Posts tagged Ajit Pawer

ବିମାନରେ ଚାଲିଗଲା ଉପମୁଖ୍ୟମନ୍ତ୍ରୀଙ୍କ ଜୀବନ

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ନିର୍ବାଚନ ପ୍ରଚାର ପାଇଁ ବିମାନରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି।  ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ୬ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ବାରାମତି ଜିଲ୍ଲା ପରିଷଦ ନିର୍ବାଚନ ପ୍ରଚାର ପାଇଁ ଚାଟାର୍ଡ ପ୍ଲେନରେ ଯାଉଥିଲେ। ଅବତରଣ ବେଳେ ବିମାନ ଖସିପଡ଼ି ସେଥିରେ ନିଆଁ ଲାଗିଯାଇଥିଲା।  ତେବେ ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଦୁର୍ଟଘଣାଗ୍ରସ୍ତ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ବିମାନ ଦୁର୍ଘଟଣା ଘଟିବା ପରେ ତୁରନ୍ତ ଅଜିତଙ୍କୁ  ମେଡିକାଲ ସ୍ଥାନାନ୍ତର  କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ଅଜିତ୍ ପୱାର ମହାରାଷ୍ଟ୍ର NCPର ଜଣେ ବରିଷ୍ଠ ଓ ଅଭିଜ୍ଞତା ସମ୍ପନ୍ନ ନେତା।  ଦେବେନ୍ଦ୍ର ଫଡନାବିସଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଶାସନ ମଙ୍ଗ ଧରିଥିଲେ।ମହାରାଷ୍ଟ୍ର ରାଜନୀତିର ଟାଣୁଆ ନେତା ଅଜିତ ପାୱାର।୪ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ରାଜନୀତିରେ ସକ୍ରିୟ ଭୂମିକାରେ ଥିଲେ ଅଜିତ। ସର୍ବାଧିକ ୬ ଥର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୨୦୧୯ରେ ଦୁଇ ଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅଜିତ।୨୦୧୯ରେ ଫଡଣବିଶ ଓ ଉଦ୍ଧବ ଠାକରେଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି।୧୯୯୫ରୁ ଲଗାତାର ୨୦୨୪ ବାରାମତୀରୁ ବିଧାୟକ ନିର୍ବାଚିତ ହୋଇଛନ୍ତି।