Posts tagged Bhubaneswar

ରାଜଧାନୀରେ ପାଠ ପଢିବାକୁ ରାଜି ନାହାନ୍ତି ପୁଅ

ଭୁବନେଶ୍ୱରରେ ପ୍ରାଥମିକ ଶିକ୍ଷାର ସ୍ଥିତି ଧିରେଧିରେ ସଙ୍କଟାପନ୍ନ ହେଉଛି । ରାଜଧାନୀରେ ଶିକ୍ଷା ବ୍ୟବସ୍ଥା ସୁଦୃଢ ହେବା ପରିବର୍ତ୍ତେ ଦୂର୍ବଳ ହେଉଛି । ଶିକ୍ଷକ ଶିକ୍ଷୟତ୍ରୀଙ୍କଠାରୁ ଆରମ୍ଭ କରି  ଜିଲ୍ଲା ଶିକ୍ଷା ଅଧିକାରୀଙ୍କଉଦ୍ୟମ ସତ୍ତ୍ୱେ ଟାର୍ଗେଟ ହାସଲ ହେଇ ପାରୁନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସାରା ରାଜ୍ୟରେ ଚାଲୁଥିବା ଆସ ସ୍କୁଲ୍‌ ଯିବା ସଫଳ ହୋଇ ପାରୁନାହିଁ । ଏହି ଅଭିଯାନରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ଯେଉଁ ଚିତ୍ର ନଜରକୁ ଆସିଛି, ତାହା ବେଶ୍‌ ଚିନ୍ତାଜନକ। ଭୁବନେଶ୍ୱର ମହାନଗର ନିଗମ(BMC) ଓ ଭୁବନେଶ୍ୱର ବ୍ଲକ୍‌ ଅଞ୍ଚଳରେ ୧୩୦୦ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲ ବାହାରେ ରହିଛନ୍ତି। ଭୁବନେଶ୍ବର ବ୍ଲକ୍‌‌ରେ ୬ରୁ ୧୮ ବର୍ଷ ବୟସ ମଧ୍ୟରେ ପ୍ରାୟ ୪୦୦ ଛାତ୍ରଛାତ୍ରୀ ସ୍କୁଲ୍‌ ବାହାରେ ଅଛନ୍ତି। BMCରେ ଏହାର ସଂଖ୍ୟା ୧୦୦୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଆଦୌ ସ୍କୁଲ୍‌ ଆସି ନଥିବା ପିଲାଙ୍କଠାରୁ ଡ୍ରପ୍‌ ଆଉଟ୍‌ ସଂଖ୍ୟା ଅଧିକ। ପାଠପଢ଼ା ଛାଡ଼ୁଥିବା ଝିଅଙ୍କ ତୁଳନା‌ରେ ପୁଅଙ୍କ ସଂଖ୍ୟା ଢ଼େର୍‌ ଅଧିକା ।

ପାଠ ଛାଡ଼ୁଛନ୍ତି ପୁଅ
ଆସ ସ୍କୁଲ୍‌ ଯିବା ସର୍ଭେ ତଥ୍ୟ ଅନୁସାରେ ଭୁବନେଶ୍ୱର ବ୍ଲକ୍‌ରେ ୧୪୫ ଝିଅ ଓ ୧୮୩ ‌ପୁଅ ପାଠପଢ଼ା ଛାଡ଼ିଛନ୍ତି। ‌ ୩୨ ଝିଅ ଓ ୪୮ପୁଅ ଆଦୌ ସ୍କୁଲ୍‌ ଆସି ନାହାନ୍ତି। ସେହିଭଳି ବିଏମ୍‌ସି ଅଞ୍ଚଳରେ ଥିବା ସ୍କୁଲରୁ ୩୨୫ ଝିଅ ଓ ୪୬୪ ପୁଅ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ସେହିପରି ୨୧୧ ଝିଅ ଓ ୨୭୮ ପୁଅ ସ୍କୁଲରେ ଆଦୌ ନାମ ଲେଖାଇ ନାହାନ୍ତି। ଦିବ୍ୟାଙ୍ଗ ପିଲାଙ୍କ ସଂଖ୍ୟାକୁ ମିଶାଇ ମୋଟ୍‌ ୧୨୭୮ଜଣ ବିଦ୍ୟାଳୟ ବାହାରେ ଅଛନ୍ତି।
ମାଟ୍ରିକ୍‌ ଓ ଯୁକ୍ତ ୨ ପରେ ଅଧିକ ଛାତ୍ରଛାତ୍ରୀ ପାଠପଢ଼ା ଛାଡୁଛନ୍ତି। ଭୁବନେଶ୍ୱର ବ୍ଲକ୍‌ରେ ୧୫ ବର୍ଷ ବୟସରେ ୪୯ ପିଲା ଏବଂ ବିଏମ୍‌ସିରେ ୯୨ ପିଲା ପାଠ ଛାଡ଼ିଛନ୍ତି। ୧୬ବର୍ଷ ବୟସରେ ବ୍ଲକ୍‌ରେ ୭୩ ଜଣ ଓ ବିଏମ୍‌ସିରେ ୧୫୦, ୧୭ ବର୍ଷ ବୟସରେ ବ୍ଲକ୍‌ରେ ୮୬ ଓ ବିଏମ୍‌ସିରେ ୨୪୦ ଏବଂ ୧୮ ବର୍ଷ ବୟସରେ ବ୍ଲକ୍‌ରେ ୩୫ ଓ ବିଏମ୍‌ସିରେ ୧୧୩ ପିଲା ପାଠପଢ଼ା ଛାଡ଼ିଛନ୍ତି। ସହରର ବସ୍ତି ଅଞ୍ଚଳରେ ଥିବା ଅନେକ ଛାତ୍ର ଦାଦନ ଖଟିବା ପାଇଁ ବାହାରକୁ ଚାଲି ଯାଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି ।

କାହା ପାଇଁ ରାଜଧାନୀ ହୋଇଛି ଭୁବନେଶ୍ୱର

  • ପ୍ରତିଷ୍ଠା ଦିବସ ପାଳୁଛି ଭୁବନେଶ୍ୱର।ରାଜଧାନୀର ଏ ରାଜକୀୟ ଉତ୍ସବକୁ ନେଇ ରହିଛି ଢେର୍ ଉତ୍ସାହ।77 ତମ ପ୍ରତିଷ୍ଠା ଦିବସକୁ ନେଇ ବେଶ୍ ଚଳଚଞ୍ଚଳ ଭୁବନେଶ୍ୱର।
  • ଏପ୍ରିଲ 13,1948ରେ ଭୁବନେଶ୍ୱର ରାଜଧାନୀର ଶିଳାନ୍ୟାସ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ,ଯେଉଁ ଘଟଣାକୁ ବିତିଗଲାଣି ଅନେକ ବର୍ଷ।
  • ଭୁବନେଶ୍ୱରକୁ ରାଜଧାନୀ କରାଇବା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ ସମୟରେ ମୁଖ୍ୟମନ୍ତ୍ରୀ ଥିବା ଡକ୍ଟର ହରେକୃଷ୍ଣ ମହତାବ।
  • ମହତାବଙ୍କ ନିମନ୍ତ୍ରଣ କ୍ରମେ ଶିଳାନ୍ୟାସ କରିଥିଲେ ସେ ସମୟର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ।
  • ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ହେବା ପୂର୍ବରୁ କଟକ ହିଁ ଓଡ଼ିଶାର ରାଜଧାନୀ ଥିଲା
  • କଟକରେ ବିଭିନ୍ନ କାର୍ଯ୍ୟାଳୟ ପାଇଁ ଜାଗାର ଅଭାବ ହିଁ ଭୁବନେଶ୍ୱରକୁ ରାଜଧାନୀ କରାଇବାର ବାଟ ଫିଟେଇଥିଲା ।
  • କଟକରେ ଅଫିସ୍ ପରିଚାଳନା ଗତ ଅସୁବିଧା ସାଙ୍ଗକୁ ନୂଆ ଅଫିସ ଖୋଲିବାର ପ୍ରତିବନ୍ଧକ ରାଜଧାନୀ ନିଷ୍ପତ୍ତିକୁ ପ୍ରଶ୍ନଘେରକୁ ଆଣିଥିଲା ।
  • ରାଜଧାନୀ ସ୍ଥାନାନ୍ତରିକରଣ ସେ ସମୟରେ ପ୍ରମୁଖ ଆବଶ୍ୟତା ପାଲଟିଥିବା ବେଳେ ବିଭିନ୍ନ ଅଞ୍ଚଳକୁ ନେଇ ଭିନ୍ନ ଭିନ୍ନ ପ୍ରସ୍ତାବ ଆସିଥିଲା ।
  • ପାଇକମାଟି ଖୋର୍ଦ୍ଧାକୁ କିଛି ନେତା ତାର ଐତିହାସିକ ଗୁରୁତ୍ତ୍ୱ ଦର୍ଶାଇ ରାଜଧାନୀ କରାଇବାକୁ ପ୍ରସ୍ତାବ ଦେଇଥିଲା ବେଳେ ଆଉ କିଛି ନେତା କଟକରେ ହିଁ ରାଜଧାନୀ ରହିବାକୁ ଦିଆଯାଉ କହି ଯୁକ୍ତି ବାଢିଥିଲେ ।
  • ସେ ସମୟରେ ରାଜଧାନୀ ପାଇଁ ସ୍ଥାନ ଚୟନ ଗୁରୁ ଗମ୍ଭୀର ସମସ୍ୟା ପାଲଟି ସାରିଥିଲା,ଯେଉଁ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଏତେଟା ସହଜସାଧ୍ୟ ନ ଥିଲା।
  • ମାତ୍ର ସେ ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରି ସମସ୍ତ ପ୍ରସ୍ତାବକଙ୍କୁ ନିଜ ଯୁକ୍ତିରେ ନୀରବ କରାଇ ପାରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ ହରେକୃଷ୍ଣ ମହତାବ ।
  • ସର୍ବସମ୍ମତି କ୍ରମେ ଭୁବନେଶ୍ୱରକୁ ହିଁ ଓଡ଼ିଶାର ରାଜଧାନୀ ସ୍ଥାନାନ୍ତରିତ ହୋଇଥିଲା ।
  • 1948 ଏପ୍ରିଲ 13 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଏହାର ଶୁଭ ଶିଳାନ୍ୟାସ କରିଥିଲେ ।