମ ଚେଞ୍ଜ କରିଦେଇଥିଲେ ଦେଶର ରାଜନୈତିକ ବ୍ୟବସ୍ଥାରେ ମାତ୍ରାଧିକ ପରିବର୍ତ୍ତନ ହୋଇଥିଲା ବେଳେ ସାମ୍ପ୍ରତ୍ତିକ ସ୍ଥିତିକୁ ନେଇ ତିଆରି ହୋଇଥିବା ପିଲ୍ମ ବେଶ୍ ଲୋକପ୍ରିୟତା ପାଇବ ବୋଲି ଆଶା । ଏସ୍. ଶଙ୍କରଙ୍କ ଡିରେକ୍ସନରେ ଫିଲ୍ମଟି ସୁପରହିଟ ହୋଇଥିଲା ବେଳେ ପାର୍ଟ 2 ରେ ଅନିଲ କପୁର ନିଜେ ସହ ପ୍ରଜୋଯନାରେ ରହିବା ସହ ଜୟ ମେହେତା ଡିରେକ୍ସନ୍ ଦେବେ।

ରାଜନୀତି ପାଇଁ ପ୍ରେମକୁ ଛାଡ଼ିଥିଲେ ଅମିତାଭ

ରିଲ ଲାଇଫରୁ ଯୋଡ଼ି ହେଇଥିବା ସମ୍ପର୍କ ରିୟଲ ଲାଇଫରେ ଚର୍ଚ୍ଚା ହେଲା ପରେ ବି ନେତା ହବାର ମୋହ ପାଇଁ ନେଇଥିଲେ ବୋଲ୍ଡ ଷ୍ଟେପ୍ । ବଲିଉଡ଼ର ସୁପରଷ୍ଟାର ଭାବରେ ପରିଚିତ ବିଗ୍ ବଚ୍ଚନ ଅର୍ଥାତ ଅମିତାଭ ବଚ୍ଚନଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଛି ଯେଉଁ ପରିସ୍ଥିତିରେ ପଡ଼ି ସେ ତାଙ୍କର କ୍ଲୋଜ୍ ରିଲେସନରୁ ବିଦାୟ ନେଇଛନ୍ତି। ସୁଟିଂ ସେଟରୁ ପ୍ରେମରେ ପଡ଼ିଥିବା ଅମିତାଭ ସେ ସମ୍ପର୍କରୁ ମୁହଁ ଫେରାଇଛନ୍ତି। ଏମିତି ଏକ କାହାଣୀ ଆରମ୍ଭ ହୋଇଥିଲା 1974ରେ। ରେଖାଙ୍କ ସହ ତାଙ୍କର ଫାଷ୍ଟ ଫିଲ୍ମ ‘ଦୁନିୟା କା ମେଲା’ରେ ଗୋଟାଏ ପରଦାରେ ଅଭିନୟ କରିବାକୁ ସାଇନ୍ କରିଥିଲେ ଅମିତାଭ। ମାତ୍ର କୌଣସି କାରଣରୁ ସ୍କ୍ରିନରେ ନଜର ଆସି ନଥିଲେ ଅମିତାଭ। 1976ରେ ଦୋ ଅଞ୍ଜାନୀ ଫିଲ୍ମରେ ଉଭୟଙ୍କ ଯୋଡ଼ି ବଲିଉଡ଼ରେ ନୂଆ କ୍ରେଜ୍ ଆଣିଥିଲା । ଏହାର ଠିକ୍ ଗୋଟାଏ ବର୍ଷ ପରେ 1977ରେ 2 ଟି ଫିଲ୍ମରେ ନଜର ଆସିଥିଲେ ଅମିତାଭ-ରେଖା। ଆଳାପ ଏବଂ ଖୁନ୍ ପସିନା ଫିଲ୍ମରେ ଉଭୟଙ୍କୁ ଚମତ୍କାର ଅଭିନୟ ଦର୍ଶକଙ୍କୁ ବେଶ୍ ଛୁଇଁଥିଲା। 1978 ରେ ଗଙ୍ଗା କି ସୌଗନ୍ଧ ସାଙ୍ଗକୁ ମକଦର କି ସିକନ୍ଦର ଫିଲ୍ମରେ ଉଭୟ କାଷ୍ଟ କରିଥିଲେ। ଭଳିଭଳି ଭାବରେ ଗୋଟାଏ ବର୍ଷରେ 2 ଟି ଲେଖାଁ ହିଟ୍ ଫିଲ୍ମ ଭେଟି ଦେଉଥିବା ଏ ଯୋଡ଼ି ଧିରେଧିରେ ରିଲ୍ ସେଟରୁ ବାହାରି ରିୟଲ ଲାଇଫର ମଳାମିଶାକୁ ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ।

