Posts tagged BJP

ମୋଦୀ-ଶାହଙ୍କ ଫେଭରାଇଟ ମନମୋହନ

ଅନୁମାନ ଏବଂ ଆକଳନର ଅନ୍ତ ଘଟିଛି। ପୁଣିଥରେ ରାଜ୍ୟ ବିଜେପି ସଭାପତି ହୋଇଛନ୍ତି ମନମୋହନ ସାମଲ। ନିଜ ରାଜନୈତିକ କ୍ୟାରିୟରରେ ଥରେ ମାତ୍ର ବିଧାୟକ ହୋଇଥିବା ମନମୋହନ ସାମଲଙ୍କ ସାଙ୍ଗଠନିକ କ୍ଷମତାକୁ ସାଲ୍ୟୁଟ ମାରିଛନ୍ତି କେନ୍ଦ୍ରୀୟ ବିଜେପି । ପ୍ରଥମ ଥର ପାଇଁ ବିଜେପି ସରକାରରେ ଥିବାବେଳେ ଦଳର ସଭାପତି ଭାବେ ଗୁରୁତ୍ୱପୂର୍ଣ୍ଣ ଆସନରେ ପୁଣି ମନମୋହନଙ୍କୁ ବସାଇଛନ୍ତି ହାଇକମାଣ୍ଡ । ହ୍ୟାଟ୍ରିକ୍ ମାରି ପୁଣିଥରେ ବିଜେପିର ମଙ୍ଗୁଆଳ ସାଜିଛନ୍ତି ମନମୋହନ ସାମଲ । ସଞ୍ଜୟ ଜଶୱାଲଙ୍କ ଉପସ୍ଥିତିରେ ମନମୋହନ ସାମଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ତରଫରୁ ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ କରିଥିବାରୁ ବିନା ଦ୍ୱନ୍ଦରେ ରାଜ୍ୟ ସଭାପତି ଭାବେ ମନୋନୀତ ହେଇଛନ୍ତି । 8 ତାରିଖ 11ଟାରେ ଏ ନେଇ ବିଦ୍ଧିବଦ୍ଧ ଘୋଷଣା ହେବ ।
1999ରୁ 2004 ଯାଏଁ ପ୍ରଥମ ଥର ରାଜ୍ୟସଭାପତି ହୋଇଥିଲା ବେଳେ 24 ମାର୍ଚ୍ଚ 2023ରୁ ସାମଲ ଦ୍ୱିତୀୟ ଥର ପାଇଁ ସଭାପତି ହୋଇଥିଲେ । ପୁଣିଥରେ ସେ ମଙ୍ଗ ସମ୍ଭାଳିବା ସହ ସଭାପତି ହିସାବରେ ହ୍ୟାଟ୍ରିକ୍ ମାରିଛନ୍ତି ।

1980 ରେ ବିଜେପି ପ୍ରତିଷ୍ଠା ହେବା ପରଠାରୁ ଓଡ଼ିଶାରେ 9 ଜଣ ରାଜ୍ୟ ସଭାପତି ହୋଇଛନ୍ତି। ତେବେ 45 ବର୍ଷର ଇତିହାସରେ ସର୍ବାଧିକ ବର୍ଷ 1980ରୁ 1988 ଯାଏଁ ବିଶ୍ୱଭୁଷଣ ହରିଚନ୍ଦନ 8 ବର୍ଷ ସଭାପତି ହୋଇଥିଲେ। ତାଙ୍କ ପରେ ଜୁଏଲ ଓରାମ 1997,2004 ଓ 2009ରେ ତିନିଥର ପାଇଁ ସଭାପତି ହୋଇଛନ୍ତି । ତେବେ ଜୁଏଲଙ୍କ ପରି ମନମୋହନ ସାମଲ ମଧ୍ୟ ହ୍ୟାଟ୍ରିକ୍ ମାରିଛନ୍ତି। 1999 ଓ 2023 ପରେ 2025ରେ ବି ହାତେଇଛନ୍ତି ବିଜେପି ସଭାପତିର ଆସନ  ।
BJP ପାଇଁ ଶୁଭଙ୍କର ମନମୋହନ
               ତେବେ ମନମୋହନ ସାମଲ ହେଉଛନ୍ତି  ଏକମାତ୍ର ସଭାପତି ଯାହାଙ୍କ ସମୟରେ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଛି। 2000 ମସିହାରେ ବିଜେଡି ବିଜେପିର ମେଣ୍ଟ ସରକାର ହୋଇଥିଲା ବେଳେ ରାଜ୍ୟ ବିଜେପି ସଭାପତି ଥିଲେ ମନମୋହନ ସାମଲ। ସେହିଭଳି 2024ରେ ରାଜ୍ୟରେ  ବିଜେପି ଏକାକି ସରକାର ଗଠନ କରିଥିଲା ବେଳେ ଓଡ଼ିଶା ବିଜେପିର ସଭାପତି ଥିଲେ ମନମୋହନ ସାମଲ। 2000 ମସିହାରେ ମେଣ୍ଟ କରି ସରକାର କରିବା ଓ 2024ରେ ମେଣ୍ଟ ଆଲୋଚନାକୁ ପ୍ରତ୍ୟାଖାନ କରି ସରକାର କରିବା ପଛର ମୁଖ୍ୟ ବିନ୍ଧାଣି ହେଉଛନ୍ତି ମନମୋହନ ସାମଲ।  ତେଣୁ ମନମୋହନ ସାମଲଙ୍କୁ ସୁସଙ୍ଗଠକ ବା ଜଣେ ଭାଗ୍ୟବାନ ବ୍ୟକ୍ତି ହିସାବରେ ବିଚାର କରି କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ତୃତୀୟଥର ପାଇଁ ରାଜ୍ୟ ବିଜେପି ସଭାପତି କରିଛନ୍ତି ।

କେନ୍ଦ୍ରୀୟ ନେତୃତ୍ୱଙ୍କ ପସନ୍ଦ ମନମୋହନ ସାମଲ
2024 ନିର୍ବାଚନରେ ଚାନ୍ଦବାଲି ଆସନରୁ ବିଜୟୀ ହୋଇଥିଲେ ହୁଏତ ମନମୋହନ ସାମଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଥାଆନ୍ତେ । ଏପରିକି 2000 ମସିହାରେ ଧାମନଗର ଆସନରୁ ମାନସ ମଲିକଙ୍କଠାରୁ ହାରି ନଥିଲେ ବିଜେଡି-ବିଜେପି ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇ ଥାଆନ୍ତେ । କିନ୍ତୁ ନାଁ ଚାନ୍ଦବାଲିରେ ନା ଧାମନଗରରେ ମତଦାତା ମନମୋହନ ସାମଲଙ୍କ ଉପରେ ଆସ୍ଥାପ୍ରକଟ କଲେ? ମାତ୍ର କେନ୍ଦ୍ରୀୟ ନେତୃତ୍ୱଙ୍କ ଆସ୍ଥା ମନମୋହନଙ୍କ ଉପରେ ରହିଥିଲା ଏବଂ ରହିଛି ମଧ୍ୟ…  

ସରକାରୀ କ୍ୟାଲେଣ୍ଡର ପ୍ରସ୍ତୁତକର୍ତ୍ତା କେତେ ଭୁଲ କରିବେ?

ସରକାରୀ କ୍ୟାଲେଣ୍ଡରରେ ଛୁଟିକୁ ନେଇ ବାରମ୍ବାର ନିଷ୍ପତ୍ତି ବଦଳାଯାଉଛି। ଏମିତି ଲାଗୁଛି ଯେମିତି କ୍ୟାଲେଣ୍ଡର ପ୍ରସ୍ତୁତକର୍ତ୍ତା ଆଦୌ ପ୍ରସ୍ତୁତ ନ ହୋଇ କ୍ୟାଲେଣ୍ଡର ପ୍ରକାଶ କରିଦେଇଛନ୍ତି। ‘ସାବିତ୍ରୀ ବ୍ରତ’ ଛୁଟି ତାରିଖକୁ ନେଇ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ମେ ୨୭ ତାରିଖରେ ସାବିତ୍ରୀ ଅମାବାସ୍ୟା ଛୁଟି ଥିଲାବେଳେ ଏବେ କିନ୍ତୁ ତାରିଖରେ ପରିବର୍ତ୍ତନ ହୋଇଛି। ଛୁଟି ତାରିଖର ଠିକ୍ ୪ ଦିନ ପୂର୍ବରୁ ସରକାର ନିଷ୍ପତ୍ତି ବଦଳାଇଛନ୍ତି। ମେ ୨୭ ପରିବର୍ତ୍ତେ ୨୬ ତାରିଖରେ ସାବିତ୍ରୀ ଅମାବାସ୍ୟା ପାଇଁ ସମସ୍ତ ସରକାରୀ ଅଫିସ ଛୁଟି ହେବ। ପୂର୍ବରୁ ଘୋଷଣା ହୋଇଥିବା ଛୁଟି ତାରିଖରେ ଅଫିସ୍ ଯିବେ ସରକାରୀ କର୍ମଚାରୀ। ତେବେ ଶ୍ରୀମନ୍ଦିର ଦ୍ୱାରା ସ୍ୱୀକୃତିପ୍ରାପ୍ତ ପଞ୍ଜିକା ଅନୁଯାୟୀ ଚଳିତ ମାସ ୨୬ ତାରିଖରେ ‘ସାବିତ୍ରୀ ବ୍ରତ’ ପାଳନ ହେବ। କିନ୍ତୁ ଓଡ଼ିଶା ସରକାରଙ୍କ କ୍ୟାଲେଣ୍ଡରରେ ମେ ୨୭ ତାରିଖରେ ‘ସାବିତ୍ରୀ ବ୍ରତ’ ଲେଖାଯାଇ ସରକାରୀ ଛୁଟି ଘୋଷଣା ହୋଇଥିଲା ସାବିତ୍ରୀ ଅମାବାସ୍ୟାର ଗୋଟାଏ ଦିନ ପରେ ଥିଲା ସାବିତ୍ରୀ ଛୁଟି। ସରକାରୀ କ୍ୟାଲେଣ୍ଡରରେ ତ୍ରୁଟି ଯୋଗୁଁ ବାଧ୍ୟ ହୋଇ ଛୁଟି ତାରିଖ ବଦଳାଇଛନ୍ତି ସରକାର। ତେବେ କଥା ହେଉଛି କ୍ୟାଲେଣ୍ଡର ପ୍ରସ୍ତୁତ କରିଥିବା ଅଧିକାରୀଙ୍କ ଧ୍ୟାନ କୁଆଡ଼େ? କାହିଁକି ବୁଝି ବିଚାରି ସେ କ୍ୟାଲେଣ୍ଡର ପ୍ରକାଶ କରୁନାହାନ୍ତି? ସରକାରୀ କ୍ୟାଲେଣ୍ଡର ପ୍ରିଣ୍ଟ୍ ହେବା ପୂର୍ବରୁ ପ୍ରସ୍ତୁତକର୍ତ୍ତାମାନେ, ଶ୍ରୀମନ୍ଦିର ଦ୍ୱାରା ସ୍ୱୀକୃତିପ୍ରାପ୍ତ ପଞ୍ଜିକାକୁ କାହିଁକି ଅଣଦେଖା କରୁଛନ୍ତି? ଯଦି ସେ ପଞ୍ଜିକାକୁ ଅନୁକରଣ କରି ଥାଆନ୍ତେ ହୁଏତ ଆଜି ଏ ଦିନ ଦେଖିବାକୁ ପଡ଼ି ନଥାଆନ୍ତା।

ବାରମ୍ବାର ବଦଳୁଛି ଛୁଟି ତାରିଖ
ତେବେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ଛୁଟି ତାଲିକାରେ ପରିବର୍ତ୍ତନ ହେବା କିଛି ନୂଆ କଥା ନୁହେଁ। ପୂର୍ବରୁ ପଞ୍ଚାୟତିରାଜ ଦିବସକୁ ନେଇ ମଧ୍ୟ ଛୁଟି ପ୍ରସଙ୍ଗରେ ସରକାର ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି। ଚଳିତ ବର୍ଷ ୫ ମାର୍ଚ୍ଚ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ଉଲ୍ଲେଖ କରି ଛୁଟି ଘୋଷଣା ହୋଇଥିଲା।  କିନ୍ତୁ ମାର୍ଚ୍ଚ ୩ ତାରିଖ ଅପରାହ୍ନରେ ୫ ମାର୍ଚ୍ଚକୁ ଛୁଟିଦିନ ନୁହେଁ ବୋଲି ଓଡ଼ିଶା ସରକାର ଘୋଷଣା କଲେ।ମାର୍ଚ୍ଚରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସକୁ ଭାବେ ପାଳନ ନକରିବା ଏବଂ ଛୁଟି ବାତିଲକୁ ନେଇ ବିବାଦ ହୋଇଥିଲା। ଛୁଟି ଘୋଷଣା ହେଇ ସାରିଥିବା ତାରିଖରେ ବି ଅଫିସ୍ ଆସିଥିଲେ ସରକାରୀ କର୍ମଚାରୀ। ଏବେ ପୁଣି ସେହି ଭୁଲର ରିପିଟ ଟେଲିକାଷ୍ଟ ଦେଖିବାକୁ ମିଳିଛି। ମେ ୨୭ ରେ ପ୍ରକାଶିତ ହୋଇଥିବା ସାବିତ୍ରୀ ବ୍ରତଛୁଟି ୨୬ ରେ ମିଳିବ। ଯାହା ଜଣାପଡ଼ୁଛି ଓଡ଼ିଶା ସରକାରଙ୍କ ପ୍ରକାଶିତ ସରକାରୀ କ୍ୟାଲେଣ୍ଡର ଆଦୌ ପଞ୍ଜିକାର ଅନୁଶୀଳନରେ କରାଯାଇ ନାହିଁ। ନହେଲେ ହୁଏତ ଦୁଇ ଦୁଇ ଥର ଛୁଟି ତାରିଖ ବଦଳେଇବାକୁ ପଡ଼ି ନଥାଆନ୍ତା। ଅବଶ୍ୟ ସରକାରଙ୍କ ଏ ନିଷ୍ପତ୍ତିରେ ସରକାରୀ କର୍ମଚାରୀଙ୍କୁ ଲଗାତର ତିନି ଦିନର ଛୁଟି ମିଳିଗଲା। ମେ ୨୪ଚତୁର୍ଥ ଶନିବାର, ୨୫ ରବିବାର ଓ ୨୬ ରେ ସାବିତ୍ରୀ ଛୁଟି ମିଳିଲା ପରେ ଲଗାତର ତିନିଦିନର ଛୁଟି ପାଇ ସିନା ସରକାରୀ କର୍ମଚାରୀ ଖୁସ୍ କିନ୍ତୁ କ୍ୟାଲେଣ୍ଡରରେ ବାରମ୍ବାର ତ୍ରୁଟି ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣୁଛି। ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଏ ପ୍ରଶ୍ନ ଉଠିବା ଆରମ୍ଭ ହୋଇଗଲାଣି ଆଉ କେତେ ଭୁଲ କରିବେ ସରକାରୀ କ୍ୟାଲେଣ୍ଡର ପ୍ରସ୍ତୁତକର୍ତ୍ତା ?

୪୮ ଘଣ୍ଟାରେ ଶେଷ ହେଇଯିବ ପାକିସ୍ତାନ

ପହେଲଗାମ ଆକ୍ରମଣର ପ୍ରତିଶୋଧ ନବାକୁ ଯାଇ ଅପରେସନ ସିନ୍ଦୂର ମାଧ୍ୟମରେ କଡ଼ା ଜବାବ ଦେଇଛି ଭାରତ। 100ରୁ ଉର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ନିପାତ କରି ହାସଲ କରିଛି ବଡ଼ ସଫଳତା । ଏ ସବୁକୁ ନେଇ ବିଭିନ୍ନ ସ୍ତରରେ ପ୍ରତିକ୍ରିୟା ହସ୍ତଗତ ହେଉଥିଲା ବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବିସ୍ଫୋରକ ବୟାନ ଦେଇଛନ୍ତି । ଯୁଦ୍ଧ ହେବାର 48 ଘଣ୍ଟା ଭିତରେ ପାକିସ୍ତାନ ମାଟିରେ ମିଶିଯିବ ବୋଲି କହିଛନ୍ତି ଜୟନାରାୟଣ ।

ପାକିସ୍ତାନ ପାଗଳ ହେଇ ଗଲାଣି
ଯୁଦ୍ଧ ପ୍ରସଙ୍ଗରେ ପାକିସ୍ତାନର ଶକ୍ତି ଓ ସାମର୍ଥ୍ୟକୁ ନେଇ ଅଟ୍ଟହାସ୍ୟ କରିଛନ୍ତି ଜୟନାରାୟଣ । ପାକିସ୍ତାନକୁ ନଙ୍ଗା ଭୁଖାର ଦେଶ ବୋଲି କହି ଯୁଦ୍ଧ କରିବାକୁ ସେ ଅକ୍ଷମ ବୋଲି ଉପହାସ ବି କରିଛନ୍ତି । ଏଥିସହିତ ପାକିସ୍ତାନ ପାଗଳ ହୋଇଗଲାଣି ବୋଲି ବି କହିଛନ୍ତି । ଚାଇନା ବଳରେ ସେ ଯେତେ ଡେଇଁଲେ ବି ଦୁର୍ବଳ । ଯୁଦ୍ଧ ହେଲେ 48 ଘଣ୍ଟା ଭିତରେ ପୃଥିବୀପୃଷ୍ଠରୁ ପାକିସ୍ତାନ ଲୋପ ପାଇଯିବ। ଭୂଗୋଳରୁ ହଟିକି ଇତିହାସକୁ ପଳେଇବ। ୪୮ ଘଣ୍ଟା ବି ତିଷ୍ଠିବନି।
ତାଙ୍କର ସୈନ୍ୟ ବାହିନୀକୁ ଆମେ ମାରିନୁ, ଉଗ୍ର ପନ୍ଥୀଙ୍କୁ ମାରିଛୁ ସେ ଆମର ସାଧାରଣ ଲୋକଙ୍କୁ ମାରିଛନ୍ତି । ବିମାନ ତ ଯାଇନି,କୋଉ ଯୁଦ୍ଧ ବିମାନ ସେ ଖସେଇଛନ୍ତି କୁହନ୍ତୁ ବୋଲି କହି ମିଛୁଆ ପାକିସ୍ତାନ ମୁଖ୍ୟଙ୍କୁ ଅଟ୍ଟହାସ୍ୟ କରିଛନ୍ତି ଜୟନାରାୟଣ ।

ନବୀନଙ୍କୁ ଦିଲ୍ଲୀ ନେଇ BJP ସହ କିଏ କରିଛି ଡିଲ୍ ?

ଓ୍ୱାକଫ୍ ସଂଶୋଧନ ବିଲକୁ ନେଇ ରାଜ୍ୟସଭାରେ BJDର ଭୂମିକା ନେଇ କଂଗ୍ରେସର ଆକ୍ଷେପ।
କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ଅଭିଯୋଗ

  • “BJP-BJD ମଧ୍ୟରେ ହୋଇଛି ଡିଲ୍‌,
  • ଦିଲ୍ଲୀରେ ନବୀନଙ୍କୁ ନେଇ ଡିଲ୍‌ କରିଛନ୍ତି ମାନସପୁତ୍ର,
  • BJP ନିକଟରେ ନବୀନଙ୍କୁ ବିକିଛନ୍ତି ମାନସପୁତ୍ର,
  • ଉଭୟେ BJPକୁ ଚାଲିଯିବେ, ବଳି ପଡିବେ ଅନ୍ୟ BJD ନେତା,
  • ମାନସପୁତ୍ରଙ୍କୁ ବଞ୍ଚାଇବାକୁ ଯାଇ ଡିଲ୍ ହୋଇଥିବା କହିଲେ ଭକ୍ତ ଦାସ ।

ତେବେ BJD ସଭାପତି ନବୀନ ପଟ୍ଟନାୟକ ଅବିବାହିତ ।
ନବୀନଙ୍କ ମାନସପୁତ୍ର ଭାବେ ଭୈରବ ପାଣ୍ଡିଆନଙ୍କୁ ଇଙ୍ଗିତ କରିଥାଇ ପାରନ୍ତି ଭକ୍ତ ଦାସ
!

  • ୱାକଫ ବିଲକୁ ନେଇ BJDର 7 ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ସମନ୍ୱୟ ନଥିଲା,
  • ଓ୍ୱାକଫ୍ ବିଲ୍ ସଂପର୍କରେ BJD ପକ୍ଷରୁ ହୁଇପ୍ ଜାରି ହୋଇନଥିଲା,
  • ବିବେକ ଅନୁସାରେ ଭୋଟ୍ ଦେବାକୁ ସାଂସଦ ମାନଙ୍କୁ ସ୍ୱାଧିନତା ଦିଆ ଯାଇଥିଲା,
  • ସାଂସଦ ମୁନା ଖାଁ ଓ୍ୱାକଫ୍ ବିଲକୁ ବିରୋଧ କରୁଥିଲେ,
  • କିନ୍ତୁ ସସ୍ମିତ ପାତ୍ର ବିଲ୍ ସପକ୍ଷରେ ଭୋଟ ଦେଇଛନ୍ତି,
  • ଅନ୍ୟପକ୍ଷରେ ସାଂସଦ ଦେବାଶିଷ ସାମନ୍ତରାୟ ଭୋଟ୍ ଦେଲେ ନାହିଁ,
  • BJDର ଅନ୍ୟ 4 ଜଣ ସାଂସଦଙ୍କ ଭୂମିକା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପକ୍ଷରେ 5 ସେପ୍ଟମ୍ବର 2024ରେ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତି ମାନଙ୍କୁ ଶଙ୍ଖ ଭବନରେ ଭେଟି ଓ୍ୱାକଫ୍ ସଂଶୋଧନ ବିଲକୁ BJD ବିରୋଧ କରିବ ବୋଲି ନବୀନ ପଟ୍ଟନାୟକ କହିଥିଲେ।
କିନ୍ତୁ ଖଣିଜ ପରିବହନ ଦୁର୍ନୀତିକୁ ନେଇ କେନ୍ଦୁଝର BJD ନେତା ରାଜା ଚକ୍ର ଗିରଫ ହେବା ପରେ ବିଧାନସଭା ବଜେଟ୍ ଅଧିବେଶନରେ ଅନୁପସ୍ଥିତ ରହି ନବୀନ ପଟ୍ଟନାୟକ ସଙ୍ଗେ ସଙ୍ଗେ ଦିଲ୍ଲୀ ଯାଇଥିଲେ । ଭୈରବ ପାଣ୍ଡିଆନ ମଧ୍ୟ ନବୀନଙ୍କ ସହ ଲଗାତର 2 ଥର ଦିଲ୍ଲୀ ଧାଇଁଥିଲେ।
ଯଦି ଭକ୍ତ ଦାସଙ୍କ BJP-BJDର ଡିଲ୍‌ ଅଭିଯୋଗରେ ସତ୍ୟତା ଅଛି, ତାହେଲେ ପାଣ୍ଡିଆନାଙ୍କ ପାଇଁ ନବୀନ ପଟ୍ଟନାୟକ, ଓ୍ୱାକଫ ବିଲ୍ ସଂପର୍କରେ ଜାଣିଶୁଣି ଗୋଳିଆ ପରିସ୍ଥିତି ସୃଷ୍ଟି କରିନାହାଁନ୍ତି ତ ?