Posts tagged BJD

ଖାତିର କରୁନାହାନ୍ତି ପାଣ୍ଡିଆନ… ସାବାଡ଼ କରିପାରିବେ କି ବରିଷ୍ଠ!

  • ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଟାର୍ଗେଟରେ ପାଣ୍ଡିଆନ
  • ଭୈରବ ପାଣ୍ଡିଆନଙ୍କ ନାଁ ନେଲେ ନାହିଁ, କିନ୍ତୁ ଗଣେଶ ପୂଜାରେ ଅଣଓଡ଼ିଆ ରିଟାୟର୍ଡ ଅଫିସରଙ୍କୁ ନିର୍ଧୁମ ଧୋଇଛନ୍ତି ବଦ୍ରି ପାତ୍ର
  • ଆଉ ସୀମା ନଟପିବାକୁ ବି ଦେଇଛନ୍ତି ଚେତାବନୀ
    କେବଳ ବଦ୍ରି ପାତ୍ରଙ୍କଠି ଏ ଅସନ୍ତୋଷ ଅସୀମିତ ହେଇ ରହିନାହିଁ। ଗଣେଶ ପୂଜା ପରଦିନ, ନୂଆଁଖାଇରେ, ପାଣ୍ଡିଆନଙ୍କୁ ଛିଗୁଲାଇଛନ୍ତି ଅଶୋକ ପଣ୍ଡା ନବୀନ ପଟ୍ଟନାୟକ ଓଡ଼ିଶାର ସମ୍ପତ୍ତି, କାହାର ବ୍ୟକ୍ତିଗତ ନୁହଁନ୍ତି। ଲକ୍ଷ୍ମଣରେଖା ଭିତରେ ରହିବାକୁ ଭୈରବଙ୍କୁ ଇନ୍‌ଡାଇରେକ୍ଟେଲି ଚେତାଇ ଦେଇଛନ୍ତି ଏକାମ୍ର ବିଧାୟକ ଅଶୋକ

ନବୀନଙ୍କୁ ରାଜା ସ୍ୱାଇଁଙ୍କ ଚିଠି, ଦଳ ହାଇଜାକ୍ ନ ହେଉ
ପାଣ୍ଡିଆନଙ୍କୁ ନେଇ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବି ରିଆକ୍ଟିଭ । ସହଜେ ଆଠଗଡ଼ର ରାଜା ବାବୁ, ସେ ତ 8 ଥରର ବିଧାୟକ। ସେ କାହିଁକି ପାଣ୍ଡିଆନଙ୍କୁ ଖାତିରି କରିବେ ଗତ ଏପ୍ରିଲ 9 ତାରିଖରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ରାଜା ସ୍ୱାଇଁପାଣ୍ଡିଆନଙ୍କ କୋଟରୀକୁ ଟାର୍ଗେଟ କରି କିଛି ବ୍ୟକ୍ତିଙ୍କ ଦ୍ୱାରା ବିଜେଡି ହାଇଜାକ୍ ନହେଉ ବୋଲି ନବୀନଙ୍କୁ ଜଣାଇଥିଲେ। ଆଉ ଏବେ ପାଣ୍ଡିଆନଙ୍କୁ ଚିଡ଼ାଇବା ପାଇଁ ଆଇ ଆମ ଡାଉନ, ନଟ୍ ଆଉଟ ବୋଲି ଆଠଗଡ଼ର ଏକ ଜନସଭାରେ କହିଛନ୍ତି।

ପାଣ୍ଡଆନଙ୍କ ରି-ଲଞ୍ଚିଂ ପ୍ଲାନ୍‌ ଡ୍ୟାମେଜ୍‌
କିନ୍ତୁ ଅଣ ଓଡ଼ିଆ ପାଣ୍ଡିଆନ, କିଚକେ ବାହୁବଳେ ବିରାଟ ରାଜା ପରି, ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ମାତିଛନ୍ତି। ଅସୁସ୍ଥ ନବୀନଙ୍କୁ ମେଡିକାଲରେ ଭେଟିବାକୁ ଆସିଥିବା ରାଜା ସ୍ୱାଇଁଙ୍କ ଉପରେ ତୋଢ଼ ଦେଖାଇଥିଲେ। ରାଜା ସ୍ୱାଇଁ ମେଡିକାଲରୁ ଗଲା ପରେ, ତାଙ୍କୁ ଦଳରୁ  ସସ୍‌ପେଣ୍ଡ କରିଦେବେ ବୋଲି ପାଣ୍ଡିଆନ ଧମକ ଦେଇଥିଲେ । ଯାହାକି ଏବେ ବୁମେରାଂ ହେଲାଣି । ଆଉ ପାଣ୍ଡଆନଙ୍କ ରି-ଲଞ୍ଚିଂ ପ୍ଲାନ୍‌କୁ ଡ୍ୟାମେଜ୍‌ କଲାଣି।
ପାଣ୍ଡିଆନ ଦମ୍ପତ୍ତିଙ୍କୁ ବରିଷ୍ଠ ନେତାଙ୍କ ବିରୋଧ
ବିଜୁ ଜନତା ଦଳର ସଦସ୍ୟ ନହୋଇ ଦଳୀୟ ବ୍ୟାପାରରେ ମୁଣ୍ଡ ପୁରାଉଛନ୍ତି ଭୈରବ ପାଣ୍ଡିଆନ । ଏପରିକି ତାଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ପରାଜିତ ନେତା ବବି ଦାସ, ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା ଏବଂ ଅତନୁ ସବ୍ୟସାଚୀଙ୍କ ସହ ବୈଠକ କରୁଛନ୍ତି। ପାଣ୍ଡିଆନ ଦମ୍ପତ୍ତିଙ୍କର ଏଭଳି କାର୍ଯ୍ୟକଳାପକୁ ଘୋର ବିରୋଧ କରୁଛନ୍ତି ବିଜେଡିର ବରିଷ୍ଠ ନେତାଏ

ଅସନ୍ତୁଷ୍ଟ ବରିଷ୍ଠ ନେତାଙ୍କ ସହ ସ୍ୱର ମେଳାଇଛନ୍ତି BJD ସାଂସଦ ଦେବାଶିଷ ସାମନ୍ତରାୟ। ଓଡ଼ିଆ ଖବର କାଗଜ ସମ୍ବାଦକୁ ସାକ୍ଷାତକାର ଦେଇ, ପାଣ୍ଡିଆନଙ୍କୁ ଜଣେ ଅହଂକାରୀ ବୋଲି କହିଛନ୍ତି। ଓଡ଼ିଶା ପାଇଁ ପାଣ୍ଡିଆନଙ୍କର ଅବଦାନ କିଛି ନାହିଁ। କିନ୍ତୁ କ୍ଷମତା ଲୋଭରେ ପାଣ୍ଡିଆନ ଏତେ ମସୁଗୁଲ୍ ଯେ ସେ ଭୁଲି ଯାଉଛନ୍ତି, ସରକାରୀ ଚାକିରୀ ଏବଂ ରାଜନୀତି ସମାନ ନୁହେଁ । ସେ ନବୀନ ପଟ୍ଟନାୟକଙ୍କର ପ୍ରିୟ ହୋଇପାରନ୍ତି, କିନ୍ତୁ ବିଜୁ ଜନତା ଦଳର ନୁହଁ…

ସଞ୍ଜୟଙ୍କୁ ସାଂସଦଙ୍କ ପ୍ରଶ୍ନ: ଆମକୁ ନପଚାରି ଦିଲ୍ଲୀ କାହିଁକି ଆସିଲ ?

ସଞ୍ଜୟ ଦାସବର୍ମାଙ୍କୁ BJDର ରାଜ୍ୟସଭା ସାଂସଦ ପଚାରିଲେ, ଆମକୁ ନଜଣାଇ କାହିଁକି ଆସିଲ ଦିଲ୍ଲୀ? ଆମକୁ ନପଚାରି ନିର୍ବାଚନ କମିଶନଙ୍କୁ କାହିଁକି ଭେଟିଲ? ନିର୍ବାଚନ କମିଶନଙ୍କ ଭେଟିବା ପାଇଁ ପ୍ରସ୍ତୁତ ଲିଷ୍ଟରୁ ଆମ ନାଁ କାହିଁକି ବାଦ୍ ଦିଆଗଲା? କେଉଁ ଅଧିକାରରେ ଏପରି ଉଦ୍ୟମ କରିଛନ୍ତି ବୋଲି ସଞ୍ଜୟଙ୍କୁ ପଚାରିଲେ BJD ସାଂସଦ ସଞ୍ଜୟ ଦାସବର୍ମା ହେଉଛନ୍ତି ସେହି ନେତା, ଯାହାଙ୍କ ପାଇଁ ପୁରୀ ଜିଲ୍ଲା BJDରେ ଅନେକ ଗୋଷ୍ଠୀ ଲଗାତର ପରାଜିତ ହୋଇ ମଧ୍ୟ ଦଳରେ ଜାହିର କରୁଛନ୍ତି ନିଜର ସ୍ଥିତି । କେବଳ ସଞ୍ଜୟ ଦାସବର୍ମା ନୁହଁନ୍ତି ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କୁ ମଧ୍ୟ ଘେରିଛନ୍ତି BJDର 6 ସାଂସଦ ।

ତେବେ ବିବାଦର ମୂଳବିନ୍ଦୁ ହେଲା-2024 ସାଧାରଣ ନିର୍ବାଚନରେ ମତଦାନରେ ଅନିୟମିତତାର ଅଭିଯୋଗକୁ ନେଇ ଏହି ପ୍ରସଙ୍ଗରେ ପୂର୍ବରୁ BJDର ପ୍ରତିନିଧି ଦଳ 23 ଡିସେମ୍ବର 2024 ଏବଂ 11 ମାର୍ଚ୍ଚ 2025ରେ 2 ଥର ନିର୍ବାଚନ କମିଶନଙ୍କୁ ଭେଟିଥିଲେ। ଉଭୟ ଥର ସାକ୍ଷାତ ପାଇଁ BJDର ସାଂସଦ ମାନେ ନିର୍ବାଚନ କମିଶନଙ୍କ ସହ ସାକ୍ଷାତ ସମୟ ସ୍ଥିର କରିବା ସହ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। କିନ୍ତୁ 19 ଅଗଷ୍ଟ 2025(ଗତକାଲି)ରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ସମୟରେ ସାଂସଦ ମାନଙ୍କୁ ପଚରା ଗଲା ନାହିଁ। ସଂସଦର ମୌସୁମୀ ଅଧିବେଶନ ଚାଲିଛି, ସମସ୍ତ ସାଂସଦ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି, କିନ୍ତୁ ସୁଲତା ଦେଓଙ୍କ ବ୍ୟତୀତ ଅନ୍ୟ କାହାରିଙ୍କୁ ଅବଗତ କରାଯାଇ ନଥିଲା।
ଦେବୀ ମିଶ୍ର ହଟହଟା
ଏହାକୁ ନେଇ ବିଜୁ ଜନତା ଦଳରେ ଘମାସନ। ନିର୍ବାଚନ କମିଶନଙ୍କୁ ସାକ୍ଷାତ ପାଇଁ ପ୍ରଦାନ ହୋଇଥିବା ତାଲିକାରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅମର ପଟ୍ଟନାୟକ, ଭୃଗୁ ବକ୍ସିପାତ୍ର ଏବଂ ସାଂସଦ ସୁଲତା ଦେଓଙ୍କ ନାମ ଥିଲା। ତେବେ ଦିଲ୍ଲୀରେ ଉପସ୍ଥିତ ଥାଇ ସୁଦ୍ଧା ଅନ୍ୟ ସାଂସଦଙ୍କୁ କାହିଁକି ଡକା ଯାଉନାହିଁ ବୋଲି ଦଳୀୟ ସାଂସଦ ମାନେ କହିବା ପରେ ଦେବୀ ମିଶ୍ର ଫୋନ କରି ଆସିବାକୁ ସେମାନଙ୍କୁ ଅନୁରୋଧ କରିଥିଲେ। ଆମ ନାମ ପ୍ରଥମରୁ କାହିଁକି ନାହିଁ ବୋଲି କେତେ ଜଣ ସାଂସଦ ପଚାରିବାରୁ ଦେବୀ ମିଶ୍ର ଉତ୍ତର ଦେଇପାରି ନଥିଲେ। ଫଳରେ ନିର୍ବାଚନ କମିଶନଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ଏବଂ ସାମ୍ବାଦିକ ସମ୍ମିଳନୀକୁ ସାଂସଦ ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ଶୁଭାଶିଷ ଖୁଣ୍ଟିଆ, ନିରଞ୍ଜନ ବିଶି, ମୁଜିବୁଲ୍ଲା ଖାନ ଓ ଦେବାଶିଷ ସାମନ୍ତରାୟ ବର୍ଜନ କଲେ।

 ସାଂସଦମାନେ ଗଲେ କୁଆଡେ?
ଅନ୍ୟପଟେ ସାକ୍ଷାତ ବେଳେ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର BJD ପ୍ରତିନିଧି ଦଳଙ୍କୁ ପଚାରିଲେ, ଦଳର ଅନ୍ୟ ସାଂସଦ କୁଆଡ଼େ ଗଲେ? ଏହାପରେ କନ୍‌ଷ୍ଟିଚ୍ୟୁସନ୍ କ୍ଲବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ 6 ସାଂସଦ ଅନୁପସ୍ଥିତ ରହିଲେ। ଶୁଣିବାକୁ ମିଳୁଛି ସଞ୍ଜୟ ଦାସବର୍ମା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ BJD ସାଂସଦଙ୍କୁ ନିର୍ବାଚନ କମିଶନଙ୍କ ସହ ସାକ୍ଷାତ ଏବଂ ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ।
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ

ପାଣ୍ଡିଆନଙ୍କ ଧମକ, ନବୀନଙ୍କ ବିଷୟରେ ପଚାରିଲେ ପିଟିକି ବିଦା କରିଦେବେ

ବିଜୁ ଜନତା ଦଳର ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କୁ ଭୈରବ ପାଣ୍ଡିଆନଙ୍କ ଧମକ । VRS ନେଇଥିବା ଏହି ଅଣଓଡ଼ିଆ ଅଫିସର ଭୈରବ ପାଣ୍ଡିଆନ, ନାଲିଆଖି ଦେଖାଇ BJD ନେତାଙ୍କୁ କହିଲେ..

  • I am Down, Not Out
  • ଦରକାର ପଡିଲେ ଏଇଠୁ ପିଟି ପିଟି ବିଦା କରିଦେବି
  • ନବୀନଙ୍କ ଭାଇ(ପ୍ରେମ ପଟ୍ଟନାୟକ)ଙ୍କୁ କହି BJDରୁ ସସ୍‌ପେଣ୍ଡ କରିଦେବି
    ଆପଣଙ୍କୁ ଏକଥା ସବୁ ଟିକେ ଅଡ଼ୁଆ ଲାଗୁଥିବ । ହେଲେ ଏକଥା ଆମେ କହୁନାହୁଁ ବରଂ ଏହି ଶବ୍ଦ ଗୁଡ଼ିକ ଭୈରବ ପାଣ୍ଡିଆନଙ୍କର । ଯିଏ ଏବେ BJD ମୁଣ୍ଡରେ ବସି ତାଣ୍ଡବ କରୁଛନ୍ତି । ନବୀନ ନିବାସ କି ଶଙ୍ଖଭବନରେ ନୁହେଁ, ସମ୍ ହସ୍ପିଟାଲ କରିଡରରେ BJD ନେତାଙ୍କୁ ପିଟିବେ ବୋଲି କହିଛନ୍ତି ଭୈରବ ।
    ତେବେ ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଓରଫ ରାଜା ସ୍ୱାଇଁଙ୍କୁ ଟାର୍ଗେଟ କରିଥିଲେ ଭୈରବ । କିନ୍ତୁ ରାଜା ସ୍ୱାଇଁଙ୍କୁ ନପାଇ କ୍ରୀତଦାସ ମାର୍କା BJD ନେତା ପ୍ରଣବ ପ୍ରକାଶ ଦାସଙ୍କ ସମେତ ସଞ୍ଜୟ ଦାସବର୍ମା, ପ୍ରଣବ ବଳବନ୍ତ ରାୟଙ୍କ ଦେଖାଇ ଭୀଷଣ ଗାଳି ଦେଲେ ଭୈରବ। ଆଉ ସେଠି ଉପସ୍ଥିତ ଥିଲେ BJD ବିଧାୟକ ଅରୁଣ ସାହୁ, ସୁଶାନ୍ତ ରାଉତ, ବ୍ୟୋମକେଶ ରାୟ, ବିଶ୍ୱରଞ୍ଜନ ମଲ୍ଲିକଦେବୀରଞ୍ଜନ ତ୍ରିପାଠୀଙ୍କ ସହ ଅନେକ ଯୁବଛାତ୍ର ସଂଗଠନର ସଦସ୍ୟ।

ତେବେ ଘଟଣାର ମୂଳ ବିନ୍ଦୁ ହେଉଛନ୍ତି BJD ସଭାପତି ନବୀନ ପଟ୍ଟନାୟକ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ଭୁବନେଶ୍ୱର ସମ୍ ଅଲଟି-ମେଟ୍ ମେଡିକାଲରେ ରବିବାର ସଂଧ୍ୟାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଦେଖିବା ପାଇଁ BJDର ବରିଷ୍ଠ ନେତାମାନେ ସେଠାରେ ପହଞ୍ଚିଥିଲେ। ହେଲେ ସେଇଠି ନବୀନଙ୍କୁ ଭେଟିବେ କ’ଣ ଓଲଟା ପାଣ୍ଡିଆନଙ୍କ ଠାରୁ ଗାଳି ମନ୍ଦ ଶୁଣିଥିଲେ।
ଡାକ୍ତରଙ୍କ ସୂଚନା ଅନୁସାରେ 2 ଦିନ ହେବ ନବୀନଙ୍କର ଝାଡ଼ାବାନ୍ତି ହେଉଥିଲା । କିନ୍ତୁ ତାଙ୍କୁ ତୁରନ୍ତ ମେଡିକାଲ ନିଆ ଯାଇନଥିଲା। ଏକଥା ଶୁଣି ରାଜା ସ୍ୱାଇଁ ହସ୍ପିଟାଲରେ ଉପସ୍ଥିତ ଥିବା ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନଙ୍କୁ ପଚାରିଲେ, ଯଦି ନବୀନ ବାବୁ‌ଙ୍କ ଦେହ 2 ଦିନ ହେବ ଖରାପ ହେଲାଣି ତେବେ ତାଙ୍କୁ ତୁରନ୍ତ ମେଡିକାଲ କାହିଁକି ଅଣା ଯାଇନଥିଲା? ହେଲେ ସୁଜତା ଉତ୍ତର ଦେଇନଥିଲେ ସେଠାରୁ ରାଗ ତମତମ ହୋଇ ଚାଲି ଯାଇଥିଲେ। ଏହାର କିଛି ସମୟ ପରେ ଭୈରବ ପାଣ୍ଡିଆନ ସେଠାରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ରାଜା ସ୍ୱାଇଁ ହସ୍ପିଟାଲରୁ ବାହାରି ଯାଇଥିଲେ।
     ରାଜା ସ୍ୱାଇଁଙ୍କୁ ନପାଇ, ହସ୍ପିଟାଲରେ ଥିବା ଅନ୍ୟ BJD ନେତାଙ୍କୁ ଧମକାଇ ପାଣ୍ଡିଆନ କହିଲେ I am Down, Not Out’ମୁଁ ଚାହିଁଲେ ନବୀନ ପଟ୍ଟନାୟକଙ୍କ ବଡ ଭାଇଙ୍କୁ କହି ବିଜୁ ଜନତା ଦଳରୁ ସସ୍‌‌ପେଣ୍ଡ କରିଦେବି । ଏଇଠୁ ପିଟି ପିଟି ବିଦା କରିଦେବି’।
ତେବେ ଏଠି ପ୍ରଶ୍ନ,

  • ଭୈରବ ପାଣ୍ଡିଆନ କିଏ ? ଏବେ ବି କଣ ସେ BJDରେ ଅଛନ୍ତି? ନା ସେ ଜଣେ ନେତା ନା ସେ ଜଣେ BJD କର୍ମୀ ? ଦଳର କିଛି ପଦରେ ନଥାଇ ଏଭଳି ଧମକ ଦେବାକୁ ସାହସ ପାଉଛନ୍ତି କେମିତି ?
  • ଓଡ଼ିଶାର 24 ବର୍ଷ ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ କ’ଣ କେବଳ ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କର ?
    କଥା ଏଇଠି ସରି ନାହିଁ… ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଧ୍ୟ ନବୀନଙ୍କୁ ଭେଟିବାକୁ ମେଡିକାଲରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ଭେଟିବାକୁ ଦେଇନଥିଲେ ଭୈରବ । ବରଂ ଅତି ଅସମ୍ମାନନୀୟ ଢଙ୍ଗରେ ଭକ୍ତ ଦାସଙ୍କୁ କହିଲ, ଡାକ୍ତର ମାନଙ୍କୁ କାହିଁକି ପଚାରୁଛ । ଏହାପରେ ଭକ୍ତ ଦାସ ପାଣ୍ଡିଆନଙ୍କୁ କହିଥିଲେ. ‘ତମେ ସେହି ଲୋକ ନା, ଯିଏ ମୋ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଉପ-ଜିଲ୍ଲାପାଳ ଥିଲBJDକୁ ପକେଟ୍ ପୂରାଇ ଥିବା ଭୈରବ ଭକ୍ତଙ୍କୁ ଜବାବ ଦେଇଥିଲେ, ସେତେବେଳେ ଆପଣ ପରାଜିତ ହୋଇଥିଲେପୁଣି ଭକ୍ତ ପଚାରିଥିଲେ.. ବିଜୁ ବାବୁ ଯେତେବଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ ତାଙ୍କୁ ସମସ୍ତେ ଭେଟି ପାରୁଥିଲେ, କିନ୍ତୁ ନବୀନଙ୍କୁ କାହିଁକି ନୁହେଁ?

ପଲିଟିକାଲ୍ ସିଷ୍ଟମକୁ ହତ୍ୟା କରି ଓଡ଼ିଶାରେ ଅଫିସର ରାଜ ଚଳାଉ ଥିବା ପାଣ୍ଡିଆନଙ୍କୁ ତ ଓଡ଼ିଶାବାସୀ ଭୋଟ ମାଧ୍ୟମରେ ପ୍ରତ୍ୟାଖାନ କଲେ। କ୍ରୀତଦାସ ମାନସିକତା ରଖିଥିବା BJD ନେତାମାନେ, ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କ ଗୋଲାମୀରୁ ନିଜକୁ ମୁକ୍ତ କରାଇବେ ?

ଛାତ୍ରଛାତ୍ରୀ ପିନ୍ଧିବେ ଗେରୁଆ ରଙ୍ଗର ଆଇ କାର୍ଡ !

ସରକାର ବଦଳିବା ପରେ ତେଜୁଛି ରଙ୍ଗ ରାଜନୀତି। ଅଫିସର, ସ୍କୁଲ୍ ବସଠାରୁ ଆରମ୍ଭ କରି ପ୍ରତେକ କ୍ଷେତ୍ରରେ ରଙ୍ଗର ପରିବର୍ତ୍ତନ ହେଉଛି । ପୂର୍ବ ସରକାର ସବୁଥିରେ ପାର୍ଟିର କଲର (ସବୁଜ) ବୋଳିଥିଲା ବେଳେ ବିଜେପି ସରକାର ତାଙ୍କର ପାର୍ଟି କଲର (ଗେରୁଆ) ବୋଳିବାରେ ବ୍ୟସ୍ତ । ସ୍କୁଲ କାନ୍ଥ ପରେ ଏବେ ପଡ଼ିଛି ସ୍କୁଲ ପିଲାଙ୍କ ପାଳି। ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ରରେ ଗେରୁଆ ରଙ୍ଗ ଲାଗିବ।  ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି।

ବଦଳିବ ଆଇ କାର୍ଡ ରଙ୍ଗ
ସରକାର ବଦଳିଲା ପରେ ସ୍କୁଲ ପିଲାଙ୍କ ଆଇ କାର୍ଡର ରଙ୍ଗ ବଦଳିବାକୁ ଯାଉଛି। BJD ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଏଥର  ଛାତ୍ରଛାତ୍ରୀ ଗେରୁଆ ରଙ୍ଗର ଆଇକାର୍ଡ ପିନ୍ଧିବେ । ଯେଉଁଥିରେ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍‌ ନମ୍ବର ଓ ଫୋନ୍‌ ନମ୍ବର ରହିବ । ପ୍ରଧାନଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବ। କେବଳ ଆଇ-କାର୍ଡ ରଙ୍ଗ ବଦଳି ନାହିଁ, ବରଂ ସ୍ଲୋଗାନ୍‌ ମଧ୍ୟ ବଦଳାଇ ଦିଆଯାଇଛି। ବିଜେଡି ସରକାର ସମୟରେ ପିଲାଙ୍କ ୟୁନିଫର୍ମ ଓ ଟୋପିରେ ‘ଆମେ ଗଢ଼ିବୁ-ନୂଆ ଓଡ଼ିଶା’ ସ୍ଲୋଗାନ ଲେଖାଯାଇଥିଲା । ମାତ୍ର ଏଥର ସ୍ଲୋଗାନ୍‌ ପରିବର୍ତ୍ତନ କରାଯାଇ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀଙ୍କ ପିଛା ୫୦୦ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ। ସେଥିରୁ ୨୦୦ ଟଙ୍କାରେ ଗୋଟିଏ ହଳ ଜୋତା ଓ ଦୁଇ ହଳ ମୋଜା, ୧୨୫ ଟଙ୍କାରେ ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କାରେ ଗୋଟିଏ ଟ୍ରାକ୍‌ ପ୍ୟାଣ୍ଟ, ୩୦ ଟଙ୍କାରେ ଗୋଟିଏ ଟୋପି ଓ ୨୦ ଟଙ୍କାରେ ଗୋଟିଏ ପରିଚୟପତ୍ର ଦିଆଯିବ। ପିଲାଙ୍କ ଜୋତା ରଙ୍ଗ କଳା ଓ ମୋଜା ରଙ୍ଗ ଧଳା ରହିବ।

BJDର ଲୋକସେବା ଭବନ ଘେରାଉ, ବବି-ଡ଼ାନୀଙ୍କୁ ପୋଲିସର ଗୁଳିମାଡ଼

ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଆକ୍ସନ ମୋଡରେ ବିଜେଡ଼ି। ନ୍ୟାୟ ଦାବିରେ ଲୋକସେବା ଭବନ ଘେରାଉ କରୁଥିବା ବେଳେ ବିଜେଡ଼ି କର୍ମୀଙ୍କ ଉପରେ ପାଣିମାଡ଼ ସହ ନେତାଙ୍କୁ ଗୁଳିମାଡ଼ କରିଛି ପୋଲିସ। ଅନେକ ବରିଷ୍ଠ ନେତାଙ୍କୁ ପୋଲିସ ଉଠାଇନେବା ସହ ବିଜେଡି ନେତାଙ୍କୁ ରବର ବୁଲେଟ ଫାୟାରିଂ କରିଛି । ପୋଲିସର ଲୁହବୁହା ଗ୍ୟାସ ମାଡ଼ରେ ଅନେକ ବରିଷ୍ଠ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା ବେଳେ ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) , ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ (ଡାନୀ) ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରଣବ ପ୍ରକାଶ ଦାସ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଉତ୍କଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ଛାତିରେ ରବର ବୁଲେଟ ବାଜିଛି ।

ପୋଲିସ ଟାର୍ଗେଟରେ ବିଜେଡି ନେତା
ବିଜେଡ଼ି ନେତାଙ୍କୁ ଟାର୍ଗେଟ କରି ପୋଲିସ ରବର ବୁଲେଟ ଫାୟାରିଂ କରିଥିବା ଅଭିଯୋଗ ହେଉଛି । ବାଲେଶ୍ୱରରେ ଏ ଫ୍ ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାରେ ନ୍ୟାୟ ଦାବୀ ନେଇ ବିଜେଡି ଲୋକସେବା ଭବନ ଘେରାଉ କରିଥିଲା ବେଳେ ପୋଲିସ ବର୍ବରତାର ସୀମା ଟପିଛି । ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ ଆଦିଙ୍କୁ ଉଠାଇ ନେଇଥିଲା ବେଳେ ଅନେକଙ୍କୁ ଗୁଳି ମାଡ଼ ବି କରିଛି। ବିରୋଧୀ ଦଳ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ବିଜେଡି ତରଫରୁ ଘୋର ବିରୋଧ କରାଯାଉଛି।