Posts tagged BCCI

କ୍ରିକେଟରଙ୍କ ଫିଟନେସ୍ ମାପିବ BCCI

Board of Control for Cricket in India (BCCI) ଖେଳାଳିଙ୍କ ଫିଟନେସ ପରୀକ୍ଷା କରିବା ପାଇଁ ନୂଆ ନିୟମ ପ୍ରଚଳନ କରିଛି। ଯୋଉ ନିୟମର ନାଁ ହେଉଛି ବ୍ରୋଙ୍କୋ ଟେଷ୍ଟ। ରଗବି ଖେଳରେ ଏ ଟେଷ୍ଟ କରାଯାଏ । ଏ ଟେଷ୍ଟକୁ ଏବେ କ୍ରିକେଟରେ ପ୍ରୟୋଗ କରାଯାଇଛିଏହା ଖେଳାଳିଙ୍କ ଏରୋବିକ କ୍ଷମତା ଏବଂ ରନିଂ ଷ୍ଟାମିନା ପରୀକ୍ଷା କରିବ। କେବଳ ଏତିକି ନୁହେଁ କେତେ ସ୍ପିଡ଼ରେ ବୋଲରମାନେ ଦୌଡି ପାରୁଛନ୍ତି ଏ ଟେଷ୍ଟ ମଧ୍ୟ BCCI ଅବଜର୍ଭ କରିବ । ଏହି ପରୀକ୍ଷାରେ ପାସ କରିବା ପରେ ହିଁ ଖେଳାଳିଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯିବ। ଖେଳାଳିଙ୍କ ଷ୍ଟାମିନା ବୃଦ୍ଧି କରିବା ଏବଂ ସେମାନଙ୍କୁ ଦୀର୍ଘ ସମୟ ପାଇଁ ଫିଟ ରଖିବା ପାଇଁ ବ୍ରୋଙ୍କୋ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି।

ବ୍ରୋଙ୍କୋ ଟେଷ୍ଟରେ, ଖେଳାଳିଙ୍କୁ ଗୋଟିଏ ସେଟରେ ୨୦ ମିଟର, ୪୦ ମିଟର ଏବଂ ୬୦ ମିଟରର ସଟଲ ରନ କରିବାକୁ ପଡିବ। ଏହିପରି ମୋଟ ପାଞ୍ଚଟି ସେଟ ବିନା ବ୍ରେକରେ ଦୌଡ଼ିବାକୁ ପଡ଼ିବ। 1200 ମିଟରର ଏ ରନିଂ ଟେଷ୍ଟକୁ ସାରିବାକୁ ମାତ୍ର 6 ମିନିଟ ସମୟ ଦିଆଯିବ । ୬ ମିନିଟ ମଧ୍ୟରେ ବ୍ରୋଙ୍କୋ ପରୀକ୍ଷା ପାସ କରିବାକୁ ପଡ଼ିବ । ଇଣ୍ଡିଆନ ବୋଲର ଟେଷ୍ଟ କ୍ରିକେଟରେ ଲମ୍ବା ସ୍ପେଲ ବୋଲିଂ କରିବାରେ ବିଫଳ ହୋଇଛନ୍ତି। ଏବେକାର ରେକର୍ଡକୁ ଦେଖିଲେ ଇଂଲଣ୍ଡ ଗସ୍ତରେ, କେବଳ ମହମ୍ମଦ ସିରାଜ ପାଞ୍ଚଟି ଟେଷ୍ଟ ଖେଳିପାରିଥିଲେ, ଏବଂ ପ୍ରତ୍ୟେକ ସେସନରେ ସମାନ ଗତିରେ ବୋଲିଂ କରିଥିଲେ। ବାକି ବୋଲରମାନେ ଲମ୍ବା ସ୍ପେଲ ବୋଲିଂ କରି ପାରି ନଥିଲେ ।ସେଥିପାଇଁ ଏହି ନୂତନ ଫିଟନେସ ପରୀକ୍ଷା ପ୍ରଚଳନ କରାଯାଇଛି। ଏନର୍ଜି ଏବଂ କଣ୍ଡିସନିଂ ଟ୍ରେନର ଆଡ୍ରିଆନ ଲେ ରକ୍ସ ବ୍ରୋଙ୍କୋ ଟେଷ୍ଟ ପାଇଁ ସୁପାରିଶ କରିଥିଲା ବେଳେ ମେନ୍ କୋଚ୍  ଗୌତମ ଗମ୍ଭୀର ସହମତି ଦେଇଛନ୍ତି ।

ଯୁଦ୍ଧ ପାଇଁ IPL ସ୍ଥଗିତ

ଭାରତ ଓ ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢେଇକୁ ନେଇ ଅନେକ କିଛି ପରିବର୍ତ୍ତନ ଘଟୁଛି। ଭାରତର ଅତର୍କିତ ଆକ୍ରମଣରେ ଛାନିଆ ପାକିସ୍ତାନ। ଯଦିଓ ଭାରତର ସାମର୍ଥ୍ୟ ଆଗରେ ପାକିସ୍ତାନର ସତ୍ତା ନାହିଁ, ତଥାପି ପାଲଟା ଆକ୍ରମଣର ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇ ନପାରେ। ଏ ସବୁ ପରିସ୍ଥିତିକୁ ଅନୁଧ୍ୟାନ କରି  IPL ସିଜିନ 18 ବନ୍ଦ ହୋଇଛି। ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁଁ ଏଭଳି ବଡ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର IPL ୨୦୨୫ ଉପରେ BCCI ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି । ବାହାର ଦେଶର ପ୍ଲେୟର ନିଜ ଦେଶକୁ  ଫେରିବାକୁ ଚାହୁଁଛନ୍ତି। BCCI ବିଦେଶୀ ଖେଳାଳିମାନଙ୍କୁ ଘରକୁ ପଠାଇବା କ୍ଷେତ୍ରରେ ପ୍ରାଥମିକତା ଦେଇଛି ।

ଭାରତ-ପାକିସ୍ତାନ ଉତ୍ତେଜନା ଯୋଗୁଁ ବୁଧବାର ପଞ୍ଜାବ ଏବଂ ଦିଲ୍ଲୀ ମ୍ୟାଚକୁ ମଝିରେ ବାତିଲ କରାଯାଇଥିଲା। ଏହା ସହିତ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମକୁ ଖାଲି କରାଯାଇଥିଲା। ଖେଳାଳିମାନଙ୍କୁ ଧର୍ମଶାଳାରୁ ଦିଲ୍ଲୀ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଲାଯାଇଛି। ଖେଳାଳି ଏବଂ ସହାୟକ କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଆଣିବା ପାଇଁ BCCI ବନ୍ଦେ ଭାରତ ଟ୍ରେନର ବ୍ୟବସ୍ଥା କରିଛି।
BCCI ସଚିବ ଦେବଜିତ ସାଇକିଆ କହିଛନ୍ତି, ‘‘ବର୍ତ୍ତମାନ ପରିସ୍ଥିତି ଭଲ ନାହିଁ, ସେଥିପାଇଁ ଆମେ ମେ ୮ତାରିଖର ମ୍ୟାଚ୍ ବାତିଲ କରିଛୁ । ପଡ଼ୋଶୀ ଦେଶ ପରିସ୍ଥିତିକୁ ଆହୁରି ଖରାପ କରିବାକୁ ଚେଷ୍ଟା କରୁଛି । ଖେଳାଳି, ଦର୍ଶକ ଏବଂ ସହାୟକ କର୍ମଚାରୀଙ୍କ ସୁରକ୍ଷା ଆମର ପ୍ରାଥମିକତା । ଆମେ ଜାତିର ସର୍ବୋତ୍ତମ ସ୍ୱାର୍ଥ ପାଇଁ  ନିଷ୍ପତ୍ତି ନେଇଛୁ।’’

 

BCCI ସେଣ୍ଟ୍ରାଲ କଣ୍ଟ୍ରାକ୍ଟ : ୩୪ ଖେଳାଳି,୪ଟି ଗ୍ରେଡ୍

  • BCCI କ୍ରିକେଟରଙ୍କ ବାର୍ଷିକ ଚୁକ୍ତିନାମା ଘୋଷଣା କରିଛି। ନୂତନ ଚୁକ୍ତିନାମାରେ ମୋଟ ୩୪ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି।
  • ଭାରତୀୟ ପୁରୁଷ କ୍ରିକେଟରଙ୍କ ଏହି କେନ୍ଦ୍ରୀୟ ଚୁକ୍ତିନାମା ୧ ଅକ୍ଟୋବର ୨୦୨୪ ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ରହିଛି।
    ୩୪ଖେଳାଳି,୪ଟି ଗ୍ରେଡ୍
  • BCCIର ବାର୍ଷିକ ଚୁକ୍ତିନାମାରେ, ୩୪ ଜଣ ଖେଳାଳିଙ୍କୁ ୪ଟି ଗ୍ରେଡରେ ବିଭକ୍ତ କରାଯାଇଛି।
  • ପ୍ରତ୍ୟେକ ଖେଳାଳିଙ୍କୁ ତାଙ୍କ ଗ୍ରେଡ୍ ଅନୁସାରେ BCCIର ବାର୍ଷିକ ଏକ ରାଶି ପ୍ରଦାନ କରିବ।
  • A+ ଗ୍ରେଡ୍ ଖେଳାଳିଙ୍କୁ ସର୍ବାଧିକ ୭ କୋଟି ଟଙ୍କା ପ୍ରଦାନ କରାଯାଏ। A ଗ୍ରେଡ୍ ୱାନରେ ୫ କୋଟି,B ଗ୍ରେଡ୍ ଖେଳାଳିମାନେ ୩ କୋଟି,C ଗ୍ରେଡରେ ଅନ୍ତର୍ଭୁକ୍ତ ଖେଳାଳିମାନେ ବାର୍ଷିକ ୧ କୋଟି ଟଙ୍କା ପାଆନ୍ତି।

 

କେଉଁ ଖେଳାଳିମାନେ A+ ଏବଂ A ଗ୍ରେଡରେ ସ୍ଥାନ ପାଇଛନ୍ତି?

  • BCCI ବାର୍ଷିକ ଚୁକ୍ତିନାମାର A+ ଗ୍ରେଡରେ ୪ ଜଣ ଖେଳାଳିଙ୍କୁ ସ୍ଥାନ ଦେଇଛି।  ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରିତ ବୁମରାହ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଏହି ଗ୍ରେଡରେ ସ୍ଥାନ ପାଇଛନ୍ତି।
  • ସେହିପରି, ୬ ଜଣ ଖେଳାଳିଙ୍କୁ A ଗ୍ରେଡରେ ସାମିଲ କରାଯାଇଛି, ଯେଉଁଥିରେ ମହମ୍ମଦ ସିରାଜ, କେଏଲ ରାହୁଲ, ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି ଏବଂ ରିଷଭ ପନ୍ତ ଅଛନ୍ତି।
  • ଶ୍ରେୟସ ଆୟର B ଗ୍ରେଡକୁ ଫେରିଲେ, ଈଶାନଙ୍କୁ C ଗ୍ରେଡରେ ସ୍ଥାନ ମିଳିଛି
  • ନୂତନ ବାର୍ଷିକ ଚୁକ୍ତିନାମାରେ ଶ୍ରେୟସ ଆୟରଙ୍କୁ B ଗ୍ରେଡରେ ପ୍ରତ୍ୟାବର୍ତ୍ତନ କରୁଥିବାର ଦେଖିବାକୁ ମିଳିଛି। ଶ୍ରେୟସଙ୍କ ବ୍ୟତୀତ, ଏହି ଗ୍ରେଡରେ ଅନ୍ତର୍ଭୁକ୍ତ ଅନ୍ୟ ଚାରି ଜଣ ଖେଳାଳି ହେଲେ ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ, କୁଲଦୀପ ଯାଦବ ଏବଂ ଯଶସ୍ୱୀ ଜୟୱାଲ।
  • ମୋଟ ୧୯ ଜଣ ଖେଳାଳିଙ୍କୁ C ଗ୍ରେଡରେ ସ୍ଥାନ ମିଳିଛି, ସେମାନଙ୍କ ମଧ୍ୟରେ ଇଶାନ କିଶନ,ରିଙ୍କୁ ସିଂ, ତିଲକ ଭର୍ମା, ରୁତୁରାଜ ଗାଇକୱାଡ, ଶିବମ ଦୁବେ, ରବି ବିଷ୍ଣୁ, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ପ୍ରସାଦ କୃଷ୍ଣ, ରଜତ ପାଟିଦାର, ଧ୍ରୁବ ଜୁରେଲ, ସର୍ଫରାଜ ଖାନ୍ଧର, ବରୁଣ ଚକ୍ରବର୍ତ୍ତୀ ଏବଂ ହର୍ଷିତ ରାଣା ରହିଛନ୍ତି ।

ଡ୍ରେସିଂରୁମ ଡିଷ୍ଟର୍ବାନ୍ସ,ବିଦା ହେଲେ କୋଚ୍

BCCI ନେଲା ବଡ଼ କାର୍ଯ୍ୟାନୁଷ୍ଠାନ । ଚଳିତବର୍ଷ ବର୍ଡର ଗାଭାସ୍କର ଟ୍ରଫି ସିରିଜ ଭାରତ ହାରିବା ପରେ ଆଭିମୁଖ୍ୟ କଡ଼ା କରୁଛି BCCI

  • ଡ୍ରେସିଂ ରୁମରୁ କଥାବାର୍ତ୍ତା ଲିକ୍ ହେବା ଯୋଗୁଁ BCCI ଟିମ୍ ଇଣ୍ଡିଆର ସହାୟକ କୋଚ ଅଭିଷେକ ନାୟରଙ୍କୁ ବିଦା କରିଛି । ତାଙ୍କ କାର୍ଯ୍ୟକାଳ ୮ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ।
  • ବର୍ଡର ଗାଭାସ୍କର ଟ୍ରଫି ସିରିଜ ହାରିବା ପରେ BCCI ରିଭ୍ୟୁ ମିଟିଂ କରିଥିଲା, ଏଥିରେ ଟିମ୍ ମ୍ୟାନେଜମେଣ୍ଟର ଜଣେ ସଦସ୍ୟ ଅଭିଯୋଗ କରିଥିଲେ କି, ଡ୍ରେସିଂ ରୁମରୁ କଥା ବାହାରକୁ ଯାଉଛି ।
  • ଖବର ମୁତାବକ, ଟିମ୍ ଇଣ୍ଡିଆର ସହାୟକ କୋଚ ଅଭିଷେକ ନାୟରଙ୍କ ବ୍ୟତୀତ ଫିଲ୍ଡିଂ କୋଚ ଟି ଦିଲ୍ଲୀପ ଏବଂ ଟ୍ରେନର ସୋହମ ଦେଶାଇଙ୍କୁ ମଧ୍ୟ ବିଦା କରାଯାଇଛି । ନାୟରଙ୍କ ସ୍ଥାନରେ ଟିମରେ କାହାକୁ ନିଯୁକ୍ତି ମିଳିବ ତାହାକୁ ନେଇ ଚର୍ଚ୍ଚା ।
  • ତେବେ ଟି ଦିଲ୍ଲୀପଙ୍କ କାମ ଆସିଷ୍ଟାଣ୍ଟ କୋଚ ରିୟାନ ଟେନ ଡିସ୍କାଟେ କରିବେ । ଟ୍ରେନର ସୋହମ ଦେଶାଇଙ୍କ ସ୍ଥାନରେ ଏଡ୍ରିଅନ ଲି ରୁ ନେବେ । ସେ ଏବେ ଆଇପିଏଲରେ ପଞ୍ଜାବ କିଙ୍ଗସ ଟିମ୍ ସହିତ ଜଡିତ ରହିଛନ୍ତି ।