ମରଣ ସହ ସଙ୍ଘର୍ଷ, ଛାତ୍ରୀଙ୍କୁ ନ୍ୟାୟ ଦେଇ ପାରିବେ ତ ସରକାର?

  • ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ନେଇ ହୁଲସ୍ତୁଲ ରାଜଧାନୀ
  • ସରକାରଙ୍କୁ ଘେରିଲେଣି ବିରୋଧୀ
  • ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲାଣି କଂଗ୍ରେସ
  • ସୁରଜ ସୁର୍ଯ୍ୟବଂଶୀ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫା ଦାବୀରେ ପିସିସି ସଭାପତି ଭକ୍ତ ଚରଣ ଦାସ
  • ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଜାତୀୟ ମହିଳା କମିସନ ବି ଏ ମାମଲାରେ ହସ୍ତକ୍ଷେପ କରିଛନ୍ତି
  • ବିଜେଡି କଂଗ୍ରେସ ଓ ବିଜେପି ଏ ଘଟଣାକୁ ନେଇ ରାଜନୀତିର ଗୋଟି ଚାଳନାରେ ବ୍ୟସ୍ତ
  • ବିରୋଧୀ ତଦନ୍ତ ଦାବି କରୁଥିଲା ବେଳେ ପିଡିତାଙ୍କୁ ଭେଟି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ
  • ଏପଟେ କଠୋର ନିଷ୍ପତ୍ତି ନେବାରେ କିଛି ଦ୍ୱିଧା ନାହିଁ ବୋଲି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୁରଜ ସୁର୍ଯ୍ୟବଂଶୀ
  • ତେବେ ବୟାନବାଜିର ଉର୍ଦ୍ଦ୍ୱରେ ଏବେ ବାଜି ଲାଗିଛି ଜୀବନ
  • ମରଣ ସହ ସଙ୍ଘର୍ଷ କରୁଛନ୍ତି ବାଲେଶ୍ୱରର ଫକୀରମୋହନ କଲେଜର ଛାତ୍ରୀ

ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଆତ୍ମହତ୍ୟା ଉଦ୍ୟମ କରୁଥିବା ଛାତ୍ରୀ ଜଣକ ଏବିଭିପିର ମେମ୍ବର। ପ୍ରତ୍ୟକ୍ଷ ଭାବରେ ନ ହେଲେ ମଧ୍ୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଯେ ବିଜେପିର ଷ୍ଟୁଡେଣ୍ଟ ୱିଙ୍ଗ ଏ କଥା କାହାକୁ ବି ଅଛପା ନାହିଁ। ତେବେ ରାଜ୍ୟରେ ବିଜେପିର ଶାସନ ଚାଲୁଥିବା ବେଳେ କାହିଁକି ମିଳି ପାରିଲାନି ଏବିଭିପି ସଦସ୍ୟାଙ୍କୁ ନ୍ୟାୟ? ନିଜ ଛାତ୍ର ସଙ୍ଗଠନର ସଦସ୍ୟଙ୍କୁ ସୁରକ୍ଷା ଦେବାକୁ ଆଉ କେତେ ପାୱାର ଦରକାର କରୁଛି ବିଜେପି ?
ସୋସିଆଲ ମିଡିଆରେ ଆକ୍ଟିଭ ବିଜେପି ସରକାରରେ କେତେ ଆକ୍ଟିଭ ନେତା ଓ ପ୍ରଶାସନ। ଘଟଣା ଘଟିବାର 12 ଦିନ ପୂର୍ବରୁ ଛାତ୍ରୀ ଜଣଙ୍କ ଖୋଦ୍ ଉଚ୍ଚ ଶିକ୍ଷା ମନ୍ତ୍ରୀ,ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ  ବିଧାୟକ ଓ ପ୍ରଶାସନକୁ ଟ୍ୱିଟ କରିଥିଲା ବେଳେ କାହିଁକି ନିଆଯାଇନଥିଲା କୌଣସି ପଦକ୍ଷେପ। ତେବେ କଣ ଆମକୁ ଭାବିନେବାକୁ ପଡ଼ିବ କି ସମ୍ପୃକ୍ତ ଅଧିକାରୀଙ୍କ ସୋସିଆଲ ମିଡ଼ିଆ ବି ଆଉ କାହା ହାତରେ। କୌଣସି ପୋଷ୍ଟ ବିଷୟରେ କିଛି ବି ଜାଣନ୍ତିନି ନେତା ମନ୍ତ୍ରୀ। ତେବେ କାହିଁକି ଏ ସୋସିଆଲ ମିଡିଆର ପ୍ରହସନ, ଡିଜିଟାଲ ଇଣ୍ଡିଆର ବାସ୍ତବତାକୁ ନେଇ କେତେ ସିରିୟସ ବିଜେପି ନେତା।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପ୍ରାୟ ୬ ମାସ ତଳେ ଛାତ୍ରୀଙ୍କ ସହ ଖରାପ ସମ୍ପର୍କ ରଖିବାକୁ ଚାହିଁଥିଲେ ଆସିଷ୍ଟାଣ୍ଟ ପ୍ରଫେସର ସମୀର ସାହୁ  ରାଜି ନହେବାରୁ ମାନସିକ ନିର୍ଯାତନା ବି ଦେଉଥିଲେ । ସମସ୍ତଙ୍କ ସାମ୍ନାରେ ଅପମାନିତ କରିବା ସହିତ ବ୍ୟାକ୍ ଲଗାଇବାକୁ ବି କହିଥିଲେ । ଜୁଲାଇ ୧ ତାରିଖରେ କଲେଜ ଆଭ୍ୟନ୍ତରୀଣ କମିଟିରେ  ଛାତ୍ରୀ ଅଭିଯୋଗ କରିବା ସହ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବେ ବୋଲି କହିଲା ପରେ ବି  ଧ୍ୟାନ ଦେଇ ନଥିଲେ କଲେଜ କର୍ତ୍ତୃପକ୍ଷ । ଓଲଟା ଶନିବାର ଅଧ୍ୟକ୍ଷ ଡାକି ଛାତ୍ରୀଙ୍କୁ କହିଥିଲେ ଭୁଲ ତମର। ଏଥିରେ ହତାଶ ହୋଇ ଛାତ୍ରୀ କ୍ୟାମ୍ପସ ପରିସରରେ ନିଜକୁ ଜାଳି ଦେଇଥିଲେ । ଏମସରେ ଏବେ ସେ ଚିକିତ୍ସିତ ହେଉଛନ୍ତି । ଶରୀରର 95 ପ୍ରତିଶତ ପୋଡ଼ି ଯାଇଥିଲା ବେଳେ ସ୍ଥିତି  ଗୁରୁତର ଅଛି
ତେବେ ପ୍ରଶ୍ନ ଉଠୁଛି
ଲିଖିତ ଅଭିଯୋଗ ସତ୍ତ୍ୱେ  କାହିଁକି ନିଆଗଲାନି ପଦକ୍ଷେପ?
ଧାରଣା ସତ୍ତ୍ୱେ କାହିଁକି ଶୁଣିଲେନି କଲେଜ କର୍ତ୍ତୃପକ୍ଷ?
-ଟ୍ୱିଟ କରିବା ସତ୍ତ୍ୱେ କାହିଁକି ସ୍ଟେପ୍ ନେଲେନି ମୁଖ୍ୟମନ୍ତ୍ରୀ କି ଶିକ୍ଷାମନ୍ତ୍ରୀ?
ASOଙ୍କୁ  ସେ ସମୟର ରାଜ୍ୟପାଳଙ୍କ ପୁଅ ମାଡ଼ ମରା  ଘଟଣାରେ ନୀରବ ରହିଲା ପରି ଫ୍ଲପ୍ ହେବନି ତ ବିଜେପିର ନ୍ୟାୟପ୍ରଦାନର ଅସଲ ଚେହେରା?
24 ବର୍ଷର ଶାସନ ସମୟର ବିଭିନ୍ନ ଅଘଟଣକୁ ଟାର୍ଗେଟ କରି ଖସିବାକୁ ଚାହୁଁ ନାହାନ୍ତି ତ ବିଜେପି ସରକାର ?

Visited 9 times, 1 visit(s) today
Share this post

Leave A Comment

Your email address will not be published. Required fields are marked *