ମିଷ୍ଟର ନଟବର ଲାଲ୍, ରାମ ବଳରାମ୍ ଫିଲ୍ମ ପରେ ଚର୍ଚ୍ଚା ଧିରେଧିରେ ବଢିବାକୁ ଲାଗିଲା। ଉଭୟଙ୍କ ମିଳାମିଶାକୁ ନେଇ ଏତେ ଚର୍ଚ୍ଚା ଚାଲିଥିଲା ଯେ ବିବାହିତ ଅମିତାଭଙ୍କ ଜୀବନରେ ଏହାର ପ୍ରଭାବ ବି ଦେଖିବାକୁ ପଡ଼ିଲା । ଏମିତିକି ସେ ସମୟରେ ବାହା ହୋଇନଥିବା ରେଖା ଶଙ୍ଖା ସିନ୍ଦୂର ପିନ୍ଧି ବିଭିନ୍ନ ଫଙ୍କସନ୍ ଆଟେଣ୍ଡ କରିବା ଓ ଅମିତାଭଙ୍କ ସହ ସେଇ ବେଶରେ କମ୍ଫର୍ଟେବଲ କଥା ହେବା ଚର୍ଚ୍ଚାକୁ ଅଧିକ ଖୋକାକ୍ ଦେଇଥିଲା । ଇଣ୍ଡଷ୍ଟ୍ରୀ ଉପରେ ଏହାର ଖରାପ ପ୍ରଭାବକୁ ବିଚାର ନେଇ ଅମିତାଭଙ୍କ କ୍ୟାରିୟର ଦୃଷ୍ଟିରୁ ଏ ପ୍ରଚାରରେ ରୋକ୍ ଲଗାଇବାକୁ କରିଥିଲେ ମାଷ୍ଟରପ୍ଲାନ୍। 1981ରେ ସିଲସିଲା ମୁଭିରେ ଉଭୟ ରେଖା ଏବଂ ଜୟା ବଚ୍ଚନଙ୍କୁ ନେଇ ତିଆରି କରିଥିଲେ ଫିଲ୍ମ ସିଲସିଲା। ଯାହା କିଛି ମାତ୍ରାରେ ଅମିତାଭଙ୍କ ସହ ରେଖାଙ୍କ ସମ୍ପର୍କ ଆଲୋଚନାରେ ବ୍ରେକ୍ ଲଗାଇଥିଲା । ଆଉ ଏମିତିରେ ବି ରାଜନୀତି ଆଡ଼କୁ ଢଳୁଥିବା ଅମିତାଭ ନିଜର ପଲିଟିକାଲ କ୍ୟାରିୟର ଗଢିବା ପାଇଁ ଏ ପ୍ରକାରର କଣ୍ଟ୍ରୋଭର୍ସିରେ ପଶିବାକୁ ଚାହୁଁ ନଥିଲେ। ରେଖା ଓ ଅମିତାଭଙ୍କ ସମ୍ପର୍କ ରାଜନୀତିରେ ତାଙ୍କୁ ପଛକୁ ଟାଣି ନେଇପାରେ ବୋଲି ଆକଳନ କରି ରେଖାଙ୍କ ଠାରୁ ଦୂରେଇଥିଲେ ଅମିତାଭ। 1984ରେ କଂଗ୍ରେସରେ ଯୋଗ ଦେଇ ଆଲହାବାଦ୍ ସିଟରୁ ସାଂସଦ ହୋଇଥିବା ଅମିତାଭ ରେଖାଙ୍କ ସହ କୌଣସି ଫିଲ୍ମରେ ନଜର ଆସି ନଥିଲେ।

କେମିତି ୱେଟରରୁ ହିରୋ ହେଲେ ଅକ୍ଷୟ

ୱେଟରରୁ ସୁପରଷ୍ଟାର। ଜୀବନ ବଦଳାଇଦେଲା ବ୍ୟାଙ୍କକ। ପାଠରେ ପଛୁଆ ଥିବା ବ୍ୟକ୍ତି ଜଣଙ୍କ ପାଲଟିଗଲେ ଆଗଧାଡ଼ିର ନାୟକ । ୟେ କାହାଣୀ ହେଉଛି ବଲିଉଡ଼୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କର।  ଯିଏ କେବଳ ନିଜ ଜୀବିକା ବଦଳାଇନାହାନ୍ତି ବରଂ ନାଁ ରେ ବି ଆଣିଛନ୍ତି ପରିବର୍ତ୍ତନ । ଅକ୍ଷୟ କୁମାରଙ୍କ ପ୍ରକୃତ ନାଁ ଥିଲା ରାଜୀବହରିଓମ ଭାଟିଆ। ଗୋଟାଏ ଫିଲ୍ମରେ ଅକ୍ଷୟ ଚରିତ୍ରରେ ଅଭିନୟ କଲାପରେ ସେ ତାଙ୍କର ନାଁ ଚେଞ୍ଜ କରିଥିଲେ ତେବେ ଦିଲ୍ଲୀର    ଚାନ୍ଦିନୀଚୌକ ଗଳିରୁ ଆସିଥିବା ରାଜୀବ  ଅକ୍ଷୟ ପାଲଟିବାକୁ କିଛି କମ୍ ସମୟ ଲାଗି ନଥିଲ ଏଥିପାଇଁ ତାଙ୍କୁ କିଛି କମ ସଙ୍ଘର୍ଷ କରିବାକୁ ପଡ଼ିନି। ହୋଟେଲରେ ୱେଟର ଭଳି କଷ୍ଟକର କଷ୍ଟକର କାମ କରିଛନ୍ତି ଅକ୍ଷୟ।

ଅକ୍ଷୟ କୁମାରଙ୍କର ଛୋଟ ବେଳୁ ମାର୍ସାଲ୍ ଆର୍ଟ ପ୍ରତି ଆଗ୍ରହ ଥିଲା। ପାଠ ଭଲ ନ ହେବାରୁ ସେ ଏ ଦିଗରେ ମନ ଦେଲେ। ବ୍ୟାଙ୍କକ୍ ଯାଇ ମାର୍ସାଲ୍ ଆର୍ଟ ଶିଖିବା ସହ କିଛି ଦିନ ପରେ ପିଲାଙ୍କ ପାଇଁ ଟ୍ରେନିଂ ସେଣ୍ଟର କଲେ । ମାସକୁ 5 ହଜାର ରୋଜଗାର କରୁଥିବା ଅକ୍ଷୟଙ୍କ ଭାଗ୍ୟ ବଦଳିଗଲା । ଟ୍ରେନିଂ ନେଉଥିବା ଜଣେ ପିଲାର ବାପା ତାଙ୍କୁ ମଡେଲିଂ କରିବାକୁ ପରାମର୍ଶ ଦେଲେ। ତାଙ୍କ କଥାରେ ମଡେଲିଂ କରିଥିଲେ ଅକ୍ଷୟ। ମାସକୁ ପାଞ୍ଚ ହଜାର ଟଙ୍କା ଇନକମ୍ କରୁଥିବା ଅକ୍ଷୟ ଦି ଘଣ୍ଟାକୁ 21 ହଜାର ଟଙ୍କା ହାସଲ କରିଥିଲେ। ମଡେଲିଂ କଲାପରେ ଅକ୍ଷୟ କୁମାର ମଡେଲିଂ କୁ ହିଁ ତାଙ୍କର ପେଶାରେ ପରିଣତ କରିଦେଇଥିଲେ । ଥରେ ମଡେଲିଂ ପାଇଁ ବାହାରକୁ ଯିବାକୁ ଥିବା ସମୟରେ ଠିକ୍ ଟଟାଇମରେ ପହଞ୍ଚି ନ ପାରିବାରୁ ସେ ପ୍ରୋଜେକ୍ଟ ତାଙ୍କ ହାତରୁ ଖସି ଯାଇଥିଲା। ମଡେଲିଂର ଆସାଇନମେଣ୍ଟ କରି ପାରିନଥିଲେ ଅକ୍ଷୟ।  ଆଉ ଏହି ସମୟରେ ହିଁ ତାଙ୍କୁ ଫିଲ୍ମର ଅଫର ମିଳିଥିଲା। 1991ରେ “ସୌଗନ୍ଧ” ଫିଲ୍ମରେ ନଜର ଆସିଥିଲେ ଅକ୍ଷୟ । 1992ରେ ରିଲିଜ ହୋଇଥିବା ଖିଲାଡି ତାଙ୍କ ଲାଇଫର ଟର୍ଣ୍ଣିଂ ପଏଣ୍ଟ ସାଜିଥିଲା

ଆକ୍ସନ୍ ସାଙ୍ଗକୁ  ସିକ୍ୱେନ୍ସ, ଫିଟନେସ୍ ଓ ଡେଡିକେସନ୍‌ରେ ସେ ଲୋକଙ୍କ ମନ ଜିତିଥିଲେ। ଏହାପରେ ଗୋଟାଏ ପରେ ଗୋଟାଏ ହିଟ୍ ମୁଭିରେ ଲିଡ ରୋଲରେ ନଜର ଆସିଛନ୍ତି ଅକ୍ଷୟ କୁମାର । ସେଦିନ ୱେଟର ଭାବେ କାମ କରୁଥିବା ଅକ୍ଷୟ ଏବେ ବଲିଉଡର ସୁପରଷ୍ଟାର।