Posts tagged Arvind Mohapatra

ଅତନୁ-ଲେନିନ୍ ମିଛୁଆ: ପାଟକୁରାରେ କାହାକୁ ମୁଖିଆ କରିବେ ନବୀନ

ଯେଉଁ ବିଜେଡି ସୁପ୍ରିମୋଙ୍କ ଗୋଟାଏ ଇଙ୍ଗିତରେ ଦିନେ ଦଳର ବଡ଼ବଡ଼ ମୁଣ୍ଡ ଗଡ଼ୁଥିଲା, ଆଜି ତାଙ୍କର ଅସହାୟ ସ୍ଥିତି ପଦାରେ ପଡ଼ିଛି। ବିଜୁ ଜନତା ଦଳର ଇତିହାସରେ ପ୍ରଥମଥର ନିଜର ନିଷ୍ପତ୍ତିକୁ ଠିକ୍ ବୋଲି ପ୍ରମାଣ କରିବାକୁ ବାଧ୍ୟ ହୋଇଛନ୍ତି ନବୀନ ପଟ୍ଟନାୟକ। ପ୍ରେସ ରିଲିଜ ଦେବାର 6 ଦିନ ପରେ ଗଣମାଧ୍ୟମ ସାମ୍ନାକୁ  ଆସିଛନ୍ତ ନବୀନ। ପାଟକୁରାବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ବିଜେଡିର ବରିଷ୍ଠ ନେତୃବୃନ୍ଦଙ୍କ ସମର୍ଥନ ନ ମିଳିବାରୁ ନବୀନ ନିଜେ ପଦାକୁ ବାହାରିଛନ୍ତି। ମିଡିଆକୁ ପ୍ରତିକ୍ରିୟା ଦେଇ ଅତନୁ ସବ୍ୟସଚୀ ନାୟକ ଓ ବିଜେଡି ମୁଖପାତ୍ର ଲେନୀନ୍ ମହାନ୍ତି ଜଣେଜଣେ ମିଛୁଆ ବୋଲି ପ୍ରମାଣିତ କରି ଦେଇଛନ୍ତି ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିବାସୀଙ୍କୁ ଭେଟୁ ନାହାନ୍ତି କିନ୍ତୁ ବିଧାୟକ ଅରବିନ୍ଦ ମହାପାତ୍ର ପାଟକୁରା ବାସୀଙ୍କ କଥା ବୁଝୁ ନଥିବା ମିଡ଼ିଆ ଆଗରେ କହିଛନ୍ତି।

ବିଧାନସଭା ଯାଉ ନଥିବା ନବୀନ ପଟ୍ଟନାୟକ ନିଜର ସାମନ୍ତ ବାଦୀ ଚିନ୍ତାଧାରାକୁ ମିଡ଼ିଆ ଆଗରେ ରଖିଛନ୍ତି। ପାଟକୁରା କଥା ବୁଝିବାକୁ ସେ ଜଣେ ମୁଖିଆକୁ ପଠେଇବେ ବୋଲି କହିଛନ୍ତି। 24 ବର୍ଷ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କର ଜଣେ ମୁଖିଆ ଉପରେ ଏତେ ଭରସା କାହିଁକି? ଅନ୍ୟପଟେ   ଜାନୁଆରୀ 15 ତାରିଖରେ ଅରବିନ୍ଦ ମହାପାତ୍ରଙ୍କ ବିଜେଡିରୁ ନିଲମ୍ବନ ପରେ  ଅତନୁ ସବସଚୀ ନାୟକ କହିଥିଲେ ଯେ ପାଟକୁରା ବିଧାୟକ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତ । ଅତନୁଙ୍କ ସହ ସ୍ୱର ମିଳାଇଥିଲେ  ବିଜେଡି ମୁଖପାତ୍ର ଲେନୀନ ମହାନ୍ତି ,ପ୍ରମିଳା ମଲ୍ଲିକ, କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ଅମରେଶ ପତ୍ରୀ। ବିଜେଡିର ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ହାରିବା ପଛରେ ଅରବିନ୍ଦଙ୍କର ହାତ ଥିଲା ବୋଲି କହିଥିଲେ ବିଜେଡି ନେତା। ଯୋଉ ଅଭିଯୋଗକୁ ବାଏଁବାଏଁ ଉଡ଼େଇ ଦେଇଛନ୍ତି ନବୀନ ପଟ୍ଟନାୟକ। ଅତନୁ ଓ ଲେଲିନଙ୍କୁ ମିଛୁଆ ପ୍ରମାଣିତ କରିବାକୁ ନବୀନଙ୍କ ବକ୍ତବ୍ୟ ହିଁ ଯଥେଷ୍ଟ।

ଅପର ପକ୍ଷରେ ନବୀନ ପ୍ରଥମ ଥର ପାଇଁ ନିଜର ଡିସିସନକୁ ନେଇ ବିଜୁ ଜନତା ଦଳ ଓ ଲୋକଙ୍କ ମଧ୍ୟରେ ନିନ୍ଦିତ ହୋଇଛନ୍ତି। ବିଜୟ ମହାପାତ୍ରଙ୍କ ଉପରେ ରାଗ ଶୁଝାଇବାକୁ ଯାଇ ପୁଅ ଅରବିନ୍ଦଙ୍କୁ ବିଜେଡିରୁ ନିଲମ୍ବିତ କରିଛନ୍ତି। ସେଥିପାଇଁ ପାଟକୁରା ନିର୍ବାଚନ ମଣ୍ଡଳୀରେ ପ୍ରାୟୋଜିତ ବୈଠକ କରୁଛନ୍ତି । ସେଠିକାର ଲୋକଙ୍କୁ ଭୁବନେଶ୍ୱରକୁ ଡକାଇ ନିଜ ନିଷ୍ପତ୍ତିକୁ ଠିକ୍ ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି ନବୀନ। ଅପରପକ୍ଷରେ ଦଳରୁ ନିଲମ୍ବିତ ହୋଇଥିବା ଅନ୍ୟଜଣେ ବିଧାୟକ ସନାତନ ମହାକୁଡଙ୍କୁ ନେଇ ନବୀନ ପଟ୍ଟନାୟକ ପୁରା ଚୁପ୍ । କ୍ଷମତାରୁ ଗଲାପରେ ସତରେ କେତେ ଅସହାୟ ନବୀନ?

ନବୀନଙ୍କ ପୁରୁଣା ରାଗ, ବିଜୟଙ୍କ ପରି ଅରବିନ୍ଦ ବିଦା

ବିଜୟ ମହାପାତ୍ରଙ୍କୁ ପାର୍ଟିରୁ ଆଉଟ କଲା ଭଳି ତାଙ୍କ ପୁଅ ଅରବିନ୍ଦଙ୍କୁ ବି ଦେଖାଇଛନ୍ତି ଦଳ ବାହାରର ରାସ୍ତା ଦେଖାଇଛନ୍ତି ନବୀନ ପଟ୍ଟନାୟକ। 2000 ମସିହାରେ ଦଳର ଦାୟିତ୍ୱ ନେଇଥିବା ବିଜୟ ମହାପାତ୍ରଙ୍କ ଟିକେଟ କାଟିବା ସହ ତାଙ୍କୁ ବିଜେଡିରୁ ବିଦା କରିଥିଲେ ନବୀନ ପଟ୍ଟନାୟକଯାହାର ସାମାନ୍ୟ ସୂଚନା ବି ବିଜୟଙ୍କ ପାଖରେ ନଥିଲା। ଠିକ୍ ସେମିତି ତାଙ୍କ ପୁଅ ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ପାର୍ଟି ସସପେଣ୍ଡ କରିଛି। ଯାହାର କୌଣସି ପୂର୍ବ ସୂଚନା ନଥିବା କହିଛନ୍ତି ଅରବିନ୍ଦ। 2024 ନିର୍ବାଚନ ପୂର୍ବରୁ ଶଙ୍ଖ ଫୁଙ୍କିବା ସହ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ଅରବିନ୍ଦ।ବିଜୟଙ୍କ ପୁଅଙ୍କୁ ୱେଲକମ୍ କରିଥିଲେ ନବୀନ ପାଣ୍ଡିଆନ ବବିଦାସ। ଜଣେ ୟଙ୍ଗ ଏନର୍ଜେଟିକ ଲିଡର ଭାବରେ ଆସମ୍ବେଲିର ତାଙ୍କର ପ୍ରେଜେଣ୍ଟେସନ୍ ମଧ୍ୟ ଖୁବ୍ ଉନ୍ନତ। ବିରୋଧୀଙ୍କୁ ଘେରିବାରେ ମାହିର ଅରବିନ୍ଦ। ବିଧାନସଭାର ଗତ ଶୀତ ଅଧିବେଶନରେ ଅରବିନ୍ଦ ଥିଲେ ବିଜେଡିର ସର୍ବଶ୍ରେଷ୍ଠ ବକ୍ତା। ତେବେ ପ୍ରଶ୍ନ ଉଠୁଛି ସବୁ ପରେ ବି ଏମିତି ଜଣେ ନେତାଙ୍କୁ କାହିଁକି ଦଳ ବାହାରର ରାସ୍ତା ଦେଖାଇଲେ ନବୀନ।

ପାଣ୍ଡିଆନଙ୍କୁ ନେତା ନ ମାନିବା ପଡ଼ିଲା କି ମହଙ୍ଗା? ନା ବିଜେଡି ସରକାର ସମୟରେ ଦୁର୍ନୀତୀରେ ଲିପ୍ତ ଥିବା  ବ୍ୟକ୍ତି ମାନଙ୍କୁ ବାନ୍ଧିବାର ଆହ୍ୱାନ୍ ଦେଇ ଭୁଲ୍ କରିଦେଲେ ଅରବିନ୍ଦ! ଅରବିନ୍ଦଙ୍କ ସହ ସସପେଣ୍ଡ ହୋଇଥିବା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ହୁଏତ ମୁଖ୍ୟମନ୍ତ୍ରୀ  ମୋହନ ମାଝୀଙ୍କୁ ପ୍ରଶଂସା କରି ନବୀନଙ୍କ ଟାର୍ଗେଟ୍ ହୋଇଥାଇ ପାରନ୍ତି, କିନ୍ତୁ ଅରବତନ୍ଦ ମହାପାତ୍ର ସେମିତି ତ କିଛି  କରି ନାହାନ୍ତି। ଏମିତି କି ବିଜେଡିର ଅସନ୍ତୁଷ୍ଟ ନେତାଙ୍କ ମେଳିରେ କେବେ ବି ଯୋଗ ଦେଇ ନାହାନ୍ତି। ବବିଦାସ ଓ ପାଣ୍ଡିଆନଙ୍କ ଗୁମର ବଖାଣି ନବୀନ ପଟ୍ଟନାୟକଙ୍କୁ ଖୋଲା ଚ୍ୟାଲେଞ୍ଜ କରୁଥିବା ବରିଷ୍ଠ ବିଧାୟକ ବଦ୍ରୀ ପାତ୍ରଙ୍କ ବିରୁଦ୍ଧରେ  କୌଣସି ଆକ୍ସନ୍ ନାହିଁ, ଏପରିକିଚ ବିଜେଡି ବିଧେୟକ ଦଳ ବୈଠକକୁ ଆସୁ ନଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ନୋ ଆକ୍ସନ୍। କିନ୍ତୁ ଅରବିନ୍ଦ ବହାପାତ୍ର ଦଳରୁ ନିଲମ୍ବିତ। ବିଜୟ ମହାପାତ୍ରଙ୍କ ଉପରେ ରାଗ ଶୁଝାଇବାକୁ ଯାଇ ପୁଅ ଅରବିନ୍ଦଙ୍କୁ ବିଦା କରିଛନ୍ତି କି?

ମହଙ୍ଗା ପଡ଼ିପାରେ ରାଜ୍ୟସଭା ଇଲେକ୍ସନ୍, ଅରବିନ୍ଦଙ୍କୁ ବିଦା କରିବାରେ ମାଷ୍ଟରମାଇଣ୍ଡ ଅତନୁ ସବ୍ୟସଚୀ
  ଅନ୍ୟପଟେ ବିଜେଡିର ବିଧାୟକ ସଂଖ୍ୟା ଏବେ 48କୁ ଖସିଆସିଛି2026 ଏପ୍ରିଲରେ ରାଜ୍ୟସଭା ନିର୍ବାଚନ ଥିଲାବେଳେ ଜାଣି ଜାଣି 2 ଟା ଭୋଟ୍ ହରେଇଛି ବିଜେଡି। ଏସବୁ ଘଟଣା ପରେ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ଭୋଟ ହୁଏତ ବିଜେଡି ବିରୁଦ୍ଧରେ ଯାଇପାରେ। ରାଜ୍ରସଭା ପ୍ରାର୍ଥୀ ଚୟନ ସନ୍ତୋଷଜନକ ନ ହେଲେ  ବିଜେଡିର 48 ବିଧାୟକ ଯେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ତାହା କହି ହେଉ ନାହିଁ। ହୁଏତ ଗୋଟାଏ ରାଜ୍ୟସଭା ମେମ୍ବର ପଠେଇବାକୁ ଅକ୍ଷମ ହୋଇପାରେ ବିଜେଡି। ବୋଧହୁଏ ବିଜୟ ମହାପାତ୍ରଙ୍କ ସହ ନବୀନଙ୍କ ତିକ୍ତତା କାରଣରୁ ଅରବିନ୍ଦଙ୍କୁ ନବୀନ ବିଦା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି, କିନ୍ତୁ ଦଳବିରୋଧୀ ଓ ବିଶ୍ୱାସଘାତକର ଟ୍ୟାଗ୍ ଲଗାଇ ଅରବିନ୍ଦଙ୍କୁ ନିଲମ୍ବନ କରାଗଲା ବୋଲି ଅତନୁ ସବ୍ୟସଚୀ ନାୟକ ସୂଚନା ଦେଇଛନ୍ତିତେବେ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିମାନେ ଜାଣନ୍ତି ଅତନୁଙ୍କ ରେକର୍ଡ। ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ସହ ମିଶି ନବୀନଙ୍କୁ ଗାଦୀଚ୍ୟୁତ କରିବାର ମାଷ୍ଟର ମାଇଣ୍ଡ ଥିଲେ ଅତନୁ। ଆଉ ପ୍ଲାନ୍ ସଫଳ ନ ହେବାରୁ ପଲଟୁରାମ ଅତନୁ ପ୍ୟାରୀଙ୍କୁ ଧୋକାଦେଇ ନବୀନଙ୍କ ଶରଣାପନ୍ନ ହୋଇଥିଲେ। କୁହାଯାଉଛି ମହାକାଳପଡ଼ାରେ 33,526 ଭୋଟ ବ୍ୟବଧାନରେ ପରାଜିତ ହେବା ପରେ ପାଟକୁରା ଧାଇଁଛନ୍ତି ଅତନୁ ସବ୍ୟସଚୀ। ସେଥିପାଇଁ ଅରବିନ୍ଦଙ୍କୁ ହଟାଇବା ପାଇଁ ଅତନୁ ଓ ପାଣ୍ଡିଆନ୍ ଗେମ୍ ପ୍ଲାନ୍ କରିଛନ୍ତି ବୋଳି କୁହାଯାଉଛି।

ପ୍ରଶ୍ନ ଉଠୁଛି ଉଭୟ ବାପା ଓ ନିଜ ଉପରେ ନବୀନ ନେଇଥିବା ନିଷ୍ପତ୍ତିର କି ପ୍ରତିଶୋଧ ନେବେ ଅରବିନ୍ଦ ମହାପାତ୍ର। ବିଜୟଙ୍କ ଗୋଟି ଚାଳନା ଓ ଅରବିନ୍ଦଙ୍କ ଲିଡରସିପରେ ପାଟକୁରା ଦେଖିବ କି ଆଗକୁ କିଛି ଭିନ୍ନ ରୂପ। ଅରବିନ୍ଦଙ୍କ ନିଲମ୍ବନ ପରେ ବିଜୁ ଜନତା ଦଳରେ ଶୃଙ୍ଖଳା ଆସିବ ନା ନବୀନଙ୍କ ନେତୃତ୍ୱକୁ ହେବ ଚ୍ୟାଲେଞ୍ଜ?