Posts tagged BJP

ଅଟଳ ବିହାରୀ ବାଜପେୟୀଙ୍କ ଫୋନ୍ କଲ୍, ମୋଦିଙ୍କୁ କରିଦେଲା ମୁଖ୍ୟମନ୍ତ୍ରୀ

ଅକ୍ଟୋବର 7, ଇଏ ହେଉଛି ସେହି ତାରିଖ ଯେଉଁ ତାରିଖରେ ଗୁଜୁରାଟର CM ସିଟରେ ବସିଥିଲେ ଜଣେ 51 ବର୍ଷିୟ ନେତା । ବିନା ବିଧାୟକରେ ମୁଖ୍ୟମନ୍ତ୍ରୀ ସିଟରେ ବସିଥିବା ଏହି ନେତା ଜଣଙ୍କ ଆଉ କେହି ନୁହନ୍ତି ବରଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଆସନରେ ବସିବାର 24 ବର୍ଷ ବିତିଗଲାଣି । ତଥାପି ତାଙ୍କର ମୁଖ୍ୟମନ୍ତ୍ରୀ ହେବାର କାହାଣୀରେ ଏବେ ବି ଚାର୍ମ ଅଛି । ଅନ୍ତିମ ସଂସ୍କାରରେ ସେ ଯୋଗ ଦେଲାବେଳେ ଆସିଥିଲା ମୁଖ୍ୟମନ୍ତ୍ରୀ ସିଟର ଅଫର । ତତ୍କାଳିନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫୋନ୍ କଲ ପରେ ବଦଳି ଯାଇଥିଲା ନରେନ୍ଦ୍ର ମୋଦିଙ୍କ ଭାଗ୍ୟ।

ବାଜପେୟୀଙ୍କ ଭରସା ଜିତିଥିଲେ ମୋଦି
ଗୁଜୁରାଟର ସେ ସମୟର ମୁଖ୍ୟମନ୍ତ୍ରୀ  କେଶୁ ଭାଇ ପଟେଲଙ୍କୁ ହଟେଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ମୋଦି । ଗୁଜୁରାଟରେ 2001 ମସିହାରେ ବଡ଼ ଧରଣର ଭୂମିକମ୍ପରେ ପାଖାପାଖି 20 ହଜାର ଲୋକଙ୍କ ଦେହାନ୍ତ ସାଙ୍ଗକୁ ନିଜ କର୍ତ୍ତବ୍ୟରେ ଅବହେଳା, ବିକାଶରେ ବିଳମ୍ବ ଆଦି କେଶୁଭାଇ ପଟେଲଙ୍କୁ ବ୍ୟାକଫୁଟକୁ ଟାଣିନେଲା । ଜନଅସନ୍ତୋଷକୁ ଏଡ଼ାଇବାକୁ ବାଧ୍ୟ ହୋଇ ଇସ୍ତଫା ଦେଇଥିଲେ କେଶୁଭାଇ ପଟେଲ। ଗାନ୍ଧୀ ଜୟନ୍ତୀରେ ନିଜେ ମୁଖ୍ୟମନ୍ତ୍ରୀ ଆସନରୁ ହଟିଥିଲେ ।
ଆଉ ଏହି ସମୟରେ ଅଟଳ ବିହାରୀ ବାଜପେୟୀଙ୍କ ଭରସା ଜିତିଥିଲେ ମୋଦି।

ଗୁଜୁରାଟ BJPର ବୈଷ୍ଣବ ନେତା ହୋତୀ ସିଂହଙ୍କ ଅନ୍ତିମ ସଂସ୍କାରରେ ଥିଲାବେଳେ ଆସିଥିଲା ଅଟଳଙ୍କ ଫୋନ୍ କଲ୍ । ମୋଦିଙ୍କ ପ୍ରମୋସନ୍ କରି ତାଙ୍କୁ ଦେଇଥିଲେ CM ସିଟର ଗିଫ୍ଟ । ଗାନ୍ଧୀନଗରରେ ପହଞ୍ଚି ସଂନ୍ଧ୍ୟା 6 ଟାରେ ମିଟିଂ ପରେ ନିଆଯାଇଥିଲା ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି 7 ଅକ୍ଟୋବର 2001ରେ
ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେସେତେବେଳେ ସେ ବିଧାୟକ ମଧ୍ୟ  ନଥିଲେ। ମଣିନଗର ବିଧାନସଭା ମଣ୍ଡଳୀରୁ ଉପନିର୍ବାଚନ ଲଢି 2002ରେ ବିଧାୟକ ହେଲେ, ଯାହା ତାଙ୍କ ମୁଖ୍ୟମନ୍ତ୍ରୀ ପଦକୁ ଆଇନଗତ ଭାବେ ମଜବୁତ କରିଥିଲା । ପରେପରେ 2002, 2007 2012 ରେ ମଣିନଗରରୁ ତିନିଥର ନିର୍ବାଚନ ଜିତି ବିଧାୟକ ହେବାସହ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଛନ୍ତି ମୋଦି7 ଅକ୍ଟୋବର 2001ରୁ 22 ମେ 2014 ପର୍ଯ୍ୟନ୍ତ 13 ବର୍ଷ 7 ମାସ ମୁଖ୍ୟମନ୍ତ୍ରୀ ଥିଲେ। ମୋଦିଙ୍କର ମୁଖ୍ୟମନ୍ତ୍ରୀ ହେବାର ଘଟଣା ଏହିପରି ଗଟିଥିଲା । ଯେଉଁଥିରେ ବିନା ନିର୍ବାଚନ ଲଢି ସେ ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ।

ସମୟ ନଥାଇ କଂଗ୍ରେସର ଅନାସ୍ଥା ପ୍ରସ୍ତାବ

  • BJD ପାଇଁ ଭକ୍ତ ଦାସଙ୍କ ଷଡ଼ଯନ୍ତ୍ର
  • କେବଳ ସରକାର ନୁହେଁ, ବରଂ ବିରୋଧି ଦଳକୁ ହରଡ଼ଘଣାରେ ପକାଇବାକୁ ଚାହୁଁଛି କଂଗ୍ରେସ
  • ସମର୍ଥନ ଆଳରେ ବିଜୁ ଜନତା ଦଳ ପ୍ରତି, ସମାଲୋଚନାକୁ ନିମନ୍ତ୍ରଣ
  • BJDକୁ ଅଡୁଆରେ ପକାଇବାକୁ ଭକ୍ତଙ୍କ ଫର୍ମୁଲା ଅନାସ୍ଥା
  • ଅନାସ୍ଥା ପାଇଁ ସମୟ ନଥିଲା ବେଳେ କେବଳ ପଲିଟିକାଲ ଡ୍ରାମା କରୁଛି କଂଗ୍ରେସ
  • ମୌସୁମୀ ଅଧିବେଶନର ପ୍ରଥମ ଦିନ ପରି ଦ୍ୱିତୀୟ ଦିନ ବି ଚାଲି ପାରିଲାନି ବିଧାନସଭା

ଫେବୃଆରୀ 18 ରେ ସରକାର ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣିଛି କଂଗ୍ରେସ । କଂଗ୍ରେସର 14 ବିଧାୟକ ସହ CPM ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ମିଶାଇ 15 ଜଣଙ୍କ ସମର୍ଥନ ରହିଛି । କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ, ତାରା ବାହିନୀପତି ବିଜେଡିର ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କୁ ସାକ୍ଷାତ କରି ସମର୍ଥନ ମଧ୍ୟ ମାଗିଥିଲେ। ମାତ୍ର କଂଗ୍ରେସର ଏ ଫନ୍ଦିରେ ପଡ଼ି ନଥିଲା ବିଜେଡି ।
ତେବେ ଏ ଅନାସ୍ଥା ପ୍ରସ୍ତାବ ଆଜିର ନୁହେଁ । ବହୁ ପୂର୍ବରୁ ଏ ନେଇ ଗ୍ରୀନ୍ ସିଗନାଲ୍ ଦେଇ ସାରିଛନ୍ତି କଂଗ୍ରେସ ପ୍ରଦେଶ କମିଟି ଅଧ୍ୟକ୍ଷ ଭକ୍ତ ଦାସ। ଏମିତି କି ବିଜେଡି ପରି ସଂଖ୍ୟା ଗରିଷ୍ଠତା ଥିଲେ ବିଧାନସଭା ଚଲେଇ ଦିଅନ୍ତେ ନାହିଁ ବୋଲି ଖୋଲା ଧମକ ବି ଦେଇଥିଲେ । ଯାହାର ରେଜଲ୍ଟ ଏ ଅନାସ୍ଥା।

ମାତ୍ର ଏ ଅନାସ୍ଥା କଂଗ୍ରେସକୁ ଲୋକହସା କରାଇଛିସରକାରୀ ଦଳରେ ସ୍ୱାଧିନ ବିଧାୟକଙ୍କୁ ମିଶାଇ 81 ସଦସ୍ୟ ଥିଲା ବେଳେ ମାତ୍ର 15 ସଦସ୍ୟଙ୍କୁ ନେଇ କଂଗ୍ରେସର ଏ ପ୍ରହସନ କେବଳ ସମୟ ବର୍ବାଦର ବାର୍ତ୍ତା ଦେଉଛି । ମାତ୍ର 7 ଦିନର ସଂକ୍ଷିପ୍ତ ଅଧିବେଶନରେ ସଂଖ୍ୟାଗରିଷ୍ଠତା ଥିବା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି କଣ ପ୍ରମାଣ କରିବାକୁ ଚାହୁଁଛି କଂଗ୍ରେସ ? ରବିବାରକୁ ଛାଡ଼ି ବାକିଥିବା  6 ଦିନର କାର୍ଯ୍ୟଦିବସରୁ ଦୁଇ ଦିନ ମୁଲତବିରେ ଗଲାଣି। ଆଉ 4 ଦିନରେ କେଉଁ ନିଷ୍ପତ୍ତି  ଅପେକ୍ଷାରେ ଅଛି କଂଗ୍ରେସ। ଆଲୋଚନା ହେବାର ସମ୍ଭାବନା କ୍ଷୀଣ ଥିଲାବେଳେ କାହିଁକି ଏ ଅନାସ୍ଥା ଗେମ୍ ଖେଳୁଛି । କଣ କେବଳ ଭକ୍ତଦାସ ନିର୍ଦ୍ଦେଶ ଦେଲେ ବୋଲି?
          ଅନ୍ୟ ପାର୍ଶ୍ୱରେ ଦେଖିବାକୁ ଗଲେ ଯଦିଓ କଂଗ୍ରେସ ବିଜେଡିର ସମର୍ଥନ ମାଗୁଛି କିନ୍ତୁ ଯେଉଁ ପ୍ରସ୍ତାବରେ ଆଲୋଚନାର ସମ୍ଭାବନା ନାହିଁ ତାକୁ କାହିଁକି ସମର୍ଥନ କରିବ ବିଜେଡି ? ଯାହାର ପସିବିଲିଟି କମ୍ ତାକୁ ନେଇ କି ପଲିଟିକ୍ସ? ଏମିତି କରି ବିଜୁ ଜନତା ଦଳକୁ ଲୋକଙ୍କ ଆଖିରେ ନୀଚ୍ଚା କରୁନି ତ କଂଗ୍ରେସ? ବିଜେଡି ବିରୋଧି ଦଳର ଭୂମିକା ଠିକରେ କରୁନାହିଁ ବୋଲି ପ୍ରମାଣ କରିବାକୁ ଏ କଂଗ୍ରେସର ଚାଲାକି ନୁହେଁ ତ?

ତେବେ କଥା ହେଉଛି କଂଗ୍ରେସର ଏ ନୋଟିସ ପ୍ରସ୍ତାବ ଆକାରରେ ବିଧାନସଭା  ଗୃହରେ ଆସିପାରିବ କି? ଯଦି ଆସିବ, କେବେ? ଅନାସ୍ଥା ପ୍ରସ୍ତାବ ପାଇଁ ସମୟ କାହିଁ ? ଯଦିବା ବାଚସ୍ପତି କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରନ୍ତି ତେବେ ସେ ପ୍ରକ୍ରିୟା ପାଇଁ 15 ଜଣ ସଭ୍ୟଙ୍କୁ ଉପସ୍ଥିତ ରହି ସମ୍ମତି ଦେବାକୁ ପଡ଼ିବ । ପ୍ରସ୍ତାବ ଗ୍ରହଣ ହେଲା ପରେ ଯାଇ ପରବର୍ତ୍ତୀ ପ୍ରକ୍ରିୟା ଚାଲୁ ରହିବ । ଆଉ ଏମିତିରେ ଗୋଟାଏ ଦିନରେ ଏସବୁ କାମ ,ସମ୍ଭବ ନୁହେଁ । କଂଗ୍ରେସ ମଧ୍ୟ ବାଚସ୍ପତିଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ବାଧ୍ୟ କରିପାରିବ ନାହିଁ । ହାତରେ ଆଉ ମାତ୍ର 4 ଦିନର ସମୟ, ବାକି ଥିବା 5 ଦିନରେ ମଝିରେ ରବିବାର ପଡ଼ୁଥିବାରୁ କଂଗ୍ରେସର କାମ ହେବା ଏତେ ସହଜ ନୁହେଁ  । ଏଥିପାଇଁ ସର୍ଚନିମ୍ନ ୧୦ ଦିନ ସମୟ ଆବଶ୍ୟକ।
                          ପ୍ରସ୍ତାବ ଗୃହରେ ଉପସ୍ଥାପିତ ହେବାପରେ ୧୦ ଦିନ ବାଦ୍ ଆଲୋଚନା ହେବ ଏଥିପାଇଁ ସମୟ ନାହିଁ । ତେବେ ପ୍ରଶ୍ନ ଉଠୁଛି ଏସବୁ କଣ କଂଗ୍ରେସ ନେତାଙ୍କୁ ଅଜଣା? କଂଗ୍ରେସ ଶୀତ ଅଧିବେଶନ ପର୍ଯ୍ୟନ୍ତ ଅପେକ୍ଷା କଲାନାହିଁ କାହିଁକି ? କଂଗ୍ରେସର ଏ ତରବରିଆ ନୀତି ଅପରିପକ୍ୱତାକୁ ଦର୍ଶାଉଛି । ଅନ୍ୟପଟରେ ଏସବୁ ଦେଖି ବିଜେପି ନେତା ବାବୁ ସିଂହ କହିଲେଣି ଜଗତେ କେବଳ ଜନେ ହସିବେ ବାଣ ମାରି ଜୟ ନାରାୟଣ ମିଶ୍ର କହୁଛନ୍ତି ଆମେ ତ ଗୋଲ୍ଡ ପାଇଛୁ, ସିଲଭର ମେଡାଲ ପାଇଁ ବିରୋଧିଙ୍କ ଏ ପ୍ରତିଯୋଗୀତା । ସତରେ ଏ ରାଜନୀତିର ଦୌଡ଼ରେ ଅନାସ୍ଥାକୁ ନେଇ କିଏ କେଉଁ ଆୱାର୍ଡ ପାଇବ ତାହା ସମୟ କହିବ ।

ଓଡ଼ିଶା ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ, ଲୋକାୟୁକ୍ତ ନିଯୁକ୍ତି କେବେ?

  • ଓଡ଼ିଶା ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ
  • ଓଡ଼ିଶାର ଲୋକାୟୁକ୍ତ କେବେ ହେବେ ସଚଳ
  • ଓଡ଼ିଶାରେ BJP ସରକାର ଗଠନ ହେବା ପରେ ଲୋକାୟୁକ୍ତରେ ଅଚଳାବସ୍ଥା
  • 2024 ଅଗଷ୍ଟରୁ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦ ପଡ଼ିଛି ଖାଲି
  • ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ନିମନ୍ତେ ହାଇକୋର୍ଟଙ୍କ ନୋଟିସ୍
  • 2 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ
  • ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଯୁକ୍ତି ରଖା ଯାଇଥିଲା କି, ଲୋକାୟୁକ୍ତରେ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ହେବାକୁ ଯାଉଛି।
  • କିନ୍ତୁ ସରକାରୀ ନିଷ୍ପତ୍ତି କେବେ ଓ କଣ ହେବ ଏବଂ ସେ ବାବଦରେ କି ପଦକ୍ଷେପ ନିଆଯାଉଛି,
    ସବୁର ବିସ୍ତୃତ ବିବରଣୀ, ସତ୍ୟପାଠ ଜରିଆରେ ଦାଖଲ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
  • ଆବେଦନକାରୀ ତଥା ପ୍ରତିପକ୍ଷ ଯଦି ଚାହିଁବେ, ତେବେ ମାମଲା ସଂକ୍ରାନ୍ତରେ ପ୍ରତି ଜବାବ ଦାଖଲ କରି ପାରିବେ
  • 3 ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣୀ
  • ଲୋକାୟୁକ୍ତଙ୍କୁ ସଚଳ କରିବା ସହ ଅଧ୍ୟକ୍ଷ ଏବଂ ସଦସ୍ୟ ନିଯୁକ୍ତ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଆଇନଜୀବୀ ପ୍ରବୀର ଦାସ
  • ମୁଖ୍ୟ ବିଚାରପତି ଜଷ୍ଟିସ ହରିଷ ଟଣ୍ଡନ ଏବଂ ବିଚାରପତି ଜଷ୍ଟିସ୍ ଏମ୍.ଏସ୍. ରାମଚନ୍ଦ୍ର ରାଓ ମାମଲାର କରୁଛନ୍ତି ଶୁଣାଣୀ
  • ଲୋକାୟୁକ୍ତର ଶେଷ ସଦସ୍ୟ ଭାବେ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅବସର ପରେ ଓଡ଼ିଶା ଲୋକାୟୁକ୍ତ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଛି ।
  • ପୂର୍ବରୁ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଥିବା ଜଷ୍ଟିସ ଅଜିତ୍ ସିଂହ 2024 ମାର୍ଚ୍ଚରେ ଅବସର ନେଇଛନ୍ତି
  • ଗୌହାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଅଜିତ ସିଂହ 2019ରେ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।
  • ସେ ତାଙ୍କର 5 ବର୍ଷିଆ କାର୍ଯ୍ୟକାଳ ଶେଷ କରି 2024 ମାର୍ଚ୍ଚରେ ଅବସର ଗ୍ରହଣ କରିଛନ୍ତି ।
  • ସେହିଭଳି ଲୋକାୟୁକ୍ତରେ ଜୁଡ଼ିସିଆଲ ମେମ୍ବର ହିସାବରେ ନିଯୁକ୍ତ ପାଇଥିବା ଜଷ୍ଟିସ୍ ବି.କେ ନାୟକଙ୍କର କାର୍ଯ୍ୟକାଳ 2024 ମାର୍ଚ୍ଚରେ ଶେଷ ହୋଇଯାଇଛି ।
  • ଲୋକାୟୁକ୍ତର ଅନ୍ୟ ଜଣେ ସଦସ୍ୟ ଦେବବ୍ରତ ସ୍ୱାଇଁଙ୍କ କାର୍ଯ୍ୟକାଳ ଏପ୍ରିଲ 2024ରେ ଶେଷ ହୋଇଯାଇଛି ।
  • ଓଡ଼ିଶା ଲୋକାୟୁକ୍ତ ଆଇନ୍ 2014 ଅନୁସାରେ ଲୋକାୟୁକ୍ତର ଅଧ୍ୟକ୍ଷଙ୍କ ସହ 5 ଜଣ ସଦସ୍ୟ ରହିବା କଥା ।
  • ଯାହା ମଧ୍ୟରୁ 2 ଜଣ ଜୁଡ଼ିସିଆଲ ମେମ୍ବର ହୋଇ ଥାଆନ୍ତି ।
  • ବର୍ତ୍ତମାନ ନା ଅଧ୍ୟକ୍ଷ ଅଛନ୍ତି ନା କୌଣସି ସଦସ୍ୟ ନିଯୁକ୍ତି ପାଇଛନ୍ତି 

      ଏ ଷ୍ଟୋରୀକୁ ଲେଖିଛନ୍ତି- ବିଜୟ କେତନ ବରାଳ

ଓଡ଼ିଶା ମୁଡର ସାର୍ଟିଫିକେଟ୍ ଦେବେ, ନୂଆପଡ଼ା ଭୋଟର

ବିଜୁ ଜନତା ଦଳ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଛି ନୂଆପଡ଼ା ଆସନରୁ ଚାରି ଥର ଜିତିଥିଲେ ରାଜେନ୍ଦ୍ର ଢୋଲକିଆସେ ଏତେ ପପୁଲାର ଯେ 2004 ନିର୍ବାଚନରେ ସ୍ୱାଧୀନ ଭାବେ ଲଢି  ବିଜେଡି-ବିଜେପିର ମେଣ୍ଟ ପ୍ରାର୍ଥୀଙ୍କୁ ପରାଜିତ କରାଇଥିଲେ। ଲୋକପ୍ରିୟ ଢୋଲକିଆଙ୍କୁ ନବୀନ ପଟ୍ଟନାୟକ, ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ। କିନ୍ତୁ 69 ବର୍ଷ ବୟସରେ ତାଙ୍କର ଚେନାଇରେ ପରଲୋକ ହୋଇଛି।

ଫଳରେ ଆସନ୍ତା 6 ମାସ ମଧ୍ୟରେ ନୂଆପଡ଼ାରେ ହେବ ଉପନିର୍ବାଚନ। ତେବେ ପୂର୍ବରୁ 1997 ମସିହାରେ ନୂଆପଡ଼ାବାସୀ ଦେଖିଥିଲେ ପ୍ରଥମ ଉପନିର୍ବାଚନ। ନୂଆପଡ଼ାର 7 ଥରର ବିଧାୟକ ଘାସିରାମ ମାଝୀ(ବରିଷ୍ଠ)ଙ୍କ ଦେହାନ୍ତ ଯୋଗୁଁ ହୋଇଥିଲା ବାଇ-ଇଲେକ୍ସନ। ସେ ସମୟରେ ଓଡ଼ିଶାରେ ବିରୋଧି ଜନତା ଦଳର ବିଧାୟକ ଥିଲେ ଘାସିରାମ ମାଝୀ। ତାଙ୍କର ଦେହାନ୍ତ ପରେ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକଙ୍କ ସପକ୍ଷରେ ନୂଆପଡ଼ା ଭୋଟର ମତ ଦେଇଥିଲେ। ସେତେବେଳେ ଓଡ଼ିଶାରେ ଥିଲା କଂଗ୍ରେସର ସରକାର।

ଏବେ ଇତିହାସର ହୋଇଛି ପୁନରାବୃତ୍ତି…
ଏବେ ଅଛି ଓଡ଼ିଶାରେ ବିଜେପି ସରକାର। ମୃତ୍ୟୁବରଣ କରିଛନ୍ତି ବିରୋଧୀ ବିଜୁ ଜନତା ଦଳର ବିଧାୟକ ରାଜେନ୍ଦ୍ର ଢୋଲକିଆ ଏବେ ପୁଣି ହେବ ଉପନିର୍ବାଚନ। ଯାହା ବିଜେପି ସରକାର ପାଇଁ ଅଗ୍ନିପରୀକ୍ଷା। ସରକାର ଗଠନ ପରେ ନୂଆପଡ଼ାରେ ପ୍ରଥମ ଉପନିର୍ବାଚନ ଦେଖିବ ଭାରତୀୟ ଜନତା ପାର୍ଟି।ତେବେ ଏଠୁ ପ୍ରାର୍ଥୀ ହେବ କିଏ? ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ହେବେ ନା ତାଙ୍କର ପୁଅ ଅଭିନନ୍ଦନ ପଣ୍ଡା?
ବିଜେପିର ପସନ୍ଦ ବାପ ନା ପୁଅ
ନୂଆପଡ଼ାରୁ 2ଥର ବିଧାୟକ ହୋଇଥିବା ବସନ୍ତ ପଣ୍ଡା 2024 ନିର୍ବାଚନରେ ନିଜେ ଲଢି ନଥିଲେ। ପୁଅ ଅଭିନନ୍ଦନଙ୍କ ପାଇଁ ବାଟ ଛାଡ଼ିଥିଲେ। ହେଲେ ନୂଆପଡ଼ା ଭୋଟରଙ୍କର ତୃତୀୟ ପସନ୍ଦ ଥିଲେ ଅଭିନନ୍ଦନ ପଣ୍ଡା। ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ରାଜେନ୍ଦ୍ର ଢୋଲକିଆଙ୍କୁ ଦେଇଥିଲେ କଡ୍ଡା ଟକ୍କରତେଣୁ ଏଥର ଅଭିନନ୍ଦନ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ କରି ନପାରେ। ରାଜ୍ୟରେ ବିଜେପି ସରକାର ଥିବାରୁ ବସନ୍ତ ପଣ୍ଡା ହୁଏତ ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଆଗ୍ରହ ଦେଖାଇ ପାରନ୍ତି।

BJDର ସିମ୍ପାଥି କାର୍ଡ
ଅନ୍ୟପଟେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ, ରାଜନୀତିରେ ଖୁବ୍ ସକ୍ରିୟ। ସିମ୍ପାର୍ଥୀ କାର୍ଡ ଖେଳି ବିଜୁ ଜନତା ଦଳ ଜୟ ଢୋଲକିଆଙ୍କୁ କ୍ୟାଣ୍ଡିଡେଟ କରିପାରେ ଅନ୍ୟପକ୍ଷରେ 2024 ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇଥିବା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରାର୍ଥୀ  ହେବାର ସମ୍ଭାବନା ବହୁତ କମ୍। କାରଣ ବଲାଙ୍ଗିର ଜିଲ୍ଲାର ଶରତ ପଟ୍ଟନାୟକ ନୂଆପଡ଼ା ଭୋଟରଙ୍କ ଦ୍ୱାରା ଗ୍ରହଣୀୟ ହୋଇ ପାରିଲେନି2024ରେ ଶରତଙ୍କୁ ମାତ୍ର 15,501 ଭୋଟ୍ ମିଳିଥିଲା।
ବାହାରିଆଙ୍କୁ ଭରସା କରିବନି କଂଗ୍ରେସ
ବାହାରିଆ ନେତାଙ୍କୁ ନୂଆପଡ଼ା ଭୋଟର ପସନ୍ଦ କରୁ ନଥିବାରୁ ହୁଏତ ବର୍ତ୍ତମାନର ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ରିସ୍କ ନନେଇ ପାରନ୍ତି। ଭକ୍ତଙ୍କର ନିଜସ୍ୱ ସଂସଦୀୟ କ୍ଷେତ୍ର କଳାହାଣ୍ଡି ଅଧିନରେ ଆସୁଛି ନୂଆପଡ଼ା। ଭକ୍ତ ଦାସ ନୂଆପଡ଼ା ଆସନରୁ 2024 ନିର୍ବାଚନରେ ପରାଜିତ ହୋଇଥିବା ଜୁନିୟର ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ପାରନ୍ତି। ତେବେ ଯାହା ବି ହେଉ ନୂଆପଡ଼ା ଉପନିର୍ବାଚନ ହେବ ଓଡ଼ିଶାର ବିଜେପି ସରକାରଙ୍କ ପାଇଁ ଏସିଡ୍ ଟେଷ୍ଟ।
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ

 

ବିଜେପିକୁ ପରୋକ୍ଷରେ ସମର୍ଥନ ଦେଲା ବିଜୁ ଜନତା ଦଳ

  • ସେପ୍ଟେମ୍ବର 9 ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି
  • ନବୀନ ପଟ୍ଟନାୟକଙ୍କର ଏହି ନିଷ୍ପତ୍ତି, ଇଣ୍ଡି ମେଣ୍ଟକୁ ଦେଇଛି ଶକ୍ତ ଧକ୍କା
  • ବିଜୁ ଜନତା ଦଳର 7 ଜଣ ରାଜ୍ୟସଭା ସାଂସଦମାନେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ଦୂରେଇ ରହିବେ
  • ଫଳରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକ୍ରୀଷ୍ଣନ୍ ଜିତିବା ସହଜ ହୋଇଗଲା
  • କାରଣ ଲୋକସଭାରେ ଜିରୋ ଥିବା ବିଜୁ ଜନତା ଦଳର, ରାଜ୍ୟସଭା ସାଂସଦଙ୍କ ସମର୍ଥନର ଆଶା ରଖିଥିଲେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀ
  • ହେଲେ ସବୁ ପାଣିଚିଆ କରିଦେଲେ ନବୀନ ପଟ୍ଟନାୟକ
  • ଭୟରେ ହେଉ, ଅବା ସମଦୂରତା, ଯାହାବି ହେଉ ବିଜେପିକୁ ନବୀନଙ୍କର ମିଳିଛି ପରୋକ୍ଷରେ ସମର୍ଥନ

 ଅନ୍ୟପଟେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦେବାର କ୍ଷମତା ନଥିବା ଓଡ଼ିଶାର ସବୁ ବଡ଼ ନେତା ଏବେ ଦିଲ୍ଲୀରେ,

  • ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମସ୍ତେ ଦିଲ୍ଲୀରେ,
  • ସମସ୍ତଙ୍କର ଗୋଟାଏ ପ୍ରଶ୍ନ ଥିଲା, କାହାକୁ ସପୋର୍ଟ କରିବ ବିଜୁ ଜନତା ଦଳ
  • ପୂର୍ବରୁ କ୍ଷମତାରେ ଥିଲାବେଳେ ନବୀନ ପଟ୍ଟନାୟକ ପ୍ରାୟ ସବୁ ପ୍ରସଙ୍ଗରେ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତିକୁ ସମର୍ଥନ କରିଆସିଛନ୍ତି
  • ରାଷ୍ଟ୍ରପତି ଭୋଟରେ ମଧ୍ୟ ବିଜୁ ଜନତାଦଳ NDA ପ୍ରାର୍ଥୀ ଶ୍ରୀମତୀ ଦ୍ରୋପଦୀ ମୁର୍ମୁଙ୍କୁ ସମର୍ଥନ କରିଛି
  • ଏବେ ରାଜ୍ୟରେ ବିଜେପି ସରକାର
  • ତେଣୁ ଏଥର ଉପରାଷ୍ଟ୍ରପତି ଭୋଟକୁ ନେଇ ବିଜେଡିର ଆଭିମୁଖ୍ୟକୁ ନେଇ ଅନୁମାନ କରି ହେଉନଥିଲା
  • ଯଦିଓ ୱାକଫ୍ ସଂଶୋଧନ ବିଲକୁ ନେଇ ବିଜେଡିର 5 ସାଂସଦ NDA ସହ ରହିଥିଲେ,
  • ଏଥର କିନ୍ତୁ ଭୋଟ ଦାନରୁ ସଂପୂର୍ଣ୍ଣ ଦୂରେଇ ରହିବ ବିଜେଡି

ସଂଖ୍ୟା ଗଣିତକୁ ଦେଖିଲେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକ୍ରୀଷ୍ଣନ୍ ଜିତିବାରେ ବଧା ନାହିଁ। ବିଜେଡି ସମର୍ଥନ ନକଲେ ମଧ୍ୟ ହାରିବାର ପ୍ରଶ୍ନ ଉଠୁନି।

  • ଜିତିବା ପାଇଁ ବିଜେଡିର ସମର୍ଥନ ଯଦିଓ ସେତେଟା ଗୁରୁତ୍ୱ ରଖୁନଥିଲା, ତଥାପି NDA ବିଜେଡିର ସମର୍ଥନ ଲୋଡିଥିଲା
  • ୱାକଫ୍‌ ସଂଶୋଧନ ବିଲ୍‌ ଭୋଟିଂରେ NDAକୁ ସମର୍ଥନ ଦେଇ ବିଜେଡି ସମାଲୋଚିତ ହୋଇଛି
  • ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ NDA ସି.ପି. ରାଧାକ୍ରୀଷ୍ଣନ୍ ବଦଳରେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀଙ୍କୁ ସମର୍ଥନ ଦେବାକୁ ବିଜୁ ଜନତା ଦଳର ସମର୍ଥକମାନେ ଚାହୁଁଥିଲେ ।
    ବିଜେଡି ଯଦି ଉପରାଷ୍ଟ୍ରପତି ଭୋଟରେ NDA ପ୍ରାର୍ଥୀଙ୍କୁ ସମର୍ଥନ କରିଥାନ୍ତା, ତାହେଲେ ବିଜେଡି-ବିଜେପିର ଭିତିରି ବୁଝାମଣା ପଦାରେ ପଡ଼ିଥାନ୍ତା
    ଅନ୍ୟପଟେ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତାଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିପାରୁନି । ସେଣ୍ଟ୍ରାଲ ବିଜେପିର ନବୀନଙ୍କ ଭଲ ସେଟିଂ ପାଇଁ ବିଜେଡି ସରକାର ବିରୋଧରେ ବହୁ ଆରୋପ ଲଗା ଯାଇଥିଲେ ମଧ୍ୟ ସେ ଦିଗରେ ବିଜେପି ସରକାର ଚୁପ୍ ବସିଛନ୍ତି । ତେଣୁ ଏ ଦୃଷ୍ଟିରୁ ବିଚାର କଲେ NDA ପ୍ରାର୍ଥଙ୍କୁ ପରୋକ୍ଷ ସପୋର୍ଟ ଦେବା, ନବୀନ ପଟ୍ଟନାୟକଙ୍କର ଥିଲା ଶ୍ରେଷ୍ଠ ବିକଳ୍ପ।