- ହାଇକୋର୍ଟକୁ ମାନୁ ନାହାନ୍ତି ଉଷା ପାଢୀ
- କୋର୍ଟଙ୍କୁ ମାନୁ ନାହାନ୍ତି IAS ଅଫିସର
- ସଚିବ ଉଷା ପାଢୀଙ୍କୁ ହାଇକୋର୍ଟଙ୍କ ନୋଟିସ
- ଜାନୁଆରୀ ୩୦’ରେ କୋର୍ଟରେ ଦେବେ ହାଜିରା
IAS ଅଫିସର ମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନିବା ଅବସ୍ଥାରେ ନାହାଁନ୍ତି । ସେଥିପାଇଁ ଭୀଷଣ ବିରକ୍ତ ହେଉଛନ୍ତି ଓଡ଼ିଶା ହାଇକୋର୍ଟ । ପ୍ରଥମେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରଓ୍ୱାଲଙ୍କୁ ଗିରଫ କରିବାକୁ କହିଲେ କୋର୍ଟ । ଡରି ମରି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ୨୪ ଘଣ୍ଟାରେ କାର୍ଯ୍ୟକାରୀ କରି ଗିରଫ ହେବାରୁ ବଞ୍ଚିଲେ ଅରବିନ୍ଦ ଅଗ୍ରଓ୍ୱାଲ। ଆଉ ଚଳିତ ମାସ ୨୨ ତାରିଖରେ ହାଇକୋର୍ଟରେ ହାଜିରା ଦେଇ ଭୁଲ ମାଗିଲେ IAS ଅଫିସର ଅରବିନ୍ଦ ଅଗ୍ରଓ୍ୱାଲ ।

ଏବେ IAS ଉଷା ପାଢୀଙ୍କ ଟର୍ମ..
- ଅଦାଲତ ଅବମାନନା ମାମଲାରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କୁ ହାଇକୋର୍ଟ ନୋଟିସ ହୋଇଛି ।
- କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାରେ ବିଫଳ ଉଷା ପାଢୀ, ବ୍ୟକ୍ତିଗତ ଭାବେ ହାଜିରା ଦେବେ ହାଇକୋର୍ଟରେ ।
- କେବଳ ଉଷା ପାଢୀ ନୁହନ୍ତି, ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ୱାଇଁ, ଟାଉନ ପ୍ଲାନିଂ ନିର୍ଦ୍ଦେଶକ ସଚିବ ସୁଶାନ୍ତ ମିଶ୍ର, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଦେ ଏବଂ ଆଠଗଡ଼ ସ୍ୱତନ୍ତ୍ର ପ୍ଲାନିଂ ଅଥରିଟିର କର୍ତ୍ତୃପକ୍ଷଙ୍କ ଉପରେ ହାଇକୋର୍ଟ ଭୀଷଣ ବିରକ୍ତ ।
- ଜାନୁଆରି ୩୦ରେ ହାଇକୋର୍ଟରେ ହାଜର ହୋଇ କୋର୍ଟଙ୍କ ନିର୍ଦ୍ଦେଶ କାହିଁକି ପାଳନ କରାଯାଇ ନାହିଁ ତାହର ସ୍ପଷ୍ଟୀକରଣ ରଖିବେ ଉଷା ପାଢୀ।

ତେବେ ବିବାଦ ଆରମ୍ଭ ହୋଇଛି ୨୦୧୪ ମସିହାରେ ହାଇକୋର୍ଟଙ୍କ ଏକକ ଖଣ୍ଡପୀଠର ରାୟକୁ ନେଇ । ଗୃହ ଓ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଚାକିରି ନିୟମିତ କରିବାକୁ ୨୦୧୪ ମସିହାରେ ହାଇକୋର୍ଟଙ୍କ ଏକକ ଖଣ୍ଡପୀଠ ଏହି ରାୟ ଦେଇଥିଲେ। ଯାହାକୁ ୨୦୨୫ ଜୁଲାଇରେ ଦୁଇ ଜଣିଆ ଖଣ୍ଡପୀଠ ମଧ୍ୟ କାଏମ ରଖିଥିଲେ।
- ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଥିଲା ଯେ ୮ ସପ୍ତାହ ମଧ୍ୟରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କର ।
- ୨୨ ସପ୍ତାହ ବିତିଗଲା, କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।
- ଆବେଦନକାରୀ ଧାଇଁଲେ ପୁଣି ହାଇକୋର୍ଟକୁ..
- ଅମାନିଆ ଅଫିସର ମାନେ କିପରି ଅଦାଲତ ଅବମାନନା କରୁଛନ୍ତି, ସେ ନେଇ ଏକ ମାମଲା ଦାୟର କଲେ ।
- ଯାହାକୁ ନେଇ ହାଇକୋର୍ଟ ଦେଲେ କଡ଼ା ଚେତାବନୀ।
ତେବେ ଜାନୁଆରି ୩୦ ପୂର୍ବରୁ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ଏବଂ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ମଗାଯିବ ତାହେଲେ ସେମାନଙ୍କ ଉପସ୍ଥିତି ଆବଶ୍ୟକ ହୋଇନପାରେ। ଆଉ ଯଦି ତାହା ନ ହୁଏ ତେବେ ଏ ମନମାନୀ ଉଷାପାଢୀଙ୍କୁ ଭାରି ପଡ଼ିପାରେ ।ପାୱାରର ଅପବ୍ୟବହାର କରି ଲୋକଙ୍କୁ ଅଡ଼ୁଆରେ ପକାଉଥିବା ଅଫିସର ମାନଙ୍କୁ ହାଇକୋର୍ଟ ହିଁ କେବଳ ସାବାଡ୍ କରିପାରିବେ।