Posts tagged Bhakta Das

ସମୟ ନଥାଇ କଂଗ୍ରେସର ଅନାସ୍ଥା ପ୍ରସ୍ତାବ

  • BJD ପାଇଁ ଭକ୍ତ ଦାସଙ୍କ ଷଡ଼ଯନ୍ତ୍ର
  • କେବଳ ସରକାର ନୁହେଁ, ବରଂ ବିରୋଧି ଦଳକୁ ହରଡ଼ଘଣାରେ ପକାଇବାକୁ ଚାହୁଁଛି କଂଗ୍ରେସ
  • ସମର୍ଥନ ଆଳରେ ବିଜୁ ଜନତା ଦଳ ପ୍ରତି, ସମାଲୋଚନାକୁ ନିମନ୍ତ୍ରଣ
  • BJDକୁ ଅଡୁଆରେ ପକାଇବାକୁ ଭକ୍ତଙ୍କ ଫର୍ମୁଲା ଅନାସ୍ଥା
  • ଅନାସ୍ଥା ପାଇଁ ସମୟ ନଥିଲା ବେଳେ କେବଳ ପଲିଟିକାଲ ଡ୍ରାମା କରୁଛି କଂଗ୍ରେସ
  • ମୌସୁମୀ ଅଧିବେଶନର ପ୍ରଥମ ଦିନ ପରି ଦ୍ୱିତୀୟ ଦିନ ବି ଚାଲି ପାରିଲାନି ବିଧାନସଭା

ଫେବୃଆରୀ 18 ରେ ସରକାର ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣିଛି କଂଗ୍ରେସ । କଂଗ୍ରେସର 14 ବିଧାୟକ ସହ CPM ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ମିଶାଇ 15 ଜଣଙ୍କ ସମର୍ଥନ ରହିଛି । କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ, ତାରା ବାହିନୀପତି ବିଜେଡିର ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କୁ ସାକ୍ଷାତ କରି ସମର୍ଥନ ମଧ୍ୟ ମାଗିଥିଲେ। ମାତ୍ର କଂଗ୍ରେସର ଏ ଫନ୍ଦିରେ ପଡ଼ି ନଥିଲା ବିଜେଡି ।
ତେବେ ଏ ଅନାସ୍ଥା ପ୍ରସ୍ତାବ ଆଜିର ନୁହେଁ । ବହୁ ପୂର୍ବରୁ ଏ ନେଇ ଗ୍ରୀନ୍ ସିଗନାଲ୍ ଦେଇ ସାରିଛନ୍ତି କଂଗ୍ରେସ ପ୍ରଦେଶ କମିଟି ଅଧ୍ୟକ୍ଷ ଭକ୍ତ ଦାସ। ଏମିତି କି ବିଜେଡି ପରି ସଂଖ୍ୟା ଗରିଷ୍ଠତା ଥିଲେ ବିଧାନସଭା ଚଲେଇ ଦିଅନ୍ତେ ନାହିଁ ବୋଲି ଖୋଲା ଧମକ ବି ଦେଇଥିଲେ । ଯାହାର ରେଜଲ୍ଟ ଏ ଅନାସ୍ଥା।

ମାତ୍ର ଏ ଅନାସ୍ଥା କଂଗ୍ରେସକୁ ଲୋକହସା କରାଇଛିସରକାରୀ ଦଳରେ ସ୍ୱାଧିନ ବିଧାୟକଙ୍କୁ ମିଶାଇ 81 ସଦସ୍ୟ ଥିଲା ବେଳେ ମାତ୍ର 15 ସଦସ୍ୟଙ୍କୁ ନେଇ କଂଗ୍ରେସର ଏ ପ୍ରହସନ କେବଳ ସମୟ ବର୍ବାଦର ବାର୍ତ୍ତା ଦେଉଛି । ମାତ୍ର 7 ଦିନର ସଂକ୍ଷିପ୍ତ ଅଧିବେଶନରେ ସଂଖ୍ୟାଗରିଷ୍ଠତା ଥିବା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି କଣ ପ୍ରମାଣ କରିବାକୁ ଚାହୁଁଛି କଂଗ୍ରେସ ? ରବିବାରକୁ ଛାଡ଼ି ବାକିଥିବା  6 ଦିନର କାର୍ଯ୍ୟଦିବସରୁ ଦୁଇ ଦିନ ମୁଲତବିରେ ଗଲାଣି। ଆଉ 4 ଦିନରେ କେଉଁ ନିଷ୍ପତ୍ତି  ଅପେକ୍ଷାରେ ଅଛି କଂଗ୍ରେସ। ଆଲୋଚନା ହେବାର ସମ୍ଭାବନା କ୍ଷୀଣ ଥିଲାବେଳେ କାହିଁକି ଏ ଅନାସ୍ଥା ଗେମ୍ ଖେଳୁଛି । କଣ କେବଳ ଭକ୍ତଦାସ ନିର୍ଦ୍ଦେଶ ଦେଲେ ବୋଲି?
          ଅନ୍ୟ ପାର୍ଶ୍ୱରେ ଦେଖିବାକୁ ଗଲେ ଯଦିଓ କଂଗ୍ରେସ ବିଜେଡିର ସମର୍ଥନ ମାଗୁଛି କିନ୍ତୁ ଯେଉଁ ପ୍ରସ୍ତାବରେ ଆଲୋଚନାର ସମ୍ଭାବନା ନାହିଁ ତାକୁ କାହିଁକି ସମର୍ଥନ କରିବ ବିଜେଡି ? ଯାହାର ପସିବିଲିଟି କମ୍ ତାକୁ ନେଇ କି ପଲିଟିକ୍ସ? ଏମିତି କରି ବିଜୁ ଜନତା ଦଳକୁ ଲୋକଙ୍କ ଆଖିରେ ନୀଚ୍ଚା କରୁନି ତ କଂଗ୍ରେସ? ବିଜେଡି ବିରୋଧି ଦଳର ଭୂମିକା ଠିକରେ କରୁନାହିଁ ବୋଲି ପ୍ରମାଣ କରିବାକୁ ଏ କଂଗ୍ରେସର ଚାଲାକି ନୁହେଁ ତ?

ତେବେ କଥା ହେଉଛି କଂଗ୍ରେସର ଏ ନୋଟିସ ପ୍ରସ୍ତାବ ଆକାରରେ ବିଧାନସଭା  ଗୃହରେ ଆସିପାରିବ କି? ଯଦି ଆସିବ, କେବେ? ଅନାସ୍ଥା ପ୍ରସ୍ତାବ ପାଇଁ ସମୟ କାହିଁ ? ଯଦିବା ବାଚସ୍ପତି କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରନ୍ତି ତେବେ ସେ ପ୍ରକ୍ରିୟା ପାଇଁ 15 ଜଣ ସଭ୍ୟଙ୍କୁ ଉପସ୍ଥିତ ରହି ସମ୍ମତି ଦେବାକୁ ପଡ଼ିବ । ପ୍ରସ୍ତାବ ଗ୍ରହଣ ହେଲା ପରେ ଯାଇ ପରବର୍ତ୍ତୀ ପ୍ରକ୍ରିୟା ଚାଲୁ ରହିବ । ଆଉ ଏମିତିରେ ଗୋଟାଏ ଦିନରେ ଏସବୁ କାମ ,ସମ୍ଭବ ନୁହେଁ । କଂଗ୍ରେସ ମଧ୍ୟ ବାଚସ୍ପତିଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ବାଧ୍ୟ କରିପାରିବ ନାହିଁ । ହାତରେ ଆଉ ମାତ୍ର 4 ଦିନର ସମୟ, ବାକି ଥିବା 5 ଦିନରେ ମଝିରେ ରବିବାର ପଡ଼ୁଥିବାରୁ କଂଗ୍ରେସର କାମ ହେବା ଏତେ ସହଜ ନୁହେଁ  । ଏଥିପାଇଁ ସର୍ଚନିମ୍ନ ୧୦ ଦିନ ସମୟ ଆବଶ୍ୟକ।
                          ପ୍ରସ୍ତାବ ଗୃହରେ ଉପସ୍ଥାପିତ ହେବାପରେ ୧୦ ଦିନ ବାଦ୍ ଆଲୋଚନା ହେବ ଏଥିପାଇଁ ସମୟ ନାହିଁ । ତେବେ ପ୍ରଶ୍ନ ଉଠୁଛି ଏସବୁ କଣ କଂଗ୍ରେସ ନେତାଙ୍କୁ ଅଜଣା? କଂଗ୍ରେସ ଶୀତ ଅଧିବେଶନ ପର୍ଯ୍ୟନ୍ତ ଅପେକ୍ଷା କଲାନାହିଁ କାହିଁକି ? କଂଗ୍ରେସର ଏ ତରବରିଆ ନୀତି ଅପରିପକ୍ୱତାକୁ ଦର୍ଶାଉଛି । ଅନ୍ୟପଟରେ ଏସବୁ ଦେଖି ବିଜେପି ନେତା ବାବୁ ସିଂହ କହିଲେଣି ଜଗତେ କେବଳ ଜନେ ହସିବେ ବାଣ ମାରି ଜୟ ନାରାୟଣ ମିଶ୍ର କହୁଛନ୍ତି ଆମେ ତ ଗୋଲ୍ଡ ପାଇଛୁ, ସିଲଭର ମେଡାଲ ପାଇଁ ବିରୋଧିଙ୍କ ଏ ପ୍ରତିଯୋଗୀତା । ସତରେ ଏ ରାଜନୀତିର ଦୌଡ଼ରେ ଅନାସ୍ଥାକୁ ନେଇ କିଏ କେଉଁ ଆୱାର୍ଡ ପାଇବ ତାହା ସମୟ କହିବ ।

ଓଡ଼ିଶା ମୁଡର ସାର୍ଟିଫିକେଟ୍ ଦେବେ, ନୂଆପଡ଼ା ଭୋଟର

ବିଜୁ ଜନତା ଦଳ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଛି ନୂଆପଡ଼ା ଆସନରୁ ଚାରି ଥର ଜିତିଥିଲେ ରାଜେନ୍ଦ୍ର ଢୋଲକିଆସେ ଏତେ ପପୁଲାର ଯେ 2004 ନିର୍ବାଚନରେ ସ୍ୱାଧୀନ ଭାବେ ଲଢି  ବିଜେଡି-ବିଜେପିର ମେଣ୍ଟ ପ୍ରାର୍ଥୀଙ୍କୁ ପରାଜିତ କରାଇଥିଲେ। ଲୋକପ୍ରିୟ ଢୋଲକିଆଙ୍କୁ ନବୀନ ପଟ୍ଟନାୟକ, ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ। କିନ୍ତୁ 69 ବର୍ଷ ବୟସରେ ତାଙ୍କର ଚେନାଇରେ ପରଲୋକ ହୋଇଛି।

ଫଳରେ ଆସନ୍ତା 6 ମାସ ମଧ୍ୟରେ ନୂଆପଡ଼ାରେ ହେବ ଉପନିର୍ବାଚନ। ତେବେ ପୂର୍ବରୁ 1997 ମସିହାରେ ନୂଆପଡ଼ାବାସୀ ଦେଖିଥିଲେ ପ୍ରଥମ ଉପନିର୍ବାଚନ। ନୂଆପଡ଼ାର 7 ଥରର ବିଧାୟକ ଘାସିରାମ ମାଝୀ(ବରିଷ୍ଠ)ଙ୍କ ଦେହାନ୍ତ ଯୋଗୁଁ ହୋଇଥିଲା ବାଇ-ଇଲେକ୍ସନ। ସେ ସମୟରେ ଓଡ଼ିଶାରେ ବିରୋଧି ଜନତା ଦଳର ବିଧାୟକ ଥିଲେ ଘାସିରାମ ମାଝୀ। ତାଙ୍କର ଦେହାନ୍ତ ପରେ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକଙ୍କ ସପକ୍ଷରେ ନୂଆପଡ଼ା ଭୋଟର ମତ ଦେଇଥିଲେ। ସେତେବେଳେ ଓଡ଼ିଶାରେ ଥିଲା କଂଗ୍ରେସର ସରକାର।

ଏବେ ଇତିହାସର ହୋଇଛି ପୁନରାବୃତ୍ତି…
ଏବେ ଅଛି ଓଡ଼ିଶାରେ ବିଜେପି ସରକାର। ମୃତ୍ୟୁବରଣ କରିଛନ୍ତି ବିରୋଧୀ ବିଜୁ ଜନତା ଦଳର ବିଧାୟକ ରାଜେନ୍ଦ୍ର ଢୋଲକିଆ ଏବେ ପୁଣି ହେବ ଉପନିର୍ବାଚନ। ଯାହା ବିଜେପି ସରକାର ପାଇଁ ଅଗ୍ନିପରୀକ୍ଷା। ସରକାର ଗଠନ ପରେ ନୂଆପଡ଼ାରେ ପ୍ରଥମ ଉପନିର୍ବାଚନ ଦେଖିବ ଭାରତୀୟ ଜନତା ପାର୍ଟି।ତେବେ ଏଠୁ ପ୍ରାର୍ଥୀ ହେବ କିଏ? ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ହେବେ ନା ତାଙ୍କର ପୁଅ ଅଭିନନ୍ଦନ ପଣ୍ଡା?
ବିଜେପିର ପସନ୍ଦ ବାପ ନା ପୁଅ
ନୂଆପଡ଼ାରୁ 2ଥର ବିଧାୟକ ହୋଇଥିବା ବସନ୍ତ ପଣ୍ଡା 2024 ନିର୍ବାଚନରେ ନିଜେ ଲଢି ନଥିଲେ। ପୁଅ ଅଭିନନ୍ଦନଙ୍କ ପାଇଁ ବାଟ ଛାଡ଼ିଥିଲେ। ହେଲେ ନୂଆପଡ଼ା ଭୋଟରଙ୍କର ତୃତୀୟ ପସନ୍ଦ ଥିଲେ ଅଭିନନ୍ଦନ ପଣ୍ଡା। ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ରାଜେନ୍ଦ୍ର ଢୋଲକିଆଙ୍କୁ ଦେଇଥିଲେ କଡ୍ଡା ଟକ୍କରତେଣୁ ଏଥର ଅଭିନନ୍ଦନ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ କରି ନପାରେ। ରାଜ୍ୟରେ ବିଜେପି ସରକାର ଥିବାରୁ ବସନ୍ତ ପଣ୍ଡା ହୁଏତ ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଆଗ୍ରହ ଦେଖାଇ ପାରନ୍ତି।

BJDର ସିମ୍ପାଥି କାର୍ଡ
ଅନ୍ୟପଟେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ, ରାଜନୀତିରେ ଖୁବ୍ ସକ୍ରିୟ। ସିମ୍ପାର୍ଥୀ କାର୍ଡ ଖେଳି ବିଜୁ ଜନତା ଦଳ ଜୟ ଢୋଲକିଆଙ୍କୁ କ୍ୟାଣ୍ଡିଡେଟ କରିପାରେ ଅନ୍ୟପକ୍ଷରେ 2024 ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇଥିବା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରାର୍ଥୀ  ହେବାର ସମ୍ଭାବନା ବହୁତ କମ୍। କାରଣ ବଲାଙ୍ଗିର ଜିଲ୍ଲାର ଶରତ ପଟ୍ଟନାୟକ ନୂଆପଡ଼ା ଭୋଟରଙ୍କ ଦ୍ୱାରା ଗ୍ରହଣୀୟ ହୋଇ ପାରିଲେନି2024ରେ ଶରତଙ୍କୁ ମାତ୍ର 15,501 ଭୋଟ୍ ମିଳିଥିଲା।
ବାହାରିଆଙ୍କୁ ଭରସା କରିବନି କଂଗ୍ରେସ
ବାହାରିଆ ନେତାଙ୍କୁ ନୂଆପଡ଼ା ଭୋଟର ପସନ୍ଦ କରୁ ନଥିବାରୁ ହୁଏତ ବର୍ତ୍ତମାନର ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ରିସ୍କ ନନେଇ ପାରନ୍ତି। ଭକ୍ତଙ୍କର ନିଜସ୍ୱ ସଂସଦୀୟ କ୍ଷେତ୍ର କଳାହାଣ୍ଡି ଅଧିନରେ ଆସୁଛି ନୂଆପଡ଼ା। ଭକ୍ତ ଦାସ ନୂଆପଡ଼ା ଆସନରୁ 2024 ନିର୍ବାଚନରେ ପରାଜିତ ହୋଇଥିବା ଜୁନିୟର ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ପାରନ୍ତି। ତେବେ ଯାହା ବି ହେଉ ନୂଆପଡ଼ା ଉପନିର୍ବାଚନ ହେବ ଓଡ଼ିଶାର ବିଜେପି ସରକାରଙ୍କ ପାଇଁ ଏସିଡ୍ ଟେଷ୍ଟ।
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ

 

ପାଣ୍ଡିଆନଙ୍କ ଧମକ, ନବୀନଙ୍କ ବିଷୟରେ ପଚାରିଲେ ପିଟିକି ବିଦା କରିଦେବେ

ବିଜୁ ଜନତା ଦଳର ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କୁ ଭୈରବ ପାଣ୍ଡିଆନଙ୍କ ଧମକ । VRS ନେଇଥିବା ଏହି ଅଣଓଡ଼ିଆ ଅଫିସର ଭୈରବ ପାଣ୍ଡିଆନ, ନାଲିଆଖି ଦେଖାଇ BJD ନେତାଙ୍କୁ କହିଲେ..

  • I am Down, Not Out
  • ଦରକାର ପଡିଲେ ଏଇଠୁ ପିଟି ପିଟି ବିଦା କରିଦେବି
  • ନବୀନଙ୍କ ଭାଇ(ପ୍ରେମ ପଟ୍ଟନାୟକ)ଙ୍କୁ କହି BJDରୁ ସସ୍‌ପେଣ୍ଡ କରିଦେବି
    ଆପଣଙ୍କୁ ଏକଥା ସବୁ ଟିକେ ଅଡ଼ୁଆ ଲାଗୁଥିବ । ହେଲେ ଏକଥା ଆମେ କହୁନାହୁଁ ବରଂ ଏହି ଶବ୍ଦ ଗୁଡ଼ିକ ଭୈରବ ପାଣ୍ଡିଆନଙ୍କର । ଯିଏ ଏବେ BJD ମୁଣ୍ଡରେ ବସି ତାଣ୍ଡବ କରୁଛନ୍ତି । ନବୀନ ନିବାସ କି ଶଙ୍ଖଭବନରେ ନୁହେଁ, ସମ୍ ହସ୍ପିଟାଲ କରିଡରରେ BJD ନେତାଙ୍କୁ ପିଟିବେ ବୋଲି କହିଛନ୍ତି ଭୈରବ ।
    ତେବେ ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଓରଫ ରାଜା ସ୍ୱାଇଁଙ୍କୁ ଟାର୍ଗେଟ କରିଥିଲେ ଭୈରବ । କିନ୍ତୁ ରାଜା ସ୍ୱାଇଁଙ୍କୁ ନପାଇ କ୍ରୀତଦାସ ମାର୍କା BJD ନେତା ପ୍ରଣବ ପ୍ରକାଶ ଦାସଙ୍କ ସମେତ ସଞ୍ଜୟ ଦାସବର୍ମା, ପ୍ରଣବ ବଳବନ୍ତ ରାୟଙ୍କ ଦେଖାଇ ଭୀଷଣ ଗାଳି ଦେଲେ ଭୈରବ। ଆଉ ସେଠି ଉପସ୍ଥିତ ଥିଲେ BJD ବିଧାୟକ ଅରୁଣ ସାହୁ, ସୁଶାନ୍ତ ରାଉତ, ବ୍ୟୋମକେଶ ରାୟ, ବିଶ୍ୱରଞ୍ଜନ ମଲ୍ଲିକଦେବୀରଞ୍ଜନ ତ୍ରିପାଠୀଙ୍କ ସହ ଅନେକ ଯୁବଛାତ୍ର ସଂଗଠନର ସଦସ୍ୟ।

ତେବେ ଘଟଣାର ମୂଳ ବିନ୍ଦୁ ହେଉଛନ୍ତି BJD ସଭାପତି ନବୀନ ପଟ୍ଟନାୟକ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ଭୁବନେଶ୍ୱର ସମ୍ ଅଲଟି-ମେଟ୍ ମେଡିକାଲରେ ରବିବାର ସଂଧ୍ୟାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଦେଖିବା ପାଇଁ BJDର ବରିଷ୍ଠ ନେତାମାନେ ସେଠାରେ ପହଞ୍ଚିଥିଲେ। ହେଲେ ସେଇଠି ନବୀନଙ୍କୁ ଭେଟିବେ କ’ଣ ଓଲଟା ପାଣ୍ଡିଆନଙ୍କ ଠାରୁ ଗାଳି ମନ୍ଦ ଶୁଣିଥିଲେ।
ଡାକ୍ତରଙ୍କ ସୂଚନା ଅନୁସାରେ 2 ଦିନ ହେବ ନବୀନଙ୍କର ଝାଡ଼ାବାନ୍ତି ହେଉଥିଲା । କିନ୍ତୁ ତାଙ୍କୁ ତୁରନ୍ତ ମେଡିକାଲ ନିଆ ଯାଇନଥିଲା। ଏକଥା ଶୁଣି ରାଜା ସ୍ୱାଇଁ ହସ୍ପିଟାଲରେ ଉପସ୍ଥିତ ଥିବା ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନଙ୍କୁ ପଚାରିଲେ, ଯଦି ନବୀନ ବାବୁ‌ଙ୍କ ଦେହ 2 ଦିନ ହେବ ଖରାପ ହେଲାଣି ତେବେ ତାଙ୍କୁ ତୁରନ୍ତ ମେଡିକାଲ କାହିଁକି ଅଣା ଯାଇନଥିଲା? ହେଲେ ସୁଜତା ଉତ୍ତର ଦେଇନଥିଲେ ସେଠାରୁ ରାଗ ତମତମ ହୋଇ ଚାଲି ଯାଇଥିଲେ। ଏହାର କିଛି ସମୟ ପରେ ଭୈରବ ପାଣ୍ଡିଆନ ସେଠାରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ରାଜା ସ୍ୱାଇଁ ହସ୍ପିଟାଲରୁ ବାହାରି ଯାଇଥିଲେ।
     ରାଜା ସ୍ୱାଇଁଙ୍କୁ ନପାଇ, ହସ୍ପିଟାଲରେ ଥିବା ଅନ୍ୟ BJD ନେତାଙ୍କୁ ଧମକାଇ ପାଣ୍ଡିଆନ କହିଲେ I am Down, Not Out’ମୁଁ ଚାହିଁଲେ ନବୀନ ପଟ୍ଟନାୟକଙ୍କ ବଡ ଭାଇଙ୍କୁ କହି ବିଜୁ ଜନତା ଦଳରୁ ସସ୍‌‌ପେଣ୍ଡ କରିଦେବି । ଏଇଠୁ ପିଟି ପିଟି ବିଦା କରିଦେବି’।
ତେବେ ଏଠି ପ୍ରଶ୍ନ,

  • ଭୈରବ ପାଣ୍ଡିଆନ କିଏ ? ଏବେ ବି କଣ ସେ BJDରେ ଅଛନ୍ତି? ନା ସେ ଜଣେ ନେତା ନା ସେ ଜଣେ BJD କର୍ମୀ ? ଦଳର କିଛି ପଦରେ ନଥାଇ ଏଭଳି ଧମକ ଦେବାକୁ ସାହସ ପାଉଛନ୍ତି କେମିତି ?
  • ଓଡ଼ିଶାର 24 ବର୍ଷ ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ କ’ଣ କେବଳ ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କର ?
    କଥା ଏଇଠି ସରି ନାହିଁ… ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଧ୍ୟ ନବୀନଙ୍କୁ ଭେଟିବାକୁ ମେଡିକାଲରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ଭେଟିବାକୁ ଦେଇନଥିଲେ ଭୈରବ । ବରଂ ଅତି ଅସମ୍ମାନନୀୟ ଢଙ୍ଗରେ ଭକ୍ତ ଦାସଙ୍କୁ କହିଲ, ଡାକ୍ତର ମାନଙ୍କୁ କାହିଁକି ପଚାରୁଛ । ଏହାପରେ ଭକ୍ତ ଦାସ ପାଣ୍ଡିଆନଙ୍କୁ କହିଥିଲେ. ‘ତମେ ସେହି ଲୋକ ନା, ଯିଏ ମୋ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଉପ-ଜିଲ୍ଲାପାଳ ଥିଲBJDକୁ ପକେଟ୍ ପୂରାଇ ଥିବା ଭୈରବ ଭକ୍ତଙ୍କୁ ଜବାବ ଦେଇଥିଲେ, ସେତେବେଳେ ଆପଣ ପରାଜିତ ହୋଇଥିଲେପୁଣି ଭକ୍ତ ପଚାରିଥିଲେ.. ବିଜୁ ବାବୁ ଯେତେବଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ ତାଙ୍କୁ ସମସ୍ତେ ଭେଟି ପାରୁଥିଲେ, କିନ୍ତୁ ନବୀନଙ୍କୁ କାହିଁକି ନୁହେଁ?

ପଲିଟିକାଲ୍ ସିଷ୍ଟମକୁ ହତ୍ୟା କରି ଓଡ଼ିଶାରେ ଅଫିସର ରାଜ ଚଳାଉ ଥିବା ପାଣ୍ଡିଆନଙ୍କୁ ତ ଓଡ଼ିଶାବାସୀ ଭୋଟ ମାଧ୍ୟମରେ ପ୍ରତ୍ୟାଖାନ କଲେ। କ୍ରୀତଦାସ ମାନସିକତା ରଖିଥିବା BJD ନେତାମାନେ, ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କ ଗୋଲାମୀରୁ ନିଜକୁ ମୁକ୍ତ କରାଇବେ ?