Posts tagged BijuPatnaikSportsAward

ଅଣ ଓଡ଼ିଆଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

  • ଓଡ଼ିଆ ଅସ୍ମିତାକୁ ଶକ୍ତ ଚାପୁଡ଼ା
  • ଓଡ଼ିଆ ଖେଳାଳୀଙ୍କୁ ଅଣଦେଖା
  • ଛତିଶଗଡ଼ ପ୍ରୀତିରେ ଅଣ ଓଡ଼ିଆ IAS ଅଫିସର
  • ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନକୁ ଶସ୍ତା କରିଦେଲେ କ୍ରୀଡ଼ାମନ୍ତ୍ରୀ
  • ଛତିଶଗଡ଼ ଖେଳାଳୀଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ
  • ବିଜୁ ଜନତା ଦଳର ତାମିଲ ପ୍ରୀତି, ଓଡ଼ିଶା ବିଜେପିର ଛତିଶଗଡ଼ ପ୍ରୀତି
  • ଓଡ଼ିଶାର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରକୁ ନେଇ ପୁଣି ବିବାଦ ଗତବର୍ଷ କ୍ରୀଡ଼ା ସମ୍ମାନରୁ ବିଜୁ ପଟ୍ଟନାୟକଙ୍କ ନାଁ ହଟାଇ ଦେଇଥିଲେ ଏବର୍ଷ ଛତିଶଗଡ଼ର ଅନିମେଷ କୁଜୁରଙ୍କୁ ପୁରସ୍କାର ଦେଇଦେଲେ। ଯାହାକୁ ନେଇ ତୁମ୍ବି ତୋଫାନ।

ଗତ ଅଗଷ୍ଟ 29 ତାରିଖ ଥିଲା ଜାତୀୟ କ୍ରୀଡ଼ା ଦିବସ ଓଡ଼ିଶା ସରକାରଙ୍କ ପକ୍ଷରୁ 2024 ବର୍ଷ ପାଇଁ 8ଟି ବିଭାଗ ନିମନ୍ତେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଗଲା, ଯାହାଙ୍କ ମଧ୍ୟରେ ଥିଲେ ଅନିମେଷ କୁଜୁରଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଥିବା ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ହାଇ ପର୍‌ଫରମାସ୍ ସେଣ୍ଟରରେ ରହୁଛନ୍ତି ଅନିମେଷ। ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ କରୁଛନ୍ତି । କିନ୍ତୁ ତାଙ୍କର ନିଜ ଘର ହେଉଛି ପଡ଼ୋଶୀ ରାଜ୍ୟ ଛତିଗଡ଼ର ଯଶପୁର ଜିଲ୍ଲା ଘୁଇଟାଙ୍ଗର ଗ୍ରାମରେ। ନିୟମ ଅନୁସାରେ କେବଳ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା କ୍ରୀଡ଼ାବିତ୍ ହିଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇବାକୁ ହକଦାର। ମାତ୍ର ଏଥର ଆୱାର୍ଡ ପାଇଛନ୍ତି ଅଣ ଓଡ଼ିଆ  ।

22 ବର୍ଷୀୟ ଅନିମେଷ ବର୍ତ୍ତମାନ ଦେଶର ଦ୍ରୁତତମ ଧାବକ ଭାବେ ଜଣାଶୁଣା। 100 ଏବଂ 200 ମିଟର ରନିଂ ରେସରେ ନ୍ୟାସନାଲ୍ ରେକର୍ଡର ଅଧିକାରୀଏପରିକି, ଚଳିତ ମାସ 13ରୁ ଟୋକିଓରେ ହେଉଥିବା ବିଶ୍ୱ ଆଥଲେଟିକ୍ସ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରିବେ। ଅନିମେଷଙ୍କ ଟ୍ୟାଲେଣ୍ଟକୁ ନେଇ ସନ୍ଦେହ ନାହିଁକିନ୍ତୁ ତାଙ୍କୁ ପୁରସ୍କାର ଦେବା ଆଇନ ବିରୋଧୀ ।ନିୟମ ଅନୁସାରେ, ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପାଇବା ପାଇଁ ଜଣେ ପ୍ରାର୍ଥୀ, ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେନଚେତ୍ ଅତି କମରେ 7 ବର୍ଷ ହେବ ଓଡ଼ିଶାରେ ରହୁଥିବେସେହି ନିୟମ ଯୋଗୁ ମାଇକେଲ୍ କିଣ୍ଡୋଙ୍କ ଭଳି ମହାନ ହକି ଖେଳାଳି, ମରିଗଲେ ପଛେ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇ ପାରିଲେ ନାହିଁ

ଅନ୍ୟପଟେ ଛତିଶଗଡ଼ର ଅନିମେଷ କୁଜୁର 2023ରେ ବର୍ଷେ ପାଇଁ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବା ଲାଗି ଅନୁମତି ପାଇଥିଲେ ଗୋଟିଏ ବର୍ଷ ପୂରଣ ପରେ ବିନା ଅନୁମତି ପତ୍ରରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି ପ୍ରଶ୍ନ ଉଠୁଛି, 2002ରୁ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ସମ୍ମାନ ପାଇବା ପାଇଁ କଣ ଆମ ରାଜ୍ୟର କୌଣସି ଖେଳାଳି ଯୋଗ୍ୟ ନଥିଲେ ?
ତେବେ ରାଜ୍ୟ କ୍ରୀଡ଼ା ପୁରସ୍କାର ପାଇଁ ଯୋଗ୍ୟ ପ୍ରାର୍ଥୀ ବାଛିବା ଦାୟିତ୍ୱ ଏକ କମିଟିରଅଣଓଡ଼ିଆ IAS କ୍ରୀଡ଼ା ସଚିବ ସଚିନ୍ ରାମଚନ୍ଦ୍ର ଯାଦବ କମିଟିର ଅଧ୍ୟକ୍ଷ ଥିଲାବଳେ କ୍ରୀଡ଼ା ନିର୍ଦ୍ଦେଶକ ଯେଦୁରା ବିଜୟ ହେଉଛନ୍ତି ଆବାହକଏହା ବ୍ୟତୀତ ଜଣେ ଅଲିମ୍ପିଆନ୍, ଅର୍ଜୁନ ପୁରସ୍କାର ବିଜେତା, ବିଜୁ ପଟ୍ଟନାୟକ ପୁରସ୍କାର ବିଜୟୀ କ୍ରୀଡ଼ାବିତ୍ ଓ କ୍ରୀଡ଼ା ସାମ୍ବାଦିକ, ଓଡ଼ିଶା ଅଲମ୍ପିକ ସଂଘର ସମ୍ପାଦକ ଓ ଜଣେ ବେସରକାରୀ କ୍ରୀଡା ପ୍ରଶାସକ ସେହି କମିଟିର ସଦସ୍ୟI
ମନୋନୟନ କମିଟି ଯୋଗ୍ୟ ପ୍ରାର୍ଥୀ ସ୍ଥିର କରିବା ପରେ ଅନୁମୋଦନ ପାଇଁ ତାଲିକା, ଯାଇଥିଲା କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ପାଖକୁ। କିନ୍ତୁ ମନୋନୀତ ପ୍ରାର୍ଥୀଙ୍କ ତାଲିକା ପୁରସ୍କାର ପ୍ରଦାନ ଉତ୍ସବ ପର୍ଯ୍ୟନ୍ତ ଗୁପ୍ତ ରଖାଯାଇ ଥିଲା। ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପାଇଁ ଅନିମେଷ କୁଜୁରଙ୍କ ନାଁ ଆସିବା ବେଳେ ଏହାର ଦୃତ ପ୍ରତିବାଦ କରିଥିଲେ ଉପସ୍ଥିତ କ୍ରୀଡ଼ା ସାମ୍ବାଦିକ । କିନ୍ତୁ ଅନ୍ୟମାନେ ଅନିମେଷଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ଦର୍ଶାଇ ଛତିଶଗଡ଼ ହାତକୁ ଟେକିଦେଲେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର