Posts tagged Akhilesh Yadav

କଂଗ୍ରେସ ଛାଡି, ଜାତିଆଣ ରାଜନୀତି କରିବେ ବିଜୁଙ୍କ ଅବୁଝା ପୁଅ !

  • ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଶ୍ରୀକାନ୍ତ ଜେନାଙ୍କୁ ଭେଟିବା ନେଇ ଓଡ଼ିଶା ପଲିଟିକ୍ସର ଟେମ୍ପରେଚର ବଢିଛି
  • ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଓଡ଼ିଶା ଆସିବା ଏବଂ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ଭୁବନେଶ୍ୱର ବାସଭବନକୁ ଯିବା, ନିଶ୍ଚିତ ଏକ ହଟ୍ ଟପିକ୍ ।
  • କାରଣ ଅଖିଳେଶ ହେଉଛନ୍ତି ସମାଜବାଦୀ ପାର୍ଟି(SP)ର ସଭାପତି ଓ ଶ୍ରୀକାନ୍ତ ହେଉଛନ୍ତି ପ୍ରଦେଶ କଂଗ୍ରେସର ପଲିଟିକାଲ୍ ଆଫାୟର୍ସ କମିଟିର ସଦସ୍ୟ
  • ଦୁଇ ଜଣଙ୍କ ବୈଠକ ପରେ SPକୁ ଓଡ଼ିଶାରେ ସଙ୍ଗଠିତ କରିବା ପାଇଁ ଅଖିଳେଶଙ୍କ ବିବୃତ୍ତି, ନିଶ୍ଚିତ ପକ୍ଷେ ଆଲୋଚନାର ବିଷୟ ବସ୍ତୁ।
  • ଶ୍ରୀକାନ୍ତ ଜେନା କଣ କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିରେ ମିଶିବେ?

          ଓଡ଼ିଶାରେ SPର ନାହିଁ 1% ଭୋଟ
ଶ୍ରୀକାନ୍ତ ଜେନାଙ୍କୁ ପ୍ରଦେଶ କଂଗ୍ରେସର ପଲିଟିକାଲ୍ ଆଫାୟାର୍ସ କମିଟିରେ ନିଯୁକ୍ତି ମିଳିଛିନିଯୁକ୍ତିର 24 ଘଣ୍ଟା ନ ପୁରୁଣୁ ଶ୍ରୀକାନ୍ତ, SP ମୁଖ୍ୟଙ୍କ ସହ ମିଟିଂକୁ ନେଇ ଅନେକ ସସ୍ପେନ୍ସଶ୍ରୀକାନ୍ତ କ’ଣ SPକୁ ଓଡ଼ିଶାରେ ଲିଡ୍ କରିବେ ? କାରଣ ଦଳ ପରିବର୍ତ୍ତନ କରିବା ଶ୍ରୀକାନ୍ତ ଜେନାଙ୍କ ପାଇଁ କିଛି ନୂଆ କଥା ନୁହେଁ ! 1977ରେ ଜନତା ପାର୍ଟି ଟିକଟେରେ ବରୀ-ଡେରାବିଶରୁ ବିଧାୟକ ଭାବେ କ୍ୟାରିଅର ଆରମ୍ଭ କରିଥିବା ଶ୍ରୀକାନ୍ତ ପରେ ଜନତା ଦଳ, କଂଗ୍ରେସ ଟିକେଟରେ ଲଢି 3 ଥର ବିଧାୟକ ଓ 4 ଥର ସାଂସଦ ହୋଇଛନ୍ତି
 କଥା ଉଠୁଛି ଓଡ଼ିଶାରେ ଆଦୌ ସଙ୍ଗଠନ ନଥିବା SPକୁ ଶ୍ରୀକାନ୍ତ ଜେନା କ’ଣ ନେତୃତ୍ୱ ଦେଇ ପାରିବେ?
2024 ନିର୍ବାଚନର ଫଳାଫଳ କହୁଛି ଲୋକସଭା ନିର୍ବାଚନରେ
SPର ଓଡ଼ିଶାରେ ଭୋଟ୍ ହାର ଥିଲା ମାତ୍ର 0.03 % ଏବଂ ବିଧାନସଭାରେ ଥିଲା ମାତ୍ର 0.07% । ଓଡ଼ିଶାରେ ଜନାଧାର ନଥିବା ସମାଜବାଦୀ ପାର୍ଟିର ସାଇକେଲ ଚିହ୍ନକୁ ଶ୍ରୀକାନ୍ତ କିଭଳି ଭୋଟରଙ୍କ ପାଖରେ ପହଞ୍ଚାଇବ !

ମନ୍ତ୍ରୀ ପଦ ହିଁ ସବୁକିଛି
ଯଦିଓ ଶ୍ରୀକାନ୍ତ ଜେନାଙ୍କ ଅତୀତର ନିର୍ବାଚନ ସଫଳତାର ଚିଠା ଖୁବ୍ ଲମ୍ବା ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରେ ବରୀ-ଡେରାବିଶରୁ ଲଗାତର 3 ଥର ଜିତିଥିଲେ । ସେହିଭଳି କଟକ ଲୋକସଭା ଆସନରୁ 2 ଥର ଏବଂ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଥରେ ଜିତି 4 ଜଣ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ସେ ସ୍ଥାନ ପାଇଛନ୍ତି। ଭି.ପି.ସିଂହଙ୍କ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ଏଚ୍.ଡି.ଦେବଗୌଡାଆଇ.କେ ଗୁଜୁରାଲଙ୍କ କ୍ୟାବିନେଟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ମନ୍ତ୍ରୀର ଦାୟିତ୍ୱ ନିର୍ବାହ କରିଥିଲେ ଶ୍ରୀକାନ୍ତ ଜେନା ଯାହା ଓଡ଼ିଶାର କୌଣସି ନେତା ହାସଲ କରିନାହାନ୍ତି।
ତେବେ 1996ରେ ବିଜୁ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ କରାଇ ନଦେବାର ଶ୍ରୀକାନ୍ତ ଜେନାଙ୍କ ଚକ୍ରାନ୍ତ ଥିଲା ବୋଲି ଚର୍ଚ୍ଚା ହୁଏ ବିଜୁ ବାବୁଙ୍କୁ ଧୋକା ଦେବା ପରେ ଶ୍ରୀକାନ୍ତ ଜେନା ନିନ୍ଦିତ ହେଲେ ଏବଂ ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖାତ ମଧ୍ୟ ହେଲେ । କିନ୍ତୁ 2009 ନିର୍ବାଚନ ପୂର୍ବରୁ ପ୍ୟାରୀ ମହାପାତ୍ରଙ୍କ ସହ ଭିତିରି ବୁଝାମଣା କଲେ ବିଜୁ ବାବୁଙ୍କ ଅବୁଝା ପୁଅ ଶ୍ରୀକାନ୍ତ । ଆଉ BJDର ନୀରବ ସମର୍ଥନରେ ବାଲେଶ୍ୱର ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହେଲେ ଯଦିଓ ଲୋକସଭାକୁ ଏଣ୍ଟ୍ରି ମିଳିଗଲା, କିନ୍ତୁ ଶ୍ରୀକାନ୍ତ ଜେନାଙ୍କ ପ୍ରୋଫାଇଲ୍ ହ୍ରାସ ପାଇଲା।
ଏକଦା ଦେବଗୌଡ଼ା ଓ ଗୁଜରାଲଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଥିବା ଶ୍ରୀକାନ୍ତ ଜେନା, କ୍ଷମତା ଲୋଭରେ ମନମୋହନ ସିଂହଙ୍କ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ପଦର ଶପଥ ନେଲେ। ଆଉ ବିଶୃଙ୍ଖଳିତ ଆଚରଣ ପାଇଁ 2019ରେ କଂଗ୍ରେସ ଦଳରୁ ନିଲମ୍ବିତ ହୋଇଥିଲେ । ତେବେ ଗତ ନିର୍ବାଚନ ପୂର୍ବରୁ 6 ମାର୍ଚ୍ଚ 2024ରେ କଂଗ୍ରେସକୁ ଫେରି ଆସିଥିଲେ ଶ୍ରୀକାନ୍ତ ଜେନା।
ଆଉ 2024 ନିର୍ବାଚନରେ ବାଲେଶ୍ୱର ଭୋଟରଙ୍କ ଦ୍ୱାରା ସେ ପ୍ରତ୍ୟାଖ୍ୟା ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ 3, 26, 858 ଭୋଟ ବ୍ୟବଧାନରେ ପରାଜିତ ହୋଇ ସେ ତୃତୀୟ ସ୍ଥାନରେ ଥିଲେ
               ଖୁସି ହେବେ ଭକ୍ତ
ଏବେ ସାମାଜିକ ନ୍ୟାୟ ପ୍ରଦାନ ନାଁରେ ଅଖିଳେଶଙ୍କ ସହ ବୈଠକ କଲେଣି ଓଡ଼ିଶାରେ ଜାତିଭିତ୍ତିକ ରାଜନୀତିର ଗୁରୁତ୍ୱ ନଥିଲା ବେଳେ ହିନ୍ଦୁଙ୍କୁ ଜାତି ଭିତ୍ତିରେ ବାଣ୍ଟୁଥିବା SPକୁ ବଳ ଦେବାରେ ସକ୍ଷମ ହେବେ କି ଶ୍ରୀକାନ୍ତ ଜେନା ? ତେବେ ବିଚକ୍ଷଣ ଶ୍ରୀକାନ୍ତ କଂଗ୍ରେସ ଛାଡିଲେ, ସର୍ବାଧିକ ଖୁସି ହୋଇପାରନ୍ତି ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସ । କାରଣ ଭକ୍ତ ଦାସ ଜାଣିଛନ୍ତି ଯିଏ ବିଜୁ ପଟ୍ଟନାୟକଙ୍କ ନହେଲା, ସେହି ଶ୍ରୀକାନ୍ତ ଜେନା କଂଗ୍ରେସରେ ରହିଲେ ତାଙ୍କ ବିରୁଦ୍ଧରେ ନିଶ୍ଚିନ୍ତ ଚକ୍ରାନ୍ତ କରିବେ !