Posts tagged Arvind Mohapatra

ନବୀନଙ୍କ ପୁରୁଣା ରାଗ, ବିଜୟଙ୍କ ପରି ଅରବିନ୍ଦ ବିଦା

ବିଜୟ ମହାପାତ୍ରଙ୍କୁ ପାର୍ଟିରୁ ଆଉଟ କଲା ଭଳି ତାଙ୍କ ପୁଅ ଅରବିନ୍ଦଙ୍କୁ ବି ଦେଖାଇଛନ୍ତି ଦଳ ବାହାରର ରାସ୍ତା ଦେଖାଇଛନ୍ତି ନବୀନ ପଟ୍ଟନାୟକ। 2000 ମସିହାରେ ଦଳର ଦାୟିତ୍ୱ ନେଇଥିବା ବିଜୟ ମହାପାତ୍ରଙ୍କ ଟିକେଟ କାଟିବା ସହ ତାଙ୍କୁ ବିଜେଡିରୁ ବିଦା କରିଥିଲେ ନବୀନ ପଟ୍ଟନାୟକଯାହାର ସାମାନ୍ୟ ସୂଚନା ବି ବିଜୟଙ୍କ ପାଖରେ ନଥିଲା। ଠିକ୍ ସେମିତି ତାଙ୍କ ପୁଅ ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ପାର୍ଟି ସସପେଣ୍ଡ କରିଛି। ଯାହାର କୌଣସି ପୂର୍ବ ସୂଚନା ନଥିବା କହିଛନ୍ତି ଅରବିନ୍ଦ। 2024 ନିର୍ବାଚନ ପୂର୍ବରୁ ଶଙ୍ଖ ଫୁଙ୍କିବା ସହ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ଅରବିନ୍ଦ।ବିଜୟଙ୍କ ପୁଅଙ୍କୁ ୱେଲକମ୍ କରିଥିଲେ ନବୀନ ପାଣ୍ଡିଆନ ବବିଦାସ। ଜଣେ ୟଙ୍ଗ ଏନର୍ଜେଟିକ ଲିଡର ଭାବରେ ଆସମ୍ବେଲିର ତାଙ୍କର ପ୍ରେଜେଣ୍ଟେସନ୍ ମଧ୍ୟ ଖୁବ୍ ଉନ୍ନତ। ବିରୋଧୀଙ୍କୁ ଘେରିବାରେ ମାହିର ଅରବିନ୍ଦ। ବିଧାନସଭାର ଗତ ଶୀତ ଅଧିବେଶନରେ ଅରବିନ୍ଦ ଥିଲେ ବିଜେଡିର ସର୍ବଶ୍ରେଷ୍ଠ ବକ୍ତା। ତେବେ ପ୍ରଶ୍ନ ଉଠୁଛି ସବୁ ପରେ ବି ଏମିତି ଜଣେ ନେତାଙ୍କୁ କାହିଁକି ଦଳ ବାହାରର ରାସ୍ତା ଦେଖାଇଲେ ନବୀନ।

ପାଣ୍ଡିଆନଙ୍କୁ ନେତା ନ ମାନିବା ପଡ଼ିଲା କି ମହଙ୍ଗା? ନା ବିଜେଡି ସରକାର ସମୟରେ ଦୁର୍ନୀତୀରେ ଲିପ୍ତ ଥିବା  ବ୍ୟକ୍ତି ମାନଙ୍କୁ ବାନ୍ଧିବାର ଆହ୍ୱାନ୍ ଦେଇ ଭୁଲ୍ କରିଦେଲେ ଅରବିନ୍ଦ! ଅରବିନ୍ଦଙ୍କ ସହ ସସପେଣ୍ଡ ହୋଇଥିବା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ହୁଏତ ମୁଖ୍ୟମନ୍ତ୍ରୀ  ମୋହନ ମାଝୀଙ୍କୁ ପ୍ରଶଂସା କରି ନବୀନଙ୍କ ଟାର୍ଗେଟ୍ ହୋଇଥାଇ ପାରନ୍ତି, କିନ୍ତୁ ଅରବତନ୍ଦ ମହାପାତ୍ର ସେମିତି ତ କିଛି  କରି ନାହାନ୍ତି। ଏମିତି କି ବିଜେଡିର ଅସନ୍ତୁଷ୍ଟ ନେତାଙ୍କ ମେଳିରେ କେବେ ବି ଯୋଗ ଦେଇ ନାହାନ୍ତି। ବବିଦାସ ଓ ପାଣ୍ଡିଆନଙ୍କ ଗୁମର ବଖାଣି ନବୀନ ପଟ୍ଟନାୟକଙ୍କୁ ଖୋଲା ଚ୍ୟାଲେଞ୍ଜ କରୁଥିବା ବରିଷ୍ଠ ବିଧାୟକ ବଦ୍ରୀ ପାତ୍ରଙ୍କ ବିରୁଦ୍ଧରେ  କୌଣସି ଆକ୍ସନ୍ ନାହିଁ, ଏପରିକିଚ ବିଜେଡି ବିଧେୟକ ଦଳ ବୈଠକକୁ ଆସୁ ନଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ନୋ ଆକ୍ସନ୍। କିନ୍ତୁ ଅରବିନ୍ଦ ବହାପାତ୍ର ଦଳରୁ ନିଲମ୍ବିତ। ବିଜୟ ମହାପାତ୍ରଙ୍କ ଉପରେ ରାଗ ଶୁଝାଇବାକୁ ଯାଇ ପୁଅ ଅରବିନ୍ଦଙ୍କୁ ବିଦା କରିଛନ୍ତି କି?

ମହଙ୍ଗା ପଡ଼ିପାରେ ରାଜ୍ୟସଭା ଇଲେକ୍ସନ୍, ଅରବିନ୍ଦଙ୍କୁ ବିଦା କରିବାରେ ମାଷ୍ଟରମାଇଣ୍ଡ ଅତନୁ ସବ୍ୟସଚୀ
  ଅନ୍ୟପଟେ ବିଜେଡିର ବିଧାୟକ ସଂଖ୍ୟା ଏବେ 48କୁ ଖସିଆସିଛି2026 ଏପ୍ରିଲରେ ରାଜ୍ୟସଭା ନିର୍ବାଚନ ଥିଲାବେଳେ ଜାଣି ଜାଣି 2 ଟା ଭୋଟ୍ ହରେଇଛି ବିଜେଡି। ଏସବୁ ଘଟଣା ପରେ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ଭୋଟ ହୁଏତ ବିଜେଡି ବିରୁଦ୍ଧରେ ଯାଇପାରେ। ରାଜ୍ରସଭା ପ୍ରାର୍ଥୀ ଚୟନ ସନ୍ତୋଷଜନକ ନ ହେଲେ  ବିଜେଡିର 48 ବିଧାୟକ ଯେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ତାହା କହି ହେଉ ନାହିଁ। ହୁଏତ ଗୋଟାଏ ରାଜ୍ୟସଭା ମେମ୍ବର ପଠେଇବାକୁ ଅକ୍ଷମ ହୋଇପାରେ ବିଜେଡି। ବୋଧହୁଏ ବିଜୟ ମହାପାତ୍ରଙ୍କ ସହ ନବୀନଙ୍କ ତିକ୍ତତା କାରଣରୁ ଅରବିନ୍ଦଙ୍କୁ ନବୀନ ବିଦା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି, କିନ୍ତୁ ଦଳବିରୋଧୀ ଓ ବିଶ୍ୱାସଘାତକର ଟ୍ୟାଗ୍ ଲଗାଇ ଅରବିନ୍ଦଙ୍କୁ ନିଲମ୍ବନ କରାଗଲା ବୋଲି ଅତନୁ ସବ୍ୟସଚୀ ନାୟକ ସୂଚନା ଦେଇଛନ୍ତିତେବେ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିମାନେ ଜାଣନ୍ତି ଅତନୁଙ୍କ ରେକର୍ଡ। ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ସହ ମିଶି ନବୀନଙ୍କୁ ଗାଦୀଚ୍ୟୁତ କରିବାର ମାଷ୍ଟର ମାଇଣ୍ଡ ଥିଲେ ଅତନୁ। ଆଉ ପ୍ଲାନ୍ ସଫଳ ନ ହେବାରୁ ପଲଟୁରାମ ଅତନୁ ପ୍ୟାରୀଙ୍କୁ ଧୋକାଦେଇ ନବୀନଙ୍କ ଶରଣାପନ୍ନ ହୋଇଥିଲେ। କୁହାଯାଉଛି ମହାକାଳପଡ଼ାରେ 33,526 ଭୋଟ ବ୍ୟବଧାନରେ ପରାଜିତ ହେବା ପରେ ପାଟକୁରା ଧାଇଁଛନ୍ତି ଅତନୁ ସବ୍ୟସଚୀ। ସେଥିପାଇଁ ଅରବିନ୍ଦଙ୍କୁ ହଟାଇବା ପାଇଁ ଅତନୁ ଓ ପାଣ୍ଡିଆନ୍ ଗେମ୍ ପ୍ଲାନ୍ କରିଛନ୍ତି ବୋଳି କୁହାଯାଉଛି।

ପ୍ରଶ୍ନ ଉଠୁଛି ଉଭୟ ବାପା ଓ ନିଜ ଉପରେ ନବୀନ ନେଇଥିବା ନିଷ୍ପତ୍ତିର କି ପ୍ରତିଶୋଧ ନେବେ ଅରବିନ୍ଦ ମହାପାତ୍ର। ବିଜୟଙ୍କ ଗୋଟି ଚାଳନା ଓ ଅରବିନ୍ଦଙ୍କ ଲିଡରସିପରେ ପାଟକୁରା ଦେଖିବ କି ଆଗକୁ କିଛି ଭିନ୍ନ ରୂପ। ଅରବିନ୍ଦଙ୍କ ନିଲମ୍ବନ ପରେ ବିଜୁ ଜନତା ଦଳରେ ଶୃଙ୍ଖଳା ଆସିବ ନା ନବୀନଙ୍କ ନେତୃତ୍ୱକୁ ହେବ ଚ୍ୟାଲେଞ୍ଜ